୮
ଆମେ ପ୍ୟାରିସ୍ ଗଲୁ ଟାଟା ଆନୁକୂଲ୍ୟରେ । ଲୋଭ୍ରେ ମ୍ୟୁଜିଅମରେ ଥାଏ ଏକ ଚିତ୍ରକଳା ସମ୍ମିଳନୀ ଓ ପ୍ରତିଯୋଗିତା । ଅସଲି ମୋନାଲିସା ପେଣ୍ଟିଂ ଦେଖିବାର ସୁଯୋଗ ଆମକୁ ବହୁତ ଉତ୍ସାହିତ କରିଥାଏ । ମୁଁ କେବଳ ଭାବୁଥାଏ ମାୟାକୁ ମୋ କଥା କହିବି ନା ନାହିଁ । ସେ ବିଚଳିତ ହେବକି? ଆମ କାମ ଉପରେ ଏହାର ପ୍ରଭାବ ପକାଇବ ନାହିଁ ତ? ମୁଁ ମାୟାକୁ ଚିହ୍ନି ସାରିଥଲି ସେ ହୁଏତ ସ୍ୱୟଂ ଲିଓନାର୍ଡୋ ଦା ଭିନିସଙ୍କ ସମକକ୍ଷ । ଭାବନା, ପୂର୍ବ ପ୍ରସ୍ତୁତି, ଉତ୍କଣ୍ଠା ଓ ଆଲୋଡନର ମାନେ କିଛି ନଥାଏ ତା ପାଇଁ । ଏତେ କହିଲି, ଫୁ(ସ୍ଫୁ)ମାଟୋ ବାବଦରେ ଟିକେ ଶୁଣ, ସମ୍ମିଳନୀର ଥିମ୍ ତ ଏହିକଳା, ଭିନିସଙ୍କ କଳା । ସେ କଣ କିଛି ଶୁଣିଲା । କହିଲା ଯେ ପାହାଡ ଉପରେ ମେଘ ଢାଙ୍କିବା ଦେଖିଛୁ, ସୁମନ! ଚାଳଘରୁ ରୋଷେଇ ବେଳେ ଧୁଆଁ ଉଠିବା ଦେଖିଛୁ? ହନୁମାନଙ୍କ ମୁଁହରେ ଅନେକ ପରସ୍ତ ସିନ୍ଦୁର ବୋଳା ହେବା ଦେଖିଛୁ! ବାସ୍ ହେଲା ଫୁମାଟୋ ।
ଯାହା ତାହାର ଇଛା, ତାକୁ କିଏ ବୁଝାଇବ!
ହଁ, ଏହି ଯାତ୍ରାକାଳରେ ନିଶ୍ଚିତ କହିବି । ତାକୁ କିଛି ଫରକ ପଡିବ ନାହିଁ ।
ଆମକୁ ବିଜିନେସ୍ କ୍ଲାସ୍ ମିଳିଥାଏ, ମନେହେଲା ଗପିବାରେ କାହାର କିଛି ଅସୁବିଧା ହେବ ନାହିଁ ।
- ଏ ମାୟା! ମୁଁ କିଛି କହିବାକୁ ଚାହୁଁଛି, କିଛି ନୁହେଁ ବହୁତ କିଛି । ମୋ କଥା ଶୁଣିବୁ?
- କହୁନୁ, ଏତେ ସମୟ ପୁଣି କଟିବ କେମିତି?
- ବହୁତ ଗମ୍ଭୀର କଥା ।
- କହ, ମୁଁ କଣ କେବେ ଶୁଣିନି ତୋ କଥା?
- ମୋତେ କଥା ଦେ, ଶୁଣି ସାରିଲେ ମୁଁ ଯାହା ମାଗିବି ଦେବୁ ।
- ନା, ସେଇଟା ପାରିବି ନାହିଁ । ଥରେ ତ ଧୋକ୍କା ଦେଇଛୁ, ମାଗି ନେଲୁ ଡାକ୍ତରୀ ନପଢିବାର ଇଛା । ମୁଁ କଣ ସତ ମାୟାଧର କି ତୁ ଯାହା ମାଗିବୁ ତଥାସ୍ତୁ କହିବି । ଶୁଣିବି, ଯାହା ଭଲ ଭାବିବି କରିବି, ତୁ କହ ।
ଦୀର୍ଘ ସମୟ ନିରବିଛିନ୍ନ କହିଲି ମୋ ଜୀବନର ଗୋପନୀୟ ତଥ୍ୟ । ମୋ ମନର ବ୍ୟଥା, ମୋ ଭବିଷ୍ୟତର ଆକାଂକ୍ଷା ଓ ମୋ କିନ୍ନର ପରିଚୟ ମିଳିଲା ପରେ କଣ ସବୁ ଅସୁବିଧା ହେବ । ମୁଁ ତାକୁ ବୁଝାଇଲି, ଦେଖ ମାୟା ତୁ ଆଗେ ବାହା ହୋଇଯା, ତାପରେ ଦୁନିଆ ନଜରରେ ମୁଁ ନାରୀ ହୋଇ ଠିଆ ହୁଏ ।
ସେ ହସିଲା, ବଡ ଅର୍ଥପୂର୍ଣ୍ଣ ସେ ହସ । ତା ହସରୁ ମୁଁ ବୁଝିଲି, ସେ ଯେମିତି କହୁଛି, ଏସବୁ ତ ପୁରୁଣା କଥା, ନୂଆ କିଛି କହ । ତଥାପି ସେ କହିଲା, ମୋ କଥା କାଳେ ବଡ ମଜାଦାର ଲାଗୁଛି ତାକୁ, ମୁଁ ଯେତେ ପାରୁଛି ଗପେ ।
ମୋର ଆଉ କିଛି କହିବାର ନଥିଲା । ଏଣୁ ମୁଁ ଆଶୁ ଅସୁବିଧା ବାବଦରେ କହିଲି ।
- ଏଥର ଆମେ ଏକା କୋଠରୀରେ ରହିବା ତ? ତୁ କିଛି ଅସ୍ୱସ୍ତି ଅନୁଭବ କରିବୁ ନାହିଁ!
- ଅନେକ ବର୍ଷ ଆମେ କଣ ଏକା କୋଠରୀରେ ରହି ନାହାନ୍ତି, ଆଜି ଏ ପ୍ରଶ୍ନ!
- ସେତେବେଳର କଥା ଅଲଗା ଥିଲା, ଏବେ ତୁ ଜାଣିଲୁଣି ମୁଁ ମନରେ ଏକ ଝିଅ । ଏବେ ତୋତେ ମାଡି ପଡିବ ମୋ ସହ ରହିବା!
- ତୋର କିଛି ଅସୁବିଧା ନାହିଁ ତ?
- ମୋର କି ଅସୁବିଧା ହେବ, ମୁଁ ତ ଝିଅଟିଏ ହୋଇ ମଧ୍ୟ ତୋ ସହ ବର୍ଷ ବର୍ଷ ରହିଛି । ହଁ ସେହି ପିଙ୍କି କଥାବେଳେ ମୁଁ ଟିକେ ବିବ୍ରତ ହୋଇପଡିଥିଲି, କିଶୋରୀ ଥିଲି ତ । ଆଉ ସେ ଉଦବେଳନ ନାହିଁ ।
- ତାହେଲେ? ଝିଅ ସାଙ୍ଗଟିର ଯଦି ମୋ ସହ ରହିବାରେ ଡର ଭୟ ନାହିଁ, ମୁଁ କାହିଁକି ଅସହଜ ଅନୁଭବ କରିବି କହ?
ଆଉ କିଛି ଅଧିକ କହିଥିଲେ ଅସୌଜନ୍ୟ ହୋଇଥାନ୍ତା । ଇଛା ଥିଲା ଜାଣିବାକୁ, ସେ କଣ ଆଗରୁ ଏକଥା ଜାଣିଥିଲା? ମୋ ପ୍ରତି ତାର କିଛି ଭିନ୍ନ ଭାବନା ନାହିଁ! ମୋତେ ସେ ଭଲପାଉନି! ମୋ ନାୟିକା ବେଶର ପେଣ୍ଟିଂ ସେ କାହିଁକି କରିଥିଲା? ମୋନାଲିସାର କେବଳ ହସ ନୁହେଁ ସାରା କାମରେ ଯେମିତି ଖୁସି ବାରିହୁଏ, ସେମିତି ମୋ ପ୍ରତି ଲୋମକୂପରେ ସେ ଫୁଟାଇ ପାରିଥିଲା ସୁଖର ସ୍ପନ୍ଦନ, ରୂପ ଲାବଣ୍ୟ ହୋଇଥିଲା ଗୌଣ୍ୟ ।
ସବୁ ଜାଣିବୁଝି ବିନା କିଛି ଉଦ୍ଦେଶ୍ୟରେ ସେ କେବଳ ମୋ ସୁଖ ସମୃଦ୍ଧି ପାଇଁ ମୋତେ ସାହାଯ୍ୟ କରିଚାଲିଛି । ମନେ ମନେ ତାକୁ ପ୍ରଣାମ କରୁଥିଲି, ମୋ ଜୀବନରୁ ତାକୁ ବାଦ ଦେଲେ ଜୀବନଟି କଣ ହୋଇଥାନ୍ତା! ଅବଶ୍ୟ ମାୟା ମୋତେ ଭଲପାଏ । ତା ଭଲପାଇବାରେ ଆବିଳତା ନାହିଁ, ଏକ ସାଙ୍ଗକୁ ଭଲ ପାଉଛି । ମୋ ଭଲପାଇବାରେ ଆବିଳତା ଅଛି, ମୁଁ ଏକ ପୁରୁଷକୁ ଭଲ ପାଉଛି । ଏ ବନ୍ଧୁତାକୁ ତା ଭଳି ବନ୍ଧୁତା କରିବାକୁ ମୁଁ ଭାବୁଛି ତ୍ୟାଗ । ତା’ର ସେମିତି ଭାବିବାର ଅବକାଶ ନାହିଁ । ତାହେଲେ ତା ଭଲପାଇବାଟି ମୋ ଭଲପାଇବାଠାରୁ ଅଧିକ ଉଜ୍ଜ୍ୱଳ ନୁହେଁ କି? ନା ସେମିତି କେମିତି ହେବ? ମୋ ଭଳି ସେ କଣ ପ୍ରତି ମୁହୂର୍ତ୍ତ ଲଢେଇ କରୁଛି କି? ତା ପାଇଁ ସଂସାର ବନ୍ଧୁମୟ, ମୋ ପାଇଁ? ଏମିତି ନାନାଦି କଥା ମନ ସିଳଟରେ ଲେଖୁଥାଏ ଓ ଲିଭାଉ ଥାଏ । ସେ ନିଘୋଡ ନିଦରେ ଶୋଇ ସାରିଥାଏ । ମୁଁ ଟିକେ ଦେଖିନେଲି ତା କମର ପଟି ବନ୍ଧା ହୋଇଛି ତ । ତା ଖସି ପଡିଥିବା ଚାଦରଟିରେ ତା କାନ୍ଧ ପର୍ଯ୍ୟନ୍ତ ଘୋଡାଇ ଦେଲି, ହେମାଳ ଲାଗୁଥିଲା । କାବିନ ଭିତରର ତାପମାତ୍ରା ଅପେକ୍ଷା ମୋ ମନର ତାପମାତ୍ର ଅଧିକ ଶୀତଳ ହୋଇଯାଇଥିଲା । ମନେହେଲା ଆଉ ଏକ ବଡ ଯୁଦ୍ଧରେ ମୁଁ ବିଜୟଲାଭ କରିଛି । ମାୟାକୁ କହିଦେଲା ପରେ ସାରା ସଂସାରକୁ ମୋର ଆଉ ଆଦୌ ଭୟ ନଥିଲା । ଈଶ୍ୱରଙ୍କୁ ଜଣାଇଲି ଶୁଭରାତ୍ରି । ନିଦ୍ରାଦେବୀ ମୋତେ କୋଳାଇ ନେଲେ ।
ପ୍ୟାରିସରେ ରହଣି ଚାରିଦିନ ମନେ ହୋଇଥିଲା ବିଶେଷ କିଛି ଯେମିତି ଘଟିନାହିଁ । ଲୋଭ୍ରେ ମିଉଜିୟମ ମୋତେ ଅଭିଭୂତ କଲା । ମାୟା ସହଜରେ ତା ଭାବନା ପ୍ରକାଶ କରେନି । ସେ ବାସ୍ ସବୁ ଦେଖିଗଲା । ଏପରିକି ମୋନାଲିସା କଳାକୃତି ଯଦିଓ ସେ ନିରୀକ୍ଷଣ କଲା ବେଶ୍ କିଛି ସମୟ କିନ୍ତୁ ତା ମନର ଭାବନା ସେମିତି କିଛି ବ୍ୟକ୍ତ କଲାନାହିଁ । ମୁଁ ସେ କାମରେ କଳାକାର ଭିନିସ୍ଙ୍କ ସବଜେକ୍ଟ ଲିସା ଘେରାର୍ଦିନିଙ୍କ ପୃଷ୍ଠଭୂମିରେ ରହିଥିବା ପ୍ରାକୁତିକ ଓ କୃତ୍ରିମ ପରିବେଶକୁ ଅଧିକ ତନ୍ନତନ୍ନ କରି ଦେଖୁଥିଲି । ବୁଝୁଥିଲି, ଏତେ ଶତାବ୍ଦୀ ଧରି କାହିଁକି ଏ କଳା ଶୀର୍ଷରେ ରହିଛି । ମୁଁ ବୋଧହୁଏ ଦେଖୁଥିଲି ମୋ ଏକାଦେମିକ ନଜରରେ, ମାୟା ଦେଖୁଥିଲା କଳାକାର ନଜରରେ । ମୁଁ ଫେରିଲେ ମୋ ଛାତ୍ରମାନଙ୍କୁ କି ଭାବେ ଏହାକୁ ବୁଝାଇବି ଭାବୁଥିଲି । ସେ କଣ ଭାବୁଥିଲା ସେ କଥା ସେ ଜାଣେ ।
କଳା ପ୍ରତିଯୋଗିତା ସମୟ ଆସିଲା । ମୁଁ ଜାଣିଥିଲି, ମୁଁ ବା ଆମେ ନୁହେଁ, କେବଳ ସେ ହିଁ ପେଣ୍ଟିଂ କରିବ । ସେ ହଠାତ୍ ରାଜି ହେଲା ନାହିଁ । ତା କହିବା କଥା ଥିଲା, କଳା ପ୍ରତିଯୋଗିତା ପାଇଁ ନୁହେଁ । ସମସ୍ତ କଳାକୃତି ନିଜ ନିଜ ସ୍ଥାନରେ ପ୍ରଥମ । ମୁଁ ତାକୁ ମନେଇବାକୁ ଚେଷ୍ଟାକଲି । ସେ ହସି କହିଲା, କଳା କଣ ଏମିତି ଓଳିଏରେ ହୋଇଯିବ । ଭେନିସଙ୍କ ମୋନାଲିସା କେତେ ବର୍ଷ ନେଇଥିଲା ଅଥଚ ତାଙ୍କ ସ୍ଥାନରେ ଓଳିକରେ କିଛି ଗୋଟେ କରିଦେବା କଣ ଉଚିତ୍ ହେବ? ତଥାପି ମୋ କଥା ସେ ରଖିଲା । ହିମାଳୟର ନୈସର୍ଗିକ କୈଳାସ ପର୍ବତର ପିରାମିଡକୁ ପ୍ରଛଦରେ ରଖି ସେ ଆଙ୍କିବ ଅର୍ଦ୍ଧନାରୀଶ୍ୱର । ସେ ପେଣ୍ଟିଂର ପ୍ରଥମ ବିନ୍ଦୁଟି ମୋତେ ଦେବାକୁ କହିଲା । ମୁଁ ମାନିଲି । ଆମ କାମ ପାଖରେ ସର୍ବାଧିକ ଦେଖଣାହାରୀ ଭୀଡ ଲଗାଇଥାନ୍ତି । ଏହା ଅନ୍ୟ କଳାକାରଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । କୌଣସି ଫୁମାଟୋ ପ୍ରଶିକ୍ଷଣ ପାଇ ନଥିବା ମାୟା ଏମିତି କେମିତି କରି ପାରୁଛି! ମୁଁ ବିଶ୍ୱାସ କରୁଥିଲିଏହା ନିଶ୍ଚିତ ଶ୍ରେଷ୍ଠହେବ । କିନ୍ତୁ ହଠାତ୍ ସେ କହିଲା । ଆଜି ଆଉ ହେବନି । ବନ୍ଦ କରିଦେଲା ସମାପ୍ତି ପୂର୍ବରୁ । ଆମ କାମକୁ ଦାଖଲ ନକରି ସେ ଯତ୍ନରେ ନେଇ ଆସିଲା ହୋଟେଲକୁ, ଫ୍ରେମ୍ ସହ । ସେଇଟି ଧରି ଭାରତ ଫେରିଲୁ ।
ଫେରିବା ସମୟରେ ମୁଁ ପୁନଶ୍ଚ ତା ବିବାହ ପ୍ରସଙ୍ଗ ଉଠାଇଲି । ମୁଁ ତାକୁ ବୁଝାଇବାକୁ ଚେଷ୍ଟାକଲି ଯେ ଥରେ ମୁଁ ମହିଳା ଭାବେ ଉଭା ହେଲେ, ଏ ସମାଜରେ ଆଉ ତାକୁ କନ୍ୟା ମିଳିବେ ନାହିଁ ।
ସେ ହସି କହିଲା, - ତୁ ଜାଣିନୁ ସୁମନ, ମୋ ବାପା ଥିଲେ ଗୋସବାପାଙ୍କ ପାଳିତ ପୁତ୍ର । ଗୋସବାପା, ଅଣ ଗୋସବାପା ଓ ପଣ ଗୋସବାପା ବି ଥିଲେପୋଷ୍ୟ ପୁତ୍ର । ମୋ ବଂଶ କଣ ଚାଲିନାହିଁ । ମୁଁ ଏ ବଂଶରେ ଅନେକ ପିଢିପରେ ପ୍ରଥମ ଜନ୍ମିତ ପୁତ୍ର ସନ୍ତାନ । କିନ୍ତୁ ଲାଭ କଣ ହେଲା? ମୋ ବାପା ଚାଲିଗଲେ ମୁଁ ତାଙ୍କୁ ଚିହ୍ନିବା ଆଗରୁ । କୁଳଜ୍ୟୋତିଷ ମାଆ ମୁଣ୍ଡରେ ପୁରାଇ ଦେଇଛନ୍ତି ଯେ ନାତିକୁ ଚାହିଁଲେ ପୁଅକୁ ଚାହିଁବୁ ନାହିଁ । ତୁ ତ ଜାଣୁ, ମାଆ କେତେ ଆଧୁନିକ ଚିନ୍ତାଧାରାର । ଯେତେ ସବୁ ବହି ଓ ସାଧାରଣ ଲୋକଙ୍କ ପାଇଁ ବିଜ୍ଞାନ ପତ୍ରିକା ତୁ ନେଇଯାଉ ତା ପାଇଁ, ସବୁ ସେ ବୁଝି ବୁଝି ପଢେ । ଏମିତି କଥାକୁ ଆମେ ମାଆ ପୁଅ ଅନ୍ଧବିଶ୍ୱାସ ମନେକରୁ । କିନ୍ତୁ ତଥାପି ଅଂଶୁ ଆମ ଜୀବନକୁ ଆସି ଆମ ଭାବନା ଅନେକ ବଦଳେଇ ଦେଇଛି । ତା ଜୀବନର ପରିସ୍ଥିତି ଦୃଷ୍ଟିରୁ ସ୍ୱଭାବିକ ଭାବେ ସେ ଜଣେ ବିଚଳିତ ମାଆ । ତା ମନକୁ ଜ୍ୟୋତିଷଙ୍କ କଥା ଆଲୋଡିତ କରିଛି । ମାଆ ଭାବନ୍ତି ଈଶ୍ୱର ଆମକୁ ସାଙ୍କେତିକ ଚେତାବନୀ ସହ ପ୍ରତିକାର ବ୍ୟବସ୍ଥା ବି କରିଛନ୍ତି ଅଂଶୁ ମାଧ୍ୟମରେ ।
ଏ ତ ଗଲା ବିଶ୍ୱାସ ଓ ଅନ୍ଧବିଶ୍ୱାସର କଥା, କିନ୍ତୁ ସାମାଜିକ ଦିଗଟି ଦେଖ । ଅଂଶୁର ବାପା ମାଆ ଚାଲିଗଲେ । ସେ ଛୋଟ ଥିଲା । ହୁଏତ ସେ ସେମାନଙ୍କୁ ଆଉ ସ୍ମରଣକୁ ଆଣୁନାହିଁ । ମୋ ମାଆ ବା ତା ଜେଜେମାଆ ଏବଂ ମୁଁ ତା ପାଇଁ ସବୁକିଛି । ସେ କଣ ଆମକୁ ଖୁସି ଦେଉନି । ପରିଚାରକ ପରିଚାରିକା ସବୁ ଥାଇ ବି ବାଳକ ଅଂଶୁ ନଥିଲେ ମୁଁ କଣ ମାଆଙ୍କୁ ଛାଡି ଏମିତି ବୁଲି ପାରୁଥାନ୍ତି? ମୋର କଣ ସମ୍ପୂର୍ଣ୍ଣ ଏକ ବାପାର ଭାବନା ତା ପ୍ରତି ଆସୁନି କି? ଆସୁଛି ପୂର୍ଣ୍ଣମାତ୍ରାରେ । ଅତଏବ୍ ସେ ମୋର ପୁଅ ଓ ମୁଁ ତାହାର ବାପା । ତେଣୁ ମନରେ ଦ୍ୱନ୍ଦ୍ୱ, ପୁଅର ଭଲ ହେବ ନା ମନ୍ଦ ହେବ ମୁଁ ଯଦି ବାହାହେବି! ଯଦି ସେ ମୋର ଜନ୍ମିତ ପୁତ୍ର ହୋଇଥାନ୍ତା କଥା ଅଲଗା । ସେ ତା ଅଧିକାର ସାବ୍ୟସ୍ତ କରିଥାନ୍ତା । ଆମେ ତ କୌଣସି ବୈଧାନିକ ବ୍ୟବସ୍ଥା କରି ତାକୁ ଗ୍ରହଣ କରିନୁ, ପାରମ୍ପରିକ ରୀତିରେ ଦିଅଁ ଦେବତାଙ୍କୁ ସାକ୍ଷୀ ରଖି ତାକୁ ଗ୍ରହଣ କରିଛୁ । କାଲି ମୋର ନିଜ ସନ୍ତାନ ଓ ପତ୍ନୀ ମୋ ଜୀବନକୁ ଦୁର୍ବିସହ କରିବେ ନାହିଁକି ଅଂଶୁକୁ ସମ୍ପତ୍ତି ଦେଲେ ।
ଏଣୁ କେବଳ ଅନ୍ଧବିଶ୍ୱାସ ପାଇଁ ନୁହେଁ ବହୁତ ଭାବିଚିନ୍ତି ମୁଁ ଭାବୁଛି ଯେ ଅଂଶୁ ରୂପକ ଉପହାରକୁ ଲାଳନ ପାଳନ କରିବାର ଯୋଗ୍ୟତା ମୋର ରହୁ । ବାସ୍ତବିକ ମୁଁ ଖୁବ ଖୁସି ମୋ ପୁଅକୁ ନେଇ । ଆଉ ଅନିଶ୍ଚିତତା ମଧ୍ୟକୁ ଯିବାର ଇଛା, ଉଦ୍ଦେଶ୍ୟ ବା ସାହସ ନାହିଁ ।
ସେ ନୀରବ ରହିଲା ।
ମୁଁ ତା ତର୍କରେ ପରାଜିତ ଅନୁଭବ କରୁଥିଲି । ମୁଁ ମାୟାର ଏମିତି ନିଷ୍ପତିରେ କିଛି ତ୍ରୁଟି ଦେଖି ପାରୁନଥିଲି । ତା ଭାବନା ମଧ୍ୟରେ ମୋ ପରିଚୟର ପ୍ରଭାବ ତାହେଲେ ନାହିଁ । ମୁଁ ନିଜକୁ ଦୋଷୀ ମନେକରିବାର କାରଣ ନାହିଁ । ମୋ ପଥ ପରିସ୍କାର ଦେଖାଗଲା । ମୁଁ ଆଉ ଅପେକ୍ଷା କରିବାର କାରଣ କିଛି ନଥିଲା ।
ପୁଣି ମୋ ଜୀବନଟି ମୋତେ ଲାଗିଲା ଅନେକ ସୁଯୋଗର ସମାହାର । ଟାଟାର କଳାବୃତ୍ତି ପାଇବା, ଲକ୍ଷ୍ମୀ ମାଆଙ୍କ କଥା ପଦେ ଶୁଣିବା, ମାୟାଧର ପରି ବନ୍ଧୁ ଓ ସୁରକ୍ଷାଟିଏ ପାଇବା, ଭଲ ପାଠ ପଢିବା, ଆମ ବ୍ରାଣ୍ଡ୍ ସଫଳ ହେବା, ମାଆ ଜଣେ ପାଇବା, ମୋ ପରିବାର ମୋ ସହ ଶାନ୍ତିପୂର୍ଣ୍ଣ ବ୍ୟବହାର କରିବା ଓ ଜୀବନରେ ସଫଳ ହେବା; ଏସବୁ ମୋତେ ସ୍ୱପ୍ନ ଭଳି ମନେହେଲା । ତା ସହ ଆମ କଳା ସମ୍ପର୍କ ସୁଦୃଢ ହେବା ଅତି ମହତ୍ୱପୂର୍ଣ୍ଣ ନୁହେଁ କି!
ଏବେ ପୁଣି ଅଂଶୁ । ଇଛା ହେଉଥିଲା କହିବାକୁ, ମାୟା ତୁ ଘର ସଂସାର କର, ଅଂଶୁ କଥା ଚିନ୍ତା କରନାହିଁ । ତା ପାଇଁ ମୁଁ ଅଛି । କିନ୍ତୁ ମୁଁ ବୁଝି ସାରିଥିଲି, ଅଂଶୁ, ତା ଜେଜେମାଆ ଓ ତା ବାପା ଏକ ପରିବାରର ରାସାୟନିକ ସମୀକରଣ ସୂତ୍ରରେ ବାନ୍ଧି ହୋଇ ଯାଇଛନ୍ତି ।
କେବଳ ମାଆ ହିଁ ଶେଷ ଭରସା । ତାଙ୍କୁ ବୁଝାଇ କହିବି ଓ ମାୟା ବାବଦରେ ନିଷ୍ପତି ନେବାକୁ ଅନୁରୋଧ କରିବି । ତାପରେ ଦୁନିଆକୁ କହିବି ମୋର ପରିଚୟ । ଏହା ମୋ ମନରେ ସ୍ଥିର ହୋଇ
ଗଲା । ହେଲେ, ମାଆଙ୍କୁ କହିବାକୁ ମୋତେ ସଙ୍କୋଚ ଲାଗିବ ନାହିଁ ତ! ମାଅ କ’ଣ ଭାବିବେ? ମୋତେ ବେତରେ ପିଟି ଘରୁ ନିକାଲି ଦେବେ ଯଦି!
- ଏ ମାୟା! ମାଆଙ୍କୁ ତ ମୋ ବାବଦରେ କହିବାକୁ ପଡିବ । ତୁ ଟିକେ ମୋ ପାଇଁ କହନ୍ତୁ ନାହିଁ? ମୋତେ ଲାଜ ଲାଗିବ । ଡର ବି ଲାଗୁଛି । ତୁମ ଘର ଦରଜା ମୋ ପାଇଁ ସବୁଦିନ ବନ୍ଦ ହୋଇଗଲା ଜାଣିଥା । ତଥାପି ମୁଁ ଚାହୁଁଛି, ମାଆଙ୍କୁ ଓ ମୋ ପରିବାରକୁ କହିଲା ପରେ ଯାଇ ମୁଁ ଦୁନିଆକୁ କହିବି । ଦୟାକରିଏତିକି ସାହାଯ୍ୟ କରିବୁ ।
- ତୁ ଅଯଥା ଡରୁଛୁ ସୁମନ । ମାଆଙ୍କ ଭାବନା ସବୁବେଳେ ଥାଏ ଅନ୍ୟ ଲୋକଙ୍କୁୁ ତାଙ୍କ କଥା କେମିତି ଲାଗିବ । ସେ କେବେ କାହା ମନରେ ଦୁଃଖ ଦେବା ସମ୍ଭବ ନୁହେଁ । ହେଉ ହେଲା ମୁଁ ମାଆଙ୍କୁ ବୁଝାଇ କହିବି ।
The real story starts now .Turning point...awaiting to read more
ReplyDeleteThank you so much mam.
DeleteVery interesting story. Please go ahead.
ReplyDeleteThank you so much.
DeleteVery interesting story. Please go ahead. I'm Sanjukta Mohapatra, H. M. Govt. U. P. S. Bidyadharpur. I'm a regular reader of your writings.
ReplyDeleteThank you so much mam. Feeling grateful.
DeleteReally very interesting story. I like such type of writing. I'm Sanjukta Mohapatra from Bidyadharpur.
ReplyDeleteThank you so much mam.
DeleteAm eager to know Maya's mother's response..... !!!
ReplyDeleteThank you so much. Mother is a mother. Hope you will appreciate the next chapter.
DeleteInteresting and a new type of story. Guessing the response of Maya's mother will be more interesting.
ReplyDeleteLet us hope so. Thank you so much.
ReplyDeleteହୃଦୟସ୍ପର୍ଶୀ ଲେଖା 👌
ReplyDeleteThanks Nita.
Deleteଏ ଭାଗ ଟି ପଢି ବହୁତ ଖୁସି ହୋଇଗଲି।ଧନ୍ୟବାଦ ଭାଇ।ଆମେପଢ଼ି।ଖୁସି୍୍ହହେଉଛୁ।ତୁମେଲେଖି୍ ଚାଲ।
ReplyDeleteନାମ ଦେଖାଉ ନାହିଁ। ବହୁତ ଧନ୍ୟବାଦ ଭାଇ। ତେବେ, ପୁସ୍ତକ କଲାବେଳେ ଏ ଭାଗଟି ବିଶେଷ ଭାବେ ସଂପାଦିତ ହେବ।
DeleteCant't wait for the next part. An excellent presentation from the heart. Thanks Rabi Bhai
ReplyDeleteThank you so much. The comment below this was meant for you.
Deleteବହୁତ ଧନ୍ୟବାଦ ଭାଇ। ଏମିତି ସଦିଛା ଥାଉ। ଆଶା ଆଗକୁ ଆସୁଥିବା ଭାଗ ଗୁଡିକ ସେମିତି କିମ୍ବା ତାହାଠୁ ଅଧିକ ମନଛୁଆଁ ହେବ ଈଶ୍ୱରଙ୍କ ଦୟାରୁ।
ReplyDeleteStory ra gati apari badalna boli asa kari nathili..bahut sunder bhabare badalila.badhia lagila.next ku apeksha.am Archana Mohanty from bdk.
ReplyDeleteବହୁତ ଧନ୍ୟବାଦ। ଆଶା ଶେଷ ପର୍ଯ୍ୟନ୍ତ କିଛି ଉତ୍କଣ୍ଠା ଜାରି ରହିବ ଓ ସମାପ୍ତି ......ଆମେ ଏପର୍ଯ୍ୟନ୍ତ ପ୍ରାୟ ଚାଳିଶି ପ୍ରତିଶତ ପଢିଲେ।
Deletebadaliba
ReplyDeleteବହୁତ ସୁନ୍ଦର ହୋଇଛି ରବି।
ReplyDeleteThanks.
Delete