Search This Blog

Saturday 29 June 2019

Short Stories And Memoirs: ସୈନିକ ସରପଞ୍ଚ ।

Short Stories And Memoirs: ସୈନିକ ସରପଞ୍ଚ ।: ସୈନିକ ସରପଞ୍ଚ ।             ଉଦୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ , ବିବେକ ବାବୁ ତାଙ୍କ ଦାମୀ ଫୋନରେ ଏକ ଭିଡ଼ିଓ ଦେଖୁଥିଲେ ଯାହାକୁ କୁହାଯାଉଛି ଭାଇରାଲ୍ ଭିଡ଼ିଓ ...

ସୈନିକ ସରପଞ୍ଚ ।


ସୈନିକ ସରପଞ୍ଚ ।
            ଉଦୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ, ବିବେକ ବାବୁ ତାଙ୍କ ଦାମୀ ଫୋନରେ ଏକ ଭିଡ଼ିଓ ଦେଖୁଥିଲେ ଯାହାକୁ କୁହାଯାଉଛି ଭାଇରାଲ୍ ଭିଡ଼ିଓ । ବାଣପୁର ଡାକ୍ତରଖାନାର କଥା ।
            ଲୋକେ ରୋଗୀଟିଏ ପହଞ୍ଚାଇଲା ବେଳକୁ ମୃତ୍ୟୁ ହୋଇସାରିଥାଏ । ଡାକ୍ତର ବାବୁଙ୍କ ଘୋଷଣା ଏକ ଔପଚାରିକତା ମାତ୍ର । ସମ୍ବେଦନର ପ୍ରାବଲ୍ୟରେ ଲୋକେ ଏକଥା ମାନୁ ନଥାନ୍ତି । ଏଟା କଣ ଜାଣିଛି ମ ? କଟକ ବଡ଼ ଡାକ୍ତରଖାନା ନେବାକୁ ଜିଦ୍ କରୁଛନ୍ତି । ସେଠି ଗନ୍ଧମାର୍ଦ୍ଦନ ଧରି ହନୁମାନ ଅଛନ୍ତି । ବିଶଲ୍ୟକରଣୀ ହେଉକି ଅନ୍ୟ ଯାହାକିଛି ସବୁ ଭରିଛି ଗନ୍ଧମାର୍ଦ୍ଦନ । ଅଶ୍ୱିନୀ କୁମାର ପ୍ରାୟ ବୈଦ୍ୟ ଅଛନ୍ତି । ତାଙ୍କ ନିର୍ଦ୍ଦେଶରେ ପୁରୁଖା ଦିଦି କଡ଼ା ଇଂଜେକ୍ସନ୍ ଦେଲେ ଲୋକ ଜୀବନ୍ୟାସ ପାଇବ । ତାପରେ ଆଇସିୟୁକୁ ନେଲେ ସେ ଚେଙ୍ଗା ହୋଇ ଉଠିବ । ବାଣପୁରର ଏ ଛାର ଡାକ୍ତରର ଏତେ ବହପ, ଦେବସତ୍ତା ମାନବକୁ ମୃତ୍ୟୁ ଘୋଷଣା କରିବ ।
            ଦିଅ ଆମ୍ବୁଲାନ୍ସ, ଦିଅ ୧୦୮, ଦିଅ ଅକ୍ସିଜେନ୍, କର ରିଫର୍ ।
ବିଚରା କିଂକର୍ତ୍ତବ୍ୟବିମୁଢ଼ ଯୁବଡାକ୍ତରର ରକ୍ତ ଗରମ ହୋଇ ଯାଉଥାଏ ରୋଗୀକୁ ବୋହିବାକୁ ୧୦୮ କମ୍ ପଡ଼ୁଛି । ଏମିତି ଅକାରଣେ ଗାଡ଼ି ଚାଲିଲେ ତ କଥା ସରିଲା । ମୃତ ବ୍ୟକ୍ତିଙ୍କୁ ରିଫର କରିହେବନି ଲୋକେ ଯେତେ ଛେଚିକୁଟି ହେଲେ । ୧୦୮ ଅଫିସରୁ ଫୋନ ଆସିବ, “ଆପଣ କେଉଁ ଡାକ୍ତରଖାନା, କେଉଁ ଜିଲ୍ଲାରୁ କିପ୍ରକାର ରୋଗୀଙ୍କୁ ଉଚ୍ଚତ୍ତର ଡାକ୍ତରଖାନା କେଉଁଠିକୁ ପଠାଉଛନ୍ତି । ଆପଣଙ୍କ ନାମ କ? ରିଫର ନମ୍ବର କଣ ? ଅକ୍ସିଜେନ୍ ଦରକାର ଅଛି କି ନାହିଁ ? ଓ ଏମିତି କେତେ ପ୍ରଶ୍ନ ।
            ଗାଡ଼ି ପୁଣି କେତେ ଦୂରରେ ଥିବ ଓ କେତେବେଳେ ଆସିବ । ଏତେ ସବୁ ପ୍ରଶ୍ନର କି ଉତ୍ତର ଦେବେ ଯୁବଡାକ୍ତର ! ମୃତ ବ୍ୟକ୍ତିକୁ ଲୋକେ ଜବରଦସ୍ତ ଜୀଅନ୍ତା କହି ନେବାକୁ ଚାହୁଁଛନ୍ତି କହିଲେ ତ ଗାଡ଼ି ମିଳିବ ନାହିଁ । ପୁଣି ଗାଡ଼ିରେ ପଠାଇବା କଥାରେ ରାଜିହେଲା ମାନେ ଲୋକଟି ବଞ୍ଚିଛି ବୋଲି ରାଜିହେଲେ, ଅର୍ଥାତ୍ ଦଶମିନିଟ୍ ପରେ ଲୋକେ ଯଦି ସମ୍ବେଦନକୁ ଶୀତଳ କରି କହିଲେ କାହିଁକି ଆଉ ନେବା, ତାହେଲେ ବିଚରା ଚିକିତ୍ସକକୁ ମିଛ ଜୀଅନ୍ତା ଲୋକକୁ ପୁନଶ୍ଚ ମାରିବାକୁ ପଡ଼ିବ ଓ ମୃତ୍ୟୁର ଏକ କାରଣ ଲେଖିବାକୁ ପଡ଼ିବ, ଆଇନ୍ ଜାଲରେ ଛନ୍ଦି ହୋଇଯିବ ।
            ଏମିତି ଅତୀତରେ ଘଟିଛି । ଏକ ଉପାନ୍ତ ଇଲାକାର ରାଜପରିବାର ନିଜ କୁଟୁମ୍ବର ଜଣଙ୍କୁ କୌଶଳରେ ହତ୍ୟାକରି ଡାକ୍ତରଖାନା ଆଣିଲେ । ଡାକ୍ତରବାବୁଙ୍କୁ ଏମିତି ତନ୍ଦରା କଲେ ଯେ ନକହିବା ଭଲ । କୁମ୍ଭୀର କାନ୍ଦଣା କାନ୍ଦି ନେହୁରା ହେଲେ । ଡାକ୍ତରବାବୁ ଫଟାଫଟ୍ ଦୁଇଟା ଜୀବନରକ୍ଷାକାରୀ ଜରୁରୀ ଇଂଜେକ୍ସନ୍ ଫୋଡ଼ିବାକୁ ନିର୍ଦ୍ଦେଶ ଦେଲେ । ପରେ ସେ ସମ୍ଭ୍ରାନ୍ତ ହତ୍ୟାକାରୀମାନେ ଏହାକୁ ଅଦାଲତରେ ପ୍ରମାଣ କରାଇଲେ ଯେ ଯଦି ଜୀବିତ ଅବସ୍ଥାରେ ନଆଣିଥାନ୍ତେ, ଡାକ୍ତରବାବୁ ଇଂଜେକ୍ସନ କେମିତି ଦେଇଥାନ୍ତେ ?
            ବାଣପୁରରେ ଚାଲିଲା ତୁମୁଳ କାଣ୍ଡ । ଆଜିକାଲିର ଯୁବ ସ୍ୱେଚ୍ଛାସେବୀ ବାହିନୀମାନେ ହଠାତ୍ ଉନ୍ମତ ହୋଇ ପିଟାପିଟି, ଧସ୍ତାଧସ୍ତି, ଭଙ୍ଗାରୁଜା ଆରମ୍ଭ କରିଦେଲେ । ସାମ୍ପ୍ରତିକ ବେମୁରବିଆ ସମାଜର ପରିସ୍ଥିତି ଆଣାୟତ୍ତସ୍ମାର୍ଟ ଫୋନରେ ଚିତ୍ରୋତ୍ତଳନ କରାଯାଏ ସତେ ଅବା ଲାଲ୍କିଲ୍ଲାରୁ ଇୟୁନିୟନ ଜ୍ୟାକ୍ ହଟାଇ କେହି ତ୍ରିରଙ୍ଗା ଉଡ଼ାଉଛନ୍ତି । ବୟସ୍କ ଦିଦି ଜଣେ ଭିଡ଼ିଓରେ କହିବାର ଶୁଣାଯାଉଛି ମାରିକି ଆଣି ଏତେ କାଣ୍ଡ, ଭାଗ୍ୟ ଆମର ଭଲ । ଯଦି ଜୀବାବସ୍ଥାରେ ଆଣି ପାଞ୍ଚ ମିନିଟରେ ମରିଥାନ୍ତା ତାହେଲେତ ପ୍ରଳୟ ହୋଇ ଯାଇଥାନ୍ତା । ହେ ପ୍ରଭୁ ଯିଏ ବଞ୍ଚିବା ସମ୍ଭବ ସେ ଆସୁ, ମୃତ୍ୟୁ ଯାହାର ନିଶ୍ଚିତ ସେ ବାଟରେ ମରିଆସୁ ଅବଶ୍ୟ ଦିଦିଙ୍କ ଭାଗ୍ୟଭଲ ତାଙ୍କ ସ୍ୱର ଶୁଣାଯାଉଛି କିନ୍ତୁ ସେ ଦେଖାଯାଉ ନାହାନ୍ତି । ଏଣୁ ସେ ଦିଦି ନହୋଇ ସାଧାରଣ ଜନତା ହୋଇଥାଇପାରନ୍ତି ଯେ ସତ୍ୟ କହୁଛନ୍ତି ।
            ବାଣପୁରରୁ ଉଦୟପୁର ଚାରିଜିଲ୍ଲା ପାର, ଦୁଇଶତ କିଲୋମିଟର ଦୂର । ତାହେଲେ ଏ ଅବସର ପ୍ରାପ୍ତ ସୈନିକ ସରପଞ୍ଚ ଏ ଭିଡ଼ିଓକୁ ଧ୍ୟାନ ସହକାରେ ଦେଖି ଆଲୋଡ଼ିତ ହେଉଛନ୍ତି କିଆଁ ? ସେ ଏମିତି ସେମିତି ସୈନିକ ନୁହନ୍ତି । ଏକଦା କାରଗିଲ୍ ମାଟିରେ ଭାରତୀୟ ବିଜୟ ଧ୍ୱଜା ପୁନସ୍ଥାପିତ କରିଥିବା ସୈନିକ ଦଳର ସଦସ୍ୟ । ଉଦୟପୁର ମାଟିର ଗୌରବ । ଅବସର ପରେ ଏହି ଗୌରବର ଟୀକା ସରକାରୀ ଦଳ ନିଜ ମୁଣ୍ଡରେ ତିଳକ କରିବାକୁ ତାଙ୍କୁ ଆମନ୍ତ୍ରିତ କଲା ନିଜ ଦଳରେ ମିଶାଇବାକୁ ।  ସେବେଠୁ ଆଜି ପର୍ଯ୍ୟନ୍ତ ସେ ଉଦୟପୁରର ଅପ୍ରତିଦ୍ୱନ୍ଦୀ ନେତା ଓ ଅପରାଜେୟ ସରପଞ୍ଚ ।
            ବିବେକ ବାବୁ ପ୍ରଥମ ଦଫାରେ ଦଳୀୟ ଭୋଟ ସହ ତାଙ୍କ ବୀରତ୍ୱ ଗାରିମାର ମହକରେ ବେଶ୍ ସୁରୁଖୁରୁରେ ନିର୍ବାଚନ ବୈତରଣୀ ପାରକଲେ ଏକ ତରଫା ଭାବେ । କିଛିଦିନ ନିଜର ମିଲିଟାରୀ କାଇଦାରେ ସ୍ଥାନୀୟ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ନିୟନ୍ତ୍ରଣ କଲେ ଓ ସାଧାରଣ ଲୋକଙ୍କ ପ୍ରଶଂସା ଭାଜନ ହେଲେ । କିନ୍ତୁ ସେ କ୍ରମଶଃ ହୃଦୟଙ୍ଗମ କଲେ; ଯେଉଁ କୌଶଳରେ କାରଗିଲ ବିଜୟ କରିଥିଲେ ତାହା ରାଜନୀତିରେ ଅଲୋଡ଼ା । ନିଜଦଳର ଅସାଧାରଣ କର୍ମୀ ଓ ଖୋଦ ବିଧାୟକ ତଥା ମନ୍ତ୍ରୀ ଯେ ତାଙ୍କ ମିଲିଟାରୀ କାଇଦାରେ ବିବ୍ରତ ହେଉଛନ୍ତି ଏହା ବୁଝିଗଲେ ଖୁବ୍ ଅଳ୍ପ ଦିନରେ । ରାଜନୀତିରେ ଲୋଡ଼ା ସାମ, ଦାନ, ଦଣ୍ଡ ଓ ଭେଦ ନୀତିକୁ ସେ ଏଡ଼ାଇ ଯିବାକୁ ଅନୁଚିତ ମନେକଲେ । ମହତ୍ୱାକାଂକ୍ଷା କବଳିତ ତାଙ୍କ ମଗଜ ସବୁ ଛଳ ବଳକୁ ଆପଣାଇ ନେଲା । ସେବି ବିଧାୟକ ହେବାକୁ ଅଧିକ ଯୋଗ୍ୟ ଭାବେ ନିଜେ ଅନୁଭବ କଲେ । ସ୍ୱପ୍ନ ସାକାର ହେବାପାଇଁ ଅର୍ଥ ଦରକାର ଓ ଅର୍ଥ ଆସିବାର ଉପାୟମାନ ଛାଆଁକୁ ଉଦ୍ଭାସିତ ହେଲେ ତାଙ୍କ ବୁଦ୍ଧି ବିଚାରରେ । ସେ ହେଉଥିଲେ ବିକଶିତ ଓ ପାକଳ । ଦଳ ମଧ୍ୟରେ ନିଜ ବ୍ୟକ୍ତିଗତ ବାହିନୀ ସୃଷ୍ଟିକଲେ, ସମସ୍ତ ବିଧାନସଭା ଅଞ୍ଚଳରେ ପ୍ରତି ଗ୍ରାମରେ ରହିଲେ ତାଙ୍କ ଅନୁଗତ । ତାଙ୍କ ବ୍ୟକ୍ତିଗତ ସଂଗଠନ ସ୍ପଷ୍ଟ ବାରି ହୋଇପଡ଼ିଲା । ତାଙ୍କ ନାମରେ ଏକ ଫ୍ୟାନକ୍ଲବ ମଧ୍ୟ ଚାଲୁ ହେଲାଣି।
            ଲୋକେ କହିଲେଣି, ବିବେକ ତୁଛାଟାକୁ ଦୀର୍ଘଦିନ ସରପଞ୍ଚ ରହି ନିଜର କ୍ୟାରିୟର ବରବାଦ କରୁଛନ୍ତି । ଅନ୍ୟଦଳ ତାଙ୍କୁ ନିଜଆଡ଼କୁ ଟାଣିଲେଣି । କେହି କେହି କହନ୍ତି ସେ ସ୍ୱାଧୀନ ଭାବେ ଲଢ଼ାଇ କଲେ ଜିତିବା ନିଶ୍ଚିତ ।
            ମନ୍ତ୍ରୀ, ଏବେ ଏହି କାରଗିଲ ବିଜୟୀ ସରପଞ୍ଚଙ୍କୁ ନିଜ ପଥର କଣ୍ଟା ମନେକଲେଣି । କଣ୍ଟା ନୁହେଁତ ଶତ୍ରୁବିବେକ ବାବୁ ଏକଥା ବୁଝିଗଲେଣିଯେ କୌଣସି ମୁହୂର୍ତ୍ତର୍ରେ ସଂଗ୍ରାମ ହୋଇପାରେ । ଫାଟଟି ଏତେ ଓସାରିଆ ହେଲାଣିଯେ ମୁଖ୍ୟମନ୍ତ୍ରୀଙ୍କ ଜୟକାର ସହ ପ୍ରତିସଭାରେ ଅର୍ଦ୍ଧେକ ଜୟକାର କରନ୍ତି ବିଧାୟକଙ୍କର ଓ ଅନ୍ୟ ଅର୍ଦ୍ଧେକ ବିବେକ ବାବୁଙ୍କର । ଜଣାପଡ଼େ ଏଠି ଆଉ ବିରୋଧୀ ଦଳ ନାହାନ୍ତି । କେବଳ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କ ମଧ୍ୟରେ ଛକାପଞ୍ଜା
            ପ୍ରତିଟି ଛୋଟବଡ଼ ଘଟଣାରେ ଉଭୟପକ୍ଷ ଠିଆ ହୋଇପଡ଼ନ୍ତି । ଜନତାଙ୍କ ସାହାଯ୍ୟାର୍ଥେ । ମନ୍ତ୍ରୀଙ୍କ ସପକ୍ଷବାଦୀ ଭାବନ୍ତି ବିବେକ ମହତ୍ୱାକାଂକ୍ଷୀ ଓ ବେଇମାନ । ତାଙ୍କ ସମର୍ଥକମାନେ ଭାବନ୍ତି ଅଞ୍ଚଳଟି ଜଣଙ୍କର ବୋପା ବୁନିଆଦି ନୁହେଁ କିମ୍ବା ମନ୍ତ୍ରୀ, ବିବେକ ବାବୁଙ୍କ ଅପେକ୍ଷା ଅଧିକ ଯୋଗ୍ୟ ବା କର୍ମଠ ନୁହନ୍ତି।
            ତିନିମାସ ତଳେ ଏକ ଦୁଃଖଦ ଘଟଣା ଘଟିଗଲା । ଉଦୟପୁର ପଞ୍ଚାୟତରେ ବିବେକ ବାକୁଙ୍କ ଏକାନ୍ତ ଅନୁଗତ ଯୁବକ ବାବୁକୁ ବିଷଧର ସର୍ପ ଦଂଶନ କଲା । ସେ ଦୂରାନ୍ତର ଗମନ କରିଥିଲେ । ତାଙ୍କ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ ବାବୁକୁ ତୁରନ୍ତ ଢ଼େଙ୍କାନାଳ ମୁଖ୍ୟ ଡାକ୍ତରଖାନା ନେବାକୁ । ମାତ୍ର ସତର କିଲୋମିଟର ଦୂର ଅଥଚ ଅନୁଗତମାନେ କିଛି କରିବା ପୂର୍ବରୁ ମନ୍ତ୍ରୀଙ୍କ ଲୋକେ ବାବୁକୁ ନେଇଗଲେ ସ୍ଥାନୀୟ ଜଣେ ବିଖ୍ୟାତ ଗୁଣିଆଙ୍କ ପାଖକୁ । ଏହା ସ୍ଥାନୀୟ ଅଧିକାଂଶଙ୍କର ମତ ଥିଲା । ପ୍ରତିରକ୍ଷା ବିଭାଗରେ କାମକରି ବିବେକ ମୌଳିକ ଭାବେ ଜାଣିଥିଲେ ଏସବୁ ଅନ୍ଧବିଶ୍ୱାସ । ଏହାର ପ୍ରାଥମିକ ଚିକିତ୍ସା, ଲକ୍ଷଣ ଇତ୍ୟାଦି ବାବଦରେ ସେ ତାଲିମ୍ ପ୍ରାପ୍ତ । ଏଣୁସେ ମନେ ମନେ କ୍ଷୂବ୍ଧ ହେଲେ । ହୁଏତ ପ୍ରତ୍ୟକ୍ଷ ଉପସ୍ଥିତ ଥିଲେ ସଠିକ୍ ମାର୍ଗ ଦର୍ଶନ ଦେଇଥାନ୍ତେ । ରାଜନୈତିକ ମତ ତାଙ୍କ ହେତୁବାଦୀ ମତକୁ ଗ୍ରାସ କରିଦେଲା । ଯଦି ବହୁତ ଲୋକ ଚାହୁଁଛନ୍ତି ବାବୁକୁ ଗୁଣିଆ ପାଖକୁ ନେବାକୁ ତାହେଲେ ନିଅନ୍ତୁ । ଗଣତନ୍ତ୍ରର ସ୍ୱରୂପ ସେଇଆ, ବହୁମତଟି ଠିକ୍ ।
            ନିଜ ମନର ଦରଜକୁ ମନରେ ଚାପିରଖି ଫେରୁଥାନ୍ତି । ଏଇ ବାବୁ, ସେ କହିଲେ ଖଣ୍ଡା, ତରୁଆଲ ଧରି ରଣକୁ ବାହାରି ଯିବ । ବସ୍ତୁତଃ ସେ ବିବେକଙ୍କ ଏକ ମୂଖ୍ୟଅସ୍ତ୍ର ଓ ଢ଼ାଲ । ମୁହୁର୍ତ୍ତକୁ ମୁହୁର୍ତ୍ତ ଖବର ଆସୁଥାଏ । ଗାଡ଼ିର ବେଗ ଦେଡଶହରେ ଫେରୁଥାନ୍ତି ସେ । ଗୁଣିଆ ଲାଗି ଲାଗି ଥକ୍କି ପଡ଼ିଲେ ଓ ମନ୍ତ୍ର ଚାଉଳ ଚାରିଆଡ଼େ ବିଞ୍ଚି ସିଦ୍ଧାନ୍ତ କଲେ, ଏ ସର୍ପ ଦଂଶନ ଘଟିଛି କ୍ରୋଧରୁ । ଏକଦା ସାଥୀ ସର୍ପଟିକୁ ପିଟି ପିଟି ମାରିଥିଲେ ବାବୁ । ଏହାର ପ୍ରତିଶୋଧ ସେ ନେଇଛି । ଏହା ଗୁଣୀରେ ଭଲ ହେଉନାହିଁ । ଆଉ ମାତ୍ର ପାଞ୍ଚ ଘଣ୍ଟା ଜୀବନ ଅଛି । ତୁରନ୍ତ ଢ଼େଙ୍କାନାଳ ନିଅ । ହୁଏତ ଆଧୁନିକ ଚିକିତ୍ସା କାମ କରିପାରେ । କିନ୍ତୁ  ଶିକ୍ଷିତ ବ୍ୟକ୍ତିଜଣେ ନିରୋଳାକୁ ଯାଇ ବିବେକଙ୍କୁ ଫୋନକଲେ, “ଏ ମୂର୍ଖ ଓଝା ଖେଳୁଛି, ପ୍ରକୃତରେ ବାବୁ ହୁଏତ ଚାଲିଗଲାଣି । ତା ଶରୀରରେ ଜୀବନର କୌଣସି ଲକ୍ଷଣ ନାହିଁ ।
            ଅନ୍ଧବିଶ୍ୱାସ ଓ ରାଜନୀତିର ପଶାପାଲି ଅତିକ୍ରମ କରି ଢ଼େଙ୍କାନାଳ ମୂଖ୍ୟ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ବାବୁର ମୃତ୍ୟୁ ଘୋଷଣା କେବଳ ମାତ୍ର ଔପଚାରିକ ଡାକ୍ତରୀ ଭାଷା ଥିଲା । ଅଧିକାଂଶ ଲୋକ ମାନିବାକୁ ପ୍ରସ୍ତୁତ ନୁହନ୍ତି । ପାଞ୍ଚ ଘଣ୍ଟାର ଜୀବନ ତଥାପି ଅଛି ବୋଲି ଗୁଣିଆ କହିଛନ୍ତି । କ୍ରମେ ତୁହାକୁ ତୁହା ଲୋକେ ପହଞ୍ଚିଲେ । ଡାକ୍ତରଙ୍କୁ ତିନିଥର ଦେଖିବାକୁ କହିଲେ । ଆଉ ତିନିଜଣ ଡାକ୍ତରଙ୍କୁ ଦେଖିବାକୁ ବାଧ୍ୟକଲେ । ଗୁଣିଆ କହିଛି ନା ।
            ବଚସା ଆରମ୍ଭ ହୋଇଗଲା । ଆଗରୁ ଏମିତି ରୋଗୀ ନେଇ କଟକରେ ଭଲ କରି ଆଣିଛନ୍ତି । ପାଞ୍ଚଘଣ୍ଟାରୁ ମାତ୍ର ଅଧାଘଣ୍ଟା ଯାଇଛି । ଏବେ ସରପଞ୍ଚ ବିବେକ ପହଞ୍ଚିଗଲେ  । ସେତେବେଳକୁ ବାବୁର ବାମହାତ ଖାଡ଼ା ହୋଇ ଠିଆ ହେଲାଣି । ବିବେକ ଏମିତି କେତେ ମୃତ୍ୟୁ ଆଖି ସାମ୍ନାରେ ଦେଖିଛନ୍ତି । ସେ ଭାବୁଥିଲେ ତାଙ୍କ ମଧ୍ୟରେ ସୈନିକଟି ମୃତ । ଏହି ବାବୁ, ଯେ ଧର କହିଲେ ବାନ୍ଧି ଆଣୁଥିଲା ଆଜି ଏମିତି ଦୟନୀୟ ପଡ଼ିରହିଛି ଓ ପରିସ୍ଥିତିକୁ ଅଧିକ ହୃଦୟ ବିଦାରକ କରୁଛନ୍ତି ତାଙ୍କ ନିଜ ପଞ୍ଚାୟତର ନିଜ ଲୋକମାନେ । ସେ ନାଚାର, ମଲା ସୈନିକର ଶରୀରରେ ଜୀବନ୍ତ ସରପଞ୍ଚ ଚିହିଁକି ଉଠିଲେ । ତାଙ୍କର ଦରକାର ଜନମତ । ଗଣତନ୍ତ୍ରରେ କେଉଁଠିତ କୁହାଯାଇନି, ଅନ୍ଧ ଜନମତ, ଅବା କୁ ଜନମତ, ଅର୍ଥ ସର୍ବସ୍ୱ ଜନମତ ଅବା ମଦ୍ୟ ଜନମତରେ ପାର୍ଥକ୍ୟ ଅଛି ,ସବୁ ସମାନ ।
            ଅନ୍ଧ ଜନମତକୁ ବେଖାତିରି କରାଯାଇ ନପାରେ । ଡାକ୍ତରବାବୁଙ୍କୁ ଭଦ୍ରଭାବରେ କହିଲେ, “ଆଜ୍ଞା ଆପଣଙ୍କର ଦେଖିବାରେ ତୃଟି ଅଛି ବୋଲି ଆମେ କହୁନୁ । କିନ୍ତୁ ଆପଣ ପବ୍ଲିକର ଚାକର, ପବ୍ଲିକ ଯେତେଥର କହିବେ ଆପଣ ସେତେଥର ଦେଖିବେ । ଦେଖିବାକୁ ବାଧ୍ୟ । ସେତେବେଳକୁ ସେ ନିଜର ପରିଚୟ ଦେଇ ସାରିଥିଲେ । ଡାକ୍ତରବାବୁ ନିଜକୁ ରୋକିନପାରି କହି ପକାଇଲେ ଯେ ତାଙ୍କ ଭାଇମାନେ ଏ ସମଗ୍ର ଅଞ୍ଚଳର ପ୍ରଥମ ସୈନିକ, ଅବସର ପ୍ରାପ୍ତ ।
            ବିବେକ ଭାବୁଥିଲେ, ଏ ଡାକ୍ତରଟି ନିଶ୍ଚେ ଜାଣିଥିବ, ସବୁପ୍ରକାର ପ୍ରତିଶେଧକ ବ୍ୟବସ୍ଥା ଥିବା ସତ୍ତ୍ୱେ ଯଦି ମେଲେରିଆ ଜ୍ୱର ହେଲା, ସୈନିକଟିକୁ କୈଫିୟତ ଦେବାକୁ ପଡ଼େ । ଆଉ ସର୍ପଦଂଶନରେ ଗୁଣି ବିଦ୍ୟାର ପ୍ରଶ୍ନ କେଉଁଠୁ ଆସିବ । ଅନ୍ଧବିଶ୍ୱାସ ଠାରୁ ସେ ବହୁ ଦୂରରେ । କିନ୍ତୁ ତାଙ୍କ ରାଜନୈତିକ ମଗଜ କହୁଥାଏ, ଏତେ ଲୋକ ଯେଉଁଠି ଚାହୁଁଛନ୍ତି ସେ କେମିତି ତାକୁ ବିରୋଧ କରିବେ । କାରଗିଲ ଜିତିବାରେ ସାହସ ଓ ସାମରୀକ କୌଶଳ ଦରକାର । ନିର୍ବାଚନ ଜିତିବା ପାଇଁ ଛଳନାତ୍ମକ ଜନ ସମ୍ପର୍କ ଦରକାର ।
            ସେ ନିଜକୁ କହିଲେ ହାୟରେ ବାବୁ କାଳ ତୋ ଦର୍ପ ହରଣ କରି ନେଲା, କାଲି ମୋ ଦର୍ପବି ହରଣ କରିନେବ । କିନ୍ତୁ ଏ ମହୀରେ ଥିବ ଯେତେଦିନ, ଆନନ୍ଦ କରୁଥିବ ମନ । ମୋ ଆନନ୍ଦ ନିର୍ବାଚନ ପହଁରିବାରେ ।  ସେ ପାଇଁ ମୁଁ ତୋର ମୃତ ଦେହର ପଶା ପାଲିରେ ବି ବିରୋଧୀକୁ ଜିତିବାକୁ ଦେବି ନାହିଁ ।
            ଏବେ ସେ ଦାବୀ କଲେ, ଆମ୍ବୁଲାନ୍ତସ, ଅକ୍ସିଜେନ, ରିଫରାଲ୍, ଦୋହରାଇଲେ, ହଁ ଜୀବନ ଅଛି । ଆମେ ନେଇଯିବୁ କଟକ । ସେ ଡାକ୍ତରଙ୍କର ସେତେବେଳକୁ କର୍ତ୍ତବ୍ୟ ସରିଯାଇଥାଏ । ବଦଳ ଡାକ୍ତରବି ଆସି ସାରିଥାନ୍ତି । ସେ କେବଳ ସୈାଜନ୍ୟତା ଦୃଷ୍ଟିରୁ ଲୋକମାନଙ୍କ ସମସ୍ତ ପ୍ରଶ୍ନକୁ ବୁଦ୍ଧି ବିବେକ ଖଟାଇ ଉତ୍ତର ଦେଉଥାନ୍ତି । ନିଜର ଉତ୍ତେଜନାକୁ କାବୁ କରୁଥାନ୍ତି । ଉଚ୍ଚ ଅଧିକାରୀଙ୍କୁ ଜଣାଉଥାନ୍ତି । ପୋଲିସ୍ ବଳ ତଥାପି ଆସିନଥାଏ । ଏହି ସମୟରେ ଅଧସ୍ତନ କର୍ମଚାରୀ ଜଣେ ଖାତାଟିଏ ଧରି ଆସିଲା ପ୍ରସୂତି ଗୃହରୁ ଡାକରା ଆସିଥାଏ । ବିବେକ ବାବୁ ତାଙ୍କ ସାଥିରେ ପ୍ରସୂତି ଗୃହ ପର୍ଯ୍ୟନ୍ତ ଗଲା ବାଟରେ ଦେଲେ ଏକ ସ୍ୱୀକାରୋକ୍ତିଯେ ସେ ଠିକ୍ ଜାଣିଛନ୍ତି, କିନ୍ତୁ କଣବା କରିପାରିବେ । ଏତେ ଲୋକଙ୍କ ମତକୁ ଅବମାନନା କରିବାର ସାହାସ ଜଣେ ଜନ ପ୍ରତିନିଧିର ନାହିଁ । ଡାକ୍ତରବାବୁଙ୍କୁ କହିଲେ ଯେ ତାଙ୍କ କର୍ତ୍ତବ୍ୟ ଅବଧି ସରିଗଲାଣି ସେ ଭିନ୍ନ ପଥରେ ଚୁପ୍ ଚାପ୍ ଚାଲିଯାଆନ୍ତୁ । ସେପଟ ସମ୍ଭଳିବା ଦାୟିତ୍ୱ ତାଙ୍କର ।
            କହିବା ବାହୁଲ୍ୟ, ପ୍ରସୂତିଗୃହର ମୁଖ୍ୟ ସେବିକା ଅନୁରୂପ ବୁଦ୍ଧି ଖର୍ଚ୍ଚ କରି ଡାକ୍ତରଙ୍କୁ ସେ ଭୀଡ଼ ମଧ୍ୟରୁ ନେଇ ଆସିଲେ ରୋଗୀର ଜଟିଳତା'ର ସାହାରା ନେଇ । ଥରେ ସେ ପ୍ରସୂତି ଗୃହକୁ ପଶିଲେ ଅନେକ ଶାନ୍ତି । ପୃଥିବୀର ସମସ୍ତ ଅସୁବିଧାରୁ ମଣିଷ ମୁକ୍ତି । କାରଣ ସେଠି ଅମୃତର ସୃଷ୍ଟି ନିତ୍ୟନୈମିତ୍ତି ସମ୍ଭାବନା । ସେହି ଜଟିଳତାରୁ ଏ ସୃଷ୍ଟି ଅନବରତ ଚାଲିଛି । ସେପଟର ମୃତ୍ୟୁକୁ ଏପଟର ଜନ୍ମ ବଳି ପଡ଼ୁଛି । ଏ ଉଭୟରେ ସାକ୍ଷୀ ସେ । ସେ ଡାକ୍ତରଟିଏ । ଧନ୍ୟ ମାତାମାନେ ।
            ଯାହାବି ହେଉ ଆଇନ୍ ଉଲଂଘନରେ ସମସ୍ୟା ବାବଦରେ ମୁଖ୍ୟ ଚିକିତ୍ସାଧିକାରୀ ଜଣାଇଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷଙ୍କୁ । ସେମାନେ ତୁରନ୍ତ ପଦକ୍ଷେପ ନେଇ ସେ ଲୋକମାନଙ୍କ ସରକାରୀ ଖର୍ଚ୍ଚରେ କଟକ ପଠାଇବା ଭଳି ହାସ୍ୟାସ୍ପଦ କାମଟି କରିଥିଲେ ।
            ଭିଡ଼ିଓଟି ଦେଖୁଦେଖୁ ବିବେକ ବାବୁ ନିଜକୁ ଆବିଷ୍କାର କରୁଥିଲେ, ବାଣପୁର ଗଣ୍ଡଗୋଳରେ ଯେମିତି ସେ ନିଜେ ସାମିଲ । ଲାଭ କଣ ହେଲା? ପାଞ୍ଚ ଶହ ଲୋକ ରାତି ଉଜାଗର ହେଲେ । କଟକ ଡାକ୍ତରମାନେ ଅନେକ ନିନ୍ଦାକଲେ । ପୋଷ୍ଟମର୍ଟମ୍ ରିପୋର୍ଟ ସିଧାସଳଖ ସାପକାମୁଡ଼ା ନଦେଇ ନାନାଦି ପରୀକ୍ଷାରେ ଝୁଲାଇ ରଖିଲେ । ହୁଏତ ଢ଼େଙ୍କାନାଳରେ ସେମିତି ନକରି ଡାକ୍ତରବାବୁ ମାନେ ସିଧାସଳଖ ସାପ କାମୁଡ଼ା ଲେଖି ଦେଇଥାନ୍ତେ । ଲୋକ ଚାରିଲକ୍ଷ ତୁରନ୍ତ ପାଇଥାନ୍ତା । ସର୍ବୋପରି ବିଚରା ବାବୁ ପ୍ରତି ଯେଉଁ ଅନ୍ୟାୟ ଘଟିଗଲା । ତାହାତ ବିବେକ ସାଥିରେ ବୋହିନେବେ ଯଦି ପୂନର୍ଜନ୍ମ ବୋଲି କିଛି ଥାଏ ।
            ଅସଲ ଦୋଶୀ, ଅନ୍ଧବିଶ୍ୱାସୀ ମଣିଷ ଓ ମୂର୍ଖ ଗୁଣିଆ ପ୍ରତି ପ୍ରଶାସନ ବା ସମାଜର କୌଣସି ଆକ୍ରୋଶ ରହିଲା ନାହିଁ । ଅଥଚ ମଲା ଲୋକଙ୍କୁ ଚାରି ଚାରିଜଣ ଡାକ୍ତର ମୃତ୍ୟୁ ଘୋଷଣା କଲେବି ସେଇଠି ଲଙ୍କାକାଣ୍ଡ ହେବାକୁ ଯାଉଥିଲା । ସେଦିନୁ ବିବେକବାବୁ ବହୁତ ବିଚିଳିତ ଥିଲେ । ଏ ବାଣପୁର ଘଟଣା ନିମିତ୍ତ ମାତ୍ର । ଏହା ତାଙ୍କୁ ସମସ୍ତ ବାଚାଳାମୀରୁ ମୁକ୍ତ କରିଦେଲା । ସେ ତାଙ୍କର ସମସ୍ତ ପାପାର୍ଜିତ ସମ୍ପତ୍ତିକୁ ଢ଼େଙ୍କାନାଳ ସୈନିକ ବୋର୍ଡ଼କୁ ଦାନ କରି ସରପଞ୍ଚ ଓ ଦଳର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇ ଚାଷବାସ ଓ ପେନସନରେ ସୁଖରେ କାଳାତିପାତ କରିବାର ନିଷ୍ପତ୍ତି ନେଲେ । ତାଙ୍କ ସମସ୍ତ ରାଜନୈତିକ ଜୀବନ ସତେଅବା ଥିଲା ଏକ ଦୁଃସ୍ୱପ୍ନ ।
            ଏକଥା ସର୍ବପ୍ରଥମେ ସେ ଡାକ୍ତରବାବୁଙ୍କୁ ଫୋନରେ ଜଣାଇ ତୃପ୍ତ ହୋଇଥିଲେ । ପରଦିନ ବିଭିନ୍ନ ସମ୍ବାଦପତ୍ରରେ ସ୍ଥାନୀୟ ସଂସ୍କରଣରେ ତାଙ୍କ ଫଟୋ ସହ ଖବର ପ୍ରକାଶ ପାଇଥିଲା । ସେ କୌଣସି ବିବୃତି ଦେବାକୁ ସେ ଆଗ୍ରହୀ ହୋଇ ନଥିଲେ ।


Tuesday 11 June 2019

ମାଆ।

ମାଆ।
ସେଦିନ ଥାଏ ପ୍ରଥମ ରଜ। ଆଜିର ଫିକା ଫିକା ରଜପର୍ବ ନୁହେଁ, ଗତ ଶତାବ୍ଦୀର ଅଶି ଦଶକର ଅସଲି ରଜ। ପାଣିବୁହା ଓ ପିଠା ପାଇଁ ପ୍ରସ୍ତୁତିରେ ଯାଏ, ପୂର୍ବଦିନ। କୁଣିଆ ଘରକୁ ଯିବା ଆସିବା ଲାଗିରହେ। ଘରେ ଆମ୍ବ ପଣସ ଓ ନାନାଦି ସୁଖାଦ୍ୟର ଅଭାବ ନଥାଏ। ଗାଁରେ ଲାଗିଥାଏ ଅନେକ ପଟା ଦୋଳି। ପିଲାଏ ସେଇଠି ରୁଣ୍ଡ। ବାଳିକା ମାନେ ଭଳିକି ଭଳି କଣ୍ଢେଇ ସଜେଇକି ରଖନ୍ତି; କଣ୍ଢେଇ ପୂଜା ବା ଖେଳ। ମିଳିମିଶି ପାନ ଭାଙ୍ଗନ୍ତି ଓ ଗାଁଆସାରା ବାଣ୍ଟନ୍ତି। ଯୁବକ ମାନେ ଖେଳରେ ମାତିଥାନ୍ତି। ମଧ୍ୟ ବୟସ୍କ ମାନେ ତାସ ପଶା ଖେଳିବାରେ ବ୍ୟସ୍ତ। କିନ୍ତୁ ମାଆ, ବୁଢୀମା, କେବଳ କାମରେ ବ୍ୟସ୍ତ। ପାଣିବୁହା ଦିନସାରା କାମ ପୁଣି ରାତିରେ ନାନାଦି ପିଠା ଗଢିବା; କେତେ କିସମର ପୋଡପିଠା, ଆରିସା କାକରା। ଚୁଲି ନାମକୁ ମାତ୍ର ବନ୍ଦ, ସମସ୍ତଙ୍କ ଖିଆ ପିଆ ପାଇଁ ଉଠା ଚୁଲିରେ ରୋଷେଇ। ନିଶ୍ବାସ ନେବାକୁ ତର ନଥାଏ। ମାଆ କେବେ ଅଭିଯୋଗ କରିନାହିଁ, ଏ ପର୍ବ ପର୍ବାଣି ତା ପାଇଁ ଖୁବ୍ କଷ୍ଟ। ସେ ନିଜେ ହିଁ ନୂଆ ନୂଆ ପଧିପ (ତା ଭାଷା) ଯୋଗ କରି ଚାଲେ। କିଛି ଗୋଟେ ନିଆରା।
ସେ ମାଆ।
ଶ୍ରେଷ୍ଠ ମାଆ, ସବୁ ମାଆ ଶ୍ରେଷ୍ଠ।
ଦେଈ! ଦେଈ! ଦେଈ!
ହୁରି ପକାଇଲା ଈନ୍ଦ୍ରମଣି। ଈନ୍ଦ୍ରମଣି ଜଣେ ସେବାକାରୀ, ଗୋରୁ ଗାଈଙ୍କ ଯତ୍ନ ନିଏ। ମାଆଙ୍କୁ ଦେଈ ସମ୍ବୋଧନ କରେ। ସେ ବି ପର୍ବରେ ନୂଆ ଲୁଗା ପିନ୍ଧି, ପିଠା ପଣା ଖାଇ ଖୁସି। କାମ ବନ୍ଦ। କେବଳ ଯାହା ଘରେ ବନ୍ଧା ଗୋରୁଗାଈଙ୍କୁ କୁଣ୍ଡାପାଣି, ନଡା ଘାସ ଖୁଆଇବା କଥା। ପିଠାପଣାରେ ତାଙ୍କର ମଧ୍ୟ ଭାଗ ଥାଏ।
କଣ ହେଲାକିରେ ଈନ୍ଦର?
ଦେଈ ତୁମେ ଜଲଦି ଆସ, ଭାଇଙ୍କୁ ଡାକ ପକାଅ। ମୁଁ ଏଠି ଜଗିଛି। ମୁଁ ଯାଇ ପାରିବି ନାହିଁ।
କଣ କିଛି ଅଜବ ଜନ୍ତୁ ଜାନୁଆର ବାଡିପଟେ ବାହାରିଛିକି? ହଠାତ କାହିଁକି ଏମିତି ଭାବନା ମନକୁ ଆସିଲା କହିହେବ ନାହିଁ। ମାଆ କାମଛାଡି ଝପଟି ଗଲେ। ତାଙ୍କୁ କିଛି ବୁଦ୍ଧି ବାଟ ଦେଖାଗଲା ନାହିଁ। ବୁଢୀମା ଦାଣ୍ଡ ପାଖକୁ ଯାଇ ପୁଅ ନାମଧରି ହୁରି ପକାଇଲା। ଆମେ ଯେତେ ଭାଇ ଭଉଣୀ ଯେଉଁଆଡେ ଥିଲୁ ଘରକୁ ଦୌଡିଲୁ। ସାନମାମୁଁ ବି ଭଉଣୀ ଘରକୁ ଆସିଛନ୍ତି। ବଡଦେଈ ଓ ଭିଣୋଇ ଆସିଥାନ୍ତି ସମସ୍ତେ ଘଟଣା ସ୍ଥଳରେ ଉପସ୍ଥିତ ହେଲେ।

 କୈଳାସ ମାମୁଁ, ଈନ୍ଦ୍ରମଣିଙ୍କ ଉପରିସ୍ଥ, ଓ ଘରର ନିଜଲୋକ ପ୍ରାୟ ସହାୟକ, ଏକ ମସ୍ତବଡ ଠେଙ୍ଗା ଧରି ଠିଆ ହୋଇଥାଏ। ତେବେ ବାପା ନପହଞ୍ଚିବା ପର୍ଯ୍ୟନ୍ତ ସମସ୍ତେ କିଂକର୍ତ୍ତବ୍ୟବିମୁଢ।

ବାପା ଆସି ପହଞ୍ଚିଲେ।
ଦୃଶ୍ୟଟି ଥିଲା ଏମିତି। ବାଡିର ଦକ୍ଷିଣ ପଶ୍ଚିମ କୋଣରେ ଥାଏ ଖତ ଗାଡିଆ। ଏ ଖତଗାଡିଆ ଓ ସନ୍ନିକଟ ବାଉଁଶ ବୁଦା ମଧ୍ୟରେ ଥାଏ ଅପେକ୍ଷାକୃତ ଖାଲୁଆ ଭୂମି। ଘରବାଡିର ବର୍ଷା ପାଣି ଏହି ବାଟ ଦେଇ ଗଡିଯାଏ ଦକ୍ଷିଣତମ ପ୍ରଦେଶରେ ଅବସ୍ଥିତ ତିନି କୋଣିଆ ପୋଖରୀକୁ। ସେହି ପାଖରେ ଥାଏ ଏକ ପିଜୁଳି ଗଛ ଓ ଆରିସା ବୁଦା। ପିଜୁଳି ଗଛଟି ତାର ସ୍ବାଦିଷ୍ଟ ଖସମସ ହୋଇ ଚୋବେଇ ହୋଇପାରୁଥିବା ଫଳ ଅନୁସାରେ କାକୁଡିଆ ଗଛ।
ଆରିସା ବୁଦାଟି ପରିବାରରେ କାହାକୁ କେବେ ହୋଇଥିବା ଅର୍ଶ ବେମାରିର ପ୍ରତିକାର ଉଦ୍ଦେଶ୍ୟରେ। ଆରିସା ବୁଦାକୁ ଲାଗିରହିଥାଏ ମଣ୍ଡାଫୁଲର ଗଛ। ସେ ଯେଉଁ ପିଆଜ ଚୋପା ରଙ୍ଗର ବଡ ବଡ ନେନ୍ଥାପ୍ରାୟ ଦେଖାଯାଉଥିବା ଫୁଲ। ବାଉଁଶ ବୁଦା, ଆରିସା ବୁଦା ଓ ପିଜୁଳି ଗଛ ଯେଉଁ ତ୍ରିକୋଣ କରିଥାନ୍ତି ତାହାର ମଧ୍ୟଭାଗରେ ଥାଏ ଧାନଉଁସା ଚୁଲି ଦୁଇଟି। ତେବେ ସେବର୍ଷର ଧାନଉଁସା ମାଘ ଫଗୁଣରୁ ସରିଲାଣି। ଆଉ ଟିକେ ଦକ୍ଷିଣକୁ ଥାଏ ଏକ ଦୁର୍ବଳିଆ ବେଲଗଛ। ପାଣି ନାଳ ତଥା ଖତଗାଡିଆ କଡରେ ଅନେକ ବର୍ଷ ହେଲା ଥିବା ସତ୍ତ୍ଵେ, ଏହା ଉଧାଏ ନାହିଁ। ସମସ୍ତେ କହନ୍ତି ବାଉଁଶ ଚେର ଯେଉଁ ପର୍ଯ୍ୟନ୍ତ ଯାଏ, ଅନ୍ୟ ଗଛ ତହିଁ ବଢେନାହିଁ। ସେହି ବେଲଗଛ ମୂଳେ, ଏକ ବିଶାଳ ନାଗସାପ ତାର ଫଣାଟେକି ନିଶ୍ଚଳ ଠିଆ ହୋଇଥାଏ। ଈନ୍ଦ୍ରମଣି ପ୍ରଥମେ ଡାକଦେବା ସମୟରୁ ସେପର୍ଯ୍ୟନ୍ତ ସେ ନିଶ୍ଚଳ ଫୁତ୍କାର ଛାଡୁଥାଏ। ତା ସାମ୍ନାରେ ଠିଆ ହୋଇଥାଏ ଆମ ସୁବିଖ୍ୟାତ କୁନିନ୍ଦା ଗାଈ। ଭାଉଜଙ୍କ ଗ୍ରାମ ଅନୁସାରେ ତାହାର ନାମ। ସେ ମଧ୍ୟ କେବେ ଶୁଣାଯାଇନଥିବା ଏକ ଅଦ୍ଭୁତ ଶବ୍ଦ ସୃଷ୍ଟିକରୁଥାଏ। ନା ଆଗକୁ ଯାଉଥାଏ ନା ପଛକୁ ହଟୁଥାଏ। ମଝିରେ ମଝିରେ ମୁହଁ ବୁଲାଇ ତା କଅଁଳା ବାଛୁରୀକୁ ଚାହୁଁଥାଏ। ଯେମିତି ତାକୁ ଆକଟ କରୁଥାଏ; ଖବରଦାର, ଆଗକୁ ଯିବୁନି, ଆଗରେ ବିପଦ। ।
ବାପା ପ୍ରଥମେ ସାପକୁ ଠେଙ୍ଗା ଦେଖାଇ ଡରାଇଲେ। ସେ ଅଧିକ ଶବ୍ଦ କଲା, ଠେଙ୍ଗାକୁ ଚୋଟ ମାରିଲା ସିନା ହଟିଲା ନାହିଁ।
ବାପା କହିଲେ, ବାଛୁରୀଟିକୁ ଗୁହାଳକୁ ନେଇଯାଅ।
କୈଳାସ। କୈଳାସ ମାମୁ ସେମିତି କଲାପରେ , ଗାଈଟି ବି ଛାଆଁକୁ ଚାଲିଗଲା ଗୁହାଳକୁ। ଧେନୁ ପଛେ ପଛେ ବତ୍ସା ବଦଳରେ ବତ୍ସା ପଛେ ପଛେ ଧେନୁ। ଗୋମାତା ଆଶ୍ବସ୍ତ, ବାଛୁରୀ ଏବେ ସୁରକ୍ଷିତ।
ସେପଟେ ସାପ ମଧ୍ୟ ମୋଡି ମାଡି ହୋଇ ଗଛମୂଳେ ନିଜକୁ ଆୟତ୍ତ କଲାସିନା, ଠେଙ୍ଗା ମାଡକୁ ଡରି ପଳାଇ ଗଲାନି।
ଗ୍ରାମରେ ଥାଏ ଜୀବେ ଦୟା ଭାବ। ଦେଖିଲା ସାପ ଗାତକୁ ଛାଡିବା କଥା ନୁହେଁ; ଏ ଭାବନାଟି ଆମ ଗ୍ରାମ ପାଇଁ ପ୍ରଯୁଜ୍ୟ ନୁହେଁ। ପୁରୁଷାନୁକ୍ରମିକ ଗ୍ରାମରେ ଅଛନ୍ତି ସାପୁଆ ସାହି ବା ସିଂ ସାହି। ସେମାନେ ସାପକୁ ଧରି ନିଅନ୍ତି। ପେଡିରେ ପୁରେଇ ଗାଁ ଗାଁ ବୁଲେଇ ଖେଳ ଦେଖାନ୍ତି।
କଂସର ଘରଣୀ, ପଦ୍ମାବତୀ ରାଣୀ,
ସେ କଲା ଧନତିରି ଓଷା,
ଲକ୍ଷେ ଭାର ପଦ୍ମ ଦେବୁରେ କହ୍ନାଇ,
ନଥିବ ପାଖୁଡା ମିଶା।
ରାମ କି ଗୋବିନ୍ଦ, ଭାଲେ, ଆରେ ଦେଖା ତୋ ବେଙ୍ଗ ଖିଆ ପାଟି। ବାମ ହାତରେ ଡମ୍ବରୁ, ଡାହାଣ ହାତରେ ସାପ ପେଡିର ଢାଙ୍କୁଣି ଧରି ଗୋଟିଏ ଗୋଡରେ ବସି ଆର ଆଣ୍ଠୁଟିକୁ ଏମିତି ହଲାଏ ସାପୁଆ, ବୁଝି ହୁଏନି ସେ ସାପକୁ ଖେଳାଉଛି କି ସର୍ପ ତାକୁ ଖେଳାଉଛି।

ଆଜି ରଜ ମଉଜ ସେମାନେ ସବୁ ସାହିରେ ଥିବେ। କିଏ ଜଣେ ଦୌଡିଲା, କସ୍ତୁରା ଆଡି ଓ ମଙ୍ଗଳା ଦେଇ ସିଂ ସାହିକୁ। ଗନ୍ଧର୍ବ ସିଂ ସଙ୍ଗେ ସଙ୍ଗେ ହାଜର।
ଟିକେ ନିରୀକ୍ଷଣ କରି ମୁହଁ ଆମ୍ବିଳା କରି କହିଲା, ଏ ଜାତିଆ ସର୍ପ ଅଣ୍ଡା ଦେଇଛି। ଧରିବା ବହୁତ କଷ୍ଟ।
ଏଁ ଅଣ୍ଡା ଦେଇଛି!
ସମସ୍ତେ ନିର୍ବାକ ଦେଖାଗଲେ। ଏଥିକୁ କି କର୍ତ୍ତବ୍ୟ ଜାଣିବା ପାଇଁ ବାପାଙ୍କ ଆଡକୁ ଚାହିଁଲେ। ସେତେବେଳକୁ ସାହିର ଅନ୍ୟ ମୁରବି ଲୋକେ ପହଞ୍ଚି ଥିଲେ। ବାପା ସେମାନଙ୍କ ଆଡକୁ ଅନାଇଲେ।ସମସ୍ତଙ୍କ ମୁଁହରେ ଭୟ। କେଜାଣି କେତେ ଗଣ୍ଡା ଅଣ୍ଡା ଦେଇଥିବ, ବୋଧହୁଏ ସେମାନେ ଭାବୁଥିଲେ ସାପ ଛୁଆ ମାନେ ଭାଗ ଭାଗ ହୋଇ ସମସ୍ତଙ୍କ ଘରେ ବାସ କରିବେ।
ଏ ସର୍ପ ତାହେଲେ ଏଇଥିପାଇଁ ଏତେ ବିଚିତ୍ର ବ୍ୟବହାର ଦେଖାଉଥିଲା। ବୋଧହୁଏ ସେ ବି ଭାବୁଥିଲା (ଯଦି ତା'ର ଭାବିବାର ଶକ୍ତି ଥାଏ); କାଳେ ଗାଈ ମାଡି ଆସି ତା ଖୁରାରେ ଅଣ୍ଡାତକ ଦଳନ କରିଦେବ! ସେ ସେଇଠି ରହି ଶବ୍ଦ କରୁଥିଲା ସିନା, ନା ଆକ୍ରମଣ ପାଇଁ ଆଗେଇ ଯାଉଥିଲା ନା ଠେଙ୍ଗାକୁ ଭୟ କରି ଗାତରେ ପଶୁଥିଲା ଅବା ଦୌଡି ପଳାଉଥିଲା।
ଜଣେ ଚତୁଷ୍ପଦ ଓ ଆଉଜଣେ ଶ୍ବାପଦ ନିଜ ମାତୃତ୍ବର କରୁଣାକୁ ସାକାର କରୁଥିଲେ।

କିନ୍ତୁ ମଣିଷ, ହୋଇଯାଇଥିଲା କିଂକର୍ତ୍ତବ୍ୟବିମୁଢ।
ସମସ୍ତେ ନୀରବ। ଗନ୍ଧର୍ବ ସିଂ କାହାର ଅନୁମତି ନେବାର ଆବଶ୍ୟକତା ଅନୁଭବ କରିନଥିଲା। ସାପ ବାବଦରେ ତା ପରାମର୍ଶ ସମସ୍ତେ ସିନା ଗ୍ରହଣ କରିବେ, ସେ ପୁଣି କାହାଠୁ ଉପଦେଶ ନେବ।
ତା'ର ପରାମର୍ଶ ନମାଗିବା ବି ସେ ସମୟରେ ବାପାଙ୍କ ସମେତ ଅନ୍ୟ ସମସ୍ତଙ୍କୁ ସମ୍ଭବତଃ ଆଶ୍ବସ୍ତ କରିଥିବ।
ଅନ୍ୟ ଦିନ ମାନଙ୍କରେ ସେ ପଦ ଡାକେ। ସାପ ବାହାରି ଆସେ, ଅତି ସାଧାରଣ ଭାବେ ଗୋଟିଏ ବାଡିଧରି ସାପର ମୁଣ୍ଡ ଉପରେ ଚାପି ଧରି ଆର ହାତରେ ଲାଞ୍ଜଟିକୁ ଟେକି ଧରେ ଏକ କାଳୀନ। ସାପର ହଲଚଲ ହେବାକୁ ଜୁ ନଥାଏ। ଆଜି ସେ ସବୁ କାମ ଦେବନି। କିନ୍ତୁ ସେ ସାପୁଆ, ତା ଆଖିରେ ନିଶା, ଆହ୍ବାନ ଦୁର୍ବାର। ସେ ହାରିବ ନାହିଁ, ସେ ମଣିଷ। ଯେମିତି ହେଲେ ସେ ଆୟତ୍ତ କରିବ। ପାଇକଛା ମାରିଛି, ମୁଣ୍ଡରେ ଠେକା, ନାଲି ଗାମୁଛାଟିଏ ଅଣ୍ଟାରେ କସିକରି ବାନ୍ଧିଛି। ଏକ ଛୋଟ ଫାଉଡାରେ ସେ ପ୍ରଥମେ ଗୋଟିଏ କଡରୁ ଖୋଳିବାକୁ ଲାଗିଲା। ସାପ ପୂର୍ବ ଭଳି ଫଣା ବାହାର ନକରି ସେ ଭିତରେ ଲୁଚିଯିବାକୁ ଚେଷ୍ଟା କଲା। ଗନ୍ଧର୍ବ ଚିଲ ଭଳି ଅନାଇ ଥାଏ। ସାପର ଲାଞ୍ଜକୁ କେମିତି କେଜାଣି ବାମ ହାତରେ ଧରି ପକାଇଲା ଓ ଧୀରେ ଧୀରେ ଟାଣିଲା। ସମସ୍ତେ ତଟସ୍ଥ ହୋଇ ଚାହିଁଥାନ୍ତି। ଡାହାଣ ହାତରେ ଥାଏ ତାହାର ବାଡି। ସାପକୁ ଟିକେ ଟିକେ କରି କ୍ରମଶଃ ଝିଙ୍କି ଝିଙ୍କି ଆଣିଲା। ବାଡିର ବ୍ୟବହାର କରୁଥାଏ ସାପ ଯେମିତି ଓଲଟି ପଡି ଆକ୍ରମଣ ନକରିବ। ପ୍ରାୟ ଦୁଇଫୁଟ ଟାଣି ଆଣିଲା ପରେ ଜଣା ପଡିଲା ପରବର୍ତ୍ତୀ କାମ ସହଜ ହୋଇ ଆସିଲା ଓ ଶେଷରେ ସର୍ପ ଆୟତ୍ତ। କଳସିଟିଏ ତାପାଇଁ ରଖାଯାଇଥାଏ। ସେ ଦେଖେଇବା କ୍ଷଣି ସାପ ତା ମନକୁ ମନ କଳସି ମଧ୍ୟକୁ ପଶିଗଲା। ଗନ୍ଧର୍ବ ଏକ ମୋଟା କପଡାରେ କଳସି ମୁହଁକୁ ବନ୍ଦ କରିଦେଲା।

ସମସ୍ତଙ୍କର ଉତ୍ସାହ ଏବେ, ସତରେ ସାପ ଅଣ୍ଡା ଦେଇଛି କି ନାହିଁ। ସାପ ଅଣ୍ଡା ଓଭୋଭିଭିପାରସ ଅର୍ଥାତ ଏ ଡିମ୍ବ ମଧ୍ୟରେ ଛୁଆ ହୋଇଥିବା ଅବସ୍ଥାରେ ଏହା ବାହାରକୁ ଆସିଥାଏ। ଅଣ୍ଡାଗୁଡିକ ବଡ ଡଙ୍କି ଦ୍ବାରା ଏକ ପାଛିଆ ମଧ୍ୟରେ ରଖାଗଲା। ଗଣି ଗଣି ଏକୋଇଶଟି। ଅର୍ଦ୍ଧାଧିକ ଫାଟିଯାଇ ତତ୍କ୍ଷଣାତ।ତହିଁରୁ ବାହାରିଲେ ନବଜାତ, ଚଞ୍ଚଳ ଶାବକ ସର୍ପ। ସବୁ ପାଛିଆରେ ରହିଲେ। ଗନ୍ଧର୍ବ ସ୍ତ୍ରୀ କଳସିକୁ ଓ ସେ ପାଛିଆକୁ ଧରି ଚାଲିଲେ। ସଭିଏଁ ଜାଣିଲେ ସେ ଛୁଆତକ ପାଳିବ।
ପରଦିନ ଜଣା ପଡିଲା ସେ ଛୁଆଙ୍କୁ ନେଇ ଦୂର ଚାଷଜମିରେ ଛାଡି ଦେଇ ଆସିଥିଲା।
ସେମାନେ କଣ ବଞ୍ଚିଥିବେ?
ଏ ବାବଦରେ କେହି ଆଲୋଚନା କଲେ ନାହିଁ। ଅନୁଭବ କରି ହେଉଥିଲା, ସମସ୍ତଙ୍କ ମନ ଶୋକ ସନ୍ତପ୍ତ। ବିଶେଷ କରି ମାଆର ମନ।
ମାଆ, ଏ ମାଆ ସେ ଛୁଆତକ ବଞ୍ଚିବେ କି ନାହିଁ? ରଜ ବର୍ଷା ହୋଇଯାଇଛି, ବର୍ଷା ତାଙ୍କୁ ଉପକାର ଦେଇଥିବ ନା ମାରି ଦେଇଥିବ? ସେଦିନ ଯେମିତି ଆକାଶରୁ ମାଟିଆଚିଲ ଖସି ଆସି ଝାମ୍ପି ନେଇଥିଲା କୁକୁଡା ଚିଅଁ ସେମିତି ଏ ଟିକି ଟିକି ନାଗଛୁଆଙ୍କୁ ଝାମ୍ପି ନେଇନଥିବ ତ। ଆଛା ରାତି ହୋଇ ଆସିଥିଲା ଚିଲ, ଗିଧ କି ଛଞ୍ଚାଣ କେଉଁଠୁ ଆସିବେ? ଆଛା ମାଆ, ପେଚା ଯେ ରାତିରେ ବାହାରେ। ପେଚା, ବାଦୁଡିଙ୍କ ଭଳି ପିଜୁଳି ଖାଏ ନା ମୁଷା, ବେଙ୍ଗ ଖାଏ? ଏମିତି ନାନାଦି ପ୍ରଶ୍ନ ଆମେ ପିଲାଏ ପଚାରିଲେ ବି ମାଆ କିଛି ଉତ୍ତର ଦେଇ ନଥିଲା। ରଜର ଉତ୍ସାହ ଆଉ ଥିବା ଭଳି ଜଣା ପଡୁନଥିଲା।
ସେ କେବଳ କହୁଥିଲା, ସାପ ଛୁଆ ମାଆଠୁ କ୍ଷୀର ଖାଏନି, ନିଜେ ପୋକ ଜୋକ ଖାଇ ବଞ୍ଚି ପାରିବେ। କଥା ତାହାର କିନ୍ତୁ, ଛୁଆଙ୍କୁ ଭଣ୍ଡେଇବା ଭଳି ଜଣା ପଡୁଥିଲା।
ଏ ବିଷୟରେ କେହି ଯେମିତି ଆଲୋଚନା କରିବାକୁ ଆଦୌ ପସନ୍ଦ କରୁନଥିଲେ।
ବହୁଦିନ ପରେ, ଗନ୍ଧର୍ବ ସେହି ସାପକୁ ଖେଳାଉଥିଲା, ଅନ୍ୟ ଯେକୌଣସି ନାଗୁଣୀଙ୍କ ପରି ବେଶ୍ ସ୍ବଭାବିକ। କକା ତୁମେ ମିଛୁଆ, ଛୁଆ ଗୁଡାକୁ ପାଳିବ କହି ବିଲରେ ଛାଡିଦେଲ?
ଗନ୍ଧର୍ବ ଦାନ୍ତ ନିକୁଟି କହିଲା, "ତୁମେ ବାବୁ ଆଦୌ ବ୍ୟସ୍ତ ହୁଅନି, ମୁଁ ତା ବ୍ୟବସ୍ଥା କରିଦେଇଛି, ସେମାନେ ସେହି ବିଲରେ ବୁଲୁଥିବେ, ଗାଁ ଆଡେ ଆସିବେ ନାହିଁ। ଡରିବାର କିଛି କାରଣ ନାହିଁ।"
ଡର? ଗନ୍ଧର୍ବ କାକା ତାହେଲେ ଏଇଆ ବୁଝିଲା!

ଅନେକ ଦଶନ୍ଧି ଚାଲିଗଲାଣି। ଦରବୁଢା ହୋଇ ସାରିଲୁଣି, କିନ୍ତୁ ସେ ସର୍ପର ଫଣା ଏବେବି ଦିଶିଯାଉଛି।
ଆଜି ପ୍ରସିଦ୍ଧ ଗାଳ୍ପିକା ଅର୍ଚ୍ଚନା ନାୟକଙ୍କ, 'ଶାପମୁକ୍ତି' ଗଳ୍ପଟି ପଢିଲି। ଗୋଟିଏ ଗର୍ଭିଣୀ ନାଗୁଣୀକୁ ମାରିଥିବା ଲୋକଟି କେତେ ଅଭିଶାପର ଶୀକାର, ତାହା ସେ ଗଳ୍ପ କହୁଛି। ବିଜୁଳି ବେଗରେ ଦେହରେ ତରଙ୍ଗ ଖେଳିଗଲା। ଚକ୍ଷୁ ଆଦ୍ର। ନା ନା, ଆମେ ସେମିତି କରିନୁ। ଆମେ ଯାହା କରିଛୁ ଅତ୍ୟନ୍ତ ସ୍ବଭାବିକ, ସମ୍ଭବତଃ ସମସ୍ତଙ୍କର ମଙ୍ଗଳ ତହିଁରେ ଥିଲା। ସେ ଛୁଆ ମାନେ ବଞ୍ଚି ନଥିବେ ବୋଲି ଆମେ କାହିଁକି ଭାବିବା? ତେବେ ସାଂଘାତିକ ଅହେତୁକ ଭାବନାଟି ଆସି ବିଦୀର୍ଣ୍ଣ କରୁଥିଲା ହୃଦୟକୁ। ମାଆ ମାଆ, ତୁ ଆଉ ନାହୁଁ, ତୁ ବି କଣ ସେ ସର୍ପର ଅଭିଶାପ ସହିନେଲୁ, ବାପା ମାଆଙ୍କ ଆଖି ଆଗରେ ଆମ ଦେବପ୍ରତିମ ସନ୍ୟାସୀ ଭାଇ ଅକାରଣେ ଅଧା ବୟସରେ ଚାଲିଗଲେ। ବୋଧହୁଏ ସେଇଠି ସମାପ୍ତ ଏ ଅଭିଶାପ, ଏକ ମହତ ଆତ୍ମାର ବଳିଦାନ ଆମ ସମସ୍ତଙ୍କ ପାଇଁ ଶାପମୁକ୍ତି।
ଏ ସନ ଆଉ ତିନୋଟି ଦିନପରେ ରଜ। ତୋ ବିହୁନେ ରଜ ଆଉ ରଜ ନୁହେଁ, ତୋ ଅବର୍ତ୍ତମାନରେ ବୁଝି ହେଉଛି, ମାଆ କଣ, ବୟସ ନିର୍ବିଶେଷରେ ଓ ଜୀବର ପ୍ରକାର ନିର୍ବିଶେଷରେ।
ଏ ମାଆ!

Sunday 2 June 2019

ସଂସ୍କୃତ, ହିନ୍ଦୀ, ଓଡିଆ ଓ ଇଂରାଜୀ ଓ ତାମିଲ।

ସଂସ୍କୃତ, ହିନ୍ଦୀ, ଓଡିଆ ଓ ଇଂରାଜୀ ଓ ତାମିଲ।

ହଠାତ ଆଜି ଭାଷା ଦିଗକୁ ମେଡିଆ ମାଡି ଯାଇଛି। ଶ୍ରୀ ପ୍ରତାପ ଶଡଙ୍ଗୀଙ୍କ ସଂସ୍କୃତ ଇଣ୍ଟରଭିଉ ଓ ଦକ୍ଷିଣରେ ହିନ୍ଦୀକୁ ପ୍ରବଳ ବିରୋଧ- ବହୁଦିନ ତଳର କଥା ମନେ ପକାଇଦେଲା। ହାଇସ୍କୁଲ ପଢୁଥିବା ବେଳେ ସଂସ୍କୃତ ଦିବସର ଏକ ତର୍କ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା କେଉଁଟି ଆମର ରାଷ୍ଟ୍ରଭାଷା ହେବା ଉଚିତ। ମୁଁ ସଂସ୍କୃତ ସପକ୍ଷରେ କହି ପୁରସ୍କାର ପାଇଲି ଓ ଅନ୍ୟ ଦୁଇ ବିଜେତା ହିନ୍ଦୀ ସପକ୍ଷରେ କହିଥିଲେ।
ଜାଣେନି କଣ କହିଥିଲି କିନ୍ତୁ ଯାହା କହିଥିଲି ମୌଳିକ ଭାବେ କହିଲି, ମାଗି ଆଣିକି ନୁହେଁ।
କହିବା ବାହୁଲ୍ୟ ଉଭୟ ଭାଷାରେ ମୁଁ ଅଜ୍ଞ। ହାଇସ୍କୁଲ ପରୀକ୍ଷାରେ ଖୁବ୍ ଗୁଡାଏ ନମ୍ବର ସଂସ୍କୃତରେ ରଖି ମଧ୍ୟ ମୁଁ ସଂସ୍କୃତ କିମ୍ବା ହିନ୍ଦୀ ଲେଖି ପାରିବିନି। ପଢେ ଥଙ୍ଗେଇ ଥଙ୍ଗେଇ। ଯଦିଓ ମୋ ସାଥୀମାନେ ଖୁବ୍ ଭଲ ପଢି ପାରିବେ ଓ ହିନ୍ଦୀ ଅନର୍ଗଳ କହି ପାରିବେ। ଭାବୁଛି ମୁଁ ଏତେ ବୋକା ନୁହେଁ ଯେ ଅନ୍ୟ ମାନଙ୍କ ଭଳି ମୁଁ ଶିଖିପାରିଲି ନାହିଁ। ପ୍ରକୃତରେ ମୋର ଏକ ବିରୋଧାଭାଷ ରହିଲା ହିନ୍ଦୀ ପାଇଁ ଓ ସଂସ୍କୃତ ବିନା ଗୁରୁରେ ଅସାଧ୍ୟ ଲାଗିଲା।
ତିନି ତିନିଟା ଭାଷା ଜବରଦସ୍ତ ପଢାଇବା ମୋର ପସନ୍ଦ ନଥିଲା। ମୋର ମୌଳିକ ଭାବନା ଥିଲା ଯଦି ଜାପାନୀ ବା ଜର୍ମାନୀ ଗୋଟିଏ ଗୋଟିଏ ଅଣ ଇଂରାଜୀ ଭାଷା ଜରିଆରେ ଉନ୍ନତ ଆମେ କାହିଁକି କେବଳ ଓଡିଆରେ ହୋଇ ପାରିବା ନାହିଁ? ଏମିତି ଉଦ୍ଭଟ ଯୁକ୍ତି ମୁଁ ପିଲାବେଳେ ଭାବୁଥିଲି ଯାହା ବାସ୍ତବିକତା ଠାରୁ ଦୂରରେ।
ଏକ ଦେଶ ଯେଉଁଠି ଭାଷା ସଂଖ୍ୟା ଅଗଣିତ, ଯେଉଁଠି ଅନେକ ଭାଷା କାଳକ୍ରମେ ମୃତ, ଯେଉଁଠି ମାନ୍ୟତା ପ୍ରାପ୍ତ ଭାଷା ସଂଖ୍ୟା ପନ୍ଦର ବା ଅଧିକ ଓ ଯେଉଁଠି କେବଳ ସାନ୍ତାଳୀକୁ ବାଦ ଦେଲେ ଅନ୍ୟ ଅନେକ ସ୍ବୟଂସମ୍ପୂର୍ଣ୍ଣ ଆଦିବାସୀ ଭାଷା ମାନ୍ୟତା ପାଇବା ଉଚିତ, ସେଠି ଗୋଟିଏ ବିଦେଶୀ ଭାଷା ଇଂରାଜୀ ଆମର ମୂଖ୍ୟ ଭାଷା ହୋଇ ନପାରେ। ତବେ ଏଇଟା କାହାର ଭାଷା ନହୋଇଥିବାରୁ ସମସ୍ତଙ୍କ ଠାରୁ ଏହା ସମଦୂରରେ ଏଣୁ ଅସୂୟାଭାବ ନାହିଁ। ସଂସ୍କୃତ ଲୋକଙ୍କ କଥିତ ଭାଷା ହୋଇ ରହିଲା ନାହିଁ ଏଣୁ ଏହାର ମୋଟାମୋଟି ସାମାଜିକ ଶେଷ ଘଟିଛି ଯଦିଓ ବିଶାଳ ବିଭବ ଓ ଜ୍ଞାନର ଗନ୍ତାଘର ଏ ଦେବ ଭାଷା। କୌଣସି ଭାଷା କେବଳ ସରକାରୀ ଭାଷା ହୋଇ ତିଷ୍ଠି ନପାରେ ଯଦି ଏହା ଲୋକ ମୁଖ ନିସୃତ ହୁଏ ନାହିଁ। ଏଣୁ ସଂସ୍କୃତ ବି ଆମର ରାଷ୍ଟ୍ର ଭାଷା ହେବା ସମ୍ଭବ ନୁହେଁ। ହିନ୍ଦୀ ଭାରତର ବହୁଳ ଅଂଶରେ କଥିତ ଓ ଲିଖିତ ଓ ସେଥିପାଇଁ ଚିନ୍ତା କରାଯାଏ ଏହା ଆମ ରାଷ୍ଟ୍ରୀୟ ଭାଷା ହୋଇ ପାରେ ଓ ଏ ପ୍ରଚେଷ୍ଟା ବହୁ ପୁରାତନ। ରାଷ୍ଟ୍ର ଭାଷା ପ୍ରଚାର ସମିତି ଏ ବାବଦକୁ କାର୍ଯ୍ୟରତ। ଏଠାରେ କୁହାଯାଇପାରେ ଯେମିତି ଏହା ବହୁ ରାଜ୍ୟର ମୂଖ୍ୟ ଭାଷା ସେମିତି ଏହା ତାହାଠୁ ଅଧିକ ଅଞ୍ଚଳରେ ଆଦୌ କୁହାଯାଉନଥିବା ଭାଷା। ଦୂରଦର୍ଶନ ଆରମ୍ଭ ହେବା ପୂର୍ବରୁ କେବଳ ସିନେମା ଓ କ୍ରିକେଟ କମେଣ୍ଟାରି ଶୁଣି ଆମେ ହିନ୍ଦୀ ଭାଷା ସହ ପରିଚିତ ହେଲୁ। ପରେ ଦୂରଦର୍ଶନ ଏହାକୁ ବ୍ୟାପକ କଲା। ଆମେ ହିନ୍ଦୀ ବୁଝିବାରେ ଆଉ ଅସୁବିଧା ନାହିଁ।
କିନ୍ତୁ ଦକ୍ଷିଣ ଭାରତ କଥା ହୁଏତ ସେମିତି ନୁହେଁ। କେତେଜଣ ତାମିଲ ଲୋକ ହିନ୍ଦୀ ସିନେମା ବା ଖବର ଦେଖୁଥିବେ କହିବା ମୁସ୍କିଲ।
ଏଠି ଅନ୍ୟ ଏକ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ବହୁଳ ପ୍ରସାରିତ  ଭାଷା ମାନଙ୍କ ମଧ୍ୟରେ ତାମିଲ ସର୍ବ ପୁରାତନ। ଏହା ପୃଥିବୀର ଅନ୍ୟତମ ଆଦିଭାଷା। ହିନ୍ଦୀ ଏ ଧରାପୃଷ୍ଠକୁ ଆସିବାର ସହସ୍ରାଧିକ ବର୍ଷ ପୂର୍ବରୁ ତାମିଲ ଏକ ବଳିଷ୍ଠ ଭାଷା। ଏହା ଏକ ଶାସ୍ତ୍ରୀୟ ଭାଷା।

ପ୍ରତି ଆଞ୍ଚଳିକ ଭାଷା ଆଜି ଇଂରାଜୀ ଶିକ୍ଷାରେ କବଳିତ। ତେଣୁ ଭାଷାମାନଙ୍କ ସୁରକ୍ଷା ବାବଦରେ ପ୍ରତି ପ୍ରାନ୍ତରେ ଆଲୋଚନା ବ୍ୟାପକ। ତା ମଧ୍ୟରେ ପୁଣି ରାଷ୍ଟ୍ରଭାଷାର ପ୍ରଚଳନ ହୁଏତ ସହଜରେ ଗ୍ରହଣୀୟ ନୁହେଁ। ମୋ ମତରେ ପ୍ରତ୍ୟେକ ଶିଶୁର ଵିଦ୍ୟାରମ୍ଭ ଓ ପ୍ରାଥମିକ ଶିକ୍ଷା କେବଳ ମାତୃଭାଷାରେ ହେବା ଊଚିତ। ପରେ ତେଣିକି ସେ ଇଛାଧିନ ଭାବେ ଯେତେ ଭାଷା ଶିଖୁଛି ଶିଖୁ।
ପୁଣି ଏକ କଥା ଯେ ସରକାରୀ ନିୟମ କରିଦେଲେ ଭାଷା ଗ୍ରହଣୀୟ ହୋଇଯିବନି। ଭାଷା ପ୍ରତି ଆଦର ଓ ଏହାର ଆବଶ୍ୟକତା ହିଁ ଭାଷା ବିକାଶ କରାଏ। ଇଂରାଜୀ ଏମିତି ଏକ ସ୍ଥାନ ନେଲାଯେ ତାହା ହଟିବାର ସମ୍ଭାବନା ନାହିଁ। ଆବଶ୍ୟକତା ବି ନାହିଁ। ଭାରତୀୟ ଭାଷା ମାନଙ୍କୁ ପଛୁଆ କରି ରଖାହୋଇଗଲା। ଉଚ୍ଚ ଶିକ୍ଷା ଦୃଷ୍ଟିରୁ ହିନ୍ଦୀ ହେଉ କି, ଓଡିଆ ହେଉ ଅଥବା ତାମିଲ; ତାହା ଇଂରାଜୀ ଭାଷା ତୁଳନାରେ ସମ ପରିମାଣରେ ଅସୁବିଧା ଜନକ। ଏହା ଆମର ଐତିହାସିକ ଦୁର୍ଭାଗ୍ୟ କିନ୍ତୁ ଏ ଦୁର୍ଭାଗ୍ୟ ସହ ଆମେ ଏତେ ସ୍ବଭାବିକ ହୋଇଗଲୁ ଯେ ଏହା ସୌଭାଗ୍ୟ ଭାବେ ଆମକୁ ଆବୋରି ନେଲା। ଏଥିପାଇଁ ଆଜି ଇଂରାଜୀ ଶିକ୍ଷା ବ୍ୟାପକ ହୋଇଛି। ନିୟମ କରି ଓଡିଆ ଭାଷା ଇଂରାଜୀ ସ୍କୁଲରେ ପଢାଯାଉଛି, ତହିଁରେ ଖୁବ ଭଲ ନମ୍ବରରେ ପାଶ କରିଥିବା ଛାତ୍ର ବି ଓଡିଆ ଖବରକାଗଜ ପଢି ପାରୁନାହିଁ। ଏକ ରାଷ୍ଟ୍ରଭାଷା ଯଦି ଲଦି ଦିଆଯାଏ ତାହାର ଫଳ  ସେମିତି ହିଁ ହେବ।
ବିରୋଧାଭାଷକୁ ଗ୍ରହଣ କରିବା କଷ୍ଟ।
ଆଛା ଏ ତଳ ବାକ୍ୟ ଉପରେ ପାଠକ ମତ ଦିଅନ୍ତୁ।
ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ପ୍ରଥମେ ହିନ୍ଦୀର ଅବକ୍ଷୟ ରୋକାଯାଉ, ତାପରେ ଅଣହିନ୍ଦୀ ଅଞ୍ଚଳରେ ଏହା ପ୍ରଚଳନ କରାଯାଉ।
କଥାଟିର ମର୍ମ ହେଲା, ଇଂରାଜୀ ଶିକ୍ଷାରେ ହିନ୍ଦୀ ସମେତ ପ୍ରତ୍ୟେକ ଅଣଇଂରାଜୀ ଭାଷା ଆଜି ବିପଦରେ। ପ୍ରଥମେ ସେତିକିର ନିରାକରଣ ହେଉ, ତାପରେ ଯାଇ ଭିନ୍ନ ଅଞ୍ଚଳରେ ଏକଥା ପ୍ରଚଳନ କରାଯିବ।
ପୁଣି ଅନ୍ୟ ଏକ ଦିଗ ବି ଅଛି। ବିଶାଳ ହିନ୍ଦୀ ଭୂଖଣ୍ଡରେ ପିଲାଏ ପଢିବେ ହିନ୍ଦୀ ଓ ଇଂରାଜୀ ଦୁଇଟି ଭାଷା କିନ୍ତୁ ତହୁଁ ବଡ ଅଣ ହିନ୍ଦୀ ଅଞ୍ଚଳରେ ପିଲାଙ୍କ ଉପରେ ବୋଝ ପଡିବ ତିନୋଟି ଭାଷା। ଏହା ଅନ୍ୟାୟ ନୁହେଁ କି।
ହିନ୍ଦୀକୁ ରାଷ୍ଟ୍ର ଭାଷା ହିସାବରେ ଇଂରାଜୀ ସହ ପ୍ରତିଦ୍ବନ୍ଦିତା କରି ପାରିଲେ ଯାଇ ଏହା ରାଷ୍ଟ୍ରଭାଷା ହୋଇ ପାରିବ। ଆଞ୍ଚଳିକ ଭାଷା ଉପରେ ଏହାର ବିପରୀତ ପ୍ରଭାବ ନପଡୁ।
ଅନେକ କେନ୍ଦ୍ରୀୟ ପରୀକ୍ଷା ମାନଙ୍କରେ ହିନ୍ଦୀ ଓ ଇଂରାଜୀ ଭାଷାରେ ଫର୍ମ ଭରିବାର ବ୍ୟବସ୍ଥା ଥାଏ। ହିନ୍ଦୀ ଭାଷାଭାଷୀ ଅଞ୍ଚଳର କେତେ ପ୍ରତିଶତ ପ୍ରାର୍ଥୀ ହିନ୍ଦୀରେ ଭରନ୍ତି?
କେବଳ ତାମିଲନାଡୁ ନୁହେଁ କୌଣସି ଅଣହିନ୍ଦୀ ଅଞ୍ଚଳରେ ହିନ୍ଦୀକୁ ବା କୌଣସି ତୃତୀୟ ଭାଷାକୁ ନଲଦି ବିକଳ୍ପ ବାଟରେ ଏହାର ପ୍ରସାର କରାଯାଉ ଯେମିତି ରାଷ୍ଟ୍ରଭାଷା ପ୍ରଚାର ସମିତି କରୁଛି।
ଅନେକ କଥାକୁ ରାଷ୍ଟ୍ରଭକ୍ତି ସହ ଯୋଡା ଯାଉଛି ହିନ୍ଦୀ ଭଳି ଏକ ଜନପ୍ରିୟ ଭାଷା ତହିଁରୁ ମୁକ୍ତ ରହୁ।

Saturday 1 June 2019

Mountains Calling.

Mountains calling.
(This piece is dedicated to Sri Dhruba Charan Khuntia and Smt Prabhata Nalinee Khuntia who facilitated this journey)
Dear Nita Patra and Saban Parwin. Both of you are enjoying in the Great Himalayas, one in a pilgrimage and the other eternally blessed to stay there is preparing for the Eid with family.
It is interesting that the places you are present at present is also seen by me; Badrinath in 1984 when I was 16 and Kathgodam in 2015 at 47.
The later is chronicled in my novella, "Biography of Love". I beg to write my teen age experience in Badrinath.
In the great summer vacation of post HSC examination, unexpectedly I was forced into a large team of pilgrimage that visited all the Holly places in North India including Swarna Mandir. I was the young guardian of an old couple, my elder sisters parents in law. I called them Bapa and Maa. We stayed back at Jammu while team mates went to Srinagar to preserve our fitness for the other important visit to the mountain shrine of Badrinath. It was early June and India was Marching forward in 1983 World Cup of Cricket under Kapil Dev, radio was the means to listen the commentary.
We reached in early morning at Haridwar. Going in a team organised by experienced tour professionals had the advantage of traveling in the night and sight seeing in the day. We visited different temples and Mutts in Haridwar. Some went to Mansadevi temple. We gathered at Harikipedi at right time to see the spectacular Gangaarati  and retired early with the instruction of getting ready, early in the morning to move towards Badrinath.
I was young and energetic but what about these old people who ran almost every day with accommodation in the train compartment that remained stationary at railway stations providing us very secure lodging and reasonably good food. There zest for divine duty kept them active and confident. And they got ready before time.
In the three tire non AC compartment our lodging cum touring apparatus, we three occupied in one side, in our front were a couple and their kid and on the side two seats were a senior citizen couple. In those days officers had no problem in travelling ordinary for the sake of well organized comprehensive tour. I hope now also some people travel like that. We moved as a family with mutual help. I felt very secured with them and they ordered me for small works like fetching water as if I am their child.

Yes we took our seats in a group in the luxury bus in time. The mission was to go directly to Badrinath crossing Joshimutt before the one way traffic restricts the forward journey. For that we kept Rishikesh to see in our return journey.
Probably they hired the best buses with best drivers that made this journey thrilling. A boy from coastal planes was traveling in mountain road typically constructed on the side of river Alakananda. Anytime you see, a wall of tall mountain on one side and the river flowing on the other side at a dangerously low level. The road so curved and narrow added to the adventure. I imagine a boy with a spon half pant a half shirt moving to the land of ice. Forgotten, what protection we had with us against the chilling temperature. Probably the bus had a provision of warming.
In the eighties of last century smoking in public was common. I objected this in the bus with loud and clear voice being encouraged by others in our group. My manner was not very good but purpose was correct and it brought result. There was a doctor in the bus who squeezed my cheek with affection for that.
Bapa has done a serious error. He did not pick up his bag that carried his grains of opium he was addicted to. His sticks for brushing the teeth also was in that bag. Anywhere the bus stopped he ordered me to go and collect twigs from trees for making tooth stick. This was not possible and others chided me. "Rabi, go and collect tooth stick".
Wherever a new stream fell down into the Alakananda they called it a Prayag and there were several such. I remember two; Rudraprayag and Debaprayag. There was arrangement of snacks in the bus.
We had our lunch plan after crossing that one-way traffic in time at Joshimutt, which we did successfully thanking the excellent driver who never became unsafe in his race against time. Sometimes the road was flooded with water from the melting ice from the mountain side.
I had never had such thrilling experience. In a circus or magic show we experience momentary thrills but in a travel on mountains the thrill never ends and as one scales heights one gets more and more adventurous sceneries. If I keep all my other good enjoyments from travels and other activities in one hand and this single journey in the other hand, I feel it would be heavier and more alluring. My age made my enjoyment very special. (Of course my joy in my trekking with friends Santos and Rohit was equally enjoyable at the age of approaching fifty.) Mountain is magnet. Mountain attracted the soul searching people and mountains too attracted ordinary people like us.
The lunch at Joshimutt is still fresh in my memory. A road side eatery provided the best quality thin rice of raw variety (not par boiled). The dal with the not de-husked lentils had very special taste and so was the curry. In general a chance meal in a small hotel in our areas is always painful but there it was so nice. Then too I clearly had an opinion for everything.

We reached at Badrinath at the beautiful Sunset very different. Immediately they guided us to a small room allotted to we three. We hired nine blankets at the rate of three rupees each. 
Suddenly bapa suffered from cold, sneezes and shivering. I had no clue to what to do. I was not a doctor then to guess morphine withdrawal. Gradually Maa and I  went on covering him with all the blankets, saving one for each of us. We did not sleep the entire night. Acclimatized to the coldest night of my life, in the morning I felt better. With a half pant and shirt I roamed outside in the morning to find out a place to attend the calls of nature. The time was like that I hope the situation now is different with good lodging facility.
Nature has provided warm water in such a place. I always exclaimed, if the hot water flowing here made this place so important that from Vyasadev to Shankaracharya, we can't say how many holy souls worked here or Lord Vishnu blessed this warm water for the devotees.
We went for taking bath.
Being in a hurry I wrongly entered to the women's bathing site. It became more embarrassing for a 16 year old adolescent than to the ladies who of course took me as a child. Soon I went to the right place and remained inside the cistern of water so soothingly warm. All the suffering of the previous night vanished, I was once again rejuvenated with energy. Bapa too became fine after bathing there.
It was time to go for the Darshan. The temple did not look as big as the temple of Lord Jagannath at Puri but the discipline was so nice unlike the chaos we see here. The method of worship so simple. Your offering is thrown in to the collection on a large dish and something is collected from that dish and given to you. You vanish to zero and come back with the blessings and during that process you finish the Darshan the ultimate purpose of going that far. I have never experienced such a simple and equal to all worship in any other place. No one tried to cheat in the name of devotion. The fried dry rice and other dry Prasadam was good to store until you reach back in your home anywhere in India.
I had no interest to ask anyone if it was a truth that the AKHANDADEEP keeps burning for six months when the shrine remained closed. My concern was how to go back safe with the Bapa's health.
When we returned we walked on the LACHHMANJHULA at Rishikesh. After visiting Badrinath one would be less interested to do a quick visit in Rishikesh. I remember the seven storied building temple and nothing else is there in my memory.
More than the shrines and their Lords, the unique journey was a much more fulfilling experience that will be carried forward to my journey to the next birth.
I do not know for what reason I was unexpectedly rewarded this pilgrimage at such a young age. However I am sure this should have been an unfinished but deserving wish in my previous birth.
Once again I want to repeat, from beaches, to woods in the plane land to the magnificent cities to the rivers to any other wonderful place; nothing is stronger than the call of the mountains. Sometimes I feel, that is our original home and the human race migrated to other areas for livelihood.
Age is catching up, responsibilities not permitting, no scope of taking leave and the knees are getting compromised but for sure I hear the call of the mountains; the attraction of the hilly roads invariably on the trail of a river flowing, the woods of Oaks, Pines, Rhodendon, and Goldmohurs of different colors and the peaks covered with white clothes reflecting the sunshine as burning diamonds and all of them calling in silence and calling aloud.
Dear Nita I have heard the place has become a busy market place as good as any other pilgrimage site but as I know, you must have connected your soul to the soul of the Himalayans at Badrinath and nearby Vyasa's cave.
Wish you do a comparative study of progress and regress from 1984 as depicted by me.
And of course Saban I hear the call of your place and we shall be there at the earliest opportunity.