ତପୋଧନ ବାବୁ କେତେଥର ହସିଲେଣି। ତାଙ୍କର ଆଜି ମନେପଡୁଛି ଇମ୍ରାନ କଥା, ବରଂ ଠିକ୍ କରି କହିଲେ ହେବ ଇମ୍ରାନଠରୁ ହାରିଥିବାର କଥା ତିନୋଟି। ପିଲାବେଳେ ପାଖ ମୁସଲମାନ ଗାଁଆ ତାବିଜପୁରରେ ନୂଆ ମସଜିଦ ହେଲା। ଇମୁ ତାକୁ ନେଇ ଦିଅଁ ନଥିବା ତାଙ୍କର ସେ ଉପାସନା ଗୃହ ମଧ୍ୟର ବୁଲେଇ ଆଣିଲା। ସେ କିନ୍ତୁ ଇମୁକୁ ଦେଖାଇ ପାରିଲା ନାହିଁ ତାଙ୍କ ମନ୍ଦିରମାଳିନୀ ଗାଁ ମଗଧ'ର ଗୋପୀନାଥ, ଜଗନ୍ନାଥ, ମଦନମୋହନ, ମଧୁସୂଦନ, ଅନନ୍ତ ବାସୁଦେବ କିମ୍ବା ଶିବ ମହାଦେବଙ୍କୁ। ଅବଶ୍ୟ ରାସ୍ତା ଉପରୁ ଦେଖାଇଥିଲା; ମଙ୍ଗଳା, ହିଙ୍ଗୁଳା, ବାସୁଳାଈ, ଜାଗୁଳାଈ, ବୁଢିଆଣୀ, ସଞ୍ଜେଈ ଓ ମା ତାରେଣୀଙ୍କୁ। ଏତିକି ସାନ୍ତ୍ବନା। ଯା ଯା ତୁମର ସିନା ଜଣେ ଠାକୁର ଆଲ୍ଲା, ଆମର ଏ ଛୋଟିଆ ଗାଁରେ ଜାଣିଛୁ କେତେ ଠାକୁର, କେତେ ରୂପ କେତେ ସାଜସଜା, କେତେ ପର୍ବ ପର୍ବପର୍ବାଣି। ତୁମର ତ ଦୁଇଟା କି ତିନିଟା ପର୍ବ ମାତ୍ର। ଇମୁ ପ୍ରତ୍ୟୁତ୍ତର ଦେଇଥିଲା, ଠାକୁର ତ ସବୁଠୁ ଶକ୍ତିଶାଳୀ ଓ ସବୁଠୁ ଦୟାବାନ; ସେ କେମିତି ମନାକରିବେ କାହାକୁ ଯିବାକୁ ତାଙ୍କ ନିକଟକୁ। ତପୁକୁ କିଛି ବୁଦ୍ଧି ଦିଶିଲା ନାହିଁ କି ଉତ୍ତର ଦେବ। ଆଜି ଏ ବୟସର ଅପରାହ୍ନରେ ସେ ଏବାବଦରେ ବହୁତ ଯୁକ୍ତି ସଂଗ୍ରହ କରିଛନ୍ତି କିନ୍ତୁ ଆଉ ଏତେ ବର୍ଷ ପରେ ସେକଥା କହିଲେ, ଇମୁ ପାଖରେ ସେ ନ୍ୟୂନ ହୋଇଯିବେ। ବରଂ ସେ ଅତୀତର ଗ୍ଳାନିବୋଧ ସହ ଜୀଇଁବା ସହଜ। ଇମୁ ସହ ଘନିଷ୍ଠତା ଅତୁଟ।
ଦ୍ବିତୀୟ ଥରର କଥାଟି ଭିନ୍ନ।
ମଗଧରେ ଚହଳ ପଡିଲା, ଗାଁର ବିଶିଷ୍ଟ ସାପୁଆ ଶ୍ରୀ ମହାଦେବ ହନୁମାନ ମନୋହର ସିଂ ବା ମହମ'କୁ ତାବିଜପୁର ବାଲା ଅଟକ ରଖିଛନ୍ତି। ଆଉ କିଏ କହିଲା ବାନ୍ଧି ପକାଇଛନ୍ତି। ପୁଣି ଏଡେ ବହପ, ଗାଁ ମୁଖିଆ ଧନେଶ୍ୱରଙ୍କ ପାଖକୁ ପିଆଦା ପଠାଇ ଡକାଇଛନ୍ତି କି ପାଞ୍ଚଲୋକ ଧରି ଆସ ନିଷାପ ହେବ। ବିରୋଧୀ ମୁଖିଆ ଜୟନ୍ତ ବି ସହଯୋଗର ହାତ ବଢାଇ ଗାଁରେ ହୁରି ପକାଇଛନ୍ତି ଯେ ଠେଙ୍ଗାବାଡି ଧରି ବାହାରି ଆସରେ ମଗଧିଆ ଦଳ, ତାବିଜପୁରିଆଙ୍କୁ ସାବାଡ କରିବା। ଧନେଶ୍ୱର ସମସ୍ତଙ୍କୁ ବୁଝାସୁଝା କଲେ, କଥା ହେଲା ଯେ ପାଞ୍ଚ ଜଣ ମୁରବି ନିରସ୍ତ୍ର ଯିବେ। ତେବେ ସାପୁଆ ସାହିର ଆବାଳବୃଦ୍ଧବନିତାଙ୍କୁ ଅଟକାଇବା ସମ୍ଭବ ନଥିଲା। ଅବଶ୍ୟ ମୁରବି ମାନଙ୍କ କଥା ମାନି ସେମାନେ ବି ଚାଲିଲେ ନିରସ୍ତ୍ର।
ତପୁଭଳି ପିଲାମାନଙ୍କୁ ମଣିଷରେ କିଏ ଗଣେ! ସେମାନେ ଗଲେ କେତେ, ନଗଲେ କେତେ, କିଛି ଦୋଷ ନାହିଁ। ଛୁଟିଦିନ ଥିଲା, ପିଲାଏ ଦୌଡିଲେ କୌତୁହଳ ବଶତଃ।
ତପୁଙ୍କ ସବୁ ମନେ ଅଛି। ତାବିଜପୁର ଲୋକେ ମହମ'କୁ ଇମୁ ଘର ଏକ ବିଲାତି କଇଁଆ ଗଛରେ ବାନ୍ଧି ଦେଇଥିଲେ। ତପୁ ରକ୍ତ ଟକମକ ହେଲା। ଇମୁ ବାହାରକୁ ଆସି ମୁହଁ ଦେଖାଇ ଟିକେ ମୁରୁକି ହସି ଫେରିଗଲା ଘର ଭିତରକୁ। ତପୁ ଲାଜ ଓ କ୍ରୋଧରେ ଲାଲ୍ ପଡିଗଲା।
ମହମକୁ ଏ ପରିସ୍ଥିତିରେ ଦେଖି ଧନେଶ୍ୱର ଗମ୍ଭୀର ଦେଖାଗଲେ ଓ ନିଜେ ଗଲେ ମହମକୁ ବନ୍ଧନ ମୁକ୍ତ କରିବାକୁ। ଅଗତ୍ୟା ଇମୁର ଆବାଜାନ୍ ଦୌଡି ଆସି ଫିଟାଇଦେଲେ। ଜୟନ୍ତ ଓ ଅନ୍ୟ ମୁରବି ମାନେ ଭୀଷଣ କ୍ଷୁବ୍ଧ ଦିଶୁଥାନ୍ତି। ସିଂ ସାହି ଲୋକଙ୍କ ହାତ ମୁଠା ମୁଠା ହୋଇ ଯାଉଥାଏ, ଅଣ୍ଟାର ଗାମୁଛାକୁ ଭିଡି ଦେଉଥାନ୍ତି। ସିଂ ସାହି ମାଇପେ ସଭାଠୁ ଦୂରରେ ଥାଇ ମହମର ଭାରିଜାକୁ ତୁନି କରୁଥାନ୍ତି। ତାଙ୍କ ପିଲାଏ ଆମ ପାଖରେ ଆକାବାକା ଠିଆ ହୋଇଥାନ୍ତି।
ଘଟଣା କେହିଜଣେ ବର୍ଣ୍ଣନା କଲେ।
ମହମ ତା'ର ଡମ୍ବରୁ ପିଟି ଇମୁ ଘର ସମ୍ମୁଖରେ ଖେଳ ଦେଖାଉ ଦେଖାଉ ହଠାତ୍ କହିଲା, ଇମୁଘରେ ସାପ ଅଛି, ସେ ତା'ର ସୁ ସୁ ଗର୍ଜନ ଶୁଣି ପାରୁଛି ତା ସାପୁଆ କାନରେ, ସେ ପଦ ଡାକିଲେ ସାପ ବାହାରିବ। ସାହିଲୋକେ ରୁଣ୍ଡ ହେଲେ, ଇମୁଘର ଲୋକେ ଅନୁମତି ଦେଲାପରେ ମହମ ଗାରେଡି ଗାଇଲା।
କଂସର ଘରଣୀ ପଦ୍ମାବତୀ ରାଣୀ, ସେ କଲା ଧନତିରି ଓଷା।
ଲକ୍ଷେଭାର ପଦ୍ମ ଦେବୁରେ କହ୍ନାଇ, ନଥିବ ପାଖୁଡା ମିଶା। ଭାଲେ, ରାମ କି ଗୋବିନ୍ଦ ଭାଲେ ଭାଲେ.......
ସତକୁ ସତ ପ୍ରକାଣ୍ଡ ଏକ ସାପ କିଛି ସମୟ ପରେ ଦୃଶ୍ୟମାନ ହେଲା।
ଏହି ସମୟରେ ଘରପାଖ ବିଲରେ କାମ କରୁଥିବା ମୂଲିଆଟିଏ ଆସି ସାକ୍ଷୀ ପ୍ରମାଣ ଦେଲା ଯେ ମହମ ନିଜେ ଏ ସାପଟି ତାଙ୍କ ଘର ପଶ୍ଚିମ ପାଖରୁ ପ୍ରେରଣ କରିଛି, ଏହା ତାର ପାଳିତ ସାପ। ସେଇଠୁ ଚାଲିଛି ଏ ପାଲା।
ଧନେଶ୍ୱର, ମହମ'କୁ ନିଜ ପକ୍ଷ ରଖିବାକୁ କହିଲେ।
ମହମ ନିଜର ଦୋଷ ସ୍ବୀକାର କରିବା ପୂର୍ବକ କହିଲା ଯେ ତା ଅପେକ୍ଷା ଅଧିକ ଦୋଷ କରିଛନ୍ତି ସେମାନେ। ତା ମଣିକୁ ସେମାନେ ପିଟିପିଟି ମାରି ଦେଇଛନ୍ତି। ମଣି ଏମିତି ସେମିତି ସାପନୁହେଁ, ଏହା ମଣିନାଗ।
"କଣ ହେଲା, ଏମିତି କଣ କହୁଛୁ, ତୁ ଦେଖିଛୁ?" ତାଙ୍କ ଲୋକ ପଚାରିଲେ।
"ଦେଖିବି କଣ ଆଜ୍ଞା, ମଣି ଏ ଆଖପାଖରେ ଜୀବିତ ବୁଲିଲେ ମୁଁ ଛାଆଁକୁ ଜାଣି ପାରିବି। ସେ ନାହିଁ। ନାହିଁ ମାନେ ସେ ମୃତ। ମୃତ ମାନେ, ତାକୁ ପିଟିଦେଲେ। ଏମାନଙ୍କ କୋଳାହଳରେ ସେ ଛାନିଆ ହୋଇ ପୁଣିଥରେ ଲୁଚିବାକୁ ଚେଷ୍ଟା କଲା। ବାବୁଙ୍କ ଘର ଭିତରକୁ ଚାଲିଗଲା। ତାପରେ ସେ ନାହିଁ। ବିଶ୍ୱାସ କରନ୍ତୁ, ଶ୍ରୀ ମହାଦେବ ହନୁମାନ ମନୋହର ସିଂ ଯାହା କହୁଛି ସତ।"
"ସାପ କେଉଁ ଆଡେଗଲା କିଏ କହିପାରିବ, କେଉଁଠି ଗାତରେ ପଶିଥିବ। ଡାକୁନୁ ପଦ ସେ ପଳାଇ ଆସିବ।" ଏମିତି କହିଲେ ଜଣେ।
ମୁରବି ମାନେ ମଧ୍ୟ ମହମକୁ ସେଇ ପରାମର୍ଶ ଦେଲେ।
ମହମ କିନ୍ତୁ ଆଦୌ ସେମିତି କଲାନାହିଁ। ସେ କହିଲା, ସାପ ତ ନାହିଁ ଅଯଥା ପଦ ଡାକିଲେ ତା ପଦ ସବୁଦିନ ପାଇଁ ଦୁର୍ବଳ ହୋଇଯିବ।
ମୋଟ ଉପରେ, ଇମୁ ଘର ଅଭିଯୋଗ ମହମ ମାନିନେଲା ଓ ମଗଧର ନାମ ପକାଇଥିବାରୁ ମୁରବି ମାନଙ୍କୁ କ୍ଷମା ମାଗିଲା। କୌଣସି ଉପାୟରେ ତାକୁ କେହି ମନେଇ ପାରିଲେ ନାହିଁ କି ଇମୁର ଆବାଜାନ୍ ବା ତାବିଜପୁରିଆଙ୍କୁ କ୍ଷମା ମାଗିବାକୁ। ସେ କହିଲା, ତାକୁ ପୋଲିସରେ ଦିଅନ୍ତୁ, ତା ନାଁରେ ମକଦ୍ଦମା କରନ୍ତୁ ବା ଯାହାକିଛି କରନ୍ତୁ ସେ ଭୋଗିବାକୁ ପ୍ରସ୍ତୁତ କିନ୍ତୁ ମଣିକୁ ସେମାନେ ମାରି ଦେଇଥିବା କଥା ସମସ୍ତେ ଜାଣନ୍ତୁ।
ମହମକୁ ବୁଝାସୁଝା କରି ଗାଁକୁ ଅଣାଗଲା। ମୁରବି ମାନେ ଲଜ୍ଜିତ ଅନୁଭବ କଲେ। ମହମର ଅଭିଯୋଗକୁ ମିଥ୍ୟା ବୋଲି ଭାବୁ ନଥିଲେ ସେମାନେ।
ତପୁ ବି ସେମିତି ଭାବୁଥିଲା। ନଭାବିବ କେମିତି? ଆଛା ଯଦି ସତରେ ସେମାନେ ମଣିକୁ ମାରି ନଥାନ୍ତେ ଓ ମଣି ସେଇଠି କେଉଁଠି ଛପିଥାନ୍ତା, ତାହେଲେ ସେମାନେ କଣ ବ୍ୟସ୍ତ ବିବ୍ରତ ହୋଇନଥାନ୍ତେ? ଅନ୍ୟ ସାପୁଆଙ୍କୁ ଡାକି ମଣିକୁ ଉଦ୍ଧାର କରିବାକୁ ଚେଷ୍ଟା କରିନଥାନ୍ତେ। ବଡ ମାନଙ୍କ ମଗଜରେ ଏତିକି ସାଧାରଣ କଥା ପଶୁ ନାହିଁ!
ତପୁ ମନଟା କଣ ନା କଣ ହୋଇଗଲା। ମଣି ଭଳି ମୂଲ୍ୟବାନ ସର୍ପକୁ ମାରିଦେଇ ପାରନ୍ତି ଇମୁଘର ଲୋକେ! ସେ ଛାଡିବ ନାହିଁ, ଇମୁଠୁ କଥା ଆଦାୟ କରିବ, ତାକୁ ସାକୁଲେଇ ହେଉ କି ଧମକାଇକି ହେଉ। ମଣି ସାଧାରଣ ନୁହେଁ, ତପୁ ଓ ଅନ୍ୟପିଲାଙ୍କ ଏମିତି ଧାରଣା ଥିଲା।
ପିଲାଏ ପ୍ରଥମତଃ ଗର୍ବ କରୁଥିଲେ ଯେ ଏ ଆଖପାଖରେ କେବଳ ତାଙ୍କ ଗାଁରେ ଅଛନ୍ତି ସାପୁଆ। ସଂସାରରେ ସବୁପିଲାଏ ସାପୁଆ ମାନଙ୍କ ସାପଖେଳ ଦେଖି ଖୁସିହୁଅନ୍ତି କିନ୍ତୁ ମଗଧିଆ ପିଲେ ଦେଖନ୍ତି ସାପକୁ କେମିତି ଖୁଆଯାଏ, କେମିତି ତାଙ୍କର ବିଷ ଦାନ୍ତ ଝଡାଯାଏ, କେମିତି ଗରଳ ସଂଗ୍ରହ କରି ସେମାନେ ଶିଶିରେ ରଖନ୍ତି ବିକ୍ରି ପାଇଁ, କେମିତି ସାପ କାତି ଛାଡନ୍ତି ଓ କେମିତି ଚିହ୍ନିବ ମାଈ ସାପ ଓ ଅଣ୍ଡିରା ସାପ। ସେପାଇଁ ତପୁ ଓ ସାଙ୍ଗମାନେ ମଝିରେ ମଝିରେ ତାଙ୍କ ସାହିକୁ ଯାଆନ୍ତି। ବେଳେ ବେଳେ ମହମ ମହାଦେବଙ୍କ ପ୍ରସାଦ ଗଞ୍ଜେଇ ସେବନ କରେ, ହନୁମାନ ଚାଳିଶା ଗାଇ ସାପ ଖେଳାଏ ବିଶେଷ ଶୈଳୀରେ, ପୁଣି ପିଲାଙ୍କୁ କହେ ଅତି ମନୋହର କଥା। ଭିନ୍ନ ଭିନ୍ନ ସାପଙ୍କୁ ପେଡିରୁ ବାହାର କରି ଚିହ୍ନାଇ ଦିଏ ସେମାନଙ୍କ ପ୍ରଜାତି। ସେମାନଙ୍କ ନାମ ଦେଇଥାଏ।
ମଣିର ବିଶେଷତ୍ୱ ମହମ ବୁଝାଏ।
-ଏହା ମଣିନାଗ, ଯଦି ଘାସ ଉପରେ ଚାଲିଯିବ,ତା ବିଷର ପ୍ରଭବରେ ଘାସ ପୋଡି କଳା ହୋଇଯିବ। ତା ମସ୍ତକରେ ମଣି ଅଛି। ତେବେ ତାହା ପାକଳ ହେବାକୁ ନିଏ ସାପର ସମୁଦାୟ ଆୟୁଷ, ପ୍ରାୟ କୋଡିଏ ବର୍ଷ। ମଣିର ବୟସ ମାତ୍ର ଦୁଇ। ଏଇଟିକୁ ଧରିଥିଲି ସାତକୋଶିଆ ଜଙ୍ଗଲରୁ। ଧରିବି କଣ, ମଣିନାଗ ଧରିବା ସମ୍ଭବ ନୁହେଁ, ସେମାନେ ଦୟା ପରବଶ ହୋଇ ଧରା ଦିଅନ୍ତି ସୌଭାଗ୍ୟବାନ କ୍ବଚିତ୍ ସାପୁଆଙ୍କୁ। ମହାଦେବ କେବଳ ମଣିନାଗ ଗୁଡାଇ ହୁଅନ୍ତି, ହା ହା ଶ୍ରୀ ମହାଦେବ ହନୁମାନ ମନୋହର ସିଂ, ହା ହା ତୁ କେଡେ ଭାଗ୍ୟବାନ, ତୋ ବେକରେ ବି ଝୁଲିପାରେ ମଣିନାଗ। ମଣିକୁ ଅଣ୍ଡା ଖୁଆଉ ଖୁଆଉ ଏକଥା କହିଲା ମହମ।
ପିଲାଏ ତାକୁ ପଚାରିଲୁ, ମଣିନାଗର ମଣିର ମୂଲ୍ୟ କେତେ?
-କେତେ ମାନେ, ଦେଖୁଛ ତ ସେ ବଡ ଆମ୍ବ ଗଛକୁ, ଗଣି ପାରିବ ତାର ପତ୍ର? ସମୁଦାୟ ମଗଧରେ ଯେତିକି ଟଙ୍କା ଅଛି ତା ଅପେକ୍ଷା ଅଧିକ ପତର ଏ ଗଛରେ ଆଉ ଏ ଗଛରେ ଯେତିକି ପତର, ତା ଅପେକ୍ଷା ଅଧିକ ଟଙ୍କା ଏକ ମଣି।
ପିଲାଏ ବୁଝିଲେ, କୋଡିଏ ବର୍ଷ ପରେ ମହମ ହେବ ଏ ଗାଁ କ'ଣ, ଏ ରାଇଜର ସବୁଠୁ ବଡ ଧନୀକ। ହୁଏତ ମଗଧରେ ଗଢିବ ବଡ ବଡ କାରଖାନା। ସେବେଠୁ ତପୁ ଓ ତା ସାଙ୍ଗ ମାନେ ଅନୁଭବ କରନ୍ତି, ମହମ ସାଧାରଣ ମଣିଷ ନୁହେଁ, ଜଣେ ଭବିଷ୍ୟତର ସମ୍ମାନିତ ବ୍ୟକ୍ତି, ମଗଧର ଭବିଷ୍ୟତ ଭାଗ୍ୟବିଧାତା।
ତାକୁ ପୁଣି ଇମୁ ଗାଁର ଲୋକେ ବାନ୍ଧିବେ? ତପୁ କାନ୍ଦ କାନ୍ଦ ହୋଇପଡିଲା ଯେବେ ଭାବିଲା ମଣି ଚାଲିଗଲାନି ଯେ ମଗଧର ଭବିଷ୍ୟତ ଖିନଭିନ୍ ହୋଇଗଲା।
ପିଲାବେଳେ ତପୁ ସିନା ସେମିତି ଭାବୁଥିଲା, ଟିକେ ବୟସ ବଢିଲା ପରେ ସେ ବୁଝିଲା, ମହମର କଥା ଡାହା ବାହାସ୍ଫୋଟ। ସତରେ କଣ ମଣିନାଗ ଥାଏ? ତା ମଣି ଏତେ ମୂଲ୍ୟବାନ! ତା ଗରଳ ଏତେ ଭୟଙ୍କର!
ତେବେ ଦ୍ବନ୍ଦାତ୍ମକ ଭାବନାରୁ ଯେଉଁଟି ନିଜ ଅହଂର ପରିପନ୍ଥୀ ତାହା ଏଡେଇଯାଏ ମଣିଷ। ତପୁ ସେପାଇଁ ମହମର ବାହାପିଆ କଥାକୁ ସତ ମଣିନିଏ। ଯାହା ହେଲେ ବି ଇମୁଘର ଏତାଦୃଶ ଆଚରଣକୁ ତପୁ ଖୁବ୍ ଘୃଣା କରୁଥିଲା।9
ସେଦିନ ସଂଧ୍ୟାବେଳେ ସାପୁଆ ସାହି ଲୋକେ ହୁରି ପକାଇଲେ, ମହମ ପାଗଳ ହୋଇଯାଇଛି। ପୁଳାଏ ଗଞ୍ଜେଇ ଭିଡି ଉନ୍ମାଦ ପ୍ରାୟ ଆଚରଣ କରୁଛି। କେତେବେଳେ କହୁଛି, "ମୋ ମଣିକୁ ମାରିଦେଲେ, ପୁଣି କେତେବେଳେ କହୁଛି ମହାଦେବଙ୍କ ଦୟାରୁ ଆସିଥିଲା, ମହାଦବ ସହି ପାରିଲେ ନାହିଁ ତା'ର ଠକାମି, ତାକୁ ବାହୁଡାଇ ନେଲେ। ଧିକ୍ ତା ଜୀବନ। ମୁଁ କିନ୍ତୁ ଛାଡିବି ନାହିଁ, କେଶ୍ କରିବି। ଥାନାକୁ ଯିବି।"
ତାଙ୍କ ସାହିଲୋକ ଅଟକାଇବାରୁ ତରୱଲ୍ ଧରି ଗୋଡାଉଛି।
ସମସ୍ତେ ପହଞ୍ଚିଲେ, ତାକୁ ବୁଝାଇ ବୁଝାଇ ଥକ୍କିଲେ କିନ୍ତୁ ତା'ର ଏକା ଜିଦ୍ ସେ ଥାନାକୁ ଯିବ।
ଶେଷରେ ସେଇଆ ହିଁ ହେଲା। ସେ ନିଜ ବିରୁଦ୍ଧରେ ଯାଇ ଥାନାରେ କହିଲା କି ସେ ଚାରିଶହକୋଡିଏ ଧାରାରେ ଦୋଷୀ କିନ୍ତୁ ସେମାନେ ମୋ ସମ୍ପତ୍ତି ନଷ୍ଟ କରିଛନ୍ତି, ମୋ ପୋଷା ମଣିକୁ ମାରିଛନ୍ତି। ସେମାନେ ବି ଦଣ୍ଡ ପାଇବା ଜରୁରୀ। ସେ ସମୟରେ ପ୍ରାଣୀ ସୁରକ୍ଷା ଓ ଅଧିକାର ବାବଦରେ ସଚେତନତା ନଥାଏ। ସାପ ପାଳିବା ଉପରେ ଆଇନ କଣ ଥିଲା କେଜାଣି କିନ୍ତୁ କଟକଣା ନଥାଏ। ଥାନାବାବୁ ଘଟଣାକୁ ହସ ମଜାରେ ଉଡାଇ ଦେଲେ। ମହମ ବିଫଳ ମନୋରଥରେ ଫେରି ଆସିଲା କିନ୍ତୁ ମଣିକୁ ଭୁଲି ପାରିଲା ନାହିଁ।
ତପୁ ପଚାରିଲା ଇମୁକୁ। ତା'ଠୁ ସଠିକ କିଛି ଉତ୍ତର ମିଳିଲା ନାହିଁ। ସେ କୁଆଡେ ସେ ସମୟରେ ଘରେ ନଥିଲା। ସେ ଆସିଲା ବେଳକୁ ବନ୍ଧା ହୋଇସାରିଥିଲା ମହମ। ସେ ବି ସନ୍ଦେହ ଘେରରେ ରହିଥିଲା। ସାପଟି ସେଇଠି ଥିଲେ ତ ତାଙ୍କ ଘରେ ଡରିଥାନ୍ତେ। କିନ୍ତୁ ସାପକୁ ଏତେଶୀଘ୍ର କେହି ମାରି ଲୁଚାଇଦେଲେ କେମିତି। ଇମୁ ମଧ୍ୟ ସନ୍ଦେହ କରୁଥିଲା, ମହମର ଠକାମିରେ ଅସନ୍ତୁଷ୍ଟ ହୋଇ ମଣିନାଗ ଅନ୍ତର୍ଦ୍ଧାନ ହୋଇଗଲେ, ମହାଦେବଙ୍କ ପ୍ରିୟ ଜୀବ ଯେହେତୁ। ଏ ଦ୍ବିତୀୟ ବାର ବି ତପୋଧନଙ୍କ ଭାବନ୍ତି କି ତପୁ ହାରି ଯାଇଛି ଇମୁ ନିକଟରୁ।
କ୍ରମଶଃ ଏ ଘଟଣା ଅନେକ ଲୋକ ଭୁଲିଗଲେ। ତେବେ ମହମ ସବୁଦିନ ପାଇଁ ଝୁରିହେଲା ମଣିକୁ। ସେ ବାହାସ୍ଫୋଟରେ ନୁହେଁ, ସତରେ ଭାବୁଥିଲା ତା ବିଶାଳ ସମ୍ପତ୍ତି ଅପହୃତ। ଏଣିକି ସେ ଆଡପାଗଳ ଭଳି ଜୀବନ ନିର୍ବାହ କଲା।
ଓକିଲାତି ପଢୁଥିବା ବାବୁଲି ଭାଇ ସହାୟତାରେ ଜଣେ ଓକିଲ ସହ କଥା ହେଲେ ସେମାନେ। କୋର୍ଟରେ ଏକ ଅଭିଯୋଗ ମାମଲା ଦାୟର ହେଲା। କିନ୍ତୁ କଚେରୀରେ ବି ଏ ମାମଲାକୁ କୌଣସି ଗୁରୁତ୍ୱ ଦେଲେନାହିଁ।
କ୍ରମେ ସମୁଦାୟ ଘଟଣାଟି ସମସ୍ତଙ୍କ ପାଇଁ ଗୁରୁତ୍ୱ ହରାଇଲା।
ଏହା ମଧ୍ୟରେ ଅନେକ ବର୍ଷ ବିତିଯାଇଛି। ସାପ ପାଳିବା ମଧ୍ୟ ବେଆଇନ ଘୋଷଣା ହୋଇଛି। ଆଂଶିକ ସନ୍ତୁଳିତ ମାନସିକ ଅବସ୍ଥା ଫେରି ପାଇଛନ୍ତି ଶ୍ରୀ ମହାଦେବ ହନୁମାନ ମନୋହର ସିଂ। ଉଭୟ ସ୍ବାମୀ ସ୍ତ୍ରୀ ଯେନତେନ ପ୍ରକାରେଣ କାମଧନ୍ଦା କରି ଗୁଜୁରାଣ ମେଣ୍ଟାନ୍ତି। ଝିଅ ତାଙ୍କର ପାଠଶାଠ ପଢି ମହିଳା ସ୍ବାସ୍ଥ୍ୟକର୍ମୀ ଚାକିରି ପାଆନ୍ତି। ତାଙ୍କ ସ୍ବାମୀ ମହାଶୟ ଏକ ପ୍ରାଣୀ ସୁରକ୍ଷା ସଂଗଠନ ସହ ଜଡ଼ିତ। ସମସ୍ତ ଘଟଣା ଶୁଣି ସେ ନିଜ ସଂଗଠନର ଜୋର୍ ଲଗାଇଦିଅନ୍ତି ଏ ବିସ୍ମୃତ ମାମଲାଟିକୁ ଜୀବନ୍ୟାସ ଦେବାକୁ। ତାଙ୍କ ସଂଗଠନର ଓକିଲ ଲଢନ୍ତି ମହମଙ୍କ ପାଇଁ। ସେପଟେ ଇମୁ ଏହା ମଧ୍ୟରେ ଜଣେ ନାମକରା ଓକିଲ। ବେଶ୍ କିଛି ଜବାବ ସୁଆଲ ହୁଏ। ଓକିଲ ଯେତେ ବୁଝାଇଲେ ବି ମହମଙ୍କ ପାଟିରୁ ମିଛ ବାହାରି ପାରିଲା ନାହିଁ। ସାପକୁ ପିଟି ମାରିବା ସେ ଦେଖିନାହାନ୍ତି କିନ୍ତୁ ତାଙ୍କ ଅନୁମାନ ନିର୍ଭୁଲ।
ଇମୁ ଯୁକ୍ତି କଲେ, ଅନୁମାନ ଉପରେ ଭରସା ରଖି ଆଇନ ଚାଲି ପାରେନା। ସେ କିନ୍ତୁ ମହମଙ୍କ ଠକାମି ବାବଦରେ କୌଣସି ଗୁରୁତ୍ୱ ଦେଇ ନଥିଲେ। ପରିଣାମ ଆଶାନୁରୂପ ଭାବେ ମହମଙ୍କ ବିରୁଦ୍ଧରେ ଗଲା ଯଦିଓ ତାଙ୍କ ଠକାମି ପାଇଁ ଦଣ୍ଡ ମିଳିଲା ନାହିଁ। ତପୋଧନଙ୍କୁ ମନେହେଲା, ସେ ତୃତୀୟ ବାର ହାରିଛନ୍ତି ଇମ୍ରାନ ପାଖରୁ।
ଏହା ମଧ୍ୟରେ ଝିଅଜ୍ବାଇଁ ମହମଙ୍କୁ ନେଇ ମାନସିକ ବିଭାଗରେ ପରାମର୍ଶ କରିଛନ୍ତି। କ୍ରମେ ଚିକିତ୍ସାରେ ରହି ମହମ ତାଙ୍କ ବଦ୍ଧମୂଳ ଧାରଣାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ବଭାବିକ ଭାବେ ଚଳୁଛନ୍ତି ସେ। ଡାକ୍ତରଙ୍କ ପରାମର୍ଶରେ ଗଞ୍ଜେଇ ପରିତ୍ୟାଗ କରିଛନ୍ତି।
ହଠାତ୍ ଇମୁ ଫୋନ କରିଛନ୍ତି ତପୁଙ୍କୁ। କୋର୍ଟର ରାୟ ଯାହା ହେଉନା କାହିଁକି, ସତ୍ୟ ଯାହା ହେଉ ପଛେ, ସେ ଏକ ଆପୋଷ ମିଳାମିଶା କରିବାକୁ ଚାହୁଁଛନ୍ତି ମହମଙ୍କ ପରିବାର ସହ।
ତପୁଙ୍କ ବୈଠକ ଘରେ ଏ ଆୟୋଜନଟି ହୋଇଛି। ଇମୁ ନିଜର ଦୁଃଖ ପ୍ରକାଶ କରି କହିଛି କି ସତ୍ୟ ହେଲା ମଣି ଏକ ଗାତରେ ପଶିଯିବା ଦେଖି ତାଙ୍କ ଘରଲୋକେ ସେ ଗାତ ଉପରେ ଏକ ବଡ ମାଙ୍କଡା ପଥର ଦବାଇ ଦେଇଥିଲେ। ପରେ ଭିନ୍ନ ଗ୍ରାମରୁ ଆସିଥିବା ସାପୁଆ ପଥର ବାହାର କରି ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ନିରାଶ ହେଲେ ଓ କହିଲେ ସମ୍ଭବତଃ ମଣି କୌଣସି ଭିନ୍ନ ରାସ୍ତା ପାଇ ବାହାରି ଗଲା କିମ୍ବା ଅନ୍ତର୍ଦ୍ଧାନ ହୋଇଗଲା। ସେ ଦୃଢଭାବେ କହିଲେ କି ମଣିର ମୃତ୍ୟୁ ହୋଇନାହିଁ। ତେବେ ଜଣେ ଓକିଲ ହିସାବରେ ସେ ନିଜ ପରିବାରର ଆଚରଣ ପାଇଁ ଅନୁତପ୍ତ। ମହମଙ୍କୁ ବାନ୍ଧିବା ଏକ ଅନୁଚିତ କାମ ଥିଲା। ଯେଉଁମାନେ ସେକାମ କରିଥିଲେ ସେମାନେ ସମସ୍ତେ ଆରପାରିକୁ ଗଲେଣି। ସେ କେବଳ ଏତିକି କହିବାକୁ ଚାହେଁ କି ମହମ ତାଙ୍କ ମନରୁ ସମସ୍ତ କଥା ପରିତ୍ୟାଗ କରି ଦିଅନ୍ତୁ ଓ ଇମ୍ରାନଙ୍କ ବାବଦରେ କୌଣସି ଦୁର୍ଭାବନା ନରଖନ୍ତୁ। ମଣିକୁ ଆଉ ଫେରାଇ ଆଣିବା ସମ୍ଭବ ନୁହେଁ କିନ୍ତୁ ସାଙ୍କେତିକ ପ୍ରାୟଶ୍ଚିତ ହିସାଵରେ ସେ ଉପଯୁକ୍ତ ମୂଲ୍ୟ ଦେବାକୁ ପ୍ରସ୍ତୁତ।
ହଠାତ ମହମଙ୍କ ମୁହଁରେ ହସଟିଏ ଖେଳିଗଲା। ସେ କହିଲେ କି ଏକ ତମ୍ଵାର ନାଗ ତିଆରି କରିଛନ୍ତି ମହାଦେବଙ୍କ ଉପରେ ଚଢେଇବା ପାଇଁ, ଇମୁ ଚାହିଁଲେ ଅଉ ଏକ ଚାନ୍ଦିର ନାଗ ହୋଇ ପାରନ୍ତା ଯାହା ହୁଅନ୍ତା ମଣିର ପ୍ରତିନିଧି।
ଅଚିରେ ତାହା ହିଁ ହେଲା। ଏବେ ଯେଉଁ ତମ୍ବା ଓ ରୂପାର ନାଗ ଦୁଇଟି ମଗଧର ଶିବ ମନ୍ଦିରରେ ଶୋଭା ପାଉଛନ୍ତି, ଏମିତି ତାହାର ପଟ୍ଟଭୂମି। ମହମ ଏବେ ଇମୁଙ୍କୁ ଖୁବ୍ ସ୍ନେହ ଦିଅନ୍ତି ଓ ସେହି କ୍ରମରେ ତପୁଙ୍କୁ ବି।
ଆଉ ହାରଜିତ ରହିଲା କେଉଁଠି?

Wonderful ❤️.Very very convincing and touching.Anywhere,I found this story has a link with our village.
ReplyDeleteYes. Next story is on a frog.
ReplyDeleteI believe I am not disturbing you. All of you stay protected.