Search This Blog

Wednesday 23 March 2016

ଫୁଲ ଫୁଟା ଫଗୁଣ । ଦୋଳ ପୂର୍ଣିମା, 2016 ।


ଫଗୁଣ ପ୍ରକଟିତ, କୁହୁଡି ଯଦିଚ କେବେ କେଉଁ ଉଷାକାଳେ ଆମ୍ବ ବଉଳ ସହ ଇର୍ଷା ଯୁଦ୍ଧରେ ବ୍ୟସ୍ତ, ତାର ପ୍ରଗାଢତା ଅତୀତ। ଆଦ୍ୟ ସୂର୍ଯ୍ୟର ନାତି-ଉଷ୍ନ କିରଣର ସ୍ପର୍ଶ, ସେ ଆଦ୍ରତାକୁ ଶୋଷି ନେଇ, ବଉଳର ମହକକୁ ଚତୁର୍ଦିଗରେ ଚହଟାଇ ଦେବାରେ ଉଣା କରୁ ନାହିଁ ଆହା! ରଂଗ ଖେଳର ସମ୍ଭାବନା ନେଇ ବସନ୍ତ ଆସିଛି ମୁଁ ଏମିତି ଭାବିବାର ହେତୁ ଖୋଜୁ ଖୋଜୁ, କେଉଁ ଏକ ଉଚ୍ଚ ଅଶ୍ୱଥ ତରୁର ନବ ଗଜ୍ଜୁରିତ ରଙ୍ଗିନ ପତ୍ର ଗହଳରୁ ଅଦୃଶ୍ୟ କୋଇଲିର ରାବ ଯେମିତି ଜବାବ ଦେଲା , ସେବି କାରଣ ଖୋଜୁଛି, "କୁହୁ କୁହୁ"। ପ୍ରଣୟ ପ୍ରଯତ୍ନ ହଳଦୀ ବସନ୍ତ ଦୁହେଁ ସଲଜ୍ଜ ଉପସ୍ଥିତି ଗୋପନ ରଖିନପାରି ଏକ ରକମ ବାଧ୍ୟ ହେଲେ, ଏ ଭବନା ଆଦାନ ପ୍ରଦାନରେ ସାକ୍ଷୀ ହେବାପାଇଁ

ତେବ ମୁଁ କାରଣ ଖୋଜିବା କଷ୍ଟକର ନଥିଲା। ଅଶୋକ ଓ ନିମାଇ ପରି କବି ଦୁଇଜଣଙ୍କ ଉପସ୍ଥିତି ହୁଏତ ମୋତେ ପ୍ରଭାବିତ କରୁଥିଲାସରିତା ଚା କପ ଟେବୁଲ ଉପରେ ରଖି କଥାର ଖିଅ ଯୋଡିଲା, ଏହି ଯେମିତି ଗତ ସଂଧ୍ୟାର କବିତା ଆସରରେ କବି ଦୁହିଁକର ସୁଂଦର କବିତାର ଚର୍ଚ୍ଚା, ଏ ନିପଟ ମଫସଲରେ ବିଂଶାଧିକ ଏକଶତ ବର୍ଷର ବିଦ୍ୟାଳୟରେ ପ୍ରତି ବର୍ଷ ହୋଲି ପର୍ବର ପ୍ରାକ ଅବକାଶରେ ହେଉଥିବା ଏ ଗରିମାମୟ କବି ସମ୍ମୀଳନି ପାଇଁ ଗର୍ବ ଅନୁଭବ କରିବାର ଗାଥା।
ପରିବେଶର ଶୋଭା, ଆହା କି ସୁନ୍ଦର! କବିସୁଲଭ ଉପଭୋଗରୁ ଅବ୍ୟାହତି ନେଇ ନିମାଇ କହିଲେ, ଅତି ସୁନ୍ଦର ହୋଇଛି ତୁମ୍ଭର ଏ ଗ୍ରାମ ଏ ବର୍ଷ ହୋଲିରେ କଣ ଏଇଠି ରହିବାର ଯୋଜନା’?
ହୋଲିକିଏ ଏ ଲୋକ କିଏ, ପର୍ବ ପର୍ବାଣୀକୁ ଏ ଲୋକ ଜଣକ, ଜାଣିବ ପାଣିକୁ ଛେଳି, ବିଶେଷ କରି ଏ ଦୋଳ, ମେଲଣ ରଂଗଖେଳ ଏସବୁରେ ସେ ଆଦୌ ଆମୋଦିତ ହୁଅନ୍ତି ନାହିଁ’, କହିଲା ସରିତା।
ଅଶୋକ କହିଲା, କିନ୍ତୁ କାହିଁକି?  ତୁମ ଗ୍ରାମର ଦୋଳତ ବହୁତ ମନଲୋଭା, ଦୁଇ ଦୁଇଟି ବିମାନ, ଗୋପିନାଥ ଓ ମଦନ ମୋହନ, ଆଡମ୍ବରରେ ଆମ କୋରାଇ ମୁନସୀ ମେଳନରେ ପ୍ରତିଯୋଗୀତା କରୁଥିଲେ ଆଖ ପାଖର ବହୁ ଗ୍ରାମ ସହ,ଇ ଆମେ ଯେବେ ଛୋଟ ପିଲା ଥିଲୁ ଖଇରିଆ ଭେଲ୍ଭେଟ କପଡାର ଆସ୍ତରଣ ଉପରେ ଚାଂଦିର ଚନ୍ଦ୍ରକଳା ଓ ତାରାମେଳର ସାଜସଜା, ଦୁଇ ବିମାନ ଯାଆଁଳା ଭାଇ ପ୍ରାୟ ଦିଶନ୍ତି, କି ରୋଷଣୀ!, କି ଉଚ୍ଚାଟ କୀର୍ତ୍ତନର ତହ ଯେପରି ଉଦଣ୍ଡବି ସେହିପରି, ପ୍ରତି ବର୍ଷ ଜଣେ କେହି ବିମାନ ପ୍ରଥମ ଓ ଅପର ଜଣକ ଦ୍ୱିତୀୟ।“
ଦୁଇ ବିମାନ ।
ମୁଁ ସାମାନ୍ୟ ହସି କହିଲି, ସେକଥାଟି ସତଯେ, ଏ ଫଗୁ ପର୍ବ ସଦା ସର୍ବଦା ମୋତେ ଅତି ଛୋଟ ବୟସକୁ ନେଇଯାଏ, ସେ ସ୍ମୃତି ସୁମଧୁର ନୁହେଁ, ମୁଁ ବି ସେଦିନର ଅନୁଭବକୁ ନିର୍ଭେଜାଲ କହିବାର ସମ୍ଭାବନା ନାହିଁ, ବୟସ ଓ ପରିପକ୍ୱତା ସହ ସ୍ମ୍ରୁତ୍ତି ମାନଙ୍କର ପରିଭାଷା, ବଦଳିବାକୁ ବାଧ୍ୟ, କିଛି କାଳ୍ପନିକତା ଅବସମ୍ଭାବି ଏ କଥା ଶୁଣିବାକୁ ଲାଗିବ ଅର୍ଧେକ ଗଳ୍ପ, ଓ ବାକିତକ ଆତ୍ମକଥା।
ମୁଁ ସଠିକ ଭାବେ କହି ପାରିବିନି, ପ୍ରକୃତରେ ପାଖ ଗ୍ରାମର ଆଶୋକ ପାଇଁ ଯାହା ସ୍ମ୍ରୁତ୍ତିଗଳ୍ପ, ଜିଲ୍ଲାର ଉପାନ୍ତ ସହର ମଧୁବନର ନିମାଇ, ଅନ୍ୟନାମ ମମତାଜ ପାଇଁ ଯାହା କାହାଣୀ ଏବଂ ସରିତା ପାଇଁ ଯାହ ବାରମ୍ବାର ଶୁଣିଥିବା ଘଟଣା ସେ କଥାକୁ ମୁଁ ଗପି ସେମାନଙ୍କ ସମୟ ବରବାଦ କରୁଥିଲି କିମ୍ବା ନୀରବରେ ଭାବି ଚାଲୁଥିଲି। ମୁଁ କାଳର ଅତୀତରେ ଥିଲି ଅବା ବିଭିନ୍ନ ସମୟର ପ୍ରଲେପରେ ବୋଳା ପରିମାର୍ଜିତ, ପରିବର୍ଦ୍ଧିତ ଅନୁଭବକୁ ନବ କଳେବର ଦେଉଥିଲି। ଯଦି ସେମାନଙକୁ କହୁଥିଲି ସେମାନେ ଶୁଣୁଥିଲେକି ନାହିଁ, ହୁଁଟି ମାନ କହୁଥିଲେ କି ନାହିଁ, ମୋଟାମୋଟି ସେମାନେ ସେଠି ଆଉ ଥିଲେକି ନାହିଁ ସେ କଥାବି ମୋ ମନକୁ ଛୁଉଁ ନଥିଲା। ମୁଁ ସେମାନଂକ ସମ୍ବେଦନ ପ୍ରତି ଧ୍ୟାନଦେବା ସମ୍ଭବ ନଥିଲା କାରଣ ମୁଁ ସଚେତନ ଥିଲିକି ଅର୍ଧଚେତନରେ ଅବସ୍ଥିତ ସେକଥାବି କହିପାରିବି ନାହିଁ, ହୁଏତ ଶ୍ରୋତା ନଥିବା ସଭାରେ ମୁଁ ଭାଷଣ ଦେଉଥିଲି ଅଥବା ମୁଁ ସେମାନଙ୍କୁ ଶୁଣିବାକୁ ବାଧ୍ୟ କରୁଥିଲି, କିମ୍ବା ମୁଁ କିଛିନକହି ଭାବିଚାଲୁଥିଲି।
ଆପଣ ଏହାକୁ ଯେପରି ଇଛା ସେପରି ଗ୍ରହଣ କରିବେ। ଚରିତ୍ର ଗୁଡିକ କାଳ୍ପନିକ ନୁହନ୍ତି, ପୃଷ୍ଠଭୂମିବି ଏକ ଅନ୍ୟଥା ମୂଲ୍ୟହୀନ ଭୂଗୋଳ ପୋଥିପତ୍ରରେ ନଥିବା ମୋର ଛୋଟିଆ ଗ୍ରାମ ତୁଳତୀର ଦୁଇ ସାହି ନିଜି ତୁଳତୀ ଓ ଆମ ଘରଥିବା ସାହି ରହିମାନପୁର। ଗାଆଁଟି ଚାରୋଟି ୱାର୍ଡରେ ବିଭକ୍ତ ଥିଲା ସେବେଳେ, ହୁଏତ ଏ ସଂଖ୍ୟା  ଏବେ ବଢିଥିବ। ବେଳ ଗତ ଶତାବ୍ଦୀର ଅଠସ୍ତୋରୀ ମସିହାରୁ ଏପର୍ଯ୍ୟନ୍ତ ବ୍ୟାପିଛି, ମୋର ବୟସ ଏଗାର ମୁଁ ଏକ ସାଧାରଣ ଯୌଥ ପରିବାରର କନିଷ୍ଠତମ ସନ୍ତାନ କିଶୋରର ବଡଭାଇ। ମୋ ଉପରେ ଦୁଇଭଉଣୀ ଓ ଦୁଇ ଭାଇ। ବାପା ଜଣେ ପ୍ରାଥମିକ ଶିକ୍ଷକ ଦାଦାଙ୍କର ଅକାଳରେ ମୃତ୍ୟୁ ଘଟିଥାଏ ଦୁଇ ବର୍ଷ ତଳୁ। ବୋଉ ଗୃହିଣୀ, ଖୁଡୀ ସାମାନ୍ୟ ହୁଣ୍ଡି। ଜଣ ପରେ ଜଣେ ମୋର ଦୁଇ ଭାଇ ସୈନ୍ୟବାହିନୀରେ ଯୋଗଦେଇ ପରିବାରର ଗୌରବ ବଢାଇଛନ୍ତି। ଭଉଣୀ ଦୁଇଜଣରୁ ଜଣେ ବିବାହ ଯୋଗ୍ୟା ଓ ଅନ୍ୟଜଣକ ମୋଠୁ ତିନିବର୍ଷ ବଡ ଶୁଶୀ ଦେଇ ବୁଢାବାପା ସେ ସନ ଆଶାଢରେ ସ୍ୱର୍ଗବାସୀ ହୋଇଥାନ୍ତି, ବୁଢୀମା ଆପାତତଃ ତାଙ୍କୁଝୁରି ହେଉଥାଏ।
ଯଦିଚ ବୟସ ଅଧିକ ହେଲାପରେ ମୁ ଜାଣିଲି ଆମେ ନିମ୍ନମଧ୍ୟବିତ କିନ୍ତୁ ସେତେବେଳେ ପେଜପିଆ ମାନଙ୍କ ପରିବେଶରେ ଶାଗଖିଆ ନିଜକୁ ଧନୀକ ମନେକଲା ପ୍ରାୟ ମୁଁ ଭାବୁଥିଲି ଆମେ ବହୁତ ସ୍ୱଛଳରେ ଚଳୁଛୁ। ଏମିତି ଭାବିବାର ହେତୁ, ଆମ କ୍ଷୁଦ୍ର ପରିବେଷ୍ଟନୀ ରେ ମିଳୁଥିବା ସ୍ୱଳ୍ପ ମୂଲ୍ୟର ଚିଜ ମାନଙ୍କରୁ, ଆମେ ଯେତେବେଳେ ଯାହା ଆବଶ୍ୟକ ମନେ କରୁଥିଲୁ ଆମ୍ଭଙ୍କୁ ମିଳି ଯାଉଥିଲା। ତଥା ଅଭାବ ଅସୁବିଧାରେ କିଛିଲୋକେ ଆମ ପରିବାରରୁ ସହାୟତା କିମ୍ବା କରଜ ଆଶା କରୁଥିଲେ। ଉଣା ଅଧିକେ କିଛି କିଛି ଜମିବି କିଣା ଯାଉଥିଲା
ଭାବନାର ଭଲ ଦିଗଥିଲା, - ମୋ ପିଲା ମନ ହୀନମନ୍ୟତାରୁ ଦୂରରେ ରହୁଥିଲା, ଖରାପ ଦିଗବିଥିଲା, - ଯେତେବେଳେ ଦୁନିଆ ଦେଖିବାର ବୟସ ହେଲା ବହୁତ ସଙ୍କୁଚିତ ଲାଗିଲା। ତେବେ ସେ ପରିସ୍ଥିତି ପ୍ରତି ଆଦରର ପ୍ରବଳତା ଏଯାବତ ଅଧିକ।
ଗ୍ରାମଟି ରାଜନୈତିକ ଦଳାଚକଟାର କେନ୍ଦ୍ରସ୍ଥଳ ଯଦିଓ ରାଜନିତୀର କର୍ଣ୍ଣଧାର ଜଣେ ଋଷି ପ୍ରତିମ ବ୍ୟକ୍ତି ଯେପରି ମହାତ୍ମା ଗାଂଧୀ ଏ ଦେଶକୁ ବିଭାଜନରୁ ରକ୍ଷା କରିବା ସମ୍ଭବ ନଥିଲା ସେମିତି ଆମ ଗାଆଁର କନ୍ଦଳ ସେହି ମହାତ୍ମା ଶ୍ରୀ ବୈଷ୍ନବ ସାହୁଙ୍କ ଉପସ୍ଥିତିରେ ବି ଅନିର୍ବାର୍ଯ୍ୟ ଥିଲା। ସେତେବେଳେ ଭାବୁଥିଲି ତାଙ୍କ ଦଳର ବିରୋଧି ମାନେ ସବୁ ଗଣ୍ଡଗୋଳର ମୂଳ। ବୟସ ହେଲା ପରେ ଜାଣିଲି ଉଭୟ ସମର୍ଥକ ଓ ବିରୋଧି କେହି ତାଙ୍କ ନିୟନ୍ତ୍ରଣରେ ନଥିଲେ।  ଆମ ସାହିର ଅଧିକାଂଶ ଯେଉଁ ଦଳକୁ ସମର୍ଥନ କରୁଥିଲେ ଆମ ପରିବାର ତାହାର ପ୍ରତିଦ୍ୱନ୍ଦୀ ଦଳକୁ ଭଲ ପାଉଥିଲା, ଏଣୁ ଏକ ପ୍ରକାର ଆକ୍ରୋଶର ବାତାବରଣ ଥିଲା। ଆଜି ସେ ରାଜନୈତିକ ଭବନାର କୌଣଷି ମାନେ ନଥାଇପାରେ, କାରଣ ଉଣାଅଧିକେ ସମସ୍ତେ ସାମନ୍ତ ବାଦ ଅବା ଛାୟା ସାମନ୍ତବାଦ କବଳରୁ ମୁକ୍ତ। କିନ୍ତୁ ସେତେବେଳେ ମୁକ୍ତ ନଥିଲା। ନେତା ମାନେଙ୍କ  ନେଇ ଗୋଡାଣିଆମାନେ ଲୁଗାର କଛାଭିଡି ଡେଇଁ ପଡୁଥିଲେ କେବେ କେବେ ହଣା ମରା ବି ହେଉଥିଲା ଏମିତିକି ଈଷ୍ଟଦେବ ଗୋପିନାଥ କିମ୍ବା ମଦନ ମୋହନ ମଧ୍ୟ ସାର୍ବଜନୀନ ହୋଇ ପାରୁନଥିଲେ, ରାଜନୈତିକ ସମର୍ଥନ ଉପରେ ନିର୍ଭରକରୁଥିଲା ପ୍ରଭୁଙ୍କ ବିମାନ ତୁମ୍ଭ ଦ୍ୱାରକୁ ଦୋଳ ନିମନ୍ତ୍ରଣରେ  ଆସିବେ କି ନାହିଁ। ପାନରୁ ଚୁନ ଖସିଲେ ତୁମ୍ଭଙ୍କୁ ଠାକୁର ବାରଣ। ସେ ପ୍ରସଙ୍ଗ ଏବେ ଅପ୍ରାସଙ୍ଗିକ, ମୋ ଗାଆଁ ଏବେ ଖୁବୟ ସୁଂଦର, ସେ ବେଳେବି ଥିଲା ଅତ୍ୟଂତ ମନୋହର କେବଳ କିଛିଟା ବ୍ୟତିକ୍ରମ କେବେ କେବେ ଦେଖାଯାଉଥିଲା।
ଏହି ଯେମିତି ସେ ବର୍ଷ ଘଟିଥିଲା। ଯେଉଁଦିନ ବଡି ଭୋର ସମୟରେ ଗ୍ରାମ ଦେବତୀ ମା ମଙ୍ଗଳାଙ୍କ ପ୍ରାଙ୍ଗଣରେ ଜଳୁଥିବା ପାଳଗଦାର ଆଲୁଅରେ (ପ୍ରକୃତରେ ପେଟ୍ରୋମାକ୍ସ୍) ଗ୍ରାମର ମାନ୍ୟତାପ୍ରାପ୍ତ ଜ୍ୟୋତିଷ ଶ୍ରୀ କ୍ଷେତ୍ରବାସୀ ନାୟକ ତାଙ୍କ ଅନନ୍ୟ ସୁଲଳିତ ସ୍ୱରରେ, ମା ମଙ୍ଗଳା, ପ୍ରଭୁ ବାଲୁଙ୍କେଶ୍ବର(ମତାନ୍ତରେ ବାଳକେଶ୍ୱର), ବିମାନରେ ଶୋଭିତ ଗୋପିନାଥ ଓ ମଦନ ମୋହନଙ୍କୁ ସାକ୍ଷୀରଖି ପାଠ କରନ୍ତି, ଏହି ସମ୍ବତ୍ସର ଅମୁକା, ଶକାବ୍ଦ ସମୁକାରେ ଭାରତବର୍ଷେ.....ତୂଳତୀ ଗ୍ରାମେ..... ଅଡା ବ୍ରାହ୍ମଣୀ ହସ୍ତେ...ପାଳକପତି ବୃହସ୍ପତି... ବର୍ଷା କେତେ ଭାଗ, ଅଗ୍ନିରକ୍ଷ୍ୟକ....ଇତ୍ୟାଦି ତାହାକୁଅବିଶ୍ୱାସ କରିବାର ଯୁ କାହାର ନଥାଏ। କେବଳ ଯାହା ମୋର ମନେହୁଏ ଲୁଚାଇ ଲୁଚାଇ ସିଗାରେଟ ପ୍ୟାୟୀ କେତେଗଣ କଲେଜ ପଢୁଆ ହୀପି ବାଳିଆ ବଡଭାଇ ମାନେ ଏହାକୁ ନିଜ ନିଜ ଆଲୋଚନାରେ ଚ୍ୟାଲେଞ୍ଜ୍ କରି କହନ୍ତି- ଅନ୍ଧ ବିଶ୍ୱାସ। ଜରୁରୀ ପରିସ୍ଥିତିର ଅନ୍ତ ଘଟିଲା ସିନା ସେମାନଙ୍କୁ ସହର ବଜାର ପରି କେହିବାଧ୍ୟ କରିବାର ସମ୍ଭାବନା ନଥିଲା ତାଙ୍କ ବାଳକୁ ଆର୍ମି କଟ କରିବା ପାଇଁ। ମୁଁ ଏକଥା ଟିକେ ବଡ ହେଲାପରେ ବୁଝିପାରିଲି। ଅବଶ୍ୟ ତାଙ୍କ ନାମ ସ୍ମରଣ କରିପାରୁନାହିଁ କିନ୍ତୁ କେହି ଜଣେ ସାଆନ୍ତ ତାଙ୍କ କଥାରେ କ୍ଷୂବ୍ଧ ହୋଇ କହି ଉଠିଲେ, “ଶଳେ ଯେଉଁ ଦିନଠାରୁ ତମେ ଗୁଡା ବେଲ୍ ବଟମ ପିନ୍ଧି, ହୀପି ରଖିଲ ଆଉ ଫୁଟବଲ ବଦଳରେ ଏ ଗାଆଁକୁ କ୍ରିକେଟଆଣିଲ ସେହିଦିନଠାରୁ ବାହ୍ମୁଣ, ନାହାକଙଢ଼ କଥା ଭୁଲ ହୋଇଗଲା।“ ଭାଇମାନେ ହାସ୍ୟ ସମ୍ବରଣକରି ଚୁପ ହୋଇଗଲେ। ସେଯାବତ ସାଆଂତ ବୟସର ମୂରବୀଂକୁ ଓଲଟାଇ କହିବାର ସମ୍ଭାବନା ନଥିଲା।
ସାଆନ୍ତ ବି ବେଶ ଉତ୍ସାହିତ ହୋଇ କଣଗୁଡାଏ ଗାରୁ ଗାରୁ ହେଲେ ତାହା ବିସ୍ମୃତ।  ସେତେବେଳକୁ ସିଗାରେଟ ପ୍ୟାକେଟ୍ ରେ ଲେଖାହେବା ଆରମ୍ଭ ହୋଇଥାଏ, “ଧୂମପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ।“ ତେଣୁ ମୋତେ ସେ ଭାଇ ମାନେ ଭଲ ଲାଗୁନଥିଲେ ମଧ୍ୟ ମୁଁ ତାଙ୍କ ମତକୁ ବିଶ୍ୱାସ କରୁଥିଲି ଯେ ଏସବୁ ଅନ୍ଧବିଶ୍ୱାସ। ଗତ ବର୍ଷ ତ ଗ୍ରାମର ଭଗ୍ୟଗଣନା ଖୁବ ଉଜ୍ଜ୍ୱଳ ଥିଲା, ପୁଣି ଅକାଳରେ ଗାଆଁର ଡଉଲ ଡାଉଲ ଯୁବକ, ଚିନ୍ତାଭାଇ ରେଳରେ କଟି ମଲା କିପରି! ଏହା ବ୍ୟତୀତ ମୁଁ ଭାବୁଥିଲି ଏମାନେତ କେବେ ମୂରବିମାନଙ୍କ ସାମ୍ନାରେ ସିଗାରେଟ ଟାଣୁ ନାହାନ୍ତି କିନ୍ତୁ ଏ ବିଡିପିଆ ସାଆନ୍ତ ଜାଣୁଛନ୍ତି କେମିତି? ମୋର ଏକ ଧାରଣା ଥିଲା ବୁଢା ଲୋକ ମାନେ ଏବଂ ମାଆ ମାନେ ସବୁ ଜାଣିପାରନ୍ତି। ସାଆଂତଂକ ଭାଷାବି  ଆମେ ପିଲାଏ ନାପସଂଦ କରୁଥିଲୁ
ଏ ଘଟଣାର ପୃଷ୍ଠଭୂମି ବର୍ଣନା କରୁଥିଲି ବୋଧହୁଏ
ପୂର୍ବ ସଂଧ୍ୟାର ଘଟଣା। ଆମ ଘର ସମ୍ମୁଖକୁ ଗୋପିନାଥଙ୍କ ବିମାନ ଆସିବ କି ନଆସିବ ସେ ପାଇଁ ଏକ ବୈଠକ ଆହୁତ ହୋଇ ସ୍ଥିର ହୋଇ ପାରୁନଥାଏ।  ସବୁ ସେହି ପ୍ରଭୁଙ୍କ ଇଛା, ଶେଷ ଦିନ ଅର୍ଥାତ ଏହି ପୂର୍ବବର୍ଣ୍ଣିତ ମେଣ୍ଢାଘର ପୋଡାହୋଇ ପୂଜୀ କାପାଠ ହେବାର ପୂର୍ବ ସଂଧ୍ୟାରେ ବିମାନ ଆସିବାର ନିର୍ଘଣ୍ଟ କରାଗଲା ମୋ ମନ ଖୁସିହେବାର ଅନେକ କାରଣ ଥାଏ। ଗତବର୍ଷ ଏହି ସଂଧ୍ୟାରେ ଅନେକ ମଜା ହୋଇଥିଲା। ବୟସ୍କ ଲୋକେ ମାଳିକା କଥା ଅନ୍ୟଥା ନହେବାରେ ଦୃଢ ବିଶ୍ୱାସ ପ୍ରକଟ କରି କହୁଥିଲେ ଅଶି ଅଧେ ଯିବେ ଖସି,  ଏଁ, ତାହେଲେ କଣ ଦୁଇବର୍ଷ ପରେ ଆମ ଗାଆଁରୁ ବି ଅଧେ ଲୋକ ମରିଯିବେ! ଛୁଆ ନା ବୁଢା? ସେମାନେ କହୁଥିଲେ ହାଏ ଦୈବ ନୂଆ ଧାନ ଭାତ କିଏ ଖାଇବ! କୁଆଡେ, ଭୈରବ ରଡି ଛାଡିବ ଏବଂ ସେ ଡାକକୁ ଯିଏ ଶୁଣିବ ସେ ମୃତ୍ୟୁ ବରଣ କରିବ। ଆଉ ଜଣେ କହିଲେ ଯିଏ ଜବାବ ଦେବ ସେ ସିନା ମରିବ ଶୁଣିଲେ କାହିଁକି ମରିବ ମ! ମୁଁ ଏଗୁଡା ବୁଝି ପାରୁ ନଥିଲି, ଆଗରୁ କଣ ଭୈରବର ଡାକ ଏମାନେ ଶୁଣି ଜବାବ ନଦେବାର ତତ୍ପରତା ପ୍ରକାଶ କରିଥିଲେ କି, ନହେଲେ ବଞ୍ଚିଛନ୍ତି କେମିତି। ଗୋଟିଏ କଥା କିନ୍ତୁ ନିଶ୍ଚିତ ଲାଗୁଥିଲା ଯେ ସେମାନେ କେହି ଭାବି ପାରୁନଥିଲେ ଯେ ମୁଁ ସେହି ବଡ ମାନଙ୍କ କଥା ଧ୍ୟାନପୂର୍ବକ ଶୁଣୁଛି। ପୂଜକ ଗୋପନନା ବିଜୁଳି ବେଗରେ ନଡିଆକୋରି ପକାଉଥିଲେ, ସେହି କାମଟି ସେ ଯେତେବେଳେ କରନ୍ତି ମୁଁ ତନ୍ମୟ ହୋଇପଡେ ବୟସ ବଢିଲା ପରେ ମୁଁ ଭାବୁଥିଲି ନନା ଯେପରି ନାଚ କରୁଛନ୍ତି। ପାଖାପାଖି ଶତାୟୂ ଗୋପନନା ଏବେବି ଚଲାବୁଲା କରୁଛନ୍ତି, ତାଙ୍କ ସାଙ୍ଗ କ୍ଷେତ୍ରବାସୀ ଜ୍ୟୋତିଷ ଅବଶ୍ୟ ଆଉ ଏତେ ପାରୁନାହାନ୍ତି  
ଲୋକେ ଯେତେବେଳେ କହିଲେ ୨୦୧୨ ମସିହାରେ ପୃଥିବୀ ଧ୍ୱଂସ ହେବ, ମୁଁ ଏହି ମାଳିକା ବିଚାର କଥା ମନେପକାଇ ସେଦିନର ସ୍ମୃତି ରୋମନ୍ଥନ କରି କହିଲି, ଗାଲୁଆ ବିଚାର
ଏ ସନ କଥା ବଦଳିଗଲା
ଘରେ ଆମର ସବୁ ପ୍ରସ୍ତୁତ, ଫୁଲ ଭୋଗରାଗ ସବୁ ଠିକ ହେଲା। ମୋ ଦାୟିତ୍ୱ ଥିଲା କୈଳାସ ମାମୁଁ ସହ ପାଖ ପଲ୍ଲୀକୁ ଯାଇ ପଳାସ କୁସୁମ ଆଣିବା। କୁହନ୍ତି ପଳାସ କୁସୁମ ଦିଶେ କେଡେ ମନହୋର, ବାସନା ନଥାଏ ବୋଲି ନପାଏ ଆଦର।
ଆମେ କିନ୍ତୁ ଖୁବ ଆଦରରେ ଆଣିଲୁ ଦୋଳଯାତରେ ତା'ର ଆଦର ରହିଛି। ହଁ ସଚରାଚରେ ରୂପର ଯେ ଆଦର ନିଶ୍ଚିତ ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଏମିତିକି ଗୁଣ ହୁଏ ଅପ୍ରାସଙ୍ଗିକ, ଏହା ମୁଁ ଭବିଷ୍ୟତରେ ଯେବେ ଅନୁଭବ କରିଛି ସେ ନିଲଠା ପଳାସର କଥା ସ୍ୱତଃ ସ୍ମୃତି ଉଜ୍ଜୀବିତ ହୋଇଛି। ନିଲଠା  ଏଇଥି ପାଇଁ ଯେ ଠାକୁର ଆଉ ଆମ ଦ୍ୱାରକୁ ଆସିଲେ ନାହିଁ।  ସେ ସମୟର ଅନୁଭୁତିକୁ ଉପସ୍ଥାପନା କରିବାର ଉପାୟ ନଥିଲା, ଏହା ଯେମିତି କାନ୍ଦ, କ୍ରୋଧ, କୋହ,ଏବଂ ଯାବତୀୟ ନାକାରାତ୍ମକ ସମ୍ବେଦନରୁ ଅଲଗା। ଏ ବାବଦରେ ସଠିକ ମନ୍ତବ୍ୟ ଦେବାର ଯୋଗ୍ୟତା ଏଯାବତ ଆସିନାହିଁ। କେବେ କେବେ ସେହିପ୍ରକାରର ଅନୁଭବ ଆସେ ଯେତେବେଳେ କେହି ଜଣେ ଶ୍ରଦ୍ଧାଳୁକୁ କୌଣସି ନା କୌଣସି ବାହାନାରେ ମନ୍ଦିର ଅବା ଦେବାଦେବୀଙ୍କୁ ବାରଣ କରାଯାଏ ମୋର ଠିକ ସେହି ଅବ୍ୟକ୍ତ ଆବେଗ ଚେଇଁଉଠେ
ସମ୍ଭବତଃ ସେ ରାତ୍ରୀରେ ଆମ୍ଭେମାନେ ଅନେକ ଡେରିରେ ଶୋଇଲୁ
ରାତ୍ରୀର ଶେଷ ପ୍ରହରରେ ଆମେ ପିଲାମାନେ ଆମ ଗ୍ରାମର ମଣିନାଥ ପଲେଇଙ୍କ ଦାଣ୍ଡ ପିଣ୍ଡାରେ ନିଜକୁ ଆବିଷ୍କାର କଲୁ। ନିଦରେ ଘଟୁଥିବା ଅନେକ ଘଟଣା ମୁଁ ମନେରଖି ପାରେନାହିଁ ପ୍ରକୃତିସ୍ଥ ହେଲା ବେଳକୁ ଚାଲିଥାଏ ଫଗୁମୟ କୀର୍ତ୍ତନ -ମଣିଦାଦାଙ୍କ ଘର ସେହିଠାରେ, ଯେଉଁଠି  ରହିମାନପୁରର ଉତ୍ତଳ ସ୍ଫିତି ତୁଳତୀର ଅବତଳ କୋଳ ଉପରେ ଉଜାଡି ହୋଇ ପଡିଛି। ଏହିଠାରେ ହିଁ ମଦନ ମୋହନ ଏବଂ ଗୋପିନାଥଏକାଠି ହୋଇ ମଙ୍ଗଳାଙ୍କ ପୀଠକୁ ଗତି କରିବେ। ଏଇଠି ଉଭୟ ସାହିର ରୋଷଣୀ ଏକାକାର ହୋଇ ତୁଳତୀ ଗାଆଁର ଅସଲ କୀର୍ତ୍ତନୀଆ ଦଳ ହୋଇଯିବେ -         
ମଣିଦାଦାଙ୍କୁ ମୁଁ ସର୍ବକାଳ ଆନ୍ତରିକ ଶ୍ରଦ୍ଧା କରେ, ସେ ଜଣେ ଉଦ୍ୟମୀ ବ୍ୟକ୍ତି, ଆଜି ବି ମନେ ପଡେ ଗାଁର ଜାଳେଣୀ ସମସ୍ୟା ଦୂର କରିବା ପାଇଁ ସେ କିଭଳି ପ୍ରଥମ ବ୍ୟକ୍ତି, ତାଙ୍କ ଘର ସାମ୍ନାରେ କାଠ ଗୋଦାମ କରିଥିଲେ, ସେ ମଧ୍ୟ ସର୍ବପ୍ରଥମେ ଗ୍ରାମକୁ ତିନି ଫେଜର ବିଜୁଳି ଆଣି ହଲର ମେସିନ କାର୍ଯ୍ୟକ୍ଷମ କରାଇଥିଲେ। ଲାଭ କ୍ଷତିଏକ ଭିନ୍ନକଥା।
 ଓ! କି ସୁନ୍ଦର ସେ ସ୍ମୃତି, ସନ୍ନିକଟ ଶ୍ରୀ ରାଧାରମଣ ଆଗମନ ସ୍ମାରକୀ ମନ୍ଦିରର ପ୍ରଭାବ ହୋଇପାରେ ତାହା ମୋର ଏବେର ବୁଝା ମନ କହୁଛି ଅବଶ୍ୟ, କିନ୍ତୁ ସେ କୀର୍ତ୍ତନର ସ୍ୱର ଏବେବି କାନରେ ଗୁଣୁଗୁଣୁ ହୁଏ। ଆଜି ସେ ରାଧାରମଣ ଜୀଉ ମନ୍ଦିର ମଧ୍ୟ ଭୂଲୁଣ୍ଥିତ।
ଆହା ଆଜି ସେମାନେ ଏ ଗଳ୍ପଟିକୁ ପଢିବାକୁ ଥାଆନ୍ତେ ହେଲେ! ଗ୍ରାମର ସଂସ୍କୃତି ମୂରବୀ ଅନ୍ୟତମ ମହାତ୍ମା ଶ୍ରୀ ନିଳମଣି ମହାନ୍ତିଙ୍କ ନେତୃତ୍ୱରେ ଝାଞ୍ଜ, କରତାଳ, ମୃଦଙ୍ଗ, କୁବୁଜୀ, କାହାଳୀ, ଶଂଖ ଏତ୍ୟାଦି ନାନାଦି ସରଞ୍ଜାମର ସମନ୍ୱିତ ବାଦ୍ୟଧ୍ୱନୀ ସହ, ଉଭୟ ସାହିର ବହୁ ବୟସ୍କ ବ୍ୟକ୍ତିଙ୍କ ଫଗୁଖେଳ, ଅଳ୍ପ ଧୂମାୟିତ ପେଟ୍ରୋମାକ୍ସ ଲାଇଟର ଭାସମାନ ଆଲୋକକୁ ରଙ୍ଗାୟିତ କରୁଥିଲା ଅବା ରଙ୍ଗାୟିତ ଆଲୋକକୁ ଭାସମାନ କରୁଥିଲା।

ଅର୍ଜୁନ ଧଳ ଭାବ ତାଳ ଓ ଲୟସହ ଭକ୍ତିର ଫେଣ୍ଟ ଦେଇ ଗାଉଥିଲେ, ଓ ନାଚି ଯାଉଥିଲେ-
ଫୁଲ ଫୁଟା ଫଗୁଣ, ଫୁଲ ଧନୁର ଗୁଣ, ଆଜି ଖେଳିବା ହୋରି କାହା ସାଥିରେ ରାଧା ମାଧବ ହୋରି ଯା ମାତିରେ......
ପୁଣି କିଏ ନଦିଆ କୀର୍ତ୍ତନ କରୁଥିଲେ, ମଧୁର ମଧୁର ବଂଶୀ ବାଜେ ଏତୋ ବୃଂଦାବନଅଅ...
ଏସବୁ ପଦ୍ୟର ଅର୍ଥ ବୁଝିନଥିବା ସେ ବୟସରେ ଏହା ଯେମିତି ହୃଦୟସ୍ପର୍ଶୀ ଥିଲା ଏଯାବତ ତାହା ଉଣା ହୋଇ ନାହିଁ। ଏହାର ଆଠ ବର୍ଷପରେ ଯେବେ ମୁଁ ଡାକ୍ତରୀ ପଢିବାକୁ ଆସିଲି, ପଡୋଶୀ ବରୁଣ୍ଡେଇ ଗ୍ରାମର ବ୍ୟକ୍ତି, ବୌଦ୍ଧିକ ସେକ୍ସନର ଅଫିସର ଶ୍ରୀ ଗୌରକୁମାର ଘୋଷ ମୋ ଗ୍ରାମ ନାମରୁ ମୋତେ ଆବିଷ୍କାର କରି କହିଲେ ଆହା! କି ସୁଂଦର ତୁମ ଗାଆଁର ସେ କୀର୍ତ୍ତନ ଏତେ ପିଲାଙ୍କ ସାମ୍ନାରେ ମୋତେ ଆନନ୍ଦ ଲାଗିଥିବ ନିଶ୍ଚୟ
ସେ କମନୀୟ ରାତିରେ ଗତ ସନ୍ଧ୍ୟାର ବିଶାଦ ମିଳାଇ ଆସୁଥିବା ସମୟରେ ମୋ ଆକ୍ଷିରେ ପଡିଲା ମୋ ସାଙ୍ଗ ଆଶୀଷ, ସୁଭାଷ, ଶିଶିର, ସହସ୍ରାଂଶୁ , ସୂର୍ଯ୍ୟମଣୀ ଭାଇ, ଓ ଆହୁରି ଅନେକ କୀର୍ତ୍ତନର ଉଦ୍ଦଣ୍ଡତା ସହ ତାଳଦେଇ ନିଜ ନିଜ ସାହିର ଇଷ୍ଟଦେବଙ୍କ ସହ ନାଚ କରୁଛନ୍ତି, ପ୍ରଭୁବି ବାଦ ପଡୁ ନାହାନ୍ତି। ହୁଏତ ସେବେଳେ ସେମାନଙ୍କ ସହ ନାଚୁଥିଲେ ପରବର୍ତ୍ତି କାଳରେ ସଂଗୀତ ପ୍ରତି କିଛି ମମତା ରହିଥାଆନ୍ତା। ମୋତେ ଲାଗୁଥାଏ ମୁଁ ଗୋଟିଏ ବାଦୁଡି, ପଶୁଦଳ ମୋତେ ପୁରାଉ ନାହାନ୍ତି ଆଉ ମୁଁ ପକ୍ଷୀଦଳରେ ମିଶିବାକୁ ଅନଧିକାର ଓ ସଙ୍କୁଚିତ ମନେ କରୁଛି। ଦୋଳ ପର୍ବଟା ମୋଠୁ କେହି ଜୋର କରି ଛଡାଇ ନେଇଛି
ପ୍ରକୃତରେ କିଏ ଛଡାଇ ନେଇଥିଲା ତାର ଜବାବ ମୋ ପାଖରେ କିମ୍ବା କାହାରି ପାଖରେ ନାହିଁ। ଗାଆଁର ଏମିତି କୌଣସି ପୂର୍ବଜ ନାହାନ୍ତି ଯାହାଙ୍କ ଉପରେ ଏହା ଲଦି ଦିଆଯାଇ ପାରେ, ସମସ୍ତେ ହଜିଯାଇଥିବା ନିଜର ଲୋକ ଭଳି ମନେ ହୁଅନ୍ତି। ସେ ଥିଲା ଏକ ଭିନ୍ନ ସମୟ।
ପରେ ବହୁ ସମୟରେ ଏ ଚିନ୍ତା ମୋତେ ଘାରେ, ମୋ ଗ୍ରାମର ବା ଅଧିକାଂଶ ଗ୍ରାମର ପ୍ରାୟ ସବୁ ଗଣ୍ଡଗୋଳ ମୂଳରେ ଏହି ଭୋଟରାଜନୀତି, ନୁହେଁ ତ? ପଡୋଶୀ ଇସଲାମପୁର ଏକ ଅତି ଛୋଟିଆ ଗାଆଁ, ସମସ୍ତେ ଏକ ସମ୍ପ୍ରଦାୟର, ତଥାପି ମସଜିଦ ର ସ୍ଥାନକୁ ନେଇ ସହମତି ହୋଇ ପାରିନଥିଲା । ଗଣତନ୍ତ୍ର କଣ ସତରେ ଭଲ?  ସମସ୍ତେ ଯେତେବେଳେ ଏହା ସ୍ୱୀକାର କରୁଛନ୍ତି ମୁଁ କିପରି ବିପରୀତ ମତ ଦେବି। ଭୟ ଲଗେ।ସେ ଯାହାବି ହେଉ, ବସନ୍ତର ଏହି ଉତ୍ସବ ଯାହା କବି,ଚିତ୍ରକର, ପ୍ରକୃତି, ପ୍ରବୃତ୍ତି, ପଶୁ ପକ୍ଷୀ, ନରଲୋକ ଓ ଦେବଲୋକ ସମସ୍ତେ ଏମିତି ମନ ମତାଣିଆ ପାଳନ କରନ୍ତି ତାହାକୁ ମୁଁ କିନ୍ତୁ ଅତି ସହଜରେ ଉପଭୋଗ କରିପାରେ ନାହିଁ। ଗ୍ରାମରେ ହେଉ କି ବିଦେଶରେ ହେଉ।ଯେମିତି ଏ ପର୍ବହିଁ ମୋ ପାଇଁ ଅଚିହ୍ନା।

(ଉଭୟ ଗୋପନନା ଓ କ୍ଷେତ୍ରବାସୀ ମହାଶୟ ସ୍ବର୍ଗତଃ, ଏ ମଧ୍ୟରେ।)💐💐💐💐💐💐💐💐💐💐
ଆଉ ଜଣେ ମାନନୀୟ ସ୍ୱର୍ଗତଃ ଆପତ ଦାଦା ଏହି ପର୍ବଟିକୁ ନବ କଳେବର ଦେଇଥିଲେ। ବହୁ ଉତ୍ସାହରେ ସମସ୍ତଙ୍କୁ ଏଥିରେ ସାମିଲ କରିଥିଲେ। ସମସ୍ତେ ଆଉ କେଉଁଠି? 
ଯେଉଁଦିନ ଜାତି ଧର୍ମ ବର୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଗାଇ ଉଠିବେ -ଫୁଲ ଫୁଟା ଫଗୁଣ- ସେଦିନ ସିନା ଏହା ସାର୍ବଜନୀନ ହେବ।
ଜୀବନରେ ଯେତେଥର ଏଭଳି ଭାବିଛି, ଅନୁଭବ କରିଛି ଯେପରି ପ୍ରଭୁ ଗୋପିନାଥ ଓ ପ୍ରଭୁ ମଦନ ମୋହନଙ୍କର ଏ ପ୍ରତି ସହାସ୍ୟ ଅନୁମତି ରହିଛି। ଅବଶ୍ୟ ଏକଥା ସତ୍ୟ ନିଜ ଗ୍ରାମର ସବୁକିଛି ପରି ନିଜ ଗ୍ରାମର ଫଗୁଣ ସମସ୍ତଙ୍କ ପାଇଁ ସବୁଠୁ ନିଆରା ।

ସରିତା କହିଲା, ଯାଏ ଚାହାଟା ତୁମର ଆଉଥରେ ଗରମ କରି ଆଣେ। ମୁଁ ବନ୍ଧୁ ଦ୍ୱୟଙ୍କର ଏତେ ସମୟ ନେଇଥିବାରୁ ଲଜ୍ଜିତ ଅନୁଭବ କରୁଥିଲି।

Friday 18 March 2016

ସେଥିପାଇଁ 'ଭୁଲା'

ସେଥିପାଇଁ ଭୁଲା

ସଲ୍ଲଜ ଭୁଲାର ଅଭିମାନ,
ଅଭୁଲାର ଏତେ ଯତ୍ନ ଏତେ ସମାଦର,
କଂଦାଇଲା ଅବା ଆନଂଦର ପସରା ମେଲିଲା,
ସେ ପାଇଁ  ସାଥି ହେଲା ସର୍ବକାଳ,
ଅଥଚ ଏ ରାଜଦାଣ୍ଡେ ସଦର୍ପେ ଯେ ଚଲାଇଲା ସେ ପୁଣି ଭୁଲା

ତୁମ୍ଭେକି ଯାଇନାହ ଭୁଲି,
ହୃଦୟର ପ୍ରତିଟି ସ୍ପଂଦନ,
ଧମନୀର ସଦା ସଂଚାଳିତ ଲହୁ ଅନୁଭବକରିଛକି କେବେ,
ଅବା କି ଗଣନ କରିଛ ଭୁଲା ଆତ ଯାତ ଶ୍ୱାସକ୍ରୀୟା,
କିଆଁ ଏତେ ଅଭିମାନ କର ତୁମ୍ଭେ ମୋର ପ୍ରାଣତଂତ୍ରୀ, ସେଥିପାଇଁ ଭୁଲା।

କେମିତି ହୁଅଂତା ଭୁଲି,
ଅନେକ ଯଂତ୍ରଣାର ହେତୁ,
ଅଲିଭା ସେ କ୍ଷତ ଚିହ୍ନ ପ୍ରତିଅଂଗେ ପ୍ରତି ଲୋମକୁପେ,
ଅବା ସେ ବୃଥା ଦର୍ପ, ଅଳିକ ଆସର,
ବେପରୁଆ ଉଦ୍ଧତ ହୁଂକାର ନାଦ, ହର୍ଷସିକ୍ତ ଲଘୁ ବ୍ୟଭିଚାର॥

ମାଗିନାହଁ ଧନ୍ୟ ଧନ୍ୟ ଧନ୍ୟବାଦ ମାନ,
ତର୍ଯ୍ୟୁପରେ ତୁମ୍ଭସ୍ଥାନ,
 ତୁମ୍ଭପାଇଁ ଏ ସବୁ ସାମାନ୍ୟ୍,
ତୁମ୍ଭେ ଯଦି ନଥାଅଂତ ସାଥେ,
ସମୟର ସ୍ରୋତ ଅଟକି ନଥାଂତା ସତ୍ୟ,
ସେ ସ୍ରୋତରେ ତୁମ୍ଭେ ଲୀନ ସେଥିପାଇଁ ତୁମ୍ଭେ କିଂତୁ ହୋଇଛ ବିସ୍ମୃତ॥

ଯେତେ ସବୁ ଅଳଂକାର,ଯେତେ ଆବରଣ,
ସମୟର ଶେଷ ବିଚାରରେ ସବୁ ବର୍ଜ୍ୟ,
ଫର୍ଦ୍ଦ ଫର୍ଦ୍ଦ ଖୋଳପା, ସର୍ପର ସେ କାତି ପ୍ରାୟ ଅପସୃତ ହେଲାପରେ,
ଅଭୁଲା ଶରୀର ଓ ମନର ରାଇଜ ଅତିକ୍ରାଂତ ହେବାର ଉତ୍ତାରେ,
ଆଲୋକର ରାଇଜର ସିଂଘଦ୍ୱାର ଫାଟକ ମେଲିବ,
ଭୁଲିଥିବା ଭୁଲା ସମ୍ପଦକୁ  ତ୍ୟାଗୀବାକୁ ଅବଶ୍ୟ ଭୁଲିବ,
 ଆତ୍ମାର ଅସରଂତି ଆୟୂଷ ଗ୍ରନ୍ଥୀରେ ଥିବ ଚିରକାଳ, ସେଥିପାଇଁ ଭୁଲା॥  

ତେଣୁ ହେ ଆତ୍ମୀୟ,
ଅଭିମାନ ଶୋଭା ପରିପନ୍ଥୀ,
ଚର୍ଚ୍ଚାସାରି ବଂଧୁ ପରିଜନ ଯେତିକ ଅଭୁଲା,

ପ୍ରଶାନ୍ତିର ଅନ୍ତଃପୁରେ ତୁମ୍ଭେ ଥିବ ବଂଧୁ ସେଥିପଇଁ ଭୁଲା

In Your Own Small Chair...... Ultra Short Story.......


Received a message from a friend who wanted a solution.
Dear Rabi,
A dog observing a cricket match from a very special entry forgot its identity, being excited Seeing a Chris Gayle's six dropping right on his seclusion, captured it and went inside the field to handover to a player but the dog was misunderstood. He was not allowed to return to the secluded place as he wanted to do quickly, instead was driven out by security platoon coming from all sides. But it amused the stadium with laughter.

I too enjoy whatsapp playing in full speed but once I enter the field it stops the play till I return to my seat, my only regret is unlike the dog I don't effect any amusement. Please advice Rabi....

 Ha ha ha what to advise, I know my friend didn't become sarcastic on me, but friends I too identified me playing the dog.

 I wrote back. ..
Dear Jack,
Dogs always remained guarding the treasury and the society too but they should not be excited in cricket field and WA groups. Dogs are the most trusted animals, be very happy with that.
                                                                                                                                    Yours dear Rabi...

Thursday 17 March 2016

ସ୍ମୃତ୍ତି

ସ୍ମୃତ୍ତି
ସ୍ମୃତ୍ତି ଏକ ପାଉଁଶ ତଳର ନିଆଁ,
ଜୀବନ୍ତର ପ୍ରଭାସ ପ୍ରତୀକ,
ସମୟର ସ୍ମିତହାସ୍ୟ ଅବା
କ୍ରମଶଃ ଆଛାଦିତ ଅଂଧକାରେ,
ତଥାପି ପ୍ରଜ୍ଜ୍ୱଳିତ ସ୍ନେହଶିକ୍ତ ସଳିତାର ଅବଶିଷ୍ଟ ଶିଖା,
ପ୍ରତୀକ୍ଷାମନ୍ତୀ,
କେଉଁ ଏକ କଣ୍ଟକର ମୃଦୁସ୍ପର୍ଶେ ତେଜିଉଠିବାର ସମ୍ଭାବନା ଟିଏ॥

ସ୍ମୃତ୍ତି ଏକ ଆଶାର ଅତୀତ,
ଆଶାର ଅତୀତ!!
ଅତୀତର ଆଶା ବରଂ,
କିଛି ପ୍ରାପ୍ତ ମିଷ୍ଟ ଗଳ୍ପ,
କିଂଚିତ ପରାହୁତ,
ସମୟର ପ୍ରତିଘାତେ ଭୂଲୁଣ୍ଠିତ,
କଦାଚିତ ଉତ୍ତୁଂଗ ଏକ ଭଗ୍ନ ଇମାରତ॥

ବିଲୀନ ପଦ ଓ ସହ ପଦଚିହ୍ନ ମାନ,
ମହାକାଳ ସମୁଦ୍ରର ମୁହୁର୍ମୁହୁ ଚୁମ୍ବନରେ ଶତଧୌତ,
ସଲ୍ଲଜ ଭୁଲାର ଅଭିମାନ,
ଅଭୁଲାର ଏତେ ଯତ୍ନ ଏତେ ସମାଦର,
କଂଦାଇଲା ଅବା ଆନଂଦର ପସରା ମେଲିଲା,
ସେ ପାଇଁ  ସାଥି ହେଲା ସର୍ବକାଳ,
ଅଥଚ ଏ ରାଜଦାଣ୍ଡେ ସଦର୍ପେ ଯେ ଚଲାଇଲା ସେ ପୁଣି ଭୁଲା
ଆଜି ସ୍ମୃତ୍ତିର ଦିହୁଡି ଲମ୍ବିଛି,
ସାମାଜିକ ଗଣବାର୍ତ୍ତା ଅତ୍ୟନ୍ତ ସୁଲଭ,
ଦୂର ଦୂରାନ୍ତର ଅପହଂଚ ମୂଲକର ବ୍ୟବଧାନ ମିଳାଇ ଯାଏ,
ସ୍ମୃତ୍ତିମାନେ ମୋଲାୟମ ଅଂଗୁଳିରେ କଅଁଳେଇ ସାଉଁଳି ଦିଅନ୍ତି,
ମେଘାବ୍ଳିଷ୍ଟ ପର୍ବତ ଶିଖରେ,
 ଅବା ପ୍ରେୟସୀର ନରମ ଓଠରେ,
ଝଲକାଏ ବିଦ୍ୟୁତ୍ଲତା ମୃଦୁମଂଦେ  ପ୍ରତିତନ୍ତ୍ରୀ ଶିହରାଇ ଦିଏ॥

ସ୍ମୃତ୍ତିର ପ୍ରାବଲ୍ୟର ଭୟ,
ଏହି ଦେଖ ଅଚଳ ଶିଳାର ଚୁଡା,
କଳା ବାଦଲରେ ଘନକ୍ଳୀଷ୍ଟ,
ବଜ୍ରର ନିର୍ଘୋଷରେ ଭୟଂକର ବିଜୁଳିର ଲାଭା,
ସ୍ମରଣର ଦିଗ୍-ବଳୟର ସୀମାରେଖା ମଧ୍ୟେ ପ୍ରବେଶି ଆସନ୍ତି,
ଅନ୍ୟଥା ନିର୍ବାସିତ ଆତ୍ମଗ୍ଲାନି,କୃର ଯେତେ ବାରମ୍ବାର ଆତଂକର ହେତୁ,
ସ୍ମୃତ୍ତିର ସେ ରୋମନ୍ଥନୁ ଅମୃତତ ସଭିଏଁ ବାଣ୍ଟିବାରେ ବ୍ୟସ୍ତ,
ଆହାକି  ଆନଂଦ ବନ୍ଧୁ, କିନ୍ତୁ ସାବଧାନ,
କାଲି ଯଦି ଲୋଡା ହୁଏ, ବିଷପାୟୀ ପ୍ରଳୟର କର୍ତ୍ତା ନୀଳକଣ୍ଠର ସନ୍ଧାନ॥

ମୁଁ ସ୍ମୃତ୍ତି
ମୋର ଘର, ପରସ୍ତ ପରସ୍ତ ପାଉଁଶ ଆସ୍ତର,
ଜାଳି ପୋଡି ଛାରଖାର କରିବାର ସ୍ୱଧର୍ମ, ତପସ୍ୟାରେ କରି ଦୂର,
ଦେଖ ବନ୍ଧୁ ସେ ଭସ୍ମର ଆସ୍ତରଣେ,
ବିସ୍ମରଣର ମାଳା ଜପି,
ମୁଁ ସ୍ମୃତ୍ତି, ସ୍ଥିତପ୍ରଜ୍ଂୟ ଋଷି ପ୍ରାୟ ଆନନ୍ଦ ବିଭୋର,

ତପଭଗ୍ନ ହୋଇପାରେ ଭୟଂକର କୃର

Wednesday 16 March 2016

ମାଆ'ଟି ।

ମାଆ'ଟି
(2008 ମସିହା ମାର୍ଚ ମାସରେ 'ସ୍ମୃତ୍ତିଲିପି' ରେ ପ୍ରକାଶିତ ଏହି ଗଳ୍ପଟି ଆଜି ନଜରକୁ ଆସିଲା, ନିଜ ଗଳ୍ପଟି ନିଜକୁ ବହୁତ ଭଲଲାଗିଲା, ଆପଣମାନଂକୁ ପସଂଦ ଲାଗିବ ଆଶାକରି ଫଟୋ ଆକାରେ ଉପସ୍ଥାପନା କରୁଛି, ଦୁଇଟି ତଳ ଉପର ଛବିକୁ ଯୋଡି ପଢିବାକୁ ପଡିବ। ସେଥିପାଇଁ କ୍ଷମା ଚାହୁଁଛି)




ହଠାତ ଘଟିଥିଲା ଏକ ଅଭାବନୀୟ ଘଟଣା।                                    


ଥିଲେ।                                                                                ଜୀବନର ପୃଷ୍ଠଭୂମିକୁ ନେଇ ଦିନେ ପ୍ରଳୟ ସୃଷ୍ଟି ହୋଇ
ବସଂତ କିମ୍ବା ସୁଲଳା ଓ ଆଚାର୍ଯ୍ୟେଂକ ନାତି ନାତୁଣୀମାନେ                   ସବୁକିଛି ଛାରଖାର ହୋଇଯାଇଥିଲା।
ଆସି ନଥିଲେ। ଏକ ଆହାତ ମନର ମର୍ମବେଦନା ବ୍ୟକ୍ତପୂର୍ବକ                ସରଳା କେବେ ଏତେ ବ୍ୟସ୍ତ, ଉତ୍କଂଠିତ ହୋଇ ନଥିଲେ।

ରଜତ ଆସିଲା। ପ୍ରଥମେ ନିଜର ଜିନିଷପତ୍ର ଆଶ୍ରମରେ ରଖି ସ୍ନାନ ଶୌଚ ହୋଇ ମାଉସୀ            ଆସଂତା କାଲି ସୋମ ବାର, କିଏ ଜାଣେ ରଜତର ମନକଥା।                                                                                                                                  କେଉଁଠି  କଣ କାର୍ଯ୍ୟକ୍ରମ ଥିବ। ମଂଦିରର ପୂଜାପାଠ ବାବଦକୁ ସରଳା                                                                                                                              ପୂଜକଂକ ସହ ଆଲୋଚନା କଲେ। ସବୁର ବ୍ୟବସ୍ଥା ହୋଇଗଲା।                                                                    
ସଂଗେ ବାହାରି ଗଲା ସ୍କୁଲକୁ ଏକ ବିରାଟ ପଟୁଆରରେ। ଗାଆଁରେ ପୁଣି  ଏତେ ଶରଧା ଅଛି।                                                                                               ମୁଖ୍ୟମଂତ୍ରୀ ନିଜ ହାତରେ ପଗଡି ପିଂଧାଇଛଂତି ସେହି ଗାଆଁ ପୁଅକୁ ଖୋଲା ଜୀପ୍ ରେ                   ସୋମବାର ପ୍ରାତଃ କାଳୁ ପୂଜା ପାଇଁ  ସମସ୍ତ                             ବିରାଟ ପଟୁଆରରେ ନିଆଗଲା ସଭାସ୍ଥଳକୁ । ସ୍ଥାନୀୟ କ୍ଲବ୍, ଯୁବକ ସଂଘର ଚେସ                                                                                                                                                                    
ପୁଣୀ ଏକ କାଳ ରାତ୍ରୀ। ରଜତ କଣ ବୋଲି ଭାବିବ। ବସଂତ ସୁଲଳାକୁ  ନିଜର ଅନୁଭୁତି    ତର୍ଜମା କରା ଯାଇନାହିଁ। ହଠାତ ଗାଆଁରେ ନିଜେ ଏମିତି ଅସମ୍ମାନୀତ     ସବୁ ବର୍ଣନା  କରିବ, ଏସବୁ ସେ କିଛି ଭାବିପାରୁନଥିଲେ ।                                           ବ୍ୟବହାର ପାଇଲେ କେମିତି? ନିଜପାଇଁ ନୁହେଁ ଦୁଃଖାଥିଲା ମାଉସୀ ପାଇଁ।