ସେଥିପାଇଁ ‘ଭୁଲା’
ସଲ୍ଲଜ
ଭୁଲା’ର
ଅଭିମାନ,
ଅଭୁଲା’ର ଏତେ ଯତ୍ନ ଏତେ ସମାଦର,
କଂଦାଇଲା
ଅବା ଆନଂଦର ପସରା ମେଲିଲା,
ସେ
ପାଇଁ ସାଥି ହେଲା ସର୍ବକାଳ,
ଅଥଚ
ଏ ରାଜଦାଣ୍ଡେ ସଦର୍ପେ ଯେ ଚଲାଇଲା ସେ ପୁଣି ‘ଭୁଲା’॥
ତୁମ୍ଭେ’କି ଯାଇନାହ ଭୁଲି,
ହୃଦୟର
ପ୍ରତିଟି ସ୍ପଂଦନ,
ଧମନୀର
ସଦା ସଂଚାଳିତ ଲହୁ ଅନୁଭବକରିଛ’କି କେବେ,
ଅବା
କି ଗଣନ କରିଛ ଭୁଲା ଆତ ଯାତ ଶ୍ୱାସକ୍ରୀୟା,
କିଆଁ
ଏତେ ଅଭିମାନ କର ତୁମ୍ଭେ ମୋର ପ୍ରାଣତଂତ୍ରୀ, ସେଥିପାଇଁ ଭୁଲା।।
କେମିତି
ହୁଅଂତା ଭୁଲି,
ଅନେକ
ଯଂତ୍ରଣାର ହେତୁ,
ଅଲିଭା
ସେ କ୍ଷତ ଚିହ୍ନ ପ୍ରତିଅଂଗେ ପ୍ରତି ଲୋମକୁପେ,
ଅବା
ସେ ବୃଥା ଦର୍ପ, ଅଳିକ ଆସର,
ବେପରୁଆ
ଉଦ୍ଧତ ହୁଂକାର ନାଦ, ହର୍ଷସିକ୍ତ ଲଘୁ ବ୍ୟଭିଚାର॥
ମାଗିନାହଁ
ଧନ୍ୟ ଧନ୍ୟ ଧନ୍ୟବାଦ ମାନ,
ତର୍ଯ୍ୟୁପରେ
ତୁମ୍ଭସ୍ଥାନ,
ତୁମ୍ଭପାଇଁ ଏ ସବୁ ସାମାନ୍ୟ୍,
ତୁମ୍ଭେ
ଯଦି ନଥାଅଂତ ସାଥେ,
ସମୟର
ସ୍ରୋତ ଅଟକି ନଥାଂତା ସତ୍ୟ,
ସେ ସ୍ରୋତରେ
ତୁମ୍ଭେ ଲୀନ ସେଥିପାଇଁ ତୁମ୍ଭେ କିଂତୁ ହୋଇଛ ବିସ୍ମୃତ॥
ଯେତେ
ସବୁ ଅଳଂକାର,ଯେତେ ଆବରଣ,
ସମୟର
ଶେଷ ବିଚାରରେ ସବୁ ବର୍ଜ୍ୟ,
ଫର୍ଦ୍ଦ
ଫର୍ଦ୍ଦ ଖୋଳପା, ସର୍ପର ସେ କାତି ପ୍ରାୟ ଅପସୃତ ହେଲାପରେ,
ଅଭୁଲା
ଶରୀର ଓ ମନର ରାଇଜ ଅତିକ୍ରାଂତ ହେବାର ଉତ୍ତାରେ,
ଆଲୋକର
ରାଇଜର ସିଂଘଦ୍ୱାର ଫାଟକ ମେଲିବ,
ଭୁଲିଥିବା
ଭୁଲା ସମ୍ପଦକୁ ତ୍ୟାଗୀବାକୁ ଅବଶ୍ୟ ଭୁଲିବ,
ଆତ୍ମାର ଅସରଂତି ଆୟୂଷ ଗ୍ରନ୍ଥୀରେ ଥିବ ଚିରକାଳ, ସେଥିପାଇଁ ‘ଭୁଲା’॥
ତେଣୁ
ହେ ଆତ୍ମୀୟ,
ଅଭିମାନ
ଶୋଭା ପରିପନ୍ଥୀ,
ଚର୍ଚ୍ଚାସାରି
ବଂଧୁ ପରିଜନ ଯେତିକ ଅଭୁଲା,
ପ୍ରଶାନ୍ତିର
ଅନ୍ତଃପୁରେ ତୁମ୍ଭେ ଥିବ ବଂଧୁ ସେଥିପଇଁ ‘ଭୁଲା’
No comments:
Post a Comment