ହାରଜିତ।
ରବିନାରାୟଣ ସେନାପତି। ତା. ୧୯.୦୮.୨୦୨୦
ବିଜୟ ଗୃହ ଭିତର ଓ ବାହାର ଆଲୋକିତ କଲେ । ଟିକେ ବାହାରକୁ ଆସିଲେ, ସାମ୍ନାର ଆମ୍ବଗଛ ଆଡକୁ ଚାହିଁଲେ, ମନେହେଲା କଣ ଗୋଟେ ଜୀବ ତାଙ୍କ ଉପସ୍ଥିତିର ସୁରାକ ପାଇ ଗଛକୁ ଝପଟିକି ଚଢିଗଲା, ଓଧ କି ଗୋଧୀ ଜାତୀୟ । ସେ ପୁଣି ହସିଲେ, ଜୀବଟି ପ୍ରାୟ ବେଙ୍ଗମାନଙ୍କୁ ଆହାର କରୁଥିଲା । ଘର ଚାରିପଟ ଜଳାର୍ଣ୍ଣବ, ବେଙ୍ଗ ମାନଙ୍କ ସମ୍ମିଳନୀ। ଖାଦ୍ୟ ଓ ଖାଦକର ସମ୍ପର୍କରେ ସେ କିଏ ବିଘ୍ନ ସୃଷ୍ଟି କରିବେ ଯେ!
କିଛି ସମୟ ପୂର୍ବରୁ ପ୍ରାଣୀ ବିଜ୍ଞାନୀ ବିଜୟ ଭାବୁଥିଲେ ଏଇଠି ବାଇଦ ବଜାଉଥିବା ବେଙ୍ଗ ମାନଙ୍କ କଥା। ସେ ଭାବନା ଆଉ ନଥିଲା । ସେ ସ୍ଥାନ ନେଇଥିଲା ସେହି ଅଚିହ୍ନା ଜୀବଟି।
ପିଲାବେଳର ଆଉ ଏକ କଥା ମନେ ପଡିଗଲା ।
ତାଙ୍କ ଯୁବ ବୟସରେ ବି ଏହି କଥାଟି ମନେ ପଡିଥିଲା ଥରେ।
ଦିନେ ସେ ପଢିଥିଲେ ବିଖ୍ୟାତ ଗାଳ୍ପିକ, ମହାଶୟ ଅଚ୍ୟୁତାନନ୍ଦ ପତିଙ୍କ ଚର୍ଚ୍ଚିତ ଗଳ୍ପ, "ଦୁର୍ବାର", ସେଇ ଯେଉଁ ମୂଷା ପଛରେ ପଡିଯାଇଥିବ ମଣିଷ; ସେହି ଗଳ୍ପଟି। ଅନେକ କ୍ଷଣ ଗମ୍ଭୀରତାର ସହ ଗପ ନିମଜ୍ଜିତ ହେଲେ। ପୁଣି ଲଘୁଜ୍ଞାନରେ ହସିଲେ, ମଜା ଲାଗିଲା। ହଠାତ୍ ମନେହେଲା, ଏ ଗପଟି ଯେମିତି ସେ ଦେଖିଥିବା ଏକ ଘଟଣା, ଦେଜା ଭୁ। ତାଙ୍କ ପିଲାବେଳେ ତାଙ୍କ ଗାଁ ମଗଧର ସୁବିଖ୍ୟାତ ପୋଖରୀ 'କୁସୁମା' କୂଳରେ ଘଟିଥିଲା ଘଟଣାଟି। ମୂଷା ବଦଳରେ ଏକ ଅଜଣା ସରୀସୃପ ପଛରେ ପଡିଯାଇଥିଲେ ଲୋକେ। ସେ ଆଗରେ ଲୋକେ ପଛରେ।
ସେକଥାକୁ ବିଜୟବାବୁ ଲେଖିବାକୁ ଚାହିଁଲେ କିନ୍ତୁ ତାଙ୍କ ଆତ୍ମା ବାଧାଦେଲା। ଏଡେ ସୁନ୍ଦର ଗଳ୍ପର ନକଲ କରିବା ଉଚିତ୍ ନୁହେଁ। କଥାଟି ସତ ହେଲେବି ଆଉ ସତହେଲା କେଉଁଠି, ସୂତ୍ରଟି ତ ନକଲି। ଲେଖିବା ନୋହିଲା। କେତେଦିନ ଏ ଭାବନା ବିଜୟଙ୍କୁ କବଳିତ କରି ଅପସରି ଗଲା ସମୟକ୍ରମେ।
ଏ ମଧ୍ୟରେ କେତେ ଦଶନ୍ଧି ବିଗତ। ଆଖିଦେଖା ଘଟଣା ମନେଅଛି କିନ୍ତୁ ଦୁର୍ବାର' ଗଳ୍ପ ଆଦୌ ମନେ ନାହିଁ। ମନେ ନଥିଲେ ବି ମନେ ଥାଏ ବହୁତ କଥା।
ବିଜୟବାବୁଙ୍କ ସ୍ମରଣକୁ ପୁଣି ସେ ଘଟଣା ଆସିଗଲା। ଆଜି ଆମ୍ବ ଗଛକୁ ଯେମିତି ବେଙ୍ଗଖିଆ ସରୀସୃପଟି ସେ ଅନାଉ ଅନାଉ ଚଢିଗଲା, ସେମିତି ସେଦିନ କୁସୁମା ଆଡିରେ ଥିବା ଦୋଳି ଅଶ୍ବଥ ଗଛ ଉପରକୁ ଚଢି ଯାଇଥାଏ ସେ ଜୀବଟି।
କେହି କହୁଥାଏ ସେଇଟି ବଉଳି ଆଉ କିଏ କହୁଥିଲା ନେଉଳର ବଡ ଭାଇ ନେଉଳି, କିଏ ପୁଣି କହୁଥିଲା ଓଧ, ଆଉ ବି କିଏ କହୁଥିଲା ସେଇଟି ଗୋଟେ ପ୍ରକାଣ୍ଡ ଗୋଧୀ। ଆମେ ପିଲାମାନେ ନେଉଳ ଓ ଗୋଧୀ ଏ ଦୁଇଟି ଜୀବଙ୍କୁ ଚିହ୍ନିଥାଉ। ଏ ଜୀବଟି ସେମିତିକା ନୁହେଁ। ତେଣୁ ଏ ନାମଗୁଡିକ ଆମପାଇଁ କିଛି ମାନେ ରଖୁନଥିଲା। ଅସଲକଥା ହେଲା ସେମାନେ ବି ସେଇଟିକୁ ଚିହ୍ନି ପାରୁନଥିଲେ ବୋଧେ।
କେତେଦିନ ହେଲା ଏହି ଜୀବଟିକୁ ଲୋକେ ଦେଖୁଛନ୍ତି। ଗଛ କୋରଡରେ ରହୁଛି ପୁଣି ପୋଖରୀକୁ ପଶି ମାଛ ଖାଉଛି, ବଡ ମାଛ ଧରିନେଉଛି। ଜଣାନାହିଁ ଜୀବଟି ଆଗରୁ ଥିଲା କି ନାହିଁ, ଏକୁଟିଆ ରହୁଛି କି ସପରିବାରେ। କୁସୁମାରେ ମାଛ ଚାଷ ହୋଇଥାଏ। ଲୋକେ ବିଚାର କଲେ, ଇଏ ତ ସବୁ ଖାଇଦେବ, ସେମାନଙ୍କ ଚାଷ ଉଜୁଡି ଯିବ।
ଏହାକୁ ଜବତ କରିବାକୁ ପଡିବ।
ଲୋକମାନେ ବାହାରି ପଡିଲେ। ଗଛ ଚାରିକଡେ ଜାଲ ବସାଇଲେ। ଗଛଟି ପୋଖରୀର ନୈଋତ କୋଣରେ। ଜାଲର ଏକ ଅଂଶ ମେଲା ରଖିବାକୁ ବାଧ୍ୟ ହେଲେ, ସେ ଅଂଶଟି ପୋଖରୀର ପାଣିରେ ପଡୁଥିବାରୁ। ବହୁତ ଲୋକ ରୁଣ୍ଡ ହେଲେ। ବିଜୟ ଓ ଗାଁର ଅନ୍ୟ ପିଲାଏ କଣ ହେଉଛି ମଜା ଦେଖୁଥାନ୍ତି। ଗଛ କୋରଡର ତଳ ଆଡୁ ଗୋଟେ ମୋଟା ବରିଆ ଜାଳି ଧୁଆଁଁ ଦିଆଗଲା। ଜୀବଟି କିଛି ସମୟ ପରେ କୋରଡର ଉପରମୁଣ୍ଡରେ ଥିବା ବାଟରୁ ବାହାରି ଯାଇ ଗଛ ଅଗ ଆଡକୁ ଚଢିଲା।
ପିଲାଏ ଭାବୁଥିଲେ, ଏଇଟି କ'ଣ ହୋଇପାରେ? ଚାରିଗୋଡ ଅଛି, ଲାଙ୍ଗୁଡ ଅଧିକ ଲୋମଶ। ମୁହଁ କଟାସ ଭଳି ଦିଶୁଛି କିନ୍ତୁ କଟାସ ନୁହେଁ। ସେମାନେ କଟାସ ଦେଖିଛନ୍ତି। ଏହା ନେଉଳ ବା ନେଉଳି ସେମିତି କିଛି ନୁହେଁ, ଏହା ମୁହଁଟି ଗୋଜିଆ ନୁହେଁ। ଏହା କେବେ ଗୋଧୀ ନହୋଇପାରେ, ପିଲାଏ କଥା ହେଲେ। ଗୋଧୀ ସେମାନେ ଦେଖିଛନ୍ତି, ଯେମିତି ବଡ ଏଣ୍ଡୁଅ। ନା ଏହା ଗୋଧୀ ନୁହେଁ। ଅତୟବ୍ ଏହା ବଉଳି କିମ୍ବା ଓଧ ହୋଇଥିବ। ଓଧର ଚିତ୍ର ସେମାନେ ବହିରେ ଦେଖିଥିଲେ ବି ସଠିକ ନିର୍ଣ୍ଣୟ କରି ପାରୁ ନଥାନ୍ତି। ବୋଉଳି ବୋଲି ଏକ ନାମ ସେମାନଙ୍କ କାନରେ ପ୍ରଥମ କରି ପଡୁଥାଏ। ବଡମାନେ କିଛି ସଠିକ୍ ନଜାଣି ଏ ସମସ୍ତ ନାମକୁ ନିଜ ନିଜ ମଧ୍ୟରେ ବାଣ୍ଟିନେଇ ତା ସପକ୍ଷରେ କହୁଥାନ୍ତି। ପିଲାଏ କିନ୍ତୁ ଦୁଇଭାଗ ହୋଇଥାନ୍ତି; ଦଳେ ବଉଳିବାଦୀ ଆଉଦଳେ ଓଧବାଦୀ। ବିଜୟ ମନେ ପକାଉଥିଲେ, ସେ ଏହାକୁ ଓଧ ବୋଲି ଧରି ନେଇଥିଲେ।
ପ୍ରାଣୀବିଜ୍ଞାନୀ ବିଜୟ ଆଜି ମଧ୍ୟ ସଠିକ୍ ଭାବି ପାରୁନାହାନ୍ତି ସେଇଟି ପ୍ରକୃତରେ କ'ଣ। ସେ ଓଧ ସପକ୍ଷରେ।
ଗୋଟିଏ ସାମାନ୍ୟ ଜୀବପାଇଁଁ ଏତେଲୋକ ରୁଣ୍ଡହେବା ପଛରେ ମଣିଷର ମନସ୍ତତ୍ତ୍ବକୁ ଆଜି ବୟସର ଅପରାହ୍ନରେ ମଧ୍ୟ ବୁଝିପାରୁନାହାନ୍ତି ବିଜୟ। ତାଙ୍କ ଛାତ୍ରଜୀବନ କଥା ମନେ ପଡିଲା। ବିଶ୍ବବିଦ୍ୟାଳୟ ତରଫରୁ ସେମାନଙ୍କ ବିଭାଗ ଲଗାତାର କେତେଦିନ ଯାଉଥାଏ ପ୍ରାଣୀ ଉଦ୍ୟାନ ନନ୍ଦନକାନକୁ। ଦିନେ ତାଙ୍କ ସାଙ୍ଗ ଗିରିଜା ପାଇଁ ଡେରି ହେଉଥାଏ। ପ୍ରାୟ ପାଞ୍ଚମିନିଟ ଅପେକ୍ଷା ପରେ ସେ ଆସିଲା। ସମସ୍ତଙ୍କ ପ୍ରିୟ ବାସୁସାର୍ ଥାଆନ୍ତି ଦାୟିତ୍ୱରେ। ଥଟ୍ଟାକରି କହିଲେ, କିରେ ଗିରିଜା ତୋ ପାଇଁ ଦୁଇଘଣ୍ଟା ବରବାଦ ହୋଇଗଲା।
- ସେ ପାଇଁ ଦୁଃଖିତ ସାର୍ କିନ୍ତୁ ମୋ ବିଳମ୍ବ ମାତ୍ର କେଇ ମିନିଟକୁ ଆପଣ ଦୁଇଘଣ୍ଟା କେମିତି କହୁଛନ୍ତି।
ପରବର୍ତ୍ତୀ କାଳରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ବାସୁସାର୍ ସେଦିନ ବୁଝାଇଦେଲେ, ବସରେ ଥିବା ସମୁଦାୟ ଚବିଶ ଜଣଙ୍କ ପାଞ୍ଚ ମିନିଟ ହେଲେ ସମୁଦାୟ ଦୁଇଘଣ୍ଟା ହେଲାକି ନାହିଁ! ଆରେ ସତେ ତ! ବିଜୟ ମନେ ପକାଇଥିଲେ ସେ ଓଧ ପ୍ରସଙ୍ଗ। ଅନେକ ମଣିଷ କେଜାଣି କେତେ ଘଣ୍ଟା ଲାଗି ରହିଥିଲେ ଓଧଟିକୁ ଜବତ କରିବାକୁ। ସେତିକି ସମୟ ସମ୍ମିଳିତ ଦାନ କରିଥିଲେ ଅଧାମାଇଲ ରାସ୍ତା ସୁନ୍ଦରଭାବେ ମରାମତି ହୋଇଥାନ୍ତା।
ଆଉଦିନେ ସାଥୀ ମାନଙ୍କ ଗହଣରେ ସିନେମା ଦେଖିବାବେଳେ ଏହିକଥାଟି ମନେପଡି ତାଙ୍କୁ ହସାଇଥିଲା। ମନେ ମନେ ଭାବିଥିଲେ, ଏ ଭରା ପ୍ରେକ୍ଷାଳୟର ସମବେତ ଜନତା ଯଦି ଏତିକି ସମୟ .... । ସେ ବୁଝିନେଲେ, ମନୋରଞ୍ଜନ ମଧ୍ୟ ହୋଇପାରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏବଂ ତାଙ୍କ ମଗଧର ପ୍ରିୟ ଗ୍ରାମବାସୀ ସେଦିନ ସେମିତି ଏକ ମନୋରଞ୍ଜନରେ ବ୍ୟସ୍ତ ରହିବାରେ ବିଚିତ୍ର କଣ ରହିଲା ଯେ! ଆଦ୍ୟଯୁଗର ଶିକାରୀ ମନୁଷ୍ୟ ତଥାପି ତା ମଧ୍ୟରେ ଉପସ୍ଥିତ।
କେବଳ ମନୋରଞ୍ଜନ ନୁହେଁ ଲୋକଙ୍କର ଚଢିଥିଲା ଜିତିବାର ନିଶା। ଗୋଟିଏ ଇତ୍ତର ପ୍ରାଣୀ ତାଙ୍କ ମର୍ଯ୍ୟାଦା ସମ୍ପର୍ଣ୍ଣ କୁସୁମାରୁ ମାଛ ଚୋରେଇ ଖାଇବ ଓ ସେମାନେ ସହିନେବେ? ନା ସେମିତି ହୋଇନପାରେ।
କହିଜଣେ ଧନୁରୁ ନିକ୍ଷେପ କଲା ଏକ ପରେ ଏକ ବିଟା। ଓଧ ଡାଳ ଉହାଡରେ ଛପିଗଲା। ଆଠ ଦଶ ଲୋକ ଆଙ୍କୁଡା ଧରି ଚଢିଗଲେ। ସେମାନେ ସାହସୀ। ବିଶାଳ ଗଛ, ଆଙ୍କୁଡି ପାଇଲା ନାହିଁ। ସେମାନେ ଓହ୍ଲାଇ ପଡିଲେ। ଯେଉଁ ଚାରି ପାଞ୍ଚଜଣ ଧନୁର୍ଦ୍ଧର ମଗଧର ଶିକାରୀ ତାଲିକାରେ ଥାଆନ୍ତି ସେମାନେ ବିଭିନ୍ନ ଦିଗରୁ ଶର ସନ୍ଧାନ କଲେ। ପ୍ରକୃତରେ ଶର ନୁହେଁ, ଯାହାକୁ କୁହାଯାଏ ବିଟା। ଧାତୁରେ ତିଆରି ନୁହେଁ କି ମୁନିଆ ନୁହେଁ। ପିଲାଏ ସେସବୁ ଗୋଟେଇ ଆଣି ଶିକାରୀଙ୍କୁ ଦେଉଥାନ୍ତି। ଯଦି ପାଣିରେ ପଡିଲା ତାହାବି ସଂଗ୍ରହ ହେଉଥାଏ। ଜଣେ ଜଣେ ପହଁରି ଯାଉଥାନ୍ତି। ଓଧଟି ଆଉ ଲୁଚିବା ସମ୍ଭବ ହେଲାନି।
ସେ ଏଡାଳ ସେଡାଳ ଦୌଡାଦୌଡି କଲା। ଗଛର ଯେଉଁ ଅଂଶ କୁସୁମା ଆଡକୁ ବ୍ୟାପ୍ତ ସପଟକୁ ଚାଲିଗଲା। ପୁରା ଅଗକୁ ଚଢିଗଲା। ନହକା ଡାଳ ଯେତିକି ନଇଁଲା ତାହା ବି ଉଚ୍ଚ। କିନ୍ତୁ ସେ ପ୍ରାଣ ବିକଳେ ସେଇଠୁ ଡେଇଁ ପଡିଲା ପାଣିରେ। କୁସୁମାର ମଧ୍ୟଭାଗ ଆଡକୁ ପହଁରି ଚାଲିଲା। ଲୋକେ ଭାଗ ଭାଗ ହୋଇ ଚତୁର୍ଦ୍ଦିଗକୁ ଘୋଟିଗଲେ। ଜଣେ ଦୁଇଜଣ ସ୍ବଭାବେ ନେତାସୁଲଭ ଲୋକ ନିର୍ଦ୍ଦେଶ ଦେଉଥାନ୍ତି; ଏମିତି କର, ସେମିତି କର। ସତେ ଯେମିତି ଏଭଳି ବହୁ ଅଭିଜ୍ଞତା ସେମାନଙ୍କର ଆଗରୁ ରହିଛି! କୈବର୍ତ୍ତ ସାହି ଲୋକେ ତାଙ୍କ ନୂଆ ପୁରୁଣା ସବୁ ଜାଲ ଆଣି ଜଳାଶୟ ଚାରିପାଖରେ ସଜାଡି ବସାଇଲେ। ଲୋକେ ଯଗି ରହିଲେ। ଯେଉଁ ଅଂଶ ତଥାପି ଅନାବୃତ୍ତ ରହିଲା ସେଠି ଲୋକେ ଠେଙ୍ଗାବାଡି ଧରି ପାଖାପାଖି ଠିଆ ହେଲେ।
ବିଜୟଙ୍କର ଯାହା ମନେପଡେ ସେତେବେଳେ ବି ତାଙ୍କୁ କେମିତି ଅଦ୍ଭୁତ ଲାଗିଥିଲା ଏ କାରବାର। ଯେମିତି ଏକ ବାଘ ଅବା ସିଂହ ଅବା ହାତୀକୁ କାବୁ କରିବା ପାଇଁ ମଣିଷ ମାତିଛି। ବୟସ ବଢିବା ସହ ଏ କଥାଟି ବାରମ୍ବାର ନୂଆ ପରିଭାଷା ସହ ତାଙ୍କ ସାମ୍ନାରେ ଉଭା ହୋଇଛି।
ଜଣେଲୋକ ଯେମିତି ଜିଦଖୋର ହୋଇପାରେ ସେମିତି ସମୟେ ସମୟେ ଏକ ସମୁହ ସମାଜବି ଜିଦ୍'ର ନିଶାରେ ଚୁର୍ ହୋଇଯାଏ। ସାମାନ୍ୟ ଏକ ଅଦ୍ଭୁତ ଅଚିହ୍ନା ସରୀସୃପ ଯାହାକୁ ସେ ଓଧ କହୁଛନ୍ତି, ତା ପଛରେ ମଗଧ ଗାଁ ମାତିଯିବ? ଏହା ପୂର୍ବେ କେବେ ହୋଇନଥିଲା କି ପରେ କେବେ ହୋଇନି ତାଙ୍କ ଜାଣତରେ।
ଖାଲି କଣ ସେତିକି, କୁସୁମା ମଧ୍ୟକୁ ଡେଇଁ ପଡିଲେ ଦଳେ ସନ୍ତରଣକାରୀ। ମଗଧରେ ଡଙ୍ଗା ନଥାଏ। ଗୋଟିଏ ପଟାଖଟର ଗୋଡରେ କାର ଟିଉବ୍ ଗଳାଇ କାଳିଆ ଭାଇ ଭେଳା ତିଆରି କରନ୍ତି କେବେ କେବେ। ସେଇ ଭେଳାକୁ ସେ ବୋହି ଆଣିଲେ।
ଗୋଟେ ଖୁସି ଆଉ କ'ଣ।
ଚାଲିଲା ଛକାପଞ୍ଝା। ମଣିଷ ତା ସହ ପହଁରି ପାରୁନଥାଏ। ଭେଳାର ଗତି ଆହୁରି ଧୀର। ଓଧ କେତେବେଳେ ଭାସୁଥାଏ ଓ କେତେବେଳେ କୁସୁମାର ଅଥଳ ଜଳରାଶିରେ ବୁଡପକାଇ ଅନେକ ଦୂରରେ ବାହାରୁଥାଏ। ସନ୍ତରଣକାରୀ ବଳୟ କରି ତା ପାଖକୁ ଗଲେ ସେ ବୁଡିଯାଇ ବଳୟ ବାହାରକୁ ଚାଲିଯାଏ। ଏମିତି ଯେତେ ସମୟ ଚାଲିଥିଲେ ବି ତାକୁ କାବୁକରିବା ଅସମ୍ଭବ ହୋଇଥାନ୍ତା। କୁସୁମାର ଆକାର ଓ ଗଭୀରତା ବାବଦରେ ଜାଣିଥିବା ମଣିଷ ଏକଥା ନିଶ୍ଚିତ ବୁଝିପାରିବେ।
ତେବେ, ଓଧ ମଧ୍ୟ ଏ ଖେଳକୁ ଆଉ ପସନ୍ଦ କଲାନି ବୋଧହୁଏ। ଦେଖାଗଲା ସେ ଏବେ କୂଳକୁ ଆସୁଛି। ଆଉ ନିସ୍ତାର ନାହିଁ। ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ରହିଥାନ୍ତି ସମସ୍ତେ। ପିଲାଏ କଥା ହେଉଥାନ୍ତି, ଏବେ ନିଶ୍ଚେ ଧରା ପଡିବ। ବିଜୟର ଥାଏ ଘୋର ସନ୍ଦେହ। ଏବେ ମନେପଡେ ବିଜୟଙ୍କୁ, ସେ ବୋଧହୁଏ ଭାବୁଥିଲେ ; ଏ ମଣିଷଗୁଡା ହାରନ୍ତେ କି!
କଣ ହୋଇପାରେ ତା କାରଣ। ପ୍ରାଣୀବିଜ୍ଞାନୀ ବିଜୟ ଆଉକିଛି ସଠିକ୍ ମନେରଖିନଥିଲେ ମଧ୍ୟ ଅନୁମାନ କରୁଛନ୍ତି; ସତେ ଯେମିତି ଓଧଟିକୁ ସେ ସାମିଲ କରିଦେଇଥିଲେ ତାଙ୍କ ପିଲାଦଳ ମଧ୍ୟରେ। ତାଙ୍କ ଭଳି ଦୁର୍ବଳ, ସରଳ ଓ ନିରୀହ। ବଡମାନେ ଛୋଟ ପିଲାମାନଙ୍କୁ ମାଡପିଟ କଲାଭଳି ଆଜି ଏ ଓଧ ପଛରେ ପଡିଯାଇଛନ୍ତି।
ଆଉ ଏକ କାରଣ ବି ହୋଇଥାଇପାରେ ଯେ ପିଲାଏ ଏ ଅଭିଯାନରେ ସାମିଲ ନୁହନ୍ତି, ଦେଖଣାହାରୀ ମାତ୍ର। ତାଙ୍କୁ କାହିଁକି ମିଶାଇ ନାହାନ୍ତି; ପାନେ ପାଆନ୍ତୁ। ଏମିତି ବି ହୋଇପାରେ, ସେ ଓଧ ମଧ୍ୟରେ ଦେଖୁଥିଲେ ତାଙ୍କ ପୋଷା ନେଉଳ 'ହୀରା'। ଯେଉଁଥିପାଇଁ ହେଉନା କାହିଁକି, ବଡବେଳେ ଏ ଘଟଣା ଯେବେ ମନେପଡିଛି ସେ ବଡ ହତାଶ ଅନୁଭବ କରିଛନ୍ତି। ସାମୁହିକ ମତିଭ୍ରମ ତାଙ୍କ ଆଭିଜାତ୍ୟସମ୍ପର୍ଣ୍ଣ ଗ୍ରାମରେ ଘଟିପାରେ! ଭାବିଲେ ତାଙ୍କୁ ପ୍ରତିଥର ସରମ ଲାଗିଛି।
ଓଧ ଆଉ ଭୟ ନକରି କୂଳ ଆଡକୁ ଚାଲିଲା। ଲୋକେ ଉତ୍କଣ୍ଠିତ କିନ୍ତୁ ସଜାଗ। କ୍ରମେ ସେ ଅଗ୍ନିକୋଣକୁ ଚାଲିଲା, ଯେଉଁଠି ରହିଛି ସ୍କୁଲ ତୁଠ। ସେଇଠି ଜାଲଥାଏ ମଜବୁତ। ଓଧକଣ ଧରାଦେବ! ଆସିଲା ଏକଦମ କୂଳ ପାଖକୁ। ସେଇଠି ଥାଏ ବଳକା ଜଳ ନିଷ୍କାସନ ପାଇଁ ହୋମପାଇପ। ହଠାତ୍ ତା ମଧ୍ୟରେ ପଶିଯାଇ, ଆଖିପିଛୁଳାକେ ଆରପାଖକୁ ବାହାରି ଯାଇ ଦୌଡିଲା। ବିସ୍ତୀର୍ଣ୍ଣ ଦକ୍ଷିଣପଶିର ଉଭା ଧାନକ୍ଷେତ ମଧ୍ୟ ଦେଇ। ଲୋକେ ଟିକେ ବାଟ ଖେଦିଗଲେ ସିନା, ଫେରିଆସି ନିଜ ନିଜର ଜାଲ ଉଠାଇବାରେ ଲାଗିପଡିଥିଲେ।
ବୃଦ୍ଧଜଣେ କହିଲେ, "ତୋ ମାଆ ଦ୍ବିତୀୟା ପୂଜିଥିଲା, ଏତେ ଲୋକଙ୍କୁ ଠକି ଚାଲିଗଲୁ"।
ବିଜୟ ବୁଝିପାରିଥିଲା, କେବଳ ସେ ନୁହେଁ ସବୁ ପିଲା ଯେମିତି ଆନନ୍ଦିତ ହୋଇଥିଲେ।
ସବୁଠୁ ଆଶ୍ଚର୍ଯ୍ୟ କଥା ଓଧ ବା ସେ ଜୀବଟି ଫେରିଆସିଲା ଦୋଳିଅଶ୍ବଥ ଗଛକୁ, ସେଇଠି ରହିଲା। ମନଇଚ୍ଛା ମାଛ ଶିକାର କରି ଖାଇଲା। ଗ୍ରାମବାସୀଙ୍କ ମତିଭ୍ରମ ହଟିଥିଲା। ଆଉ କେହି ତା ବାବଦରେ ଆଗ୍ରହ ପ୍ରକାଶ କରିନଥିଲେ।

Interesting.
ReplyDeleteThis comment has been removed by the author.
ReplyDeleteନୂତନ ଚେତନାବୋଧର ପରିପ୍ରକାଶ 🙏 ଘଟଣାଟି ସାମାନ୍ୟ ହେଲେ ଭି ସ୍ରଷ୍ଟାର ଏକ ସାମାନ୍ୟ ଜୀବ ପାଇଁ ତମ ମନରେ ଏତେ ଦରଦ ଏତେ ଚିନ୍ତା ହିଁ ସ୍ୱାଗତଯୋଗ୍ୟ ।
ReplyDelete