Search This Blog

Thursday, 12 March 2015

Jajabara sabha..ଯାଯାବର ସଭା, The second story of Jeenu and Moguli , Children`s story

ଯାଯାବର ସଭା
(ପୂର୍ବ ଘଟଣା – ବାଉଁଶରାଣୀ ଖେଳ ଦେଖାଉଥିବା ଦଳର ମାଷ୍ଟର କହିଲେ, ‘ମୋଗୁଲି’ କେମିତିଏକ ଧନୀ ଘରର ଛୁଆଏବଂ ଘଟଣାକ୍ରମରେ ଯାଯାବର ଦୁନିଆରେ ପହଂଚି ଦୋଉଡି ଉପରେ ଚାଲି ଖେଳ ଦେଖାଉଛି ଯଦିଓ ତା’ପାଇଁ ଯଥେଷ୍ଟ ଅର୍ଥ ଶହେ ସତର ସ୍ୱର୍ଣମୂଦ୍ରା ରୂପେ ରହିଛି, ସେକଥା କହି ଜୀନୁର ବିଧବା ମାଂକ ମନରେ ସ୍ନେହ ଜନ୍ମାଏ । ସେ ରାଜି ହୁଅନ୍ତି। ସେମାନେ ନିଷ୍ପତ୍ତି ନିଅନ୍ତି ଗ୍ରାମବାସୀଂକୁ ଜଣାଇବେ ଯେ ମୋଗୁଲି ମାଷ୍ଟରର ଝୀଅ କିନ୍ତୁ ପାଠ ପଢେଇବା ପାଇଁ ସେ ଜୀନୁଘରେ ଛାଡିବାକୁ ଚାହେଁ, ଏକଥା ପିଲା ଦୁଇଂକୁ ବୁଝାଇ ଦିଅନ୍ତି ସେମାନେ, ମାଷ୍ଟର ଚାଲିଯାଏ ମୋଗୁଲି ଜୀନୁ ଘରେ ଖେଳୁ ଖେଳୁ ରହିଯାଏ। ମାଷ୍ଟର ଆସି ମୋହରତକ ଦେଇଯାଏ, ଜୀନୁମା ରଖିବେ କି ନରଖିବେ ଭାବନ୍ତି କିଂତୁ ତାହାର ଅସଲି ମାଲିକ ପାଖରେ ତାହା ରହିବା ଚାହି |ଏହାକୁ ଗ୍ରହଣ କରନ୍ତି।)

ଜାଣିଛୁ ମୋଗୁଲି ଆଜି ଆମ ଗାଆଁରେ ସଭା ହେବ । ଲୋକମାନେ କଥା ହେଉଥିଲେ, ତୁ ଆମଘରେ ରହିବୁକି ନାହିଁ ସେହି ବାବଦରେ କଥା ହେବେ। ତୋ ମାଷ୍ଟରବି ସଭାରେ ରହିବେ। ମୋ ମା କହୁଥିଲେ ସେ’ବି ସେଠାକୁ ଯିବେ। ଆଛା କହିଲୁ ମୋଗୁଲି ସେମାନେ ଯଦି ମା’କୁ ମନା କରିଦେଲେ ତାହେଲେ ତୁ କେମିତି ପାଠ ପଢିବୁ ।

ସଭା! ସଭା ହେବାର ଥିଲେ ମାଷ୍ଟର ପ୍ରଥମେ ମୋତେ କହିଥାଆନ୍ତା। ମୋ ବିନା ସଭା ହେବ କେମିତି। ବାଜା ବାଜିବ, ଲୋକ ଜମାହେବେ, ମାଷ୍ଟର ଦୋଉଡି ଟାଣି ଦେବ, ମା ମଂଗଳାଂକୁ ସୁମରଣା କରି ଘିତ ବୋଲିବ, ମୋଗୁଲି ଚିକିମିକିଆ ଫ୍ରକ ପିଂଧିବ, ପାଦୁରେ ସରୁ ଘୁଂଗୁର ପିଂଧିବ, ବାଲାଂସ ବାଡି ଦୁଇ ହାତରେ ଧରି ଏକ ଧ୍ୟାନରେ ବାଜାର ତାଳେ ତାଳେ ଝୁମ ଝୁମ କରି ଚାଲିବ। ଲୋକମନେ ପଇସା ପକାଇ ଚାଲିବେ। ସଭା ସରିଗଲା ପରେ ମାଷ୍ଟର ପଇସା ଗଣି ଭୋ ଭୋ କଂଦିବ । 
 ମାଷ୍ଟର ମତେ ଭାରି ଭଲ ପାଏ। ତା’ର ଦୁଃଖ ସେ କଣ କରିବ ତା’ପାଖରେ ଆଉ କେହି କଳାକାର ନାହାଂତି ତେଣୁ ମୋଗୁଲି ଚାଲୁଛି, ମୋଗୁଲି ଚାଲିଲେ ଡେରାରେ ଚୁଲି ଜଳେ। ମୋ ଆଗରୁ ଝୁମା ଚାଲୁଥିଲା, ସେ କୁଆଡେ ଚାଲିଗଲା କାହରିକୁ କିଛି ନ ଜଣାଇ। ଆଉତ କେହିନାହିଁ,ସଭା ହେବ କେମିତି। ତୁ ମିଛ କହୁଛୁ।

ମୁଁ କାହିଁକି ମିଛ କହିବି, ଚାଲୁନୁ ମା’କୁ ପଚାରିବା, ତୁ ସଭାମନେ କ’ଣ ଜାଣିନୁ, ସଭା କହିଲେ ଲୋକମାନେ ଆମ ଗାଆଁ ମଂଗଳାଂକ ପାଖରେ ସପ୍ତା ଘର ଆଗରେ ଯେଉଁ ମଣ୍ଡପ ଅଛି ସେଇଠି ଏକାଠି ହୋଇ ଆଲୋଚନା କରିବେ। କିଛି ବାଦ ବିବାଦର ସହି ସମାଧାନ କରିବେ। ଆଉ ତୁ କହୁଛୁ କଣ’ନା ଦୋଉଡି ଉପରେ ଚାଲିବା ମାନେ ସଭା ।

ଦୁହେଁ ମାଆଂକ ପାଖକୁ ଦୌଡିଲେ ।

ମାଆ କହିଲେ, ତୁମେ ଦୁଇଜଣ ଠିକ କଥା କହୁଛ । ଲୋକମାନେ ବସି ଆଲୋଚନା କରିବାକୁ ସଭା କୁହାଯାଏ ଏବଂ କୌଣସି ମନୋରଂଜନ ଅନୁଷ୍ଠାନକୁ’ବି ସଭା କୁହାଯାଏ ।

ହଠାତ କେହିଜଣେ ଡାକି ଆସିବାରୁ ମାଆଂକୁ ସଭାସ୍ଥଳକୁ ଯିବାକୁ ପଡିଲା । ମାଆ ଗଲାପରେ ଦୁହେଁଯାକ ଘରେ କୋଲପ ଦେଇ ଚୁପକି’ନା ସଭା ଆଡକୁ ଗଲେ । ବହୁତ ବଡ ପୋଖରୀ କସ୍ତୁରା, ତା’ର ଏକ କୋଣରେ ଗ୍ରାମ ଦେବତୀ ମା ମଂଗଳାଂକ ମଂଦିର । ମଂଦିର’ର ଯେଉଁ ଦିଗରେ ସଭାପାଇଁ ସଜବାଜ ହେଉଥାଏ ତା ପଛ ପାଖରେ ଏମାନେ ଛପି ଠିଆହେଲେ । ମଂଦିରକୁ ଲାଗିରହିଛି ପଥରବାଡ ଘେରା ଶିବଲିଂଗ, ନାମ ବାଲୁଂକେଶ୍ୱର । ବଉଳ ଗଛ ଦୁଇଟି ଶୈଶବରୁ ଉତ୍ତୀର୍ଣ, ବେଶ ଶକ୍ତ ହେଲେଣି।
ଗଛଦୁଇଟି ମୋଗୁଲି ମନରେ ଏକ ଅଦ୍ଭୁତ ଉତ୍ସାହ ସୃଷ୍ଟି କଲେ ।

ଜୀନୁ!

କଣ ହେଲା ।

ଜୀନୁ କାନରେ ମୋଗୁଲି କଣ କିଛି କଥା କହିଲା ।

ଦେଖଗଲା କିଛି ସମୟ ପରେ ଉଭୟ ମାଷ୍ଟରର ଡେରାରେ ଗୋଟିଏ ବ୍ୟାଗରେ କଣସବୁ ଭର୍ତ୍ତିକରି ଘରକୁ ଫେରିଲେ । ଘରୁ ବଡ ଟର୍ଚ ଲାଇଟରୁ ବ୍ୟାଟେରୀଗୁଡା ବାହାରକରି ଆଣିଲେ ।

କିଛି ସମୟ ପରେ ଦୁହେଁ ସମସ୍ତଂକ ଅଲକ୍ଷରେ ମଂଦିର ପଛ ବଉଳ ଗଛରେ କଣ ବନ୍ଧାବନ୍ଧି କରୁଥିଲେ।
ସେପଟେ ସଭା ଜୋରସୋରରେ ଚାଲିଥାଏ ।

ମୋଗୁଲିକୁ ରଖିବାକୁ କେହି ବିରୋଧ ନକଲେ ମଧ୍ୟ କେହି କେହି ନାପସଂଦ କରୁଥାଂତି ।

ଜଣେ କହୁଥାଂତି, ଗୋଟିଏ ଛୁଆକୁ ମଣିଷ କରିବା ଜଣେ ବିଧବାଂକ ପକ୍ଷେ କେତେ କଷ୍ଟ, ପୁଣି ଆଉ ଜଣକୁ କଣ ଜୀନୁମା ପାରିବେ ।
ଆଉ ଜଣଂକର ମତ ଆମେ’ତ ମନଇଛା କହା ପିଲାକୁ ରଖିପାରିବା ନାହିଁ । ଦେଶର ନିୟମ କାନୁନ ଅଛି ।

ଓକିଲ ବାବୁ କହିଲେ, ଦେଖଂତୁ ଝିଅର ଗାର୍ଜନ ଯେତେବେଳେ ଚାହୁଁଛଂତି ବାଉଁଶରାଣୀ ନାଟୁଆର ଛୁଆ ପାଠପଢୁ ଆମେ କିଆଁ ତାକୁ ମନା କରିବା । ସେ କଣ ଯାଗାଯାଗା ବୁଲି ପାଠ ପଢି ପାରିବ।

ଥଂତଲପେଟିଆ ଅଶିତିପର ବୃଦ୍ଧଜଣେ ମଂତବ୍ୟ ଦେଲେ, ଶାସ୍ତ୍ର କହିଛି, ଅଗ୍ୟାଂତ କୂଳଶୀଳସ୍ୟ ବାସଃ ନଃ ଦେୟ ।

ଯୁବବର୍ଗ ସାମାନ୍ୟ ହାସ୍ୟରୋଳ ସହ ମଂତବ୍ୟ ଦେଲେ, ଜେଜେ! ଆଶ୍ରୟ ଖୋଜୁଥିବା ବଣୁଆ ଜଂତୁକୁବି ସ୍ଥାନ ଦେବାକୁ  ଶାସ୍ତ୍ର କହିଛି । ଗାଆଁର ମୂରବୀ କେତେ କେତେ ମଣିଷଂକୁ ସାହାଯ୍ୟ ଆଶ୍ରୟ ଦେଇଛ୍ଂତି, ଆଜି ଶଯ୍ୟାସାୟୀ ହୋଇଗଲେ ବୋଲି ଆମେ ଏତେ ତଳକୁ ଖସିଯିବା ।

ମାଷ୍ଟର ହାତଯୋଡି କାକୁସ୍ଥ ହୋଇ ବସିଥାଏ ଏବଂ ଆଖିରୁ ତା’ର ଆନଂଦ କି ଦୁଃଖର ଅଶୃ ଝରୁଥାଏ ତାହା କହିବା ସମ୍ଭବ ନୁହେଁ ।

ଜୀନୁ ମା କହିଲେ, ପିଲାଟି ପ୍ରତି ତାଂକର ଅହେତୁକ ଶ୍ରଦ୍ଧା ଯାତ ହୋଇଛି ଏବଂ ସେ ତା’କୁ ନିଶ୍ଚିତ ମଣିଷ କରିପାରିବେ ଏ ଭରସା ତାଂକର ରହିଛି । ପିଲାଟିକୁ ନରଖିବାର କଥା କେହି ନକହି ସେ କେମିତି ରହିପାରିବ ସେକଥା କୁହଂତୁ ଏବଂ ତା’ର ବ୍ୟବସ୍ଥା କରଂତୁ ।

ହଠାତ ମଂଦିର ଉହାଡରୁ କୌଣସି ଏକ ବାଦ୍ୟଗୀତର ଧ୍ୱନି ସହ ପାଉଁଜିର ଝମ ଝମ ଶୁଭିଲା । ସମସ୍ତେ ତାଜୁବ, କେବଳ ମାଷ୍ଟରକୁ ଛାଡି । ମାଷ୍ଟର ସେହି ଯୋଡହସ୍ତରେ ଅତ୍ୟଂତ ଭୟଭୀତ ଅବସ୍ଥାରେ ସମସ୍ତଂକୁ ଚୁପ୍ ରହି ତା’ପଛରେ ଯିବାପାଇଁ କହିଲା, ସତେ ଅବା ତା ଛାତି ଫାଟିଯିବ ।
ସେ ଯାଣିଥିଲା ମୋଗୁଲି ଯେଉଁ କ୍ୟାସେଟଟି ଲଗାଇଛି ତାହା ବହୁତ ପୁରୁଣା ଦିନର, ଟେପ ରେକର୍ଡରର ଅବସ୍ଥା ନାହିଁ । ସାଧାରଣତଃ ସେମାନେ ତତ୍-କ୍ଷଣ ବାଦ୍ୟ ସଂଗୀତ ସହ ଖେଳ ଦେଖାଇଥାଂତି । କେବେକେବେ ଅଭ୍ୟାସ ପାଇଁ ଟେପ ରେକର୍ଡର ବ୍ୟବହାର କରଂତି । ତା ବାଦ ଟେପ୍’ରେ କେବେଠୁ ବ୍ୟାଟେରୀ ପଡିଥିଲା ତାହାର ଠିକ ଠିକଣା ନାହିଁ । ସେ ଛୁଆଟିକୁ ଖେଳ ଶିଖାଇଛି ସତ, ରୋଜଗାର କରାଇଛି ସତ କିଂତୁ ପ୍ରାଣାଧିକ ଭଲ ପାଏ ତାହା ବି ସତ୍ୟ । ସେ ଯେତେବେଳେ ଦୋଉଡିରେ ଚାଲୁଥାଏ ମାଷ୍ଟର ବଗପକ୍ଷୀର ଧ୍ୟାନ ସହ ଯଗିଥାଏ । ଆଜି ଯଦି ପଡିଯାଏ । ସଂଗୀତ ବଂଦ ହେଲେ ମୋଗୁଲି ପଡିଯିବା ସୁନିଶ୍ଚିତ, ମାଷ୍ଟରର ଦେହରୁସତେ ଅବା ପ୍ରାଣଟି ବାହାରିଯିବା ପାଇଁ ରାମ୍ପି ବିଦାରି ହେଉଛି। ଲୋକମାନେ ପାଟି ତୁଣ୍ଡକଲେ ସେ ପଡିଯିବ । ପିଲାଲୋକ ଦୋଉଡିକୁ ଛାଣ୍ଟକରି ବାଂଧି’ବି ପାରିନଥିବ । ଏବେତ ବଂଦ କରିବାର ଉପାୟ ନାହିଁ ।

ଅନ୍ୟମାନେ ନବୁଝିପାରିଲେ ମଧ୍ୟ ଏତିକି ଯାଣୁଥିଲେ ସେମାନେ ନୀରବତା ରକ୍ଷା କରିବା ନିହାତି ଜରୁରୀ ।

ମାଷ୍ଟର କିଂକର୍ତ୍ତବ୍ୟବିମୁଢ ଅବସ୍ଥାରେ ଦୋଉଡି ପାଖରେ ଠିଆହେବା ବ୍ୟତୀତ ତା;ପାଖରେ ଆଉ କୌଣସି ଉପାୟ ନଥିଲା । ଜୀନୁର ତାଳି ବଂଦ ହୋଇ ଯାଇଥିଲା ସେ ତା ମାଆଂକ ପରି ଧାର ଧାର ଲୁହ ଗଡାଇ ଚାଲିଥିଲା, ସତେ ଯେମିତି ମୋଗୁଲିର ସାଥୀ ଦେଇ ସେ ବହୁତ ବଡ ଭୁଲ କରିଛି।

ସେ ବାଲୁଂକେଶ୍ୱରଂକୁ ମନେ ମନେ ସ୍ମରଣ କରି କହିଲା, “ ହେ ପ୍ରଭୁ ଥରେତ ମୋହରି ଭୁଲ ପାଇଁ ବାପା ଭାଇଂକୁ ହରାଇଛି (ପୂର୍ବ ଗଳ୍ପ), ଆଜି ମୋଗୁଲିର ଯେପରି କିଛି ନହୁଏ”।

ମୋଗୁଲି ବାଡିଧରି ବାଲାଂସ କରି ଧୀର ମଂଥର ବେଗରେ ଆଗକୁ ମାଡି ଚାଲିଛି, ତୁଳତୀ ଗ୍ରାମବ|ସୀ ସତେ ଅବା ତାହାର ପରୀକ୍ଷା ନେଉଛଂତି ।

ସମସ୍ତେ ଭଗବାନଂକୁ ଡାକୁଛଂତି, ଟେପ୍ ଅବିରତ ଚାଲିଛି, ଆଗକୁ ଆହୁରି ଆଗକୁ ମାଡିଚାଲିଛି, ଦଂଗାକାରୀ ଅସୁରଂକ କବଳରୁ ଯିଏ ବଂଚିଛି ତା ଜୀବନର କୌଣସି ବିଶେଷ ମହତ୍ତ୍ୱ ରହିଥିବା ନିଶ୍ଚିତ ।

ମୋଗୁଲି ପଥ ଅତିକମ କରିଛି । ତଳେ ଓ ଆଶ ପାଶରେ କଣ ଘଟୁଛି ଜାଣିବାର ସମ୍ଭାବନାକୁ ତା’ର ତନ୍ମୟତା ପ୍ରତିରୋଧ କରିଛି।
ଉତ୍ତୀର୍ଣ ।

ସ୍ୱଭାବିକ ରୀତିରେ ସେ ଖେଳପରେ ସଭାକୁ ଅଭିବାଦନ ଜଣାଇଛି ।

ତା ଖେଳପାଇଁ କେହି ଆଜି ପଇସା ପକାଇ ନାହଂତି ସମସ୍ତଂକ ଚକ୍ଷୁ ଲୋତୋକ ପ୍ଳାବିତ ।

ସଭା ଅନୁଭବକରିଛି କୌଣସି ଏକ ପରୀ କନ୍ୟା ଏ ଐତିହମୟ ଗ୍ରାମଟିକୁ ପ୍ରେରିତ ହୋଇଛି ଦୈବୀଶକ୍ତୀର କେଉଁଏକ ବିଚିତ୍ର ବାର୍ତ୍ତାନେଇ ।

ସଭା ଏକ ସାମୂହିକ ନିଷ୍ପତ୍ତି ନେଇଛି, ସେ ରହିବ,ଗ୍ରାମବାସୀ ମାନେ ସମସ୍ତଂକ ଦସ୍ତଖସ୍ତରେ ଜିଲ୍ଲାପାଳଂକୁ ସମସ୍ତ ଦିଗରେ ଅବଗତ କରାଇବେ ଏବଂ ଯାହା ନିଷ୍ପତ୍ତି ଆସିବ ତାହାକୁ ସମସ୍ତେ ଗ୍ରହଣ କରିବେ।

ମାଷ୍ଟର କହିଲା, ସଭାଗଣ ଦେଖନ୍ତୁ, ମୋ ଝିଅକୁ ମୁଁ ପାଠ ପଢାଇବା ପାଇଁ ଚାହେଁ ଏବଂ ସୁରକ୍ଷିତ ରଖିବାକୁ ଚାହେଁ, ସେ ନିଷ୍ପତି ମୁଁ କହି ପାରିବି ଜିଲ୍ଲାପାଳ ନୁହେଁ ।.........

ଏବେ ଉଭୟ ସପ୍ତମ ଶ୍ରେଣୀର ମେଧାବିନୀ ଛାତ୍ରୀ।
ମାଷ୍ଟର ଆସି ଦେଖି ଯଏ, ଭାରି ଖୁସି ହୁଏ, ତା’କୁ ଲାଗେ ଭଗବାନ ଏହି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ତାକୁ ଏମିତି ଯାଯାବର କରିଥିଲେ ଏବଂ ତା ଜୀବନ ଧନ୍ୟ ହୋଇଛି।

ଜୀନୁମା ଏପର୍ଯ୍ୟନ୍ତ ସେ ସୂନା ମୋହର ଗୋଟିଏ ମଧ୍ୟ ଖର୍ଚ୍ଚ କରିନାହାନ୍ତି, ସବୁବେଳେ କୁହଂତି ମୋଗୁଲିକୁ ଡାକ୍ତର କରିବେ ଏବଂ ସେହି ଧନରେ ହସ୍ପିଟାଲଟିଏ କରିବେ। ଆଉ ଜୀନୁ ସେ ଚାହେଁ ଅଧ୍ୟାପିକା ହେବାପାଇଁ।

No comments:

Post a Comment