Search This Blog

Monday 26 August 2019

ଶାସ୍ତ୍ରୀୟ ଓ ସାଧାରଣ।

ଶାସ୍ତ୍ରୀୟ ଓ ସାଧାରଣ। ।ଶାସ୍ତ୍ରୀୟ ଓ ସାଧାରଣ।
 ଏ ଆଲେଖ୍ୟଟି ଶାସ୍ତ୍ର ଅଜ୍ଞାନୀ ଜଣେ ସାଧାରଣ ଜନତାର । ଏହା ଧୃଷ୍ଟତା ହୋଇପାରେ, ମାତ୍ର ଏହାର ପୃଷ୍ଠଭୂମିରେ ରହିଛି ଗଭୀର ଶ୍ରଦ୍ଧା ଓ ନିର୍ମଳ ଆନନ୍ଦ । ଶାସ୍ତ୍ରୀୟ ନୃତ୍ୟ ଗୀତ, ବିଜ୍ଞ ଲୋକଙ୍କ ଆଲୋଚନା ବା ଉପଭୋଗରେ ସୀମିତ ରହିବା ଅପେକ୍ଷା ସାର୍ବଜନୀନ ହେବା ଅଧିକ ସମୀଚିନ ବିଚାର କରି ଲେଖିବାକୁ ସାହସ ଜୁଟାଇଛି ।
ଖୁବ ପିଲାଦିନରୁ ରେଡିଓ ଶୁଣିବା ଅଭ୍ୟାସଟି ଥିଲା । ଅଖିଳ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ ଯେ ସେମାନେ ଏତେ ତନ୍ମୟ ଭାବରେ ଗାଆନ୍ତି ବୁଝିହୁଏନି, ରେଡିଓ ବନ୍ଦ କରିଦେବା ସାର ହୁଏ । ସେମିତି କିଛି ନୃତ୍ୟ ଗୀତର ପରିବେଶ ନଥାଏ ଘରେ ଅବା ସାହି ପଡିଶାରେ । ତେବେ, ସେ ବାଲ୍ୟକାଳରେ ମଧ୍ୟ ବୋଧଗମ୍ୟ ହୁଏ, ଶାସ୍ତ୍ରୀୟ ଜିନିଷଟି ସାଧାରଣ ଗୀତ ନାଚ ଠାରୁ ଉଚ୍ଚ ସ୍ଥାନରେ।
ଅଷ୍ଟମ ଶ୍ରେଣୀରେ ଘରଠୁ ଦୂର ଐତିହ ସହର ଯାଜପୁରରେ ଛାତ୍ରାବାସରେ ରହି ପାଠ ପଢା । ଛାତ୍ରାବାସର ତତ୍ତ୍ୱାବଧାରକ ସ୍ୱର୍ଗତଃ ଜଗବନ୍ଧୁ ନାୟକ ମହାଶୟ ଜଣେ ବିଶିଷ୍ଟ ଶିଳ୍ପୀ । ଶ୍ରୀଗଣେଷ ଓ ଶ୍ରୀସରସ୍ୱତୀ ପୂଜାରେ ଆମର ମୂର୍ତ୍ତି କିଣା ହୁଏନି । ମାତ୍ର ଦୁଇଦିନ ଥାଏ ସେ ଛାଞ୍ଚ ବନ୍ଧାଠୁ ରଙ୍ଗ କାମ ପର୍ଯ୍ୟନ୍ତ ସମାପ୍ତ କରନ୍ତି । କଞ୍ଚା ମାଟିରେ ରଙ୍ଗ ଦେବାରେ ଥାଏ ତାଙ୍କର ବିଶେଷ ପାରଦର୍ଶିତା । ସେ ରଙ୍ଗ କାମଟି ନିଆରା । ମାଟିର ମୂର୍ତ୍ତି ଦେଖାଯାଏ ସତେ ଅବା କୋଣାର୍କ ଗାତ୍ରରୁ ବିଚ୍ୟୁତ ଏକ ଜୀବନ୍ତ ଶୀଳା ବିଗ୍ରହ;  ଆଶୀର୍ବାଦ ସୂଚକ ଏକ ଓଡିଶୀ ମୂଦ୍ରାରେ ଉପବିଷ୍ଟ ଅବା ଦଣ୍ଡାୟମାନ ଦେବ ଦେବୀ । ଏ ଶାସ୍ତ୍ରୀୟ ବିଗ୍ରହ ଆମ ମନରେ ଗର୍ବ ଆଣେ ସହରର ଅନ୍ୟ ପାଞ୍ଚଟି ବିଦ୍ୟାଳୟ ସହ ତୁଳନାତ୍ମକ ବିଚାରରେ । ବିସର୍ଜନର ଅନେକ ଦିନ ପର୍ଯ୍ୟନ୍ତ ମନ ମଧ୍ୟରେ ଲାଖି ରୁହନ୍ତି ଠାକୁରଙ୍କ କମନୀୟ ମୂର୍ତ୍ତି । ଶାସ୍ତ୍ରୀୟ, ସାଧାରଣଠାରୁ ଶ୍ରେୟଷ୍କର, ଏ ବାବଦରେଏହା ବୋଧହୁଏ ଆମର ପ୍ରଥମ ଦୃଢ ପରିଚୟ । ସେ ମହାଶୟ ପ୍ରତିବର୍ଷ ଆମକୁ ଭ୍ରମଣରେ ନିଅନ୍ତି ସେହି ଗୋଟିଏ ଦିଗରେ, ପୁରୀ, କୋଣାର୍କ ଓ ନନ୍ଦନ କାନନ । ମନ୍ଦିରରେ ଖୋଦେଇ କାରୁକାର୍ଯ୍ୟ ଓ ବାଦ୍ୟ ନୃତ୍ୟର ବିଭିନ୍ନ ମୂଦ୍ରା ଦେଖି ସେ ତନ୍ମୟ ହୋଇଯାନ୍ତି ଓ ଭୋ ଭୋ କାନ୍ଦନ୍ତି ଦୀର୍ଘ ସମୟ ଧରି । ସେ ବୟସରେ ଏକଥାକୁ ସଠିକ ତର୍ଜମା କରି ହେଉନଥିଲା, ଆଜି କିନ୍ତୁ ନିଃସନ୍ଦେହରେ କହିପାରେ, ନର ରୂପରେ ସେ ଥିଲେ ଜଣେ ଗନ୍ଧର୍ବ । ବିଦ୍ୟାଳୟର ଶତବାର୍ଷିକ ଉତ୍ସବରେ ସମଗ୍ର ଭାରତୀୟ ଇତିହାସକୁ, ମହାଶୟ କ୍ଷୁଦ୍ର କ୍ଷୁଦ୍ର ମୂର୍ତ୍ତି ଆକାରରେ ପ୍ରଦର୍ଶିତ କରିଥିଲେ । ଅବସର ପରେ ଯାଜପୁରରେ ଥିବା ଦୁର୍ଲ୍ଲଭ ବରାହ ମନ୍ଦିରର ରକ୍ଷଣା ବେକ୍ଷଣ କରି ସେ ଗନ୍ଧର୍ବ ମୋକ୍ଷ ପ୍ରାପ୍ତ ।
 ଚିତ୍ରକଳା, ଭାସ୍କର୍ଯ୍ୟ, ସାହିତ୍ୟ, ସଙ୍ଗୀତ ଓ ନୃତ୍ୟ; ପ୍ରତିଟି କ୍ଷେତ୍ରରେ ଯାହା ଶାସ୍ତ୍ରୀୟ ତାହା କାଳଜୟୀ ବା ଯାହା କାଳଜୟୀ ତାହା ଶାସ୍ତ୍ରୀୟ। ସେହି ଓଡିଶୀ, ଭାରତ ନାଟ୍ୟମ, କଥାକଲି, କଥକ ଓ ଇତ୍ୟାଦି ଶାସ୍ତ୍ରୀୟ ନୃତ୍ୟ ତାଙ୍କର ସ୍ୱଆସନେ ଅଧିଷ୍ଠିତ ଅଥଚ ସମୟକୁ ସମୟ ଭିନ୍ନ ଭିନ୍ନ ନାମରେ ଅନେକ ପ୍ରକାର ଆଧୁନିକ ନାଚ ଆସୁଛି, ଦୁଇ ଚାରି ବର୍ଷ ଲୋକପ୍ରିୟ ରହି କେଉଁଆଡେ ଉଭାନ ହୋଇ ଯାଉଛି ।
କଦାଚିତ ମନେହୁଏ ଆମ ଓଡିଶୀ ନୃତ୍ୟର ସମସ୍ତ ଆଲୋଚିତ ଗୁରୁ ତ ଏହି ଆଧୁନିକ ଯୁଗର, ତାହେଲେ ସେମାନଙ୍କ ପୂର୍ବରୁ ଏ ନୃତ୍ୟ କଣ ବିଲୋପ ହେବାକୁ ଯାଉଥିଲା! ଏହା ପ୍ରଥମ ଥର ହୋଇ ନଥିବ, ଏମିତି ହୋଇଥିବ ବାରମ୍ବାର । ବାର ବାର ଜନ୍ମ ନେଇଥିବେ ଗୁରୁ ପଙ୍କଜ ଚରଣ ଦାସ, ଗୁରୁ କେଳୁ ଚରଣ ମହାପାତ୍ର ଓ ଗୁରୁ ଦେବପ୍ରସାଦ ଦାସ ।
ଭାରତୀୟ ସଂସ୍କୃତିରେ ଜୀବନଧାରଣର ଏମିତି କିଛି ବିଭବ ନାହିଁ ଯାହାର ପଶ୍ଚ୍ୟାତରେ ନାହିଁ ଶାସ୍ତ୍ର । ସେ ଶାସ୍ତ୍ରର ଆଧାର କୌଣସି ଜଣେ ଋଷିଙ୍କ ଜୀବନ ବ୍ୟାପି ତପସ୍ୟା ଓ ଗବେଷଣା; ତାହା ନାଟ୍ୟଶାସ୍ତ୍ର ହେଉ ଅବା ବାଦ୍ୟ, ସଙ୍ଗୀତ ଅଥବା ନୃତ୍ୟ, ତର୍କଶାସ୍ତ୍ର ଓଏପରିକି ନାସ୍ତିକ ଦର୍ଶନ ପର୍ଯ୍ୟନ୍ତ  । ଅନେକ ଯୁଗ ଜିଇଁବାର ପ୍ରାଣଶକ୍ତି ଥାଏ ସେ ଶାସ୍ତ୍ରର ।
ଥରେ ଜଣେ ଜିଜ୍ଞାସୁ ପ୍ରଫେସର ମନୋଜ ଦାସଙ୍କୁ ପଚାରିଲେ, “ଆଜ୍ଞା, ମଜାଦାର ସାହିତ୍ୟ ପଢିଲେ ତାହାର ପ୍ରଭାବ କ୍ଷଣିକ ହେଉଥିବା ବେଳେ, କ୍ଳାସିକଟିଏ ପଢିଲେ ଖୁବ ଦୀର୍ଘ ସମୟ କେମିତି ଏହା ମନ ମଧ୍ୟରେ ଲାଖି ରହୁଛି?”
ଉତ୍ତର ଯାହା ହୋଇଥିଲା ଆକ୍ଷରୀକ ସ୍ମରଣରେ ନଥିଲେ ମଧ୍ୟ, ମୁଁ ଯାହା ବୁଝିଛି ତାହା ହେଲା; ପ୍ରେରଣା ପ୍ରସୂତ ସାହିତ୍ୟ ଉଚ୍ଚତ୍ତର ଉତ୍ସରୁ ଆସିଥାଏ ଓ ଏହାକୁ ସମ୍ପୂର୍ଣ୍ଣ ମନଗଢା କୁହା ନଯାଇପାରେ । ଏହାର ପ୍ରଭାବ ଦୀର୍ଘସ୍ଥାୟୀ ହେବାକୁ ବାଧ୍ୟ ।
ଏମିତି ପ୍ରେରଣାର ସ୍ତର କେତେ ବିପୁଳ ହୋଇ ଶାସ୍ତ୍ରମାନ ଧରାବତ୍ତରଣ କରିଥିବେ ଓ ସେ ଅନୁସାରେ ସେମାନଙ୍କ ସ୍ଥାୟୀତ୍ୱ ।
ଯୁଗେ ଯୁଗେ ଏ ପ୍ରେରଣାର ପ୍ରଭାବରେ ଆସିଛନ୍ତି କେତେ ନର ନାରୀ, କୌଣସି ପ୍ରତିକୂଳ ପରିସ୍ଥିତି ତାଙ୍କୁ ବିଚ୍ୟୁତ କରି ପାରିବ ନାହିଁ ଶାସ୍ତ୍ର ଆକର୍ଷଣରୁ ଓ ସାଧନାରୁ ।
ଅବଶ୍ୟ ହଁ, କେବେ କେବେ ବିଚ୍ୟୁତ କରିପାରେ ।
 ଯୁବା ବୟସରେ ସାଥୀଟିଏ ଥିଲା, ନାମଟି ତାହାର ସରିତା । ଥରେ ଏକ ଫଟୋ ଦେଖାଇ କହିଲା, “ଚିହ୍ନିପାରୁଛ ଓଡିଶୀ ମୂଦ୍ରାର ଏ ଟିକି ଝିଅଟି କିଏ?” ସେ ଫଟୋଟିରେ ଥିଲା ଏକ ଶାସ୍ତ୍ରୀୟ ଆକର୍ଷଣ, ଏକ ଚମକ । କହିବା ବାହୁଲ୍ୟ ସେ ନିଜେ ହିଁ ସେ ଚମକର ଅତୀତ ସଂସ୍କରଣ । ସାତ ବର୍ଷ ବୟସରେ ମଞ୍ଚ ଉପରେ ଶେଷ ନୃତ୍ୟ ଓ ଆଉ କିଛିବର୍ଷ ସୌଖୀନ ଶିକ୍ଷା ଲାଭ କଲାପରେ ଘୁଙ୍ଗୁର ଓ ଅନ୍ୟାନ୍ୟ ଉପକରଣ ସାଇତା ହେଲା ସିନ୍ଦୁକ ମଧ୍ୟରେ । ଏଣିକି ପାଠ ମାଡିଲା । କଥାଟିର ମର୍ମ ବୁଝିବା ଯଦିଓ ମୋ ପକ୍ଷେ ସମ୍ଭବ ନଥିଲା ତଥାପି ଏତିକି ବୁଝିଥିଲି ମନ ତାହାର ଆଉଟୁ ପାଉଟୁ ହେଉଥିଲା ।
ଚାର୍ଲସ ଡିକେନସଙ୍କ କହିବା ଅନୁସାରେ ଗୋଟିଏ ସହରର ଏକ ସାହିରେ ଘଟୁଥିବା କିଛି ଘଟଣା ଆର ସାହିକୁ ଅଜଣା, ଗୋଟିଏ ଘରର ଘଟଣା ପଡୋଶୀ ଅବା କଣ ଜାଣେ, ଗୋଟିଏ ଘରର ପ୍ରତିଟି କୋଠରୀର ଘଟଣା ଅନ୍ୟ କୋଠରୀ ଠାରୁ ଗୁପ୍ତ ଓ ସେମିତି ଗୋଟିଏ କୋଠରୀରେ ରହୁଥିବା ଦୁଇ ପ୍ରାଣୀ ଅବା ପରସ୍ପରକୁ କେତେ ବୁଝିଛନ୍ତି! ଏକହିଁ ସମୟରେ ଦୁହେଁ ହୁଏତ ଦୁଇ ବିପରୀତ କଥା ଭାବୁଥାନ୍ତି ।
ସେହି ସରିତା ସହ ଘର ସଂସାର କରିବାର ଦୀର୍ଘ ବର୍ଷ ବିଗତ, ଅଥଚ ଡିକେନସଙ୍କ ଉକ୍ତିର ସତ୍ୟତା ବୁଝିବା ହେଲା ଅର୍ଦ୍ଧଶତକ ବୟସ ପାର ହେଲା ପରେ ।
କେବେ କେବେ କଥା ପ୍ରସଙ୍ଗରେ ସେ ନାଚ କଥା ହୁଏ । ସୁଯୋଗଟିଏ ପାଇଲେ ନାଚିଯାଏ କିନ୍ତୁ ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ଯେ କେବେ ତା କଳ୍ପନାୟତ୍ତ ହେବ ସେ କଳ୍ପନା ମୋର ନଥିଲା ସମ୍ଭବତଃ ତା ନିଜର ବି ନଥିଲା ।
ହଠାତ ଦିନେ କଥାର ଗୌରଚନ୍ଦ୍ରୀକା ଲଗାଇ କହିଲା ଯେ ତୁମେ ତ ଲେଖାଲେଖି କରୁଛ, କହିଲ ଦେଖି ବିପଞ୍ଚି ମାନେ କଣ? ତହୁଁ ଏକ ଲମ୍ବା ଆଲୋଚନା । ଓଡିଶୀ, ଗୁରୁ ଦେବପ୍ରସାଦ ଦାସ, ତାଙ୍କ ସୁଯୋଗ୍ୟା କନ୍ୟା ସୁଶ୍ରୀ ବିପଞ୍ଚି ଦାସ, ତାଙ୍କ ନୃତ୍ୟ ପାଠଶାଳା ଦେବାଙ୍ଗନା; ଏମିତି ଅନେକ କିଛି । ଶେଷରେ କହିଲା କି,  ମହାଶୟା ବିପଞ୍ଚିଙ୍କୁ ଗୁରୁକରି ସେ ଓଡିଶୀ ଶିକ୍ଷା ପୁନରାବୃତ୍ତି କରିବାକୁ ଚାହୁଁଛି । ଅମଙ୍ଗ ହେବାର କାରଣ ବା କଣ ଅଛି । ଚିକିତ୍ସକର ବ୍ୟସ୍ତ ଜୀବନରେ ଆଉ ଏକ ବ୍ୟସ୍ତତା ମିଶାଇ ଦେବା କିମ୍ବା ବ୍ୟସ୍ତ ସମୁଦ୍ରରେ ପୁଣି ଏକ ଲହଡି ବଢିବାରେ ବ୍ୟସ୍ତ ହେବାରେ କଣ ଅଛି!
ହଠାତ କାହିଁକି ମନେ ପଡିଗଲା, କଲେଜ ବେଳେ ସାଥୀ ମୟୁରୀ ପାଣ୍ଡୁ କେମିତି ସୁନ୍ଦର ଓଡିଶୀ ନାଚୁଥିଲେ ଅନେକ ଥର । ମନେ ପଡିଲା ସ୍ପିକ ମାକେ କାର୍ଯ୍ୟକ୍ରମରେ ଦେଖିଥିବା ମହାନ କଳାକାରଙ୍କ ପରିବେଷଣ । ଆହୁରି ମନେ ପଡିଲା ଏକ ଜାତୀୟ ସମ୍ମିଳନୀରେ ଜଣେ ବୟସ୍କା ଡାକ୍ତରାଣୀଙ୍କ ଦୀର୍ଘ ସମୟର ନାଚ । ମନେହୁଏ ସେ ନୃତ୍ୟ ଦେଖିବା ଦିନ ସରିତା ବି ଉଦବୁଦ୍ଧ ହୋଇଥିଲା ।
କହିବାର ଉଦ୍ଦେଶ୍ୟ ଶାସ୍ତ୍ରୀୟ ସାଧନାର ଆକର୍ଷଣ ଓ ସାଧାରଣ ମନରେ ଏହାର ପ୍ରଭାବ ବହୁତ ଭିନ୍ନ । ଯଦି ସେ ଅନ୍ୟ କିଛି କରିବାକୁ ଅଳି କରିଥାନ୍ତା ତାହାର ପ୍ରଭାବ ମୋ ଉପରେ ପଡିନଥାନ୍ତା ।
ଇଛା ଯଦି ଘୋଡା ହୋଇଥାନ୍ତା ତାହେଲେ ବୟସ କିଛି ଫରକ ଆଣନ୍ତା ନାହିଁ, ବୟସ କେବଳ ଏକ ସଂଖ୍ୟା କହିବା ଏକ ଆତ୍ମ ପ୍ରବଞ୍ଚନା ।  ଦିନାକେତେ ଶିଖିଲା ପରେ ଶାରିରୀକ ଅସୁସ୍ଥତା ତାହା ପୁଣି ଆଣ୍ଠୁରେ ହେଲା । ବନ୍ଦହେଲା ଏ ଲଳିତ ପ୍ରୟାସ ।
ଅନେକ କାଳ ବିତିଗଲା ।
ଭୁଲିଯିବା ଠାରୁ ବଡ ବରଦାନ କଣ ଅବା ଅଛି!
ବୁଝିଲ, ଗୁରୁ ବିପଞ୍ଚି କହିଛନ୍ତି ଏକ ଓଡିଶୀ ଅଭିନୟ କରିବାକୁ, ବେଶି କଠିନ ନୁହେଁ ମ । କହିବା ବାହୁଲ୍ୟ ସେତେବେଳକୁ ପୁନର୍ଭ୍ୟାସ ଆରମ୍ଭ ହୋଇଯାଇଥାଏ ।
ସମୟକ୍ରମେ ଗୁରୁଙ୍କୁ ବି ଦେଖିଲି । ଗୁରୁ ତ ସବୁବେଳେ ପ୍ରେରଣାର ଊତ୍ସ ତଥା ଉଦାହରଣ । ତାଙ୍କ ପିତାଙ୍କ କଳାର ଧ୍ୱଜା ବହନ କରି ଓଡିଶୀ ପ୍ରତି ସେ ସମର୍ପିତ । ତାଙ୍କ ଅନୁଷ୍ଠାନର ମୁଖପତ୍ର ଗବାକ୍ଷ ପାଇଁ ଲେଖାଟିଏ ଦେବାପାଇଁ ଅନୁରୋଧ କରନ୍ତି ସେ ।
ଆଜ୍ଞା ମୋତେ କହୁଛନ୍ତି ଏକ ଶାସ୍ତ୍ରୀୟ କଳାର ପତ୍ରିକାରେ ଲେଖିବା ପାଇଁ! ମୁଁ କଣ ଜାଣିଛି ଯେ ଲେଖିବି! ସେ ଉତ୍ସାହିତ କଲେ, ମୁଁ ବି ଝଲକାଏ ଲୋଭର ବଶବର୍ତ୍ତି ହୋଇ ପଡିଲି । ପ୍ରକୃତରେ ଯେ ଗୁରୁଜୀ ସେ ନିଶ୍ଚିତ ସେ ବିଦ୍ୟାଟି ହାସଲ କରିଛନ୍ତି, କେମିତି ଜଣଙ୍କୁ ଉତ୍ସାହିତ କରା ଯାଇପାରେ ।
ଏହା ମଧ୍ୟରେ ଗୁରୁଜୀ ଓ ତାଙ୍କ ଶିଷ୍ୟାଙ୍କର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାହିତ । ଏହି ଛୋଟିଆ ଅଭିନୟଟି ଏକ ବିଶାଳ ଉପଲବ୍ଧୀ । ଏହାତ ଆଉ ହଟଚମଟ ଧର୍ମୀ ତୁଚ୍ଛା ମନୋରଞ୍ଜନ ନୁହେଁ ଯେ ଏହାର ପ୍ରଭାବ ତୁରନ୍ତ ହଟିଯିବ । ଏକ ଶାସ୍ତ୍ରୀୟ ନୃତ୍ୟର ପରିବେଷଣ ଈଶ୍ୱର କୃପାରୁ ହୁଏ । ଯାହା ଈଶ୍ୱରଙ୍କ କୃପା ତାହା ସାଧାରଣ ଲୋକଙ୍କୁ ପ୍ରଭାବିତ ନକରିବ କେମିତି?
ପୁଣି, ତାହାର ଏ  ଦୃଢ ମନୋବଳର ତରଙ୍ଗରେ ତରଙ୍ଗାୟିତ ହେଲେଣି ଆହୁରି ଅନେକ ମଧ୍ୟ ବୟସ୍କା କର୍ମଜୀବି; ଯେଉଁମାନେ ଠିକ ସେହି କାରଣରୁ ନୃତ୍ୟଶାସ୍ତ୍ର ତ୍ୟାଗ କରି ଅନ୍ୟାନ୍ୟ ବୃତ୍ତି ଉପଯୋଗୀ ପାଠ  ଆପଣାଇ ଥିଲେ ।
ହୁଏତ ସେମାନଙ୍କ ମନର ବାତାୟନ ଓ ଦେବାଙ୍ଗନାର ଗବାକ୍ଷ ଏକ ସମତଳରେ ଅପେକ୍ଷାମାଣ ।
ଅଜ୍ଞ ବିଚାରରେ ଅନୁଷ୍ଠାନର ସର୍ବମଙ୍ଗଳ ମନାସୁଛି ଓ ଏ ରାଜ୍ୟର ଗର୍ବ ଗୌରବର ପ୍ରତିନିଧି ସମସ୍ତ ସମର୍ପିତ ଶିଳ୍ପୀଗଣଙ୍କୁ ଯଥାମାନ୍ୟ ଜଣାଉଛି । 

Sunday 18 August 2019

Short Stories And Memoirs: The Other Side of Progress.

Short Stories And Memoirs: The Other Side of Progress.: The Other Side of Progress. Rabinarayan Senapati, SDH Anandapur, Keonjhar,Rabi.325@rediffmail.com Last week I read an article that ...

The Other Side of Progress.


The Other Side of Progress.
Rabinarayan Senapati,
SDH Anandapur, Keonjhar,Rabi.325@rediffmail.com
Last week I read an article that told; human species is naturally destined to have the longevity of fifty-five years, and to procure on an average seven children by each woman out of which five would be dying. Anything better is because of advance science.
 Who can disagree?
Nagada, a minute valley on the top of the hills of Sukinda in Jajpur district is in the news for last three years for wrong reasons of the high death rate due to malnutrition and poor health care of the Juanga tribe residing there. I worked in the area as a doctor for twelve years. I visited the place in 2005 and again in 2009 when there was no road communication. On either occasion, our team stayed in their village funded Kothaghara  or community house where minimum necessary provisions and logistics were available for strangers like us. This facility we won’t get in our villages.
Interesting interaction with a young man having some school level education provided food for my thought. I never forgot that. The boys played the changu drums on our request, without any pre-plan the girls came out of their houses from their sleep after a day’s hard labour and started dancing around the bonfire. Almost after an hour’s performances, they retired.
On asking about how they managed in acute diseases and when a woman went to labour, he narrated the difficulties and sometimes accepting death as their natural fate.
Why did not you accept the government offer to settle at the foot of the hills?  
His answer was as logical as possible.
On the high ways, many traffic accidents happened. People are still travelling in vehicles. Do they fear?  So also we manage here to protect our forefather’s dwellings with Hill God’s wish.
 Being an Obstetrician, I instantly thought about labouring mothers who required a caesarean section would be dying. A woman with narrow pelvis perished from the earth. She would not be bearing a daughter who again should be having a narrow birth passage. For such a natural selection since the evolution of Homo sapiens or even before that in the predecessor apes, the female pelvis added its curve of parturition fitness. Science essentially has stopped this, and added women into the herd who are not as suitable for delivering her foetus. Certainly, this is a welcome move, but over the time the species added unnaturally selected population.
 In many other diseases like young diabetes, sickle cell disease, haemophilia, and so on the affected survived with the modern interventions, and added offsprings with a trait.
Yes sure, without Science, the man was destined to die with an average life span of fifty-five years, but only the fittest survived. With modern health care, the race as a whole has become more unfit.
In every other field, the human race has developed to a level not imagined a century back. We are modern, and our great grandfathers were less civilised. So it is a developed world, the planet earth!
 Is it not so?
Why not?
We have consumed most of the natural resources; we have poisoned the air, water and atmosphere. We are at the verge of large scale water shortage, many natural streams are dead, the hills became planes, and the planes turned to lakes. Lakes pooled mercury, and the fishes became inedible. Twenty-five years back, we did not hear about heat-stroke death in Odisha now it is a seasonal terror.
Our lifespan increased decades after decades; the research on immortality remained in the news. But what about the life span of the habitable planet earth? Will it remain forever?
Washington Post has reported, on thirty-first July this year, ten billion tonnes of ice melted in the territory of Greenland within hours, and 197 billion tonnes melted in July, too high in comparison to the previous years. The addition could raise sea levels by 0.02 inches in a month. We can’t ignore this small rise; it would be bringing heavy cyclones and other climatic changes.
Similarly, year after year, the Mercury is rising and reaching the fifty-degree Centigrade mark. Sometimes birds are dying en mass; we ignore it knowing we are not flying birds. The ground-water table is receding. Large trees must be adapting by growing their root deeper and deeper. But there would be a threshold, beyond which they might dry up en mass. We cannot ignore it, saying; we are not trees. We know what happens when trees vanish from the green earth. These discussions no more are theoretical dilemmas; we almost have reached the edge. These things certainly would be happening in front of our eyes, but who knows; the species may not survive to see the devastation.
So, the world has become very sick and weak, bearing all these scientific progress on its surface. Like an individual is addicted to opium or cocaine, the nations are addicted to their mode of progress. We knew about the hazards of fossil fuel burning, yet we aggressively pushed new vehicles on the road, not improving mass public transport. We add on chimneys. We are euphoric about progress, and we cannot restrain. Is not that an addiction?
Progress never came without a price.
 The first industrial revolution brought forward the colonialism and who knows its sufferings better than mother India. Four centuries ago, the earth certainly was far healthier, glowing with green and too many species playing hide and seek.
With the invention of machines, the man got leisure and rest to make him physically unfit — the sedentary lifestyle brought in diseases not known before. In the past, we wanted to gain weight to hide our poverty. We got the pleasure to avoid manual work.
They had fewer babies survived; we have no time to take care more, and the result is all the same. The author is not arguing for more number of babies but only drawing a comparison.
The selfish human has a long lifespan, helping the health industries; they are assets for their ICUs. Our progress has endangered other species. Not only that, we have put our house, the green earth on fire to bake our cake.
Scientific ideas in medicine are always taken skeptically. Don’t we see a disclaimer at the beginning of every standard textbook that medical science is an ever-changing subject and so on? We progressed from collecting river water to drinking bottled mineral water only to add plastic load on the surface and inside of us. We protected our children,  making them germ-free as far as possible, and now we say, children, need microbes more than they need antibiotics. We de-wormed them from time to time, and now we say, the worms were as friendly as enemies.
Ironically the three respected elders in my village died in the last one year became near centurions, never went out of the village to avail better health facilities. They bathed in the same pond we raise our nose to enter inside. They remained active for long, and they died gracefully.  We, as physicians, must learn the reasons for their happiness, their cheerful life in places having less pollution and lesser life support.   
Fortunately, the entire world has become concerned about the danger inherent to our progress and trying to retard the imminent looking destruction of the planet. Let us hope that the only species, the human, which is the cause of this damage, find out an adequate solution before it is too late, and develop earth-friendly means of progress just before the otherwise end of this era.
Yes, we agree about the benefit of science and technology, and this article does not appeal to stop scientific progress, but this is the other side of the story to appeal the very Scientific community to develop sustainable methods of progress and development.