ପ୍ରାଣୀଙ୍କ ଆରତ।
ରବିନାରାୟଣ ସେନାପତି, ଶ୍ରୀଗଣେଷ ଚତୁର୍ଥୀ ୨୦୨୦।
ଗତକାଲି ଭବାନୀପାଟଣାରେ ଭାଲୁ-ଏକ ଲହୁଲୁହାଣ କଲା କେତେଜଣ ମଣିଷଙ୍କୁ। ଆଉ କେଉଁଠି ହାତୀ ଆକ୍ରମଣ କରୁଛି। ଆଜିକାଲିର ଯୁବପିଢ଼ି କିନ୍ତୁ ବଡ ସନ୍ତୁଳିତ ମତ ଦିଅନ୍ତି ଏ ସମ୍ପର୍କରେ। ପୁଅ ସୋହମ କହିଲା, - ସେମାନଙ୍କ ଦୋଷ କ'ଣ। ତାଙ୍କ ଉପରେ ମଣିଷର ଆକ୍ରମଣ ଏହାଠୁ ଅନେକ ଗୁଣ। ଜଙ୍ଗଲ ପାହାଡ ସବୁକିଛି ଚଳୁ କରିଥିବା ମଣିଷର କୃରତା ସେମାନେ ବୁଝି ପାରୁଥିଲେ ଆହୁରି ଅଧିକ ପ୍ରତିହିଂସା ପରାୟଣ ହୁଅନ୍ତେ। ଯାହା କିଛି ସେମାନଙ୍କ ତରଫରୁ ହେଉଛି ସେସବୁ ଦୁର୍ଘଟଣା ମାତ୍ର। ମଣିଷ ଜାଣି ବୁଝିକି ସେମାନଙ୍କୁ ସଙ୍କଟରେ ପକାଉଛି କିନ୍ତୁ ସେମାନେ ସହଜାତ ପ୍ରବୃତ୍ତି ଦୃଷ୍ଟିରୁ ଆକ୍ରମଣ କରୁଛନ୍ତି।
କେବଳ ସେ ନୁହେଁ, ଆଜି ଯୁବକ ମହେଶ ମୁର୍ମୁ ମଧ୍ୟ ସେମିତି ଏକ ଦୀର୍ଘ ଉତ୍ତର ଲେଖିଛନ୍ତି ମୋ ଛୋଟିଆ ପ୍ରଶ୍ନର।
ମହେଶଙ୍କ ଶ୍ରଦ୍ଧାନାମ ମୁନା, ଆମ ଡାକ୍ତରଖାନା ପରିସରରେ ଥିଲେ ସମସ୍ତଙ୍କ ପ୍ରିୟ। ମଜବୁତ ଶରୀରରେ ନବଯୁବକ, କିନ୍ତୁ ବଡ ସୁଧାର ଓ ଅମାୟିକ ତାଙ୍କ ଚାଲିଚଳଣି। ମୁନାଙ୍କ ବାବା ଶ୍ରୀ ମନ୍ମଥ ମୁର୍ମୁ ଥାଆନ୍ତି ଜନସ୍ବାସ୍ଥ୍ୟ ନିରୀକ୍ଷକ। ସରକାରୀ କାମରେ ତାଙ୍କର ନିଷ୍ଠା ତ ଥାଏ କିନ୍ତୁ ଏହା ବାଦ ଅନେକ କାମ ପାଇଁ ସେ ଅଭୁଲା। ୨୦୦୩ରୁ ଦୀର୍ଘ ଦଶବର୍ଷ ସାଥିରେ କାମ କଲାପରେ ତାଙ୍କ ବଦଳି ହେଲା। ତା ପୂର୍ବରୁ ମୁନାବାବୁ ପ୍ରାଣୀ ବିଜ୍ଞାନରେ ଉପାଧି ପ୍ରାପ୍ତ ହୋଇ ଶିକ୍ଷକ ଭାବେ ଯୋଗ ଦେଇସାରିଥାନ୍ତି ନିଜ ଜିଲ୍ଲା ବାଲେଶ୍ଵରର ଉତ୍ତରଭାଗରେ।
ମନ୍ମଥ ବାବୁ ପ୍ରତିଦିନ ଭୋରୁ ଉଠି ଆମ ସୁକିନ୍ଦା ଡାକ୍ତରଖାନାର ବିଶାଳ ପରିସରକୁ ତନ୍ନ ତନ୍ନକରି ଛାନଭିନ୍ କରନ୍ତି କେଉଁଠି କଣ ଆବର୍ଜନା ପଡିଛି। ଦିଆସିଲିଟିଏ ଧରିଥାନ୍ତି ଜାଳିବା ପାଇଁ। ଗୋଟିଏ ବାଡି ଅଗରେ ଏକ ମୁନିଆ ତାର ଏମିତି କାଇଦାରେ ଲଗାଇଥାନ୍ତି ଯେ ପଡିଥିବା ଜରିଟିକୁ ଫୁଟାଇ ଦେଲେ ତାହା ଲଟକି ଯାଏ। ଏମିତି ସବୁ ଜରିକୁ ସେ ଅଲଗା ଏକାଠି କରନ୍ତି। ସେତେବେଳକୁ ଡାକ୍ତରଖାନାରେ ବର୍ଜ୍ୟ ପରିଚାଳନା ଲାଗୁ ହୋଇନଥାଏ। ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲା ପରେ। ନା ଅର୍ଥ ଥାଏ ନା ସଫେଇ କର୍ମଚାରୀ। ଏହା ଉଦାହରଣ ମାତ୍ର, ଏମିତି ଅନେକ କାମ କରୁଥିଲେ ସେ।
ଆଜି ଯେଉଁ ନଗଡାର ଦୁସ୍ଥ ଅବସ୍ଥା ବହୁ ପ୍ରଚାରିତ, ସେଠାକୁ ସେ ଚଢୁଥିଲେ ବର୍ଷରେ ଦୁଇଚାରିଥର। ବିଭିନ୍ନ ସ୍ବାସ୍ଥ୍ୟସେବା ଓ ସଚେତନତା ଯୋଗାଇଦେବା ଉଦ୍ଦେଶ୍ୟରେ। ତାଙ୍କ ଉତ୍ସାହ ଆମକୁ ସଂକ୍ରମିତ ହେଉଥିଲା। ଆମେ ବି ଚଢୁଥିଲୁ ଟୁମୁଣି, ନଗଡା ଓ ଗୁହିଆଶାଳ। ବଣ, ବଣୁଆ ଓ ବନ୍ୟଜନ୍ତୁଙ୍କ ପ୍ରତି ଥାଏ ତାଙ୍କର ଅଦମ୍ୟ ଆଗ୍ରହ ଓ ସହାନୁଭୂତି। ତାଙ୍କ ସାଥିରେ ଯାଇ ସେଠାରେ ରାତି ରହଣି, ଜୁଆଙ୍ଗ ନୃତ୍ୟ ଦେଖା ଓ ଅସଲି ଜଙ୍ଗଲ ହାତୀ ଦେଖିବା ସମ୍ଭବ ହୋଇଥିଲା। ଏହା ଅଭୁଲା ସ୍ମୃତି।
ହଁ ଆଜି ସ୍ମୃତି ମାତ୍ର, ଏକ ମାସ ହେଲାଣି ସେ ସ୍ବର୍ଗବାସୀ; ମୁନାବାବୁ ଲେଖିଛନ୍ତି।
ହୁଏତ ତାଙ୍କ ବଦଳି ପରେ ସୁକିନ୍ଦାର ସେସବୁ ଦୁର୍ଗମ ଅଞ୍ଚଳର ସ୍ବାସ୍ଥ୍ୟ ସମସ୍ୟା ବଢି ବେହାଲ ହୋଇଥିବ।
ତେବେ, ମୋ ଅସଲ ପ୍ରଶ୍ନ ମୁନାବାବୁଙ୍କୁ ଥିଲା କଣ ହେଲା ସେ ରଖିଥିବା ଏକ ବିରାଟ କଙ୍କଡା ବିଛାର।
ଡାକ୍ତରଖାନାର ବଡ ବଡ ଡିଡିଟି ଗୋଳା ବାଲ୍ଟି ଥାଏ ତାଙ୍କ ଘରେ। ମୁଁ ଥରେ ଦେଖିଲି ଏକ ବିଶାଲ ବିଛା ତା ମଧ୍ୟରେ ରଖିଛନ୍ତି ମୁନାବାବୁ। ପ୍ରଥମେ ଏକ ସୂତାରେ ବାନ୍ଧିଥିଲେ ତା ଲାଙ୍ଗୁଡ ପରେ ତାହାକୁ ବନ୍ଧନ ମୁକ୍ତ କରିଥିଲେ। ପ୍ରାଣୀ ବିଜ୍ଞାନର ଛାତ୍ର, ଏମିତି ପ୍ରକୃତି ପ୍ରିୟ ବାବାଙ୍କ ପୁଅ, ପୁଣି ପ୍ରକୃତି ସହ ଘନିଷ୍ଠ ସାନ୍ତାଳ ଯୁବକ ପକ୍ଷେ ଏ କାମଟିରେ କିଛି ବିଚିତ୍ରତା ନଥିଲା, ଯଦିଚ ଅନ୍ୟ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲା।
ବିଛାଟି ଉଚ୍ଚା ବାଲ୍ଟିକୁ ଚଢି ବାହାରକୁ ଯାଇ ପାରୁନଥିଲା ବୋଲି ଆମେ ଭାବୁଥିଲୁ। ମୁନାବାବୁ ଭାବୁଥିଲେ ସେ ପୋଷା ମାନି ଯାଇଛି। ଦିନ କେଇଟିରେ ଜଣା ପଡିଲା ଏ ଉଭୟ କଥା ମିଛ। ଅସଲକଥାଟି ହେଲା ବିଛା ପେଟରେ ତିଆରି ହେଉଥିଲେ ଦୁଇ ତିନି କୋଡି ଛୁଆ। ଅସଜିଆ ଜୀବଟିକୁ ଏକ ନିରାପଦ ସ୍ଥାନ ଦରକାର ଥିଲା ଯାହା ଦୈବାତ୍ ଯୋଗାଇ ଦେଇଥିଲେ ମୁନାବାବୁ। ମୁଁ ଥରେ ଦେଖିଥିଲି ଅନେକ ନବଜାତ ବିଛା ତହିଁ ସାଲୁବାଲୁ ହେଉଥିଲେ। ମୁନାବାବୁଙ୍କ ଯୋଜନା ଥିଲା ସେସବୁକୁ ନେଇ ଦୂର ଜଙ୍ଗଲରେ ଛାଡି ଦେବେ।
ଏହାପରେ କଣ ପ୍ରକୃତରେ ହେଲା ମୁଁ ଖବର ରଖିନଥିବାରୁ ଓ ଏବେ ନାନାଦି ପ୍ରାଣୀଙ୍କୁ ନେଇ ଗପ ଲେଖୁଥିବାରୁ ମୋ ମନଟି ସନ୍ଧାନୀ ହେଲା। ମୁଁ ଲେଖି ଜଣାଇଲି ଓ ସେ ଉତ୍ତର ଜଣାଇଲେ।
ଏକ ବିଛାକୁ ନେଇ ଗପଟିଏ ହୋଇପାରେ? ମୁଁ ଯାହା ଲେଖୁଛି ତାହା ଗପ ପଦବାଚ୍ୟ ହେଉ କି ନହେଉ ମୁନାବାବୁଙ୍କ ଉତ୍ତର ଏ ସଂସାର ଆଗରେ ଗପିବା ଉଚିତ। ଏଣୁ ମୁଁ ଲେଖୁଛି।
ତାଙ୍କ ଉତ୍ତରର ଉଦ୍ଧୃତି ନଦେଇ ମୋ ହିସାବରେ ଲେଖୁଛି।
ମୁନାବାବୁ ଏକ ସନ୍ଧାନୀ ମନ ନେଇ ବିଛାଟିକୁ ଉଦ୍ଧାର କରିଥିଲେ ଲୋକେ ପିଟିଦେବା ଆଗରୁ। ଏହାର ଦେହଟି ପ୍ରାୟ ଛଅ ଇଞ୍ଚ ଲମ୍ବଥିଲା ଓ ଏହା ସହ ଥିଲା ଏକ ବିରାଟ ପୁଛ୍ଛ। ସେ ଆଦୌ ବ୍ୟଗ୍ର ନଥିଲା ମୁକ୍ତ ହେବାକୁ। କୀଟ ପତଙ୍ଗ ସେଇଠି ପକାଇଲେ ଧୀରେ ସୁସ୍ଥେ ଖାଉଥିଲା। ବହୁ ସମୟ ନିଶ୍ଚଳ ରହୁଥିଲା। ମୁନାବାବୁ ଆଗରୁ କେତେଥର ନେସନାଲ ଜିଓଗ୍ରାଫିରେ ଦେଖିଥିଲେ ବିଛା ମାନଙ୍କ ବାବଦରେ। ସେତେବେଳେ ଇଉଟ୍ୟୁବ ଓ ସ୍ମାର୍ଟ ଫୋନ ଯୁଗ ଆସି ନଥାଏ। କଲେଜ ଲାଇବ୍ରେରୀରରୁ କିଛି ତଥ୍ୟ ହାସଲ କଲେ। ଏକ ଧାରଣା ହେଲା, ସେଇଟି ମାଈ ବିଛା। ସେ ଅଣ୍ଡା ବା ଛୁଆ ଦେଇପାରେ। ସତକୁ ସତ ଦିନେ ଦେଖିଲେ ବିଛା ବାହାର କରିଛି ତା ଦେହରୁ ଏକ ଥଳିଆ, ତହିଁ ମଧ୍ୟରେ ସ୍ପଷ୍ଟ ଜଣା ପଡୁଛି ଅଛନ୍ତି ପୁଳାଏ ଲାର୍ଭା। ମୁନାବାବୁ ଆଶ୍ଚର୍ଯ୍ୟ ହେଲେ, ସେ ଆଶା କରୁଥିଲେ; ଝିଟିପିଟି, ଏଣ୍ଡୁଅ ଇତ୍ୟାଦି ପରି ଏହା ଅଣ୍ଡା ଦେବ କିମ୍ବା ସାପ ପରି ଓଭୋଭିପାରସ ହୋଇଥିବ ଯେ ଭୂଇଁରେ ପଡିଲେ ଛୁଆ ବାହାରି ଆସିବେ। ଅବଶ୍ୟ ସେ ପିଲାବେଳେ ତାଙ୍କ ଗାଁ ପୋଖରୀରୁ ଧରିଥିବା ଏକ ମାଢୁଆ କଙ୍କଡାର ପେଟ ଫ୍ଲାପ ଉଠାଇ ଦେଖିଥିଲେ, ସେଇଟି କେମିତି ଛୁଆ କଙ୍କଡା ସାଲୁବାଲୁ ହେଉଥିଲେ। ସମ୍ଭବତଃ ଏ ବିଛା କ୍ଷେତ୍ରରେ ବି ତା ପେଟ ମଧ୍ୟରେ ଏ ଲାର୍ଭା ତକ ତିଆରି ହୋଇ ବାହାରିଛନ୍ତି।
ମୁନାବାବୁ ମା ବିଛା ପାଇଁ ତା ମନପସନ୍ଦର ଖାଦ୍ୟ ଯଥେଷ୍ଟ ପକାଇବା ସତ୍ତ୍ୱେ ସେ ଆଉ ତାହା ଗ୍ରହଣ କରୁନଥିଲା। ସେ ପାଠାଗାରକୁ ତନ୍ନତନ୍ନ ଖୋଜି ଏନସାଇକ୍ଲୋପେଡିଆରୁ ପାଇଲେ ତଥ୍ୟ ଯେ ନୂଆ ଛୁଆଗୁଡିକ ମା'ର ପିଠିରେ ଚଢିବେ ଓ ମା ଇତସ୍ତତଃ ଭ୍ରମଣ କରିବ। ଏହାର ଚିତ୍ର ବି ଦେଖିଲେ, ଯେମିତି ପୁଳାଏ ଯାତ୍ରୀ ଡଙ୍ଗା ଉପରେ ଅଛନ୍ତି।
ଲାର୍ଭାରୁ ଛୁଆ ବିଛା ତିଆରି ହୋଇଗଲେ। ପ୍ରକୃତିର କରାମତିରେ ସେ ଅଭିଭୂତ ହୋଇ ପଡୁଥାନ୍ତି। ମନେ ମନେ ସ୍ଥିର କଲେ ପରଦିନ ସେ ପରିବାରକୁ ନେଇ ଜଙ୍ଗଲରେ ଛାଡି ଆସିବେ।
କିନ୍ତୁ ପରଦିନ ସକାଳେ କିଛି ଭିନ୍ନ ଦୃଶ୍ୟ ଦେଖିଲେ। ମା ବିଛା ତଥାପି କିଛି ଆହାର ଖାଇ ନଥାଏ। ଜୀବନ୍ତ ଥିବାର ପ୍ରମାଣ ମିଳୁଥାଏ। ଛୁଆ ବିଛା ମାନେ ମାଆର ଶରୀରକୁ ଖାଉଥାନ୍ତି। ତାଙ୍କୁ ବଡ ବିମର୍ଷ ଲାଗିଲା। ସେ ଏକ ସାଇବର କେଫକୁ ଯାଇ ଯତସମ୍ଭବ ତଥ୍ୟ ସଂଗ୍ରହ କଲେ। ସେ ଜାଣିଲେ ବୁଢିଆଣୀ ଜାତୀୟ କେତେକ କୀଟ, କେତେ ପ୍ରକାର ମାଛ ଓ ଗୋଟିଏ ଅକ୍ଟୋପସ୍ କ୍ଷେତ୍ରରେ ଏମିତି ଘଟେ। ମା ନୀଜ ଶରୀର ଦାନ କରିଦେଇଥାଏ ଛୁଆ ମାନଙ୍କ ପାଇଁ। କିନ୍ତୁ ବିଛା କ୍ଷେତ୍ରରେ ଏମିତି ହେବାର ପ୍ରମାଣ ପାଇଲେ ନାହିଁ। ଶେଷରେ ଗୋଟିଏ ଏମିତି ଘଟଣା ଆଫ୍ରିକାରୁ ରିପୋର୍ଟିଂ ହୋଇଥିବାର ପ୍ରମାଣ ପାଇଲେ।
ସେ ବଡ ଭାବୁକ ହୋଇଗଲେ। ଘରେ ମାଆକୁ ଯାଇ କୁନିଛୁଆ ଭଳି ଟାଣି ଆଣିଲେ କାନିଧରି। ମାଆକୁ ବୁଝାଇଦେଲେ। ସେତେବେଳକୁ ବହୁଅଂଶ ସେବନ କରିସାରିଥିଲେ ପିଲାଏ। ଆଉ ତାହାର ଜୀବନ ନଥିଲା। ମା ତାଙ୍କ କଲେଜ ପଢୁଆ ପୁଅକୁ କୋଳାଇ ନେଲେ।
- ହଁରେ ବାପା ଏହା ସମ୍ଭବ। ମା ସବୁବେଳେ ନିଜପାଇଁ କମ ଓ ସନ୍ତାନ ପାଇଁ ଅଧିକ ଚିନ୍ତା କରେ। ମନ ଦୁଃଖ କରିବା ଆବଶ୍ୟକ ନାହିଁ, ଏହା ଯଦି ପ୍ରକୃତିର ନିୟମ ଏହାହିଁ ହେଉ। ମାଆଟି ଏବେ ଏତେଗୁଡିଏ ଛୁଆ ମଧ୍ୟରେ ଜୀବିତ।
ମୁନାବାବୁ ବୁଝିଲେ, ମା ତାଙ୍କର କଥାଟିକୁ ସ୍ବଭାବିକ ଓ ହାଲୁକା ଢଙ୍ଗରେ ନେଇଛନ୍ତି। ତାଙ୍କର ମନେ ପଡିଗଲା, ମା କେମିତି ତାଙ୍କପାଇଁ ଓ ନାନୀଙ୍କ ପାଇଁ କେତେ ହଇରାଣ ହୁଅନ୍ତି। ସେ ମନେ ମନେ ସ୍ଥିର କଲେ, ମା'ଙ୍କ ବୁଢୀ କାଳରେ ଖୁବ୍ ଯତ୍ନରେ ରଖିବେ ତାଙ୍କୁ।
କ୍ରମଶଃ ସମ୍ପୂର୍ଣ୍ଣ ମାଆ ବିଛାକୁ ଖାଇଗଲେ ଛୁଆ ବିଛା ମାନେ। ସେ ସେମାନଙ୍କୁ ନେଇ ଜଙ୍ଗଲରେ ଛାଡି ଆସିଲେ।
କେବେ କେବେ ଭାବନ୍ତି ଏ ତଥ୍ୟ ତକର ଫଟୋ ପ୍ରମାଣ ରଖିଥିଲେ ସେ ହୁଏତ କୌଣସି ବିଜ୍ଞାନ ପତ୍ରିକାକୁ ଦେଇଥାନ୍ତେ। ପୁଣି ଭାବନ୍ତି, ସେ ମାଆଟିକୁ ବନ୍ଦୀ କରିବାରୁ ଏମିତି ହେଲାକି?
ମୁନାବାବୁଙ୍କୁ କିନ୍ତୁ ମାଆଙ୍କ ସେବା କରିବାର ବିଶେଷ ସୁଯୋଗ ମିଳିଲା ନାହିଁ। ମାଆ ମଞ୍ଜୁରାଣୀ ମୁର୍ମୁ ସ୍ବର୍ଗଗାମୀ ହେଲେ ମାତ୍ର ପଞ୍ଚାବନ ବର୍ଷରେ। ପୁଣିଥରେ ମନେ ପଡିଯାଇଥିଲା ତାଙ୍କ ପୁରୁଣା ଅନୁଭୂତି। ଦୁଇଧାର ଲୁହ ଗଡିଗଲା।
ତେବେ ସେ ତାଙ୍କ ସଂକଳ୍ପରୁ ହଟି ନାହାନ୍ତି। ଅନେକ ମାଆ ଓ ବାବାଙ୍କ ସେବା କରିବାର ସୁଯୋଗ ମିଳିଛି ତାଙ୍କୁ। ଏକ ବୃଦ୍ଧାଶ୍ରମ ସହ ସେ ବିଶେଷ ଭାବେ ଜଡିତ ହୋଇପଡିଛନ୍ତି।
ଅଯଥା ପ୍ରକୃତି ଉପରେ ଆକ୍ରମଣ ନକରିବାକୁ ସଚେତନ କରୁଛନ୍ତି ସମାଜକୁ। ସାପ ହେଉ କିମ୍ବା ବିଛା ଅବା ଯେକୌଣସି ପ୍ରାଣୀ; ପ୍ରକୃତି ଛାଆଁକୁ ସନ୍ତୁଳନ କରୁଛି। କେବଳ ମଣିଷ ଗୋଟିଏ ଜୀବ, ଏହାକୁ ବିଗାଡିବାରେ ବ୍ୟସ୍ତ।
ଫଳ ହେଉଛି ସଂଘର୍ଷ।
ଏ ସଂଘର୍ଷ ରୋକିବାକୁ ସଂଗଠନଟିଏ ହୋଇଛି ସ୍ଥାନୀୟ ଅଞ୍ଚଳରେ। ହାତୀ ଘଉଡେଇବା ଏକ ସମାଧାନ ନୁହେଁ। ସେମାନଙ୍କ ପାଇଁ ଜଙ୍ଗଲ ସମ୍ପଦ ବଢାଇବାରେ ଲାଗିପଢିଛି ସଂଗଠନଟି। କ୍ରମଶଃ ଘଞ୍ଚ ହୋଇଆସୁଛି ଜଙ୍ଗଲ। ହାତୀଙ୍କ ଅନୁପ୍ରବେଶ ବି ଏ ସନ କମ ହୋଇଛି। ମୁନାବାବୁଙ୍କ ସାଙ୍ଗ ଜଣେ ନୀଳଗିରିର କୁଲଡିହା ଅଭୟାରଣ୍ୟରେ କାର୍ଯ୍ୟରତ। ଛୁଟି ପାଇଲେ ସେଠାକୁ ଯାଉଛନ୍ତି, ହାତୀ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ଗତିବିଧି ଲକ୍ଷ୍ୟ କରିବାକୁ। ସେ ଏବେ ଅନେକ କିଛି ଜାଣିଲେଣି। ବହୁତ ପଢାପଢି ମଧ୍ୟ କରୁଛନ୍ତି।
ଲୋକମାନେ ତାଙ୍କ କଥାକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି।
ସ୍ଥାନୀୟ ଅଞ୍ଚଳରେ ସାପମାନଙ୍କ ତ୍ରାଣକର୍ତ୍ତା ମହେଶ, ଲୋକଙ୍କୁ ସଚେତନ କରୁଛନ୍ତି ବିଷଧର ଓ ବିଷହୀନ ସାପଙ୍କ ପ୍ରଜାତି ବାବଦରେ। ଅସଂଖ୍ୟ ସାପଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡୁଛନ୍ତି।
ପତ୍ର ସହ ପଠାଇଛନ୍ତି ସେହିଦିନ ଉଦ୍ଧାର କରିଥିବା ଛୁଆ ଗୋଖରର ଫଟୋ।
ସାବାସ୍ ମୁନାବାବୁ, କେହି ହୋଲେ ବୁଝୁଥାନ୍ତୂ, ପ୍ରାଣୀଙ୍କ ଆରତ।
ମୁନାବାବୁଙ୍କ ପିଉସୀ ନାନୀଙ୍କ ଦେହାନ୍ତ ହେଲା ମାସେ ପୂର୍ବରୁ। ଏ ଖବରରେ ବିଚଳିତ ହୋଇ ହଠାତ୍ ହୃଦଘାତରେ ଜୀବନ ଚାଲିଗଲା ବାପା ମନ୍ମଥ ବାବୁଙ୍କର, ଏକଥା ଲେଖିଛନ୍ତି ସେ।
ତାଙ୍କ କାମରେ ଅବଶ୍ୟ ପରିବାର ଲୋକେ ଅନେକ ଉତ୍ସାହ ଓ ସହଯୋଗ ଦେଉଛନ୍ତି, ଠିକ୍ ଯେମିତି ତାଙ୍କ ବାବା ଦେଉଥିଲେ। ସେ ବି ଉତ୍ସାହିତ କରୁଛନ୍ତି ଶିଶୁପୁତ୍ର ମହେଶ୍ବରକୁ।

Excellent Story.Prakruti Bandhu and Prakruti Galpika.
ReplyDeleteWorth reading.Particularly following lines are heart touching:1.ମା ସବୁବେଳେ ନିଜପାଇଁ କମ ଓ ସନ୍ତାନ ପାଇଁ ଅଧିକ ଚିନ୍ତା କରେ
2.ସେମାନେ ବୁଝି ପାରୁଥିଲେ ଆହୁରି ଅଧିକ ପ୍ରତିହିଂସା ପରାୟଣ ହୁଅନ୍ତେ। ଯାହା କିଛି ସେମାନଙ୍କ ତରଫରୁ ହେଉଛି ସେସବୁ ଦୁର୍ଘଟଣା ମାତ୍ର
Noble Job.Namaskar.
Thanks.
DeleteNice , but my concern is about the krait bite .. I have seen many r dying due to krait bite ,is there any way to keep krait away from home ?
ReplyDeleteThat is a genuine concern. I too fear snakes but I have seen some people very comfortable with them. In any case we should avoid killing them.
Deleteମାନବୀୟ ପ୍ରେମର ଗୋଟିଏ ରୂପ "ମାତୃପ୍ରେମ" ରେ ଯଦି ଏତେ ପ୍ରେମ ଏତେ ତ୍ୟାଗ,ପ୍ରେମ ଭରି ରହିଥାଏ ତାହେଲେ ଯେଉଁ ଦିବ୍ୟ ପ୍ରେମର ଗୋଟିଏ ସାମାନ୍ୟ ଝଲକ ଏହି ମାନବୀୟ ପ୍ରେମ ,ସେଇ ଦିବ୍ୟ ପ୍ରେମରେ କେତେ ତ୍ୟାଗ ,କେତେ ପ୍ରେମ ଭରିରଖିଛି ସ୍ରଷ୍ଟା ତା ସୃଷ୍ଟି ପାଇଁ ତା ହୁଏ ତ ଆମ କଳ୍ପନାର ବାହାରେ ।ସସମ୍ମାନ ଜୁହାର ଏହି ଦୁଇ ପ୍ରେମୀଙ୍କୁ ।
ReplyDeleteରବି
ReplyDeleteତମକୁ ବହୁତ ବହୁତ ଶୁଭେଚ୍ଛା ଏମିତି ନୂତନ ଚିନ୍ତାନଶୀଳ ଗଳ୍ପଟିଏ ପାଇଁ ।
Waiting for more writings .
Thank you so much Nita. I can't stop writing when friends like you get pleasure to inspire me in so kind words.
Delete