Search This Blog

Wednesday 3 May 2017

ଛେଳି କୁକୁର। (ସ୍ବଳ୍ପ ଗଳ୍ପ)

ଛେଳି କୁକୁର। (ସ୍ବଳ୍ପ ଗଳ୍ପ)
ଶହେ ଜଣ ଲୋକ ଥିଲେ। କହିଲେ, ଚାଲ ସତ୍ସଙ୍ଗ କରିବା। ଭଲ କଥା। ପ୍ରଥମ ବୈଠକରେ ନିଷ୍ପତ୍ତି ହେଲା, ଲାଞ୍ଚ ବିରୋଧରେ କିଛି ଆଲୋଚନା କରିବା ଓ ଶପଥ ନେବା, କେହି ସେମିତି କାମ କରିବା ନାହିଁ। ଉକ୍ତ ଦଳର ନେତା ରାଜନୀତି କରୁଥିଲେ, ଶାସକ ଆଦର୍ଶବାଦୀ ଦଳରୁ। ଭିନ୍ନ ଦଳରୁବି କିଛି ଥିଲେ। ଏହା ଏକ ସାମାଜିକ ଅନୁଷ୍ଠାନ ହୋଇଥିବାରୁ ତହିଁରେ ସଭିଏଁ ମିଶିବାରେ କିଛି ଅସୁବିଧା ନଥିଲା। ସ୍ବଭାବିକ ଭାବରେ ଶାସକ ଦଳ ପ୍ରତି ଅଧିକାଂଶ ସଭ୍ୟ ଆନୁଗତ୍ୟ ରୁପକ ଅଲାଞ୍ଚ ଦେଇ କାର୍ଯ୍ୟ ହାସଲ କରୁଥିଲେ। ଭିନ୍ନ ଦଳ ଅତୀତରେ ଶାସକ ଥିବା ବେଳେ, ଅନୁରୁପ ଅନେକ ଲାଭ ହାସଲ କରିଥିଲେ। ଏମିତି କିଛି ଦିନ ଚାଲିବା ଉତ୍ତାରୁ, ଭିନ୍ନ ଗୋଷ୍ଠୀଙ୍କୁ ପାନେ ଦେବା ପାଇଁ, ଲାଞ୍ଚ ବିରୋଧୀ ପ୍ରଚାରକୁ ବ୍ୟାପକ କରିବା ସହ ଏହି ଗୋଷ୍ଠୀ ଅଦ୍ୟାବଧି ଅଫିସରେ ଲାଞ୍ଚ ନେଉଛନ୍ତି ବୋଲି ପ୍ରଚାର କରାଗଲା ଓ ଏ ବାବଦରେ ସାକ୍ଷ ପ୍ରମାଣର ବ୍ୟବସ୍ଥା ହେଲା। ସାକ୍ଷୀ ମାନଙ୍କୁ ପୋଷା ମନେଇବା ପାଇଁ ଅଲାଞ୍ଚ ଦିଆଗଲା। ସେମାନେ ଲାଗି ପଡ଼ିଲେ। ଅନେକ ଫଟୋ, ଭିଡ଼ିଓ, ଅଡ଼ିଓ ପ୍ରସ୍ତୁତ ହୋଇ ଗଲା।
 ଶ-- ତଥାପି ଗୁଣ ଯାଇ ନାହିଁ। ବାଡା। ସମଗ୍ର ବ୍ୟବସ୍ଥା ଲାଗି ପଡ଼ିଲା।
 ଅଚିରେ ଭିନ୍ନ ମନୋଭାବର ଲୋକେ ଘୃଣିତ ହେଲେ। ସେମାନଙ୍କୁ ସରକାରୀ ବ୍ୟବସ୍ଥାରେ ଦଣ୍ଡ ଦେବା ଡେରି ହେବ ବୋଲି ଆଉ କିଛି ଲୋକଙ୍କୁ ସେଟ୍ କରି ଦିଆଗଲା 'ଅଲାଞ୍ଚ ରକ୍ଷକ' ସଂଘର ମେମ୍ବର କରି।
ଏ କଥାଟି ଜଣେ କିଶୋରଙ୍କୁ ତାଙ୍କ ଜେଜେମା ବିହୀନ ଜେଜେ କହିଲା ବେଳେ, କିଶୋର ଜଣଙ୍କ କଣ ବୁଝିଲେ କେଜାଣି, ପଚାରିଲେ, "ଜେଜେ ତୁମ୍ଭେ କଣ ଜେଜେମାଙ୍କୁ ତଲାକ୍ ଦେଇଥିଲ। ସେ କାହିଁକି ତାହେଲେ ମରିଗଲେ?"
 ଜେଜେ ହତାଶ ହୋଇ କହିଲେ, "ତୋ ଜେଜେମା ମାତ୍ର ଚାଳିଶ ବର୍ଷରେ ହୃଦ୍-ଘାତରେ ଚାଲିଗଲେ, ଏକ ମିଛ ଖବର ଶୁଣି, ଯେ ତା ମିଆଁ, ପାକିସ୍ତାନୀ ଗୁଳିରେ ଶହୀଦ୍ ହୋଇଯାଇଛି। ଏତେ ବଡ ବୋଝ ମୁଣ୍ଡରୁ ଓହ୍ଲାଇ ପାରିଲି ନାହିଁ କି ଆଉ ନୂଆ ଜେଜୀ ଆଣି ପାରିଲି ନାହିଁ, ସିକ୍ସ ପ୍ୟାକ ଆବ୍ ଥିବା ସତ୍ବେ ଓ କେତେ ଫିଦାବୀନ୍ ପଛରେ ପଡ଼ିବା ସତ୍ବେ, ହା ହା ଓ ସତ କଥା; ମନରେ ଇଛା ଆସିଥିବା--- ହି ହି ହି। କିନ୍ତୁ ଏ କଥା ତୁ ଜାଣି ସୁଧା, ଆଜି କିଆଁ ଏ ପ୍ରଶ୍ନ ପୋତା?"
"ପବନ ମୋ କାନରେ କହିଲା ଓ ଏହା ସାମ୍ପ୍ରତିକ ସର୍ବ ମୂଖ୍ୟ ସମସ୍ୟା, ଜେଜେ। ତଲାକ୍ ହିଁ ବିବାହର ଲକ୍ଷ୍ୟ କୁଆଡେ!"
ଜେଜେ ତାଙ୍କ ବର୍ଦ୍ଦିବାଲା ଫଟୋଚିତ୍ରକୁ ଚାହିଁ ଏକ ଦୀର୍ଘ ନିଶ୍ଵାସ ଛାଡ଼ିଲେ।

No comments:

Post a Comment