ସମୟର ସ୍ବରବର୍ଣ୍ଣ......ଏକ ବର୍ଷ.....
ଏ ଶୀର୍ଷକ, କବି ସଙ୍କର୍ଷଣ ପରିଡାଙ୍କ ଚମତ୍କାର କବିତା ସଂକଳନର। ପଢି ମୁଁ ବିମୋହିତ। ତେବେ ଏ ଲେଖାଟି ସମ୍ବନ୍ଧିତ ନୁହେଁ, ଏଣୁ କ୍ଷମା ଚାହୁଁଛି।
ଭାରତୀୟ ବର୍ଣ୍ଣମାଳା ମାନଙ୍କରେ ସ୍ବରବର୍ଣ୍ଣ ଯାକ, ଆଦ୍ୟରେ ପୁଞ୍ଜିଭୁତ ଓ ଏହାର ସଂଯୋଗ ବିନା ବ୍ୟଞ୍ଜନ ବର୍ଣ୍ଣ ଅନେକାଂଶରେ ଅପୂର୍ଣ୍ଣ।
ଆଜି ଏପ୍ରିଲ ମାସ 23 ତାରିଖ, ସେକ୍ସପିୟରଙ୍କ ଜନ୍ମଦିନ, ମୋର ମଧ୍ୟ। ସବୁ ବର୍ଣ୍ଣରୁ ସେ ଉତ୍ତୀର୍ଣ୍ଣ, କାଳଜୟୀ, ପ୍ରତି ଲେଖକର ପ୍ରେରଣା। ବୟସ ମୋର ଅର୍ଧ ଶତ ଅତିକ୍ରାନ୍ତ, ସମୟର ନିରବଚ୍ଛିନ୍ନ ଗତି ଏଥିପାଇଁ ଦାୟୀ, ମୋର ପ୍ରଚେଷ୍ଟା ଦ୍ବାରା ତ ଏହା ଘଟିନାହିଁ। ଗୁରୁଜୀଙ୍କ ଭାଷାରେ ଏହି ଏକମାତ୍ର ଗୌରବ ଆପଣାଛାଏଁ ଆସେ।
ଅସାର ଜୀବନଟା, ଏ ବୃହତ କାଳରେ, ଆପଣାର ଯେତେକ ଗୁରୁ ପ୍ରଦତ୍ତ ନାନାଦି ବର୍ଣ୍ଣମାଳା ଆୟତ୍ତ କରିଥିବାର ମନେ ହୁଏ ନାହିଁ। ସମ୍ଭବତଃ, ସମୟର ସ୍ବରବର୍ଣ୍ଣରୁ ଉତ୍ତୀର୍ଣ୍ଣ ହୋଇ ନଥାଇପାରେ। ହେବା ଉଚିତ ଥିଲା।
ବିଗତ ବର୍ଷ ଏହି ସମୟରେ ଉଚ୍ଚ ଶିକ୍ଷାର ନିଶାରେ ଯେମିତି ବିଭୋର ସେମିତି ବିବ୍ରତ ଥିଲି। ତା ପୂର୍ବ ବର୍ଷଟି ପ୍ରସ୍ତୁତି। ସଫଳତା ମିଳିଲା, ଫଳଟା ବହୁତ ପିତା । ହିତକର ହେବାର ଆଶାରେ ଆଠ ନଅ ମାସ ଖାଇ ଚାଲିଲି ସପ୍ତାହକୁ ପନ୍ଦର ଶହ କିଲୋମିଟର ବସ୍ ଅବା ରେଳରେ। ଜାତୀୟ ଅନୁଷ୍ଠାନର ସ୍ବରୂପ କିଭଳି ଦେଖିଲି। ବଙ୍ଗର ଚଳନୀ ଓ କଲିକତାକୁ କିଛି ବୁଝିଲି। ବୈଜ୍ଞାନିକ ହାବଭାବ ସହ ପରିଚିତ ହେଲି, ମେଡିକାଲ ଜେନେଟିକ୍ସ ଜିନିଷଟା କଣ ବୁଝିଲି। ଛାଡିଦେଇ ଭଲ କଲି।
ସାହିତ୍ୟରୁ ବହୁତ ଶାନ୍ତି ମିଳେ, ଔଷଧୀୟ ଗୁଣ ଥାଏ। ଉଭୟ ଗୋଦାବରୀଶ ଓ ନୀଳକଣ୍ଠ ନିଜ ନିଜ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଗୋଦାବରୀଶଙ୍କୁ ବିଲାତରେ ଟ୍ରେନିଂ ପଠା ଯାଉଥିଲା, ଫେରି ଆସି କଲିକତାର ମୂକ ବଧିର ମହାବିଦ୍ୟାଳୟର ଅଧ୍ୟକ୍ଷ ହୋଇଥାନ୍ତେ। ଗୋପବନ୍ଧୁ ବାଣ ମାରିଲେ, ସାରା ଓଡ଼ିଆ ଜାତି ମୁକ ଓ ବଧିର ପ୍ରାୟ ପଡିଛି। ସେ ଫେରିଆସିଲେ ସତ୍ୟବାଦୀ। କୌଣସି ଆଦର୍ଶର ଦ୍ବାହି ଦେଇ ମୁଁ ଫେରି ନାହିଁ, କିନ୍ତୁ ସାବ୍ୟସ୍ତ କରିଛି, ମୁଁ ଯେଉଁ, 'ମଧୁବନର ଘୁଗୁନିବାଲା' ଗଳ୍ପଟି ଲେଖିଥିଲି ତାହା ମୋ ପାଇଁ ପ୍ରଯୁଜ୍ୟ। ସତରେ କୌଣସି କାମରେ ପାରଙ୍ଗମ ହେଲାପରେ ତାହାକୁ ଆଉ ତ୍ୟାଗ କରିବା ଅନୁଚିତ। ମୋ ଗଳ୍ପର ନାୟକ ଫେରିଛି ତାର ଛୋଟିଆ ବେପାରକୁ, ମୁଁ ବି ଫେରିଛି ମୋ ପୁରୁଣା କାମ ପ୍ରସୁତିର ଯତ୍ନ ନେବାକୁ। ସରକାରୀ ଚାକିରୀ ଅବା ପେନ୍ସନ, ପ୍ରଶ୍ନ ଵାଚକ। ବର୍ଷଟି ଘଟଣା ବହୁଳ। ମନୋଜ ଦାସଙ୍କୁ ଯେ ଦିନେ ପାଖରୁ ଦେଖିବି, କଥା ହେବି ଏହା ଥିଲା ମୋ ପାଇଁ କଳ୍ପନା। ସଫଳ ହୋଇଛି ବାର ବାର। କିଛି ଅଭୁଲା କର୍ତ୍ତବ୍ୟ କରାହୋଇଛି। ତାଙ୍କ ଅନୁଗାମୀ ପାଠକ ମାନଙ୍କ ସହ ଅନ୍ତରଙ୍ଗ ହୋଇଛି। ଏକ ବୃହତ ପାଠାଗାରର କଳ୍ପନାକୁ ବାସ୍ତବ କରିବା ଦିଗରେ ଅଗ୍ରଗତି କରିଛି। ଆଉ କେତେ ବନ୍ଧୁଙ୍କ ପରି ସାଇଟେସନ ଲେଖିଛି। ମୋ ଗଳ୍ପ ସଂକଳନ ଓ ଶିଶୁ ଗଳ୍ପ ବାସ୍ତବ ହେବାକୁ ଯାଉଛି।
ପିତା ମାତା, ଶାଶୁମା ଓ ପରିବାର ବର୍ଗ ନିରୋଗ ଅଛନ୍ତି। ପତ୍ନୀ ସରିତା ସହ ତାର ଏକାଡେମୀକ୍ କାମରେ ଚିନ୍ ଯାଇ ଦେଖି ଆସିଛି ସେମାନେ ଭାରତ ତୁଳନାରେ କେତେ ଆଗେଇ ଯାଇଛନ୍ତି। ବାପା ଆଜିକାଲି ଲେଖୁଛନ୍ତି, ଭଲ। ପୁଅ ଦୁହେଁ ଚମତ୍କାର ଲେଖୁଛନ୍ତି। ସରିତା ସଫଳତା ପାଇଛି।
ବୟସର ବୋଝତ ବଢିଛି, ଦିମାକ୍ ଶିଥିଳ, ଚେସ୍ ଖେଳିଲେ ଜଣା ପଡୁଛି ଏହା।
ବନ୍ଧୁ ମାନଙ୍କ ସହ ମୁଁ ଏତେ ମିଶି ପାରେ ନାହିଁ, ଏ ମେଡିଆ ଯୁଗରେ, କମ ମିଶିବାଟା ବି ବ୍ୟାପକ।
ସେ ଦିଗଟି ସମ୍ଭାଳିବାରେ ସରିତା ପ୍ରବୀଣା, ଏମିତି ଈଶ୍ୱର ସମତୁଲ କରିଛନ୍ତି ପରିବାରକୁ।
ଆଜିକାଲି ମୁଁ ଗୋଟିଏ ନୂଆ ନିୟମରେ ଚଳୁଛି। ଅତି ଅଳ୍ପ ହେଉ ପଛେ କିଛି ପାଠ ଓ ସାହିତ୍ୟ ପଢୁଛି। ଲେଖୁଛି। ବଗିଚାକାମ କରୁଛି। କିଛି ଉନ୍ନତିର କାର୍ଯ୍ୟ କରୁଛି। କିଛି ସାହାଯ୍ୟବି କରୁଛି। ଜୀବନଟା ଅସମ୍ପୂର୍ଣ୍ଣ ସ୍ବରବର୍ଣ୍ଣରୁ ଉତ୍ତୀର୍ଣ୍ଣ ହେବାକୁ ଉଚ୍ଚାଟ ହେଲାଣି।
ବହୁ ବଡ ମଣିଷ ସ୍ବଳ୍ପାୟୂ ଥିଲେ। ଗୋପବନ୍ଧୁଙ୍କ ପ୍ରେରଣା ହରିହର ଦାସ (ଆଚାର୍ଯ୍ୟେ ନୁହନ୍ତି) ମାତ୍ର 31 ବର୍ଷରେ ମରିଥିଲେ ଏବଂ ସେ ତାଙ୍କୁ ଦେଖି ନଥିଲେ। ଅବଶ୍ଯ ବଡ ମଣିଷ ହେବାର କୌଣସି ଆବଶ୍ୟକତା ନାହିଁ।
ଗୋପବନ୍ଧୁଙ୍କ ନାମ ଧରିଲେ ରାଜନୈତିକ ଚିତ୍ର ମନକୁ ଆସୁଛି। ସେ ତାଙ୍କ ପୁଅଙ୍କୁ ମୃତ୍ୟୁ ଶଯ୍ୟାରେ ଛାଡି ଯାଇଥିବା ଏକ ଡାହାମିଛ କଥା, ତାଙ୍କର ବ୍ୟକ୍ତିତ୍ବକୁ ଉଜ୍ଜ୍ଵଳ ନୁହେଁ ନିନ୍ଦିତ କରିଛି। ସେ ଯୁଗରେବି ରାଜନୀତିରେ ବର୍ତ୍ତମାନ ଭଳି ଅନେକ ମାର ପେଞ୍ଚ ଥିଲା। ଏମିତିକି ଗୋପବନ୍ଧୁ ବନ୍ୟା ପାଣ୍ଠିରୁ 42000 ଖାଇଦେଲେ ବୋଲି ମକଦ୍ଦମା ହୋଇଥିଲା। ତେବେ ସେମାନେ ଏତେ ନିର୍ଲ୍ଲଜ ନଥିଲେ ଯେ କ୍ଷମତା ପାଇଁ ଦଙ୍ଗା ଭିଆଇବେ।
ସମାଜଟାକୁ ବାରୁଦ ଗଦା କରି ଦିଆଯାଇଛି। ନିଆଁର ଚୌକିଦାର ସାଜିଛି ସାମାଜିକ ଗଣ ମାଧ୍ୟମ। କାଲି ରାତି ଭଦ୍ରକିଆ ବନ୍ଧୁ ଜଣେ ଔଷଧ କିଣିବାକୁ ରାତି ଦଶଟା ବେଳେ କର୍ଫ୍ୟୁ ପାଇଁ ଗଲେ ନାହିଁ। କର୍ଫ୍ୟୁ ସିନା ପୋଲିସ ରାସ୍ତାରେ ଲଗାଇବ, ମଣିଷର ମନ ଭିତରେ କିଏ ଲଗାଇବ? କାହାନ୍ତି ଗାନ୍ଧୀ, କାହାନ୍ତି ମଧୁବାବୁ ଯେଉଁମାନଙ୍କର ସେ ଶକ୍ତି ଥିଲା ଜନମାନସରେ କର୍ଫ୍ୟୁ ଲଗାଇ ପାରୁଥିଲା। ଅଛନ୍ତି କିନ୍ତୁ ପରିସ୍ଥିତି ଏତେ ବ୍ୟାପକ ବଦଳି ଯାଇଛିଯେ ସେମାନେ କିଂକର୍ତ୍ତବ୍ୟବିମୁଢ ହୋଇ ଆତ୍ମଗ୍ଳାନିରେ ରହୁଛନ୍ତି। ଶିକ୍ଷିତ ଓ ଅଶିକ୍ଷିତ, ଅଧିକାଂଶ ବାଣ୍ଟି ହୋଇଯାଇଛନ୍ତି ବିଭିନ୍ନ ବଣ୍ଟନ ଥାଳରେ। ମୁଁ ଗୀତା ଭାଗବତ ଏପରିକି ରାମାୟଣ ମହାଭାରତ ନିଜେ ପଢିନାହିଁ। କିନ୍ତୃ ଏହିସବୁ ମହାଗ୍ରନ୍ଥ ନପଢୁଥିବା ଲୋକବି ଏମାନଙ୍କ ଦ୍ବାରା ପ୍ରଭାବିତ। ସେ ମୁଁ ହୁଏ କିମ୍ବା ମୋ ସାଙ୍ଗ ଆଲାମ୍ ହେଉ। ପିଲାବେଳୁ ମୋତେ ଅବିଭାବକ ମାନେ ଚିହ୍ନାଇ ଦେଇ ଥିବାରୁ ମୁଁ ଏକ ନିର୍ଦ୍ଦିଷ୍ଟ ଧର୍ମର ବୋଲି ଲେଖୁଛି। ମୁଁ ଯଦି ଏକ ଭିନ୍ନ ପରିବାରରେ ପାଳିତ ହୋଇଥାନ୍ତି ମୁୁଁ ହୁଏତ ଭିନ୍ନ ବ୍ୟବହାର ଦେଖାନ୍ତି।
ଏଣୁ ଧର୍ମ ସଂପୂର୍ଣ୍ଣ ଆପେକ୍ଷିକ, ଏମିତିକି ଏ ପାଠର ବିନ୍ଦୁ ବିସର୍ଗ ହୁଏତ ମାନବ ସଭ୍ୟତାକୁ ଅଦ୍ୟାବଧି ଅଗୋଚର। କିନ୍ତୁ ନିଜକୁ, ପରିବାରକୁ, ଗ୍ରାମକୁ, ରାଜ୍ୟ ଓ ଦେଶକୁ ଭଲପାଇବା ଏକ ଅନାପେକ୍ଷିକ ସହଜାତ ପ୍ରବୃତ୍ତି। ଏ ବାବଦରେ କାହାକୁ ସନ୍ଦେହ ଚକ୍ଷୁରେ ଦେଖୁଥିବା ବ୍ୟକ୍ତିଟି ଅତ୍ୟନ୍ତ ନିକୃଷ୍ଟ। ଏହିଭଳି ଏକ ଦୁର୍ଦ୍ଦିନରେ ବୟସ ମୋର ଏକାବନ ହେଲା, ମୁଁ ବହୁକାଳ ବଞ୍ଚିବାକୁ ଚାହୁଁଥିବା ଗୋଷ୍ଠୀର। ବ୍ୟଞ୍ଜନବର୍ଣ୍ଣକୁ ଆଉ ମନ ବଳୁନି। ମନର ଉଚ୍ଚାଟ ମନରେ ମରିଯାଉ। ଏ ଲେଖା ସାମ୍ପ୍ରତିକ ରାଜନୈତିକ ଉତ୍ଥାନକୁ ନେଇ ନୁହେଁ। ଏ ବିଘଟନ ବହୁ ଅନେକ ବର୍ଷରୁ କ୍ରମାଗତ ତଳକୁ ତଳକୁ ଚାଲିଛି। ସମ୍ଭବତଃ ଏହା ଗଣତନ୍ତ୍ରର ଏକ ଅନ୍ତର୍ନିହିତ ସ୍ବରୁପ। ଭଗବତ୍ ସତ୍ତାର କରୁଣା ବାଞ୍ଛା କରୁଛି, ସର୍ବେ ଭବନ୍ତୁ ସୁଖୀନଃ। ଜୟ୍ ହିନ୍ଦ୍ ।

No comments:
Post a Comment