ନୂଆ ଗଣତନ୍ତ୍ର।
ଏ ଲେଖାକୁ ଥଟ୍ଟା କଥା ନଭାବି ପଢିବାକୁ ଅନୁରୋଧ। ମଝିରେ ମଝିରେ ଶୁଣାଯାଏ ଗଣତାନ୍ତ୍ରିକ ପଦ୍ଧତିର ଦୂରରେ ରହି ଏହାକୁ ସମାଲୋଚନା କରିବା, ଶିକ୍ଷିତ ଲୋକଙ୍କ ସୁବିଧାବାଦ। ମୁଁ ବି କେତେ ଥର ସେମିତି ଭାବିଛି ଓ କେତେ ମତ ରଖିଛି। ଭୋଟ ଦେବା ଏକ କର୍ତ୍ତବ୍ୟ ଭାବି ଦୂରରୁ ଦୌଡି ଆସିଛି ଗାଁକୁ। କିନ୍ତୁ ଏବେ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ କେବଳ ନେତା ବା ଦଳଙ୍କୁ ଦୋଶ ଦେବା ଉଚିତ ନୁହେଁ, ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅନେକ ତୃଟି ରହିଛି।
ସହଜ ଉଦାହରଣଟିଏ ଦେଉଛି। ବର୍ତ୍ତମାନ ଯଦି ଏକ ଅନ୍ ଲାଇନ ମତ ନିଆଯାଏ କାହାକୁ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛ। ଓ ଅନ୍ୟ ଏକ ମତ ନିଆଯାଏ କାହାକୁ ପ୍ରଧାନମନ୍ତ୍ରୀ ଭାବେ ସମ୍ପୂର୍ଣ୍ଣ ବିରୋଧ କରୁଛ ତାହେଲେ ଏ ଉଭୟରେ ନିଶ୍ଚିତ ବିଜୟୀ ହେବେ ମାନନୀୟ ମୋଦି ଜି। ସହଜ କଥା ପ୍ରଥମଟି ତାଙ୍କ ବିରୋଧୀଙ୍କୁ ଭାଗ କରିବ ଅନ୍ୟ ସମ୍ଭାବ୍ୟ ପ୍ରାର୍ଥୀ ମାନଙ୍କ ମଧ୍ୟରେ କିନ୍ତୁ ତାଙ୍କ ସମର୍ଥକ ମାନେ ତାଙ୍କୁ ଭୋଟ ଦେବେ। ଦ୍ୱିତୀୟ କ୍ଷେତ୍ରରେ ତାଙ୍କ ବିରୋଧୀ ମାନଙ୍କ ଭୋଟ ଏକଜୁଟ ହୋଇଯିବ ଯେ ସେମାନେ ତାଙ୍କୁ ଚାହାନ୍ତି ନାହିଁ କିନ୍ତୁ ତାଙ୍କ ସମର୍ଥକ ମାନଙ୍କ ଭୋଟ ରାମା ଦାମା ଶ୍ୟାମା , ସୀମା, ମାମା, ଲାମାଙ୍କ ମଧ୍ୟରେ ଭାଗ ହୋଇଯିବ। ଏକ ସମୟରେ ଜଣେ ସବୁଠୁ ଲୋକପ୍ରିୟ ଓ ସବୁଠୁ ଅଲୋଡ଼ା ହେବାକୁ ଯେଉଁ ଗଣତନ୍ତ୍ର ବ୍ୟବସ୍ଥା କରୁଛି ତାହା ନିଶ୍ଚିତ ତୃଟିଯୁକ୍ତ। ଏଣୁ ଏହାର ସୁଧାର ଦରକାର। ସେଦିନ ଏକଥା ଲେଖିଥିଲି। ଜଣେ ବନ୍ଧୁ ଲେଖିଲେ ଏହା ଠିକ ଯେ ବିକଳ୍ପ ଚିନ୍ତା କଣ।
ହଁ ଅଛି। ସେକଥା ପୂର୍ବରୁ କିଛି ଆଲୋଚନା କରୁଛି।
ଏବେର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମାଜକୁ ଏକ ମାଟି ହାଣ୍ଡି ଭଳି ଭାଙ୍ଗି ଦିଆଯାଇଛି। ଯିଏ ସବୁଠୁ ବଡ ଖପରାଟି ପାଇଲା ସେ ଶାସନ କଲା, ଯଦିଓ ଏହା ହାଣ୍ଡିର କୋଡିଏ ପଚିଶ ପ୍ରତିଶତ ହୋଇପାରେ। ଏହାକୁ ବି ଭାଗ କରାଯାଇପାରେ ଓ ଅନ୍ୟମାନେ ବି ଜୋଡି ହୋଇ ପାରନ୍ତି ଓ ସେମିତି ସତକୁ ହେଉଛି ଯାହାକୁ କୁହାଯାଉଛି, ଜୋଡ ତୋଡର ରାଜନୀତି। ଭାଙ୍ଗିବା ହେଉକି ଗଢିବା ହେଉ ଏ ଉଭୟରେ ଘୃଣାଭାବ ହିଁ ବ୍ୟବହାର କରାଯାଉଛି ଯାହାର ନ୍ୟଷ୍ଟି ହେଉଛି ଜାତି, ଧର୍ମ, ଆଞ୍ଚଳିକ ବାଦ ବା ବ୍ୟକ୍ତି ପ୍ରତି ଘୃଣା ଇତ୍ୟାଦି।
ଜଣେ ପଚିଶ ପ୍ରତିଶତ ସମର୍ଥନ ପାଇ ଜିତି ପାରେ। ବାକି ପଚସ୍ତୋରି ପ୍ରତିଶତ ତାଙ୍କ ପ୍ରତି ନିଉଟ୍ରାଲ କି ତାଙ୍କୁ ପୁରା ବିରୋଧ କରନ୍ତି ସେକଥା ଜଣା ପଡେନି। ହୋଇପାରେ ତାଙ୍କୁ ଅଳ୍ପ କିଛି ନଚାହିଁ ପାରନ୍ତି କିମ୍ବା ହୋଇପାରେ ଅନ୍ୟ ତିନି ଚତୁର୍ଥାଂଶଙ୍କ ଇଛା ସେ ଜମା ନହୁଅନ୍ତୁ। କିନ୍ତୁ ସେଥିପାଇଁ ଭୋଟ ନିଆ ଯାଉନି ଜଣା ପଡିବ କେମିତି? ତେଣୁ ପ୍ରାର୍ଥୀ ଚାହିଁବେ ତାଙ୍କର ପୁଳାଏ ଅତି ବିଶ୍ବସ୍ତ ଭୋଟର ହୁଅନ୍ତୁ, ଅନ୍ୟମାନେ ଭୁକିହେଲେ ତାଙ୍କର କିଛି ଯାଏ ଆସେ ନାହିଁ। ଅନ୍ୟ ମାନଙ୍କୁ ଆପଣା କରିବା ଓ ବିରୋଧୀ କଲ୍ୟାଣ ପାଇଁ ମନ ବଳାଇବାର ଆବଶ୍ୟକତା ନାହିଁ।
କିଛି ପାରମ୍ପରିକ ସମର୍ଥକ ଓ ସମ୍ଭାବ୍ୟ ଲାଭ ହାସଲକାରୀ ମାନେ ଜିତାଇଦେବେ। ସେଥିପାଇଁ ଆପଣା ଭାଗର ଖପରାଟି ଯେମିତି ନଭାଙ୍ଗିବ ତାହାରି ପ୍ରୟତ୍ନ ଅର୍ଥ, ମଦ୍ୟ, ଠିକା, ପଦବୀ ଓ ବ୍ୟବସାୟରେ ସୁବିଧା ଦେଇ କରାଅ ଓ ଅନ୍ୟ ଦଳର ଖପରାକୁ ବାଡେଇ ପିଟି ଭାଙ୍ଗିଦିଅ।
ଦଶ ପ୍ରାର୍ଥୀ ଥିଲେ ବି ଅଧିକାଂଶ ସ୍ଥାନରେ ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହେଉଛି କ ଓ ଖ। ଗ ଦଳ ବା ପ୍ରାର୍ଥୀଙ୍କ ସମର୍ଥକ ଭାବନ୍ତି ସେ ତ ଜିତିବେ ନାହିଁ ତାଙ୍କୁ ଦେଇକି ଲାଭ କଣ? ଏଣୁ ତାଙ୍କ ପ୍ରକୃତ ମତଟି ଲୁଚାଇ ଦେଇ କ ଓ ଖ ମଧ୍ୟରେ ସେ ଯାହାକୁ କମ ଘୃଣା କରନ୍ତି ତାଙ୍କୁ ଦିଅନ୍ତି। ତାଙ୍କ ଗଣତାନ୍ତ୍ରିକ ମତ ଏହା ନୁହେଁ। ରାମାର ଭୋଟ ତାଙ୍କ ସମର୍ଥନର ମତ କି ଦାମାର ବିରୋଧୀ ମତ ତାହା ଜାଣିବାର ଉପାୟ ନାହିଁ। ବହୁଲୋକ ଭୋଟ ଦେବାକୁ ଯାଆନ୍ତି ନାହିଁ କାରଣ ପ୍ରଥମ ଏକ ଦୁଇ ବା ତିନି ତାଙ୍କର ନାପସନ୍ଦ ଏଣୁ ଗୋଟିଏ ଦିନ ନଷ୍ଟ କରିବାର ମାନେ ନାହିଁ।
ମୋ ମତରେ ଜଣେ ଭୋଟର ଦୁଇଟି ଭୋଟ ଦେବା କଥା। କାହାକୁ ସେ ସର୍ବାଧିକ ପସନ୍ଦ କରୁଛନ୍ତି ଓ କାହାକୁ ସେ ସର୍ବାଧିକ ବିରୋଧ କରୁଛନ୍ତି। ବହୁତ ମଜାଦାର ତଥା ଯୁକ୍ତି ଯୁକ୍ତ ହେବ ନିର୍ବାଚନ।
ଏକ ଉଦାହରଣ ଦେଇ କହୁଛି କିନ୍ତୁ ପ୍ରକୃତ ଅବସ୍ଥା ଏହି ଉଦାହରଣ ଠାରୁ ଅଧିକ ଦମଦାର ହେବ।
କ ଖ ଓ ଗ ପ୍ରାର୍ଥୀ ଅଛନ୍ତି। ଭୋଟ ଦେଇଛନ୍ତି ଧରାଯାଉ ଶହେ ଲୋକ। କ ପାଇଲା ୩୩, ଖ ୩୩ ଓ ଗ ୩୪। ଗ ବିଜୟୀ ହେଲା। କିନ୍ତୁ ଅନ୍ୟ ୬୬ ଜଣଙ୍କର ମତ ଅର୍ଥାତ ମେଜରେଟି ଅର୍ଥାତ ଗଣତନ୍ତ୍ରର ମୂଳମନ୍ତ୍ର ଅସିଦ୍ଧ ହୋଇଗଲା। ଏ ୬୬ଙ୍କର ହୁଏତ ଗ ସର୍ବାଧିକ ନାପସନ୍ଦ ପ୍ରାର୍ଥୀ ହୋଇ ପାରେ। ଧରାଯାଉ ମୋ କହିବା ମୁତାବକ ଭୋଟ ହୋଇଥାନ୍ତା ଓ ସେଥିରେ ସବୁଠୁ ନାପସନ୍ଦ ପ୍ରାର୍ଥୀର ଭୋଟ ଧରାଯାଉ କ କୋଡିଏ, ଖ ତିରିଶ ଓ ଗ ପଚାଶ ପାଇ ଥାନ୍ତା। ଅର୍ଥାତ କ କୁ ୩୩ ଜଣ ଚାହୁଁ ଛନ୍ତି ଓ ୨୦ ଜଣ ଆଦୌ ଚାହୁଁ ନାହାନ୍ତି, ଖ କୁ ୩୩ ଓ ୩୦ ଓ ଗକୁ ୩୪ ଓ ୫୦.
ମାନେ ଇଫେକ୍ଟିବ ଭୋଟ କ ପାଇଲା ୩୩-୨୦=୧୩, ଖ ୩ ଓ ଗ ବିଯୁକ୍ତ ୧୬। ଏଣୁ କ ଜିତିଲା।
ହସନ୍ତୁ ନାହିଁ ଭାବି ଦେଖନ୍ତୁ ଏହା ଫଳରେ ଛୋଟ ଖପରା ମାନେ କଣ ଚାହାଁନ୍ତି ତାର ଗୁରୁତ୍ୱ ରହିଲା।
ଯିଏ ତ ଜଣେ ଜିତଛି, ଏ ନୂଆ ବ୍ୟବସ୍ଥାରେ ଲାଭ କଣ ହେବ?
ନେତା ଚାହିଁବେ କେବଳ ମୋ ନିଜ ଲୋକଙ୍କୁ ପୋଶା କୁକୁର ଭଳି ନରଖି ଏମିତି କାମ କରଯେ ଅନ୍ୟମାନେ ବି ଅସୁଖି ନହୁଅନ୍ତୁ। ଅପରାଧି ଓ କଳାଅର୍ଥ ବଳୁଆଙ୍କୁ ପ୍ରାର୍ଥୀ କରିବାର ରିସ୍କ କେହି ନେବେ ନାହିଁ। କାରଣ ପୋଶା କୁକୁରଙ୍କ ଛଡା ଆଉ ସମସ୍ତେ ଦାଉଦ ମାଲ୍ୟା ଭଳି ପ୍ରାର୍ଥୀକୁ ବିରୋଧ କରିବେ ଓ ସେ ଆଦୌ ଜିତିବେ ନାହିଁ। ମାନେ ମୂଳରୁହିଁ ସବୁଦଳ ଭଲ ପ୍ରାର୍ଥୀ ଦେବେ। ଦଳ ମାନେ ବି ଘୃଣା ଓ ତୁଷ୍ଟିକରଣ ରାଜନୀତି ତ୍ୟାଗ କରି ଶତ୍ରୁ କମ ହେବା ଭଳି ଦେଶ ଗଠନ ରାଜନୀତି କରିବେ।
ଲେଖକର ଏ ମତଟି ନିଶ୍ଚିତ ଆଜି ନହେଲେ ଅନେକ ବର୍ଷ ପରେ ଗ୍ରହଣ କରାଯିବ ସାରା ବିଶ୍ବରେ, ଏ ବିଶ୍ୱାସ ଅଛି। ଏ ଘୁଣଖିଆ ଗଣତନ୍ତ୍ରର ସୁଧାର ହେବା ଅତ୍ୟନ୍ତ ଜରୁରୀ ହୋଇଗଲାଣି।

No comments:
Post a Comment