"ରଙ୍ଗ" ଦୁଇଶତ ସୁଶୃତିର ।
ରାତ୍ରିକାଳୀନ କର୍ତ୍ତବ୍ୟ ସାରି ଆସି ଦେଖେତ ସୁଶୃତି ତା'ର ଦୁଇଶତତମ ଅଧ୍ୟାୟ ପ୍ରକାଶ କରିଛି। ପ୍ରଫେସର ମନୋଜ ଦାସଙ୍କ ଅମର କୃତି ମାନେ ଉଚ୍ଚାରଣରେ ନିଜକୁ ନିଜେ ସାଇତି ହୋଇଯାଇଛନ୍ତି ଆଧୁନୀକ ବିଶ୍ବବ୍ୟାପୀ ବୁଢିଆଣୀ ଜାଲ ଇଣ୍ଟରନେଟରେ। ଏ ପ୍ରୟାସ ଜଣେ ସାଧାରଣ ପାଠକର। ଯେମିତି ଅସାଧାରଣର ଏକ ବର୍ଣ୍ଣନା ଆମେ ଦେଇପାରିବା ସେମିତି ଆମେ ସାଧାରଣକୁ ଉପସ୍ଥାପନ କରିପାରିବା ନାହିଁ। ଏମିତି ସାଧାରଣ ଜଣେ ବ୍ୟକ୍ତି ଶ୍ରୀ ସମୀର ରଞ୍ଜନ ଦାସ ସମସ୍ତ ସମାଲୋଚନାକୁ ଭୃକ୍ଷେପ ନକରି, ଏ କାମଟି କରି ଚାଲିଛନ୍ତି, ପଙ୍ଗୁ ଲଙ୍ଘୟେତେ ଗିରି ପ୍ରାୟ। ଏ ପଙ୍ଗୁ ଶବ୍ଦର ବ୍ୟାଖ୍ୟା ହେଲା; ଶବ୍ଦ ଓ ସ୍ବର ବିଜ୍ଞାନରେ ଅଜ୍ଞତା, ଆନୁସଙ୍ଗିକ ଉପକରଣର ଅପରିଚିତି, ସମୟର ଅଭାବ, ଆଦୃତିରେ ସନ୍ଦେହ, ବନ୍ଧୁ ମାନଙ୍କର ସେମିତି କିଛି ଅନୁକୂଳ ଉତ୍ସାହର ଅଭାବ ଓ ଆଗରୁ ଚାଲୁଥିବା ଅନ୍ୟାନ୍ୟ ପ୍ରୋଜେକ୍ଟର କମ ସଫଳତା ଓ ସାମ୍ନାରେ ହିମାଳୟ ସମ ବିଶାଳ କାମର ଆହ୍ଵାନ।
ସମସ୍ତ ଦୀର୍ଘ ପଥ ଆରମ୍ଭ ହୋଇଥାଏ ପ୍ରଥମ ପଦକ୍ଷେପରୁ। ସେ ପ୍ରଥମ ପଦକ୍ଷେପରେ ପଢାଯାଇଥିବା ବିଷୟରେ ବାହାରର ଶବ୍ଦ ଓ ଅବାଞ୍ଛିତ ଶବ୍ଦ ପଶିଆସି ଆମକୁ ନିରୁତ୍ସାହିତ କରିବାର ପ୍ରୟାସ କଲା। ନା, ବରଂ ଏ ଅସୁବିଧା ସମେତ କ୍ରମଶଃ ଆସୁଥିବା ଅନ୍ୟାନ୍ୟ ବିଘ୍ନ ମାନଙ୍କ ସମାଧାନର ସୂତ୍ର ମାନେ ନିଜକୁ ଉଦ୍ଭାସିତ କଲେ। ଏକ ଘରୁଆ ଷ୍ଟୁଡିଓ କରାଗଲା। ପଠନରେ ରହୁଥିବା ତୃଟି ଉପରେ ନିଘା ଦିଆଗଲା। କିଛି କିଛି ପ୍ରଛଦପଟ ବାଦ୍ୟ ଓ ସମ୍ବେଦ ମିଶାଗଲା। ମନୁଷ୍ୟ ଓ ଅଶରୀରି ଗୁଗୁଲ ଓ ଇଉ ଟିଉବ୍ ଟିଉଟରିଆଲ ମାନ ଉପରେ ଗବେଷଣା ଜାରି ରହିଲା।
କୁନିଝିଅ ଐଶ୍ୱର୍ଯ୍ୟା ଓ ସହଯୋଗୀ ଅରୁଣ ବାବୁ ସ୍ବଳ୍ପ ବିବିଧତା ଆଣିଦେଲେ।
ବେଫିକର ବୀରେନ୍ଦ୍ର ସ୍ବେହାଗଙ୍କ ଦ୍ବିଶତକ ଯେମିତି ଅନାଉ ଅନାଉ ହୋଇଯାଏ, ସେମିତି ଆମେ କାନ ଡେରୁ ଡେରୁ କେତେବେଳେ ଦୁଇଶତ ଅଧ୍ୟାୟ ହୋଇଗଲା। ପଥ ବହୁଦୂର ଅଶ୍ବରୋହୀଙ୍କ ବେଗ ବି ପ୍ରଖର। ଅଶ୍ବର ତ୍ବରାନ୍ବିତ ଗତି ଛନ୍ଦ କ୍ରମଶଃ ହୋଇଉଠିଛି ଏକ ସମ୍ମୁଜ୍ଜ୍ବଳ ତରଙ୍ଗ। ଏ ତରଙ୍ଗ ଏକ ସଙ୍ଗୀତର ମୂର୍ଛନା ହେବା ଅଚିରେ ଅବଶ୍ୟମ୍ଭାବୀ। ଏ ଶୁଭେଚ୍ଛା ଆମ ସମସ୍ତଙ୍କର।
ନମ୍ରତାର ସହ ମନର ସନ୍ତୋଷ ବ୍ୟକ୍ତ କରିବାକୁ ଚାହୁଁ ଯେ ଅଣବ୍ୟବସାୟୀକ ଆଭିମୁଖ୍ୟରେ କୌଣସି ଜଣେ ବିଶ୍ବସ୍ତରୀୟ ସାହିତ୍ୟିକଙ୍କ କୃତିକୁ ଏମିତି ଅଡିଓ ସଂରକ୍ଷଣ ପ୍ରାୟତଃ ବିରଳ।
ନିନ୍ଦୁକ ମାନେ ବି ଏ ପ୍ରୟାସର ସାନିଧ୍ୟକୁ ଆସନ୍ତୁ, ଖୁବ୍ ମିଠା ଲାଗିବ।
ସର୍ବଦା ବହିଟିଏ ଧରି ବସି ହେବନି। ଦିନେ ବିଳମ୍ବିତ ରାତ୍ରିରେ ଦୀର୍ଘ ଦୁଇଘଣ୍ଟା ଶୁଣିଲି ଗାଡି ଚାଳନା ବେଳେ, ଯାହା ମୋ ଅନ୍ୟଥା ନିଶ୍ଚିତ ନିଦ୍ରା ଆଗମନକୁ ପ୍ରତିହତ କଲା। ଅନେକ ଥର ପରିବା କାଟିବା, ରୋଷେଇ ଓ ଏପରିକି ଅପରେସନ କରୁଥିବା ସମୟରେ ଶୁଣିଛି।
ତଥାପି ଏ ପ୍ରୟାସ ଓ ପଠନରେ ତୃଟି ରହିଥିବ ନିଶ୍ଚିତ। ଏ ଲେଖା ମାଧ୍ୟମରେ ମୋର ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରୁଛି ଥରେ ସୁଶୃତିକୁ ଶୁଣନ୍ତୁ ଓ ଆମକୁ ଏ ସବୁ ତୃଟି ସୁଧାରିବାରେ ସହାୟତା ଦିଅନ୍ତୁ।
ଏ ପ୍ରୋଜେକ୍ଟ ଦିନେ ଏଭେରେଷ୍ଟ ଶିଖରର ଅଭିଜ୍ଞତା ଆଣିଦେବ ଶ୍ରୀ ସମୀର ରଞ୍ଜନ ଦାସଙ୍କୁ ଏତିକି କାମନା ପ୍ରଭୁ ଜଗନ୍ନାଥଙ୍କ ଅପାଦରେ। ଗୁରୁକୃପା ଅବଶ୍ୟ ଉପଲବ୍ଧ ଓ ଆଶା ସେହି କାଳିଆ ଠାକୁର ଗୁରୁଙ୍କୁ ନୀରୋଗ ଦୀର୍ଘାୟୁ ରଖନ୍ତୁ ସେ ଏଭେରେଷ୍ଟିୟ ଶୁଭଦିନେ ଆଶୀର୍ବାଦ ଦେବାକୁ ଆମ ପ୍ରିୟ ସମୀରଙ୍କୁ।
ରବିନାରାୟଣ ସେନାପତି।

ବହୁତ ଭଲ ଲାଗିଲା ଲେଖାଟି!
ReplyDelete