ରେଡ଼ିଓ।
ଆଜି ସହଯୋଗୀ ବନ୍ଧୁ ଜଣେ କହିଲେ, ଘରେ ଆଉ ରହି ହେବ ନାହିଁ। ପୁଅଟି ଭୟ ପାଇ କାନ୍ଦୁଛି, ତା ଜେଜେ ଏବେ ଭାରି ଚିଡିଚିଡା ହୋଇ, ବଡ ବାପାଙ୍କ ସହ ଅହର୍ନିଶି କଟର କଟର ହେଉଛନ୍ତି ଖୁବ୍ ଉଚ୍ଚ ସ୍ବରରେ। ପୁଅ କାନ୍ଦୁଛି। ଠିକ୍ ଏହିଭଳି ପରିସ୍ଥିତି ହୋଇଥିଲା ବର୍ଷେ ତଳେ ଯେବେ ବଡଭାଇଙ୍କ ବଦଳରେ ସେ ନିଜେ ଉତ୍ପୀଡିତ ହୋଇଥିଲେ ବାପାଙ୍କ ବୟସାଧିକ ବ୍ୟବହାରରେ।
ଏଥିକୁ ଉପାୟ! -ଶ୍ରୋତାବନ୍ଧୁ ପ୍ରଶ୍ନ କଲେ।
ଭାବୁଛି ଘରେ ଆଉ ରହିବା ଅନୁଚିତ୍। ଏଇ ପଲ୍ଲୀରେ ଘର କରି ରହିବି।
କିନ୍ତୁ ଆପଣଙ୍କ ଦୁଇ ମହଲା ନୂଆଘର!
ତାହା ଅଶାନ୍ତିଠାରୁ ସ୍ବଳ୍ପମୂଲ୍ୟ ନିଶ୍ଚିତ।
ତାହେଲେ ଏଇଠି ଶାନ୍ତି ସୁନିଶ୍ଚିତ! କାଲି ସଂଧ୍ୟାରେ ଏମିତି ଶାନ୍ତିର ରୋମାଞ୍ଚଟିଏ ଖେଳିଗଲା, ଲୋକେ ଯେବେ ଠେଙ୍ଗାବାଡ଼ି ଧରି ଏକ ଗାଡଭାଲୁକୁ ଗୋଡାଉଥିଲେ। କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ ଅଥଚ ସମସ୍ତେ ଅନ୍ଧାରରେ ଭାଲୁକୁ ତଡୁଥିଲେ, ସଦଳବଳେ ଏବଂ କୌଶଳରେ।
ଗୁଜବ, ହା ହା ହି ହି।
କାଲି ଆପଣଙ୍କ ପୁଅବି କହିବ, "ବାପା! କେତେ ବଡ ଅଜଗର ସାପ ଦେଖିଲି", ଆପଣ ଜଙ୍ଗଲ ବିଭାଗକୁ ଫୋନ୍ କରି ରାଧୁଆ ବନିଯିବେ।
ସେ ଖୁବ୍ ହସିଲେ ଓ କଥାର ଖିଅ ଧରିଲେ।
ସେମାନେ ସବୁ ମିଛ ଭାଲୁର ଆନନ୍ଦ ନେଲେ ଅଥଚ ମୁଁ ଜଙ୍ଗଲ ବିଭାଗର ରୋଷ କୁ ସିଧା ସୁଝାଇବି ପୁଅ ଉପରେ। ସେ ମୂଳ ପ୍ରସଙ୍ଗ ଭୁଲି ତାଙ୍କ ବାବାଙ୍କ ଅମଳର ସତ୍ୟ ମଜାଳିଆ ଗପଟିଏ ଯୋଡିଲେ।
ଏକଦା ମହାବଳୀ ଥିଲେ ରାଜାଙ୍କ ତଳେ, ଇଲାକାର ସବୁଠାରୁ ସମ୍ମାନିତ କିମ୍ୱା ଭୟଙ୍କର ବ୍ୟକ୍ତି। ଗଡଜାତର ଉଆସ ବାହାରେ ଏକମାତ୍ର ରେଡ଼ିଓ ଆଣିଥାନ୍ତି ସେ। ବିଶେଷ ଓ ନିର୍ଦ୍ଦିଷ୍ଟ ଅବସ୍ଥାପନ ଉତ୍ତାରେ ରେଡ଼ିଓଟି ବାଜେ। ତାଙ୍କ ପରିବାର ରେଡ଼ିଓଟି ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରି ଯେତିକି ଆନନ୍ଦ ପାଉଥିଲେ ତତୋଧିକ ସୁଖ ସଂଗ୍ରହ କରୁଥିଲେ, ଅଧିକ ଭିଡ ସମୟରେ ହଠାତ ଏହାକୁ ଅକାରଣେ ବନ୍ଦକରି। ଏକଦା, ଗ୍ରାମର ସର୍ବଶ୍ରେଷ୍ଠ ଚତୁର ବ୍ୟକ୍ତି, ଯେ ସହରରେ ଓକିଲ ବାବୁଙ୍କୁ କେଶ୍ ବାସ୍ ଯୋଗାନ୍ତି, ତାଙ୍କର ଏ ରେଡ଼ିଓ ଘଟଣା ନେଇ ମହାବଳୀଙ୍କ ସହ ବଚସା ହେଲା। ଯଦିଓ ପାରଙ୍ଗମ ଲୋକଟି ବିଭିନ୍ନ ନିଶା ସେବନ କରି ସବୁ ଅର୍ଥ ଉଡାଇ ଦିଏ ଓ ପେଟରେ ଦରିଦ୍ର କିନ୍ତୁ ମୂଖରେ ମାମଲ୍ତିକାରର ଜୀବନ କାଟୁଥାଏ। ମୁହଁ ଟାଣକରି ନିଜକୁ ସବୁଠାରେ ଧନୀକ ପ୍ରାୟ ଉପସ୍ଥାପନ କରେ।
ରାଜା, ମହାବଳୀର ପକ୍ଷରେ ରାୟ ଶୁଣାଇ ଚତୁରଙ୍କୁ ଦଣ୍ଡିତ କଲେ। ଗଡଜାତର ଦୈତ ଶାସନ ଦୃଷ୍ଟିରୁ ସେ ଚିହ୍ନା ଓକିଲଙ୍କ ସାହାଯ୍ୟ ନେଇ କୋର୍ଟରେ କେଶ୍ ଚଳାଇଲେ। ମହାବଳୀଙ୍କ ତରଫରୁ ନାମଜାଦା ବାରିଷ୍ଟର ଲଢିଲେ। ସମସ୍ତେ ଭାବିଲେ ଚତୁର ପାଗଳ ହୋଇଗଲେଣି। କାହିଁ ରାଜା ଓ ମହାବଳୀ, କାହିଁ ଏ ଗଞ୍ଜୋଡ।
ପ୍ରଥମରେ ରାଜାଙ୍କ ଦଣ୍ଡ ଥିଲା ମାତ୍ର ଏକ ବେତ୍ରାଘାତ, ତାହା ପୁଣି କୋମଳ। ଗ୍ରହଣ କରି ନେଇଥିଲେ ଭଲ ହୋଇଥାନ୍ତା। ଲୋକେ କୁହାକୁହି ହେଲେ।
ଗ୍ରାମରେ ଆଉ ଜଣେ ବ୍ୟକ୍ତି ଥାଆନ୍ତି ଯେ କି, ରେଡ଼ିଓରୁ ଯାହା ଶୁଣନ୍ତି, ସମ୍ପୂର୍ଣ୍ଣ ମନେ ରଖି ପାରନ୍ତି, ବିଶେଷତଃ ସମ୍ବାଦତକ ସମସ୍ତଙ୍କୁ ବୁଲି ବୁଲି ଗାଆନ୍ତି। କେବଳ ସେତିକି ନୁହେଁ, ସାରା ଗାଁ'ର ଗଣ୍ଠିଖବର ସେ'ହିଁ ଜାଣନ୍ତି ଓ ପ୍ରଚାର କରନ୍ତି। ସମସ୍ତେ ତାଙ୍କୁ ରେଡ଼ିଓ ନାମରେ ସମ୍ବୋଧନ କରିବା ସେମିତି କିଛି ବିଚିତ୍ର ଲାଗେ ନାହିଁ।
ଚତୁର ଦିନେ ଅତି ଆଦରରେ ରେଡ଼ିଓଙ୍କୁ ନୈଷଭୋଜିରେ ଆପ୍ୟାୟିତ କରି ଯାହା ଦେଖାଇଲେ ତହିଁରେ ତାଙ୍କ ହୋସ ଉଡିଗଲା। ସାତ ମାଠିଆ, ଆକଣ୍ଠ ରୋପ୍ୟ ମୁଦ୍ରା। ତାଙ୍କୁ ଗୋଟିଏ ଜବରଦସ୍ତ ହାତଗୁଞ୍ଜା ଦେଇ ଅନୁରୋଧ କଲେ ଏକଥା ଗୁପ୍ତ ରଖିବା ପାଇଁ। ଔଷଧ କାଟୁ କଲା। ସମୁଦାୟ ଶହେଟି ରୋପ୍ୟ ମୁଦ୍ରା ଭଡାରେ ଆଣି, ବୁଦ୍ଧି ବଳରେ ତାକୁ ସାତ ମାଠିଆ କରି ସେ ଠିକ୍ ବାଣଟି ମାରିଥିଲେ। ବାର୍ତ୍ତାଟି ଠିକ୍ କାନରେ ପହଞ୍ଚିଗଲା।
ପ୍ରକୃତ ପକ୍ଷେ ସୁବିଚାର ହେଲେ, ମହାବଳୀଙ୍କର ହିଁ ଦୋଷୀ ହୋଇଥାନ୍ତେ। ତେଣୁ ସେ କେଶ୍ ଆଉ ନଲଢି ଆପୋଷ ବୁଝାମଣା କରି ପକାଇଲେ।
ତାହେଲେ ଆପଣଙ୍କ ବାପା ସେ ଯୁଗରେ କିପରି ଥିଲେ।
ଦରିଦ୍ର, ସତପଥୀ, ସ୍ବାଭିମାନୀ ଓ ନିର୍ଭୀକ ବ୍ରାହ୍ମଣ ଯାହା ଉତ୍ତରାଧିକାରୀ ସୂତ୍ରରେ ସେ ନିଜେ ପାଇଛନ୍ତି। ଅବଶ୍ୟ ଆର୍ଥିକ ଅବସ୍ଥା ଅନେକ ସୁଧୁରିଛି।
କହିବା ବାହୁଲ୍ୟ ଗଳ୍ପଟିକୁ ସମାପ୍ତ କରିବା ବେଳକୁ, ସେ ବାପାଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଉଠିଥିଲେ।

No comments:
Post a Comment