ଓଡ଼ିଆ ଅସ୍ମିତାର ପ୍ରଶ୍ନ।
ଗଙ୍ଗା ଠାରୁ ଗୋଦାବରୀ, ନବକୋଟି କର୍ଣ୍ଣାଟ, ଓଗେର ଓଗେର ଆଜି ବାହାସ୍ଫଟିଆର ଆସ୍ଫାଳନ ପରି ଶୁଣାଯାଏ। ହେବା ସ୍ବଭାବିକ, ଯେ କେହି ତ ବର୍ତ୍ତମାନ ଅବସ୍ଥା ଦେଖିବ, ଇତିହାସ ପଢିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ତେବେ କୋଣାର୍କ ସମେତ ସମସ୍ତ, ତଥାପି ମୁମୁର୍ଷୁ ଅବସ୍ଥାରେ ଦଣ୍ଡାୟମାନ ବିଭବକୁ ଦେଖିଲେ ଜଣାପଡେ ଏକଦା ଏ ଭୂଖଣ୍ଡ ଥିଲା ବିତ୍ତଶାଳୀ ଓ ଉତ୍କୃଷ୍ଟ କଳାର ଦେଶ। ଏମିତି ସବୁ ନିର୍ମାଣ କଣ ସାଧାରଣ ରାଜା ହାତକୁ ନେଇପାରେ। ଏ କୁଶଳତା ପାଇବା ଏକ ସାମୟିକ ଘଟଣା ହୋଇ ନପାରେ, ଏଥିପାଇଁ କେତେ ଶତାବ୍ଦୀର ପରୀକ୍ଷା ନିରୀକ୍ଷା ଚାଲିଥିବା ସ୍ବଭାବିକ।

ଦରିଦ୍ର ହେଲେ ମଧ୍ୟ ଆମ କଳା କୌଶଳ ଏବେବି ବଞ୍ଚିଛି, କେଉଁଠି ପ୍ରସ୍ତର ଉପରେ, ଅବା ପଟ୍ଟଚିତ୍ରେ, କିମ୍ବା ବାନ୍ଧକାମ ବୟନ ଶିଳ୍ପରେ ଅବା ଲୋକନୃତ୍ୟ ଓ ନିଜସ୍ୱ ଓଡିଶୀ ନୃତ୍ୟରେ।
ଏ ରାଜ୍ୟର କବି ସମ୍ରାଟ, ମିସ୍ ଇଣ୍ଡିଆ ବି ମିସ୍ ୟୁନଭର୍ସ ଚିନ୍ତା ନକରି ଏକାଥରେ କଳ୍ପନା କରିଥିଲେ, 'କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ', ଏସବୁ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ହେବାର କେତେ ଶତକ ଆଗରୁ। ଦେହୀପଦ, ଲେଖି ପାରିଥିବା ବା ପାରି ନଥିବା କବିଙ୍କୁ, ସିଏ ଉଡିଆ ନଏ, ପ୍ରମାଣ କରିବାରେ ପଡୋଶୀ ଲାଗିଛନ୍ତି, ଯେମିତି ଦିନେ ମାତିଥିଲେ ଏ ବଡ ଭଉଣୀ ଭାଷାକୁ ସମ୍ପୂର୍ଣ୍ଣ ଅପହରଣ କରିବାକୁ, 'ଉଡିଆ ଏକ୍ଟା ଭାଷା ନଏ'। ଉଡିଆ ତ କେବେବି ଆମ ଭାଷା ନୁହେଁ, ଏହା ଓଡିଆ ଅବଶ୍ୟ। ଆମ ସୌଭାଗ୍ୟ ସେତେବେଳେ ଫକୀରମୋହନ, କର୍ମବୀର, ଉତ୍କଳ ଗୌରବ, ମହାରାଜା କୃଷ୍ନଚନ୍ଦ୍ର, ରାଜା ସୁଢଳ ଦେବ ଓ ଅନ୍ୟାନ୍ୟ ମନିଷୀ ଥିଲେ। ଭାବି ହେଉନାହିଁ ଆଜିର ନେତୃତ୍ବ ସେ ପ୍ରକାର ଅପହରଣକୁ ଏଡାଇ ପାରିଥାନ୍ତା କି ନାହିଁ। ଆଜି ରସହୀନ, ରସଗୋଲା ଯୁଦ୍ଧ ଅତ୍ୟନ୍ତ ହାସ୍ୟାସ୍ପଦ।

ତେବେ ଆମେ ପଡୋଶୀ ମାନଙ୍କ ଠାରୁ କଛି ଶିଖିଲୁ ନାହିଁ। ତାଙ୍କ ପୂଜ୍ୟପୂଜାର ସ୍ଥାନ ନେଇଛି ଆମର ଏଠି, କଙ୍କଡା ଭଳି ଗୋଡଟଣା କାର୍ଯ୍ୟକ୍ରମ।
ଶତାବ୍ଦୀର ସୂର୍ଯ୍ୟରେ, ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି ଛାତ୍ର ମଧୁସୂଦନଙ୍କ ଜିଦି ଓ ସଫଳତା, କୌଣସି ଏକ ପରୀକ୍ଷା ମାତୃଭାଷାରେ ଦେବା ପାଇଁ। ଏକା ଜଣଙ୍କର ଜିଦି ଓ ବିରୋଧରେ ସମସ୍ତ ବ୍ୟବସ୍ଥା, ଶାସନ ଗାଦିରେ ବିଦେଶୀ ସରକାର, ସ୍ଥାନ ପୁଣି ପ୍ରବାସ କୋଲକାତା, ତା ମଧ୍ୟରେ ଏହା ମଧ୍ୟ ସତ୍ୟ, ମଧୁ ନିଜେ ବଙ୍ଗଳାରେ ଲେଖି ପଢି ପାରୁଥିଲେ, ପ୍ରାଞ୍ଜଳ ଭାବରେ, ତଥାପି ସେ ଲଢିଲେ ଏକ ଜାତିର ଅସ୍ମିତା ପାଇଁ। ଆଜି ତ ଓର ଉଣ୍ଡି ବସିଛନ୍ତି ସଭିଏଁ, କେମିତି ମାତୃଭାଷା ତ୍ୟାଗ କରି ଅଂରେଜୀ ପଢିବେ। ଇଂରେଜ ମାନେ ତାଙ୍କ ଭାଷାର ପ୍ରସାର କରୁଥିଲେ ସତ କନ୍ତୁ ନୀତିଗତ ଦୃଷ୍ଟିରେ ଗ୍ରହଣ କରିଥିଲେ ଯେ ଭର୍ଣାକୁଲାର ମିଡିଅମ୍ ହିଁ ବୌଦ୍ଧିକ ବିକାଶର ଶ୍ରେଷ୍ଠ ସହାୟକ। ଆଜି ସେ ପରିସ୍ଥିତି ହିଁ ନାହିଁ। ସଚରାଚରେ ଗ୍ରହଣ କରାଯାଇଛି ଯେ ଇଂରାଜୀରେ ପଢିଲେ ଫାଇଦା ଅଛି। ଏହା ସତ୍ୟ ବି ହୋଇପାରେ। ଏହାଠୁ ଅଧିକ ନିରାଟ ସତ ଏହି ଯେ ଯଦି ଏଭଳି ଶିକ୍ଷା ସାର୍ବଜନୀନ ଉପଲବ୍ଧ ହୋଇଥନ୍ତା ଏବଂ ସବୁ ପରିବାର ଏଥିପାଇଁ ଆର୍ଥିକ ପ୍ରସ୍ତୁତ ଥାଆନ୍ତେ ତାହେଲେ ଓଡ଼ିଆ ସ୍କୁଲ୍.... ଉତ୍ତର ସହଜ।
ରାଜଧାନୀର କୌଣସି ଆନ୍ଦୋଳନ ଏହାକୁ କେତେ ରକ୍ଷା କରୁଛି ଓ ନକରୁଛି, ତାଙ୍କ ନିଷ୍ଠାର ଆକାର ଓ ପ୍ରକାର ମୋତେ ଜଣା ନାହିଁ, ହୁଏତ ସେମାନେ ଉତ୍ତମ କିଛି କରୁଥିବେ, କିନ୍ତୁ ଏହା ଧୃବ ସତ୍ୟ ଏ ଭାଷାର ଅବସ୍ଥା ସଂସ୍କୃତ ପରି ହେବ ନାହିଁ ଯେହେତୁ ଏହା ସଂସ୍କୃତ ପରି ପଣ୍ଡିତ ମାନଙ୍କ ଭଷା ନୁହେଁ। ଏହା ମୂର୍ଖ ଓ ସ୍ବଳ୍ପ ପାଠୁଆଙ୍କ ଭାଷା ଯେମିତି, ପାଠୁଆ ଓ ଜ୍ଞାନୀ ମାନଙ୍କର ମଧ୍ୟ ସେମିତି। ସବୁ ସ୍ବାକ୍ଷର ଯଦି ସମୁହେ ଏ ଭାଷା କହିବା ଲେଖିବା ବନ୍ଦ କରି ଦିଅନ୍ତି ବି, ତଥାପି ଅର୍ଦ୍ଧେକ ଓଡ଼ିଆ, ଦୁଇ କୋଟିରୁ ଉର୍ଦ୍ଧ ଲୋକ ଓଡ଼ିଆ କହୁଥିବେ ଓ ସେମାନଙ୍କ ହୃଦୟରେ ସାହିତ୍ୟ ଜାଗ୍ରତ ହେଉଥିବ। ମନେ ପଡେ ନୂଆପଡା ଜିଲ୍ଲାର ସେହି ଦିନ ମଜୁରିଆ ଜଣଙ୍କ କିଭଳି ମନରୁ ଅପ୍ରସ୍ତୁତ ଅନର୍ଗଳ କବିତା ଗାଆନ୍ତି। ନାମଟି ବିସ୍ମୃତ।
ତେଣୁ ଏ ଶାସ୍ତ୍ରୀୟ ଭାଷା କେବେ ମୃତ ହେବ ନାହିଁ। ଆମ ପଛୁଆ ପଣ ଏହାକୁ ରକ୍ଷା କରିବ, ଯୁକ୍ତିଟି ଅଯୌକ୍ତିକ ମନେ ହେଉଥିଲେ ମଧ୍ୟ।
ସାହିତ୍ୟ ପ୍ରତି ପ୍ରଗାଢ ଶ୍ରଦ୍ଧା ରଖୁଥିବା ଏବଂ ଉପାଧ୍ୟୁତ୍ତର ଶିକ୍ଷା ଲାଭ କରିଥିବା ଯୁବ ଵନ୍ଧୁ ଜଣେ କହିଲେ ଯେ ପୁରାତନ ମହାନ କବି ମାନଙ୍କ କାର୍ଯ୍ୟ ଆଗେଇ ନେବା ପାଇଁ ଆଧୁନିକ ଯୁଗରେ ରାଧାନାଥ, ଗଙ୍ଗାଧର ପ୍ରଭୃତି ବାହାରିଲେ। ଆଦ୍ୟ ଗଦ୍ୟ ସ୍ରଷ୍ଟା ଫକୀରମୋହନ ଇତ୍ୟାଦିଙ୍କ କାମ ଆଗେଇ ନେଲେ ଗୋପୀନାଥ, ସୁରେନ୍ଦ୍ର ଓ ମନୋଜ ଇତ୍ୟାଦି ମହାଶୟ ମାନେ। କିନ୍ତୁ ତାପରେ ପୁଣି ଯେମିତି ଆମେ ପଛରେ ପଡି ଯାଇଛୁ। ଏମିତି ଏକ ବକ୍ତବ୍ୟ ପ୍ରତି ସମର୍ଥନ ଦେବା ଅର୍ଥ ଅଗଣିତ ଯୁବ ସାହିତ୍ୟ ସାଧକଙ୍କ ପ୍ରତି ନିଷ୍ଠୁରତା। ଏହାକୁ ଏଡାଇ ଯିବା ଆଗରୁ ମନକୁ ପ୍ରଶ୍ନ କଲି ଗତ ଏକ ବର୍ଷ ମଦ୍ଧରେ ପଢିଥିବା ମନଛୁଆଁ ଓଡ଼ିଆ ସାହିତ୍ୟର ଲେଖକ ମାନଙ୍କ ହାରାହାରି ବୟସ କେତେ। ଏ ପ୍ରଶ୍ନର ଉତ୍ତର, ପାଠକ ନିଜ ଅଭିଜ୍ଞତାରୁ ସବୁଠୁ ସଠିକ ଉତ୍ତର ପାଇ ପାରିବେ।
ତହିଁରେ ପୁଣି ଆମର ଅନେକ ଆଞ୍ଚଳିକ ବିଷମ ଓ ବିଭେଦ। ବୋଧହୁଏ ଏକମାତ୍ର ରଥଯାତ୍ରା ହିଁ ସାରା ଓଡ଼ିଶାର ପର୍ବ। ଏଠାରେ ଦଶହରା, ଦୀପାବଳି କିମ୍ବା ହୋଲି ଭଳି ମହା ଭାରତୀୟ ପାର୍ବଣ କଥା କୁହାଯାଉ ନାହିଁ। ରଜ କିମ୍ବା ନୂଆଖାଇ ଭଳି ନିହାତି ପ୍ରାକୃତିକ ଏବଂ ଏକ କୃଷି ପ୍ରଧାନ ରାଜ୍ୟ ପାଇଁ ସମ୍ପୂର୍ଣ୍ଣ ସ୍ବଭାବିକ ମନେ ହେଉଥିବା ଉତ୍ସବକୁ ବି ଆମେ ଆଞ୍ଚଳିକତାରେ ବାଣ୍ଟୁ ଥିଲା ବେଳେ, ଏକଦା ଆଦୌ ନଥିବା କାଉଡିଆ ଶୋଭାଯାତ୍ରାରେ ବେଶ୍ ମାତିଯାଉଛୁ। ଜଗନ୍ନାଥ ଆମ ବିଶେଷ ପରିଚୟ ହୋଇଥିବା ସତ୍ବେ ଆମ ଲୋକେ ବାହାର ରାଜ୍ୟର ବାବାମାନଙ୍କ ଶ୍ରାଦ୍ଧରେ ଅଧିକ ବ୍ୟୟ କରୁ।
ଗୋଲାମଗିରି ବୋଧହୁଏ ବହୁ ଅତୀତରୁ ଆମ ଅସ୍ଥି ମଜ୍ଜାଗତ। ଜଣେ ଇଂରେଜ କିମ୍ବା ଅନ୍ୟ ସାହିବ ଚର୍ମଧାରୀ ମଣିଷ ଯଦି ଆମକୁ ନ୍ୟୂନ୍ୟ ମନ୍ତବ୍ୟ ଦିଅନ୍ତି ତେବେ ଆମେ ତା ବିରୋଧରେ ବିଷବାଣୀ ଢାଳନ୍ତି କିନ୍ତୁ ଅନ୍ତରରେ ନିଜକୁ ପ୍ରଶ୍ନ କଲେ ମନେ ହୁଏ ଆମେ ଆମ ତରଫରୁ ଭାବି ନେଇଥାଉ ସେମାନେ ସଭ୍ୟ ଓ ଉନ୍ନତ।ବୋଧହୁଏ ଏଥିପାଇଁ ଧନ ଓ ଭାଷାର ବଳ ମୋଟାମୋଟି ଦାୟୀ। ସେମିତି କଣ ନ୍ୟୂନ୍ୟ ମନେ ହୁଏ ନାହିଁକି ଆମ ପଡୋଶୀ ରାଜ୍ୟ ମାନଙ୍କର ଅଧିବାସୀ ମାନଙ୍କ ନିକଟରେ। ଏହା ଆମର ହୀନମାନ୍ୟତା ନୁହେଁ , ଭୂମି ଉପରର ବାସ୍ତବତା। ଆମେ ଶୈଶବରୁ ଦେଖି ଆସୁଛୁ ଆମ ଲୋକେ ଶ୍ରମିକ ହୋଇ ବାହାର ରାଜ୍ୟକୁ ଯାଉଛି, ବାହାର ରାଜ୍ୟର ଲୋକ ଏଠି ବଡ ଚାକିରି କରିଛି ଅବା ବ୍ୟାପାର ମେଲାଇଛି। ଏଣୁ ଏମିତି ଭାବନା ରହିବ। ଅବଶ୍ୟ ସ୍ଥିତିରେ ଏବେ ଉନ୍ନତି ଘଟିଛି। ଏ ଲେଖକ ଏସବୁ ବର୍ଣ୍ଣନା ଅସୂୟା ଭାବରୁ କହୁ ନାହିଁ, ସାକାରତ୍ମକ ପରିବର୍ତ୍ତନର ସଙ୍କେତ ଦୀପଟି ପ୍ରଜ୍ବଳିତ ରଖିବାକୁ ଚାହୁଁଛି। କିନ୍ତୁ କେମିତି! ଆଳୁ ପିଆଜ, ମାଛ ଅଣ୍ଡା, କୁକୁଡ଼ା, କାର୍ପାସ, ଓ ପ୍ରତ୍ୟେକ ଜିନିଷ ପାଇଁ ଆମେ ନିର୍ଭରଶୀଳ ହେବା ଅଥଚ କୃତ୍ୟକୃତ୍ୟ ନହେବା ତ ବେଇମାନୀ, ଯଦିଚ ଆମେ ଅର୍ଥ ଶ୍ରାଦ୍ଧ କରି କଣିଛୁ। ପ୍ରତି ବଦଳରେ ଆମେ ଏ ମହା ଭାରତକୁ ଦେଇଛୁ କଣ? କୋଇଲା, କ୍ରୋମାଇଟ୍, ଲୁହାପଥର, ଶସ୍ତା ଶ୍ରମ। ପ୍ରକୃତିକୁ ବିକି ଭାଙ୍ଗି ଚଳୁଥିବା ଜାତି, ନିଶ୍ଚେ ଅଧମ। ଅନ୍ୟଥା ଏ ସମ୍ପତ୍ତି ନିତି ପ୍ରତିଦିନ ମୂଲ୍ୟବାନ ହେଉଥାନ୍ତା। ତହିଁରେ ପୁଣି ସରକାର ଓ ରାଜ୍ୟକୁ ଠକି ଏ ସମ୍ପତ୍ତିକୁ ହଜାର ହଜାର ଟନ୍ ଚୋରି କରିଥିବା ଓଡ଼ିଆ ଆଜି ସାମାଜିକ ଓ ରାଜନୈତିକ ଦୃଷ୍ଟିରୁ ବଳବାନ।

ଏହା ଏକ ଜାତିର ଚରମ ବିପର୍ଯ୍ୟୟ ବ୍ୟତୀତ କଣ ବା ହୋଇପାରେ।
ନବୀନ କବି ଓ ଗାଳ୍ପିକ ନିଜ କୃତିକୁ ଉପହାର ଦିଅନ୍ତି ମାନନୀୟେଷୁ ମାନଙ୍କୁ, ଅନେକ ବାର ଏ ଲେଖକ ସେହି ପୁସ୍ତକକୁ ଆବିଷ୍କାର କରିଛି ଫୁଟ୍ ପାଥ୍ ବଜାରରେ, ସେ ପୁସ୍ତକ ଉଚ୍ଚ ମାନର ହୋଇଥିବା ସତ୍ବେ। ଏହା କେବଳ ଓଡ଼ିଆ ମାନଙ୍କ ଭାଗ୍ୟରେ ଘଟୁଥିବ। ଏଠି ମାନନୀୟେଷୁ ମାନଙ୍କର ପ୍ରେରଣା ମହଙ୍ଗା, କନିଷ୍ଠଙ୍କ ପୂଜ୍ୟପୂଜା ତତୋଧିକ ଦୁର୍ଲ୍ଲଭ।

ଏ ଜାତିର ଜଣେ ଯୋଗ୍ୟ ପୁତ୍ର ହେଲେ ଦୀଲିପ ତିର୍କୀ। ସୌରଭ ଗାଙ୍ଗୁଲିଙ୍କ ସମ ସାମୟିକ ଓ ତାଙ୍କ ପରି ବହୁ ଦିନ ଧରି ଏକ କ୍ରୀଡାର ଜାତୀୟ ଅଧିନାୟକ, ତାହା ପୁଣି ଆମ ଜାତୀୟ ଖେଳ। ଅବଶ୍ୟ ସେ ସାଂସଦ। କିନ୍ତୁ ନିକଟ ଅତୀତରେ ଜନୈକ ବିଶିଷ୍ଟ ନେତା, ବୁନିଆଦି ଥିବା କିଛି ଅନ୍ୟ ଓଡ଼ିଆ ନେତାଙ୍କ ଗୁଣ ଗାନ କରୁ କରୁ ଅକାରଣେ ବାର ବାର ଦୀଲିପଙ୍କ ନାମ ନେଇଛନ୍ତି ଯେ ତାଙ୍କ ଅଧିନରେ ଅନ୍ୟମାନେ କାମ କରିବେ କିପରି। ଦୀର୍ଘ ସମୟ ଧରି ଯେ ଭାରତୀୟ ଦଳର ନେତୃତ୍ବ ନେଲେ ତାଙ୍କର ରାଜନୈତିକ ଯୋଗ୍ୟତା ବା ଅଯୋଗ୍ୟତା ବର୍ଣ୍ଣନା ଏ ଲେଖାର ଉଦ୍ଦେଶ୍ୟ ନୁହେଁ। ଉଦ୍ଦେଶ୍ୟ ଏହା ଯେ ଗାଙ୍ଗୁଲିଙ୍କ ବାବଦରେ ଅକାରଣେ କୌଣସି ବଙ୍ଗଳା ନେତା ମନ୍ତବ୍ୟ ଦେଇ ନଥାନ୍ତେ ଆଉ ଯଦି ଦେଇଥାନ୍ତେ ଘୋର ବିରୋଧର ଶୀକାର ହୋଇଥାନ୍ତେ। ଏଠି କିନ୍ତୁ ସମସ୍ତେ ତାକୁ ଗ୍ରହଣ କରିନେଲେ ଏପରିକି ଏହା ତୃଟିଯୁକ୍ତ ବୋଲି ଜାଣି ପାରିଲେ ନାହିଁ। ଅର୍ଥାତ ଗୋଡଟଣା ନୀତି ଆମର ସାମୁହିକ ଚଳନୀ ହୋଇଗଲାଣି।
ମାନନୀୟ ମୂଖ୍ୟମନ୍ତ୍ରୀ ଓଡିଆଙ୍କ ଅତି ପ୍ରିୟ ହୋଇ ପାରନ୍ତି କିନ୍ତୁ ଏହା ମଧ୍ୟରେ କଣ ବହୁ ବର୍ଷ ଅତିକ୍ରାନ୍ତ ହୋଇ ଯାଇନି କି ସେ ଏ ଭାଷାକୁ ଆପଣେଇବା ପାଇଁ। ଏହା କଣ ତାଙ୍କ ରାଜନୀତିକୁ ସାହାଯ୍ୟ କରିନଥାନ୍ତା। ଏଥିପାଇଁ କେବେ ଗୋଟିଏ ସକାରଣ ଦୁଃଖ ପ୍ରକାଶ ମୂଳକ ବକ୍ତବ୍ୟ ରଖିବାକୁ ଉଚିତ ମନେ କରିବା ତାଙ୍କ ପକ୍ଷେ ଉତ୍ତମ ହୁଅନ୍ତା ନାହିଁକି?
ଏକ ଅଙ୍ଗେ ନିଭାଇଥିବା ଘଟଣା ମନେ ପଡେ। ଗତ ଶତାବ୍ଦୀର ନବେ ଦଶକର ପ୍ରଥମାର୍ଦ୍ଧ। ଦୀର୍ଘ ସତୁରି କିଲୋମିଟର, ନୂଆପଡାରୁ ଖଡିଆଳ, ଏକ ବସରେ ମୋର ସହଯାତ୍ରୀ ଥାଆନ୍ତି ଜଣେ ଗଜୁରାତି ବଣିକ। ସମ୍ଭବତଃ ସୁରତ ତାଙ୍କର ଘର। ଲୋକ ଜଣକ କପଟ ଜାଣି ନଥାନ୍ତି। ବୋଧହୁଏ ଆମେ ଉଭୟ ତୃଟିଯୁକ୍ତ ହିନ୍ଦୀରେ କଥା ହେଉଥାଉ ଅନୁଚ୍ଚ କଣ୍ଠରେ। ସେ ଆସିଥାନ୍ତି ସିନାପାଲିରେ ମିଳୁଥିବା, ନୀଲମ୍, କ୍ୟାଟ୍ସ୍ ଆଇ, ଓ ଅନ୍ୟାନ୍ୟ ମୂଲ୍ୟବାନ ପଥର ଚୋରାରେ କିଣିବାକୁ। ମୋର ମୂଖ୍ୟ ପ୍ରଶ୍ନ ଥିଲା ଏ ପଥରକୁ ନେଇ କେମିତି କଣ ପ୍ରସେସିଂ କରାଯାଏ। ସେ ସବିଶେଷ ବର୍ଣ୍ଣନା କଲେ। କିନ୍ତୁ ତାଙ୍କ ଜିଜ୍ଞାସାର କୌଣସି ଉତ୍ତର ମୋ ପାଖରେ ନଥିଲା, କାରଣ କେବଳ ଯାହା ଶୁଣାକଥା, ଏମିତି ପଥର ଦେଖିବାର ସୁଯୋଗ ଟିଏ ମିଳିଲା ନାହିଁ ଦୀର୍ଘ ବର୍ଷ ସେ ଅଞ୍ଚଳରେ କାମ କରିବା ସତ୍ବେ। ପରେ କଣ୍ଠସ୍ବର ଆହୁରି ନିମ୍ନ କରି ସେ ମୋତେ ଯାହା କହିଲେ ତାର ସାରାଂଶ ହେଲା, ଏ ରାଜ୍ୟରେ କୁଆଡେ ପୁରୁଷ ଉପଭୋଗର ସାମଗ୍ରୀ ସୁଲଭ। ବସଷ୍ଟାଣ୍ଡ ପହଞ୍ଚି ଯାଇଥିଲା ସହର୍ସ ସେ ଚାଲିଲେ ତାଙ୍କର ରହଣି ସ୍ଥାନ ଅଗ୍ରସେନ ଭବନ ଆଡକୁ ଓ ବିମର୍ଷ ମୁଁ ମୋ ଗନ୍ତବ୍ୟ ସ୍ଥାନକୁ, ଓଡ଼ିଆ ଅସ୍ମିତାର ରକ୍ତ ଚାଉଳ ଚୋବାଇ ଚୋବାଇ।
ଅଶି ମସିହାରେ, ଓଡ଼ିଶାରୁ କୋଡିଏ ଜଣ କଂଗ୍ରେସ ସାଂସଦ ଯାଇଥିଲେ, ଚୌରାଅଶିରେ ବି ସେଇଆ, ମନ୍ତ୍ରୀ ହେଲେ କେତେ ଜଣ? ଭିପି ସିଂହଙ୍କ ସମୟ ଅବଶ୍ୟ ଥିଲା ଆମ ରାଜ୍ୟ ପାଇଁ ସର୍ବାଧିକ ଭଲ। ସେଦିନର କାବିନେଟ ମନ୍ତ୍ରୀ ଶ୍ରୀକାନ୍ତ ଜେନା ମନମୋହନଙ୍କ ସମୟରେ ସୁଧାର ଛାତ୍ର ପ୍ରାୟ ତଳ ସ୍ତରରେ ରହିବା ହୁଏତ ତାଙ୍କ ରାଜନୈତିକ ବାଧ୍ୟ ବାଧ୍ୟକତା ହୋଇପାରେ, କିନ୍ତୁ ଜଣେ ସାଧାରଣ ଓଡ଼ିଆ ପାଇଁ ଏହା'ତ ଲଜ୍ଜା ଜନକ ବ୍ୟାପାର।
ଓଡ଼ିଶାର ଦାରିଦ୍ର୍ୟକୁ ଉପହାସ କରିବାରେ ଅଣଓଡିଆ ଆଦୌ ସଙ୍କୋଚ ପ୍ରକାଶ କରେ ନାହିଁ, କେତେବେଳେ କେଉଁ ବାବା ତାଙ୍କ ଟିକେଟ ବିକ୍ରି ହୋଇ ନଥିବା ଦେଖି ମନ୍ତବ୍ୟ ସହଜରେ ଦେଇଯାନ୍ତି, ଓଡିଶା ସଚମୁଚ୍ ଗରିବ୍ ହେ। ଆଉ ପଞ୍ଚାୟତ ନିର୍ବାଚନର ଫଳାଫଳରେ ଉତ୍ଫୁଲିତ ହୋଇ ଆମର ପ୍ରିୟ ପ୍ରଧାନମନ୍ତ୍ରୀ କହୁ କହୁ କେତେ କଥା କହିଗଲେ ଯାହା ଆମ ଅସ୍ମିତାକୁ ଗଙ୍ଗା ଜଳରେ ଧୋଇ ପକାଇଲା ଭଳି ଲାଗିଲା। ଧୋଇ ଧାଇ ଓଡିଆକୁ ଗରିବ ଓ ନିତାନ୍ତ ଗରିବ କହି ପେଡିରେ ପୁରାଇ ଦେଲେ। ଆମ ଲୋକେ ବିକଳ ହୋଇ କହିଲେ ମହାନଦୀ ପାଣିରେ ଧୁଅ, ଆମକୁ ମଲା ମୁହଁରେ ପାଣି ଦିଅ ଆମେ ତୁମକୁ ବାଲୁକା କଳା ଦେଖାଇବୁ, ଓଡିଶୀ ନାଚ ଦେଖେଇବୁ, ପଥର କହୁଥିବା କଥା ଶୁଣାଇବୁ। ତୁମେ ଏମିତି କହି ଉପହାସ କର ନାହିଁ। ଦଳେ ହୋ ହା କଲେ ଅତ୍ୟନ୍ତ ଦୁର୍ବଳ ସ୍ବରରେ। ଅବଶ୍ୟ ଗରିବକୁ ବି ଗରିବ କହିବାର କୌଣସି ଆବଶ୍ୟକତା ନଥିଲା। ଅତ୍ୟଧିକ କହୁଥିବା ଓ ମନଇଚ୍ଛା ନୀରବ ରହୁଥିବା ପ୍ରଧାନ ସେବକଙ୍କ ବକ୍ତବ୍ୟ ଆମକୁ ଭଲ ବା ମନ୍ଦ ଲାଗିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମ ଅସ୍ମିତାର ପ୍ରଗାଢତା ସେ ଜାଣନ୍ତି ଅତି ହାଲୁକା, ଏହା ଆମେ ବି ଜାଣିଛୁ।
ସମୁଦ୍ର ବିଜୟ କରି ଆମେ ପୂର୍ବ ପ୍ରାଚ୍ୟରେ ବସତି ବସାଇ ସାଧବ ବୋଲାଇଲୁ, ଏହା ଯଦି ମିଥ୍ୟା ହୋଇଥାନ୍ତା, ଏ ଜାତି ରହିତ ଶବ୍ଦ ସାଧବ ଆଦୌ ନଥାନ୍ତା। ଆଜି ଦକ୍ଷିଣରୁ ଟ୍ରଲର ପଶି ମାଛ ନେବା ଓ ଉତ୍ତରରେ ପଡୋଶୀ ବନ୍ଦରର ଅଧିକାର ସୀମା ଜୋର କରି ଆମ ଆଡକୁ ମାଡି ଆସିବା ଦେଖି ବୋଧହୁଏ, ଓଡିଆ ଛାଗଳ ଜାତୀୟ ଜୀବ ପାଣିକୁ ଡରେ।
ମଧୁବାବୁଙ୍କ ଆଶାକୁ ନିରାଶ କରି ବଛିନ୍ନ ଓଡିଶାକୁ ଏକାଠି କରିବାର ପ୍ରସ୍ତାବକୁ ଗ୍ରହଣ କରିବାତ ଦୂରର କଥା, ଉପସ୍ଥାପନ କରିବାକୁ ଦେଲେ ନାହିଁ ତାଙ୍କ ବନ୍ଧୁ ଓ କଂଗ୍ରେସ ଅଧ୍ୟକ୍ଷ। ସେ ସ୍ବାଭିମାନୀ। ଓଡିଆ, କଂଗ୍ରେସ ଛାଡି ଆମ ନବଜାଗରଣର କେନ୍ଦ୍ରବିନ୍ଦୁ ହୋଇଗଲେ।
ଓଡିଆ, ମହାଭାରତୀୟ ଆକୁମାରୀ ହିମାଳୟ ଅନ୍ତଃସ୍ରୋତ ଓ ବାହ୍ୟ ଆହ୍ବାନରୁ ଚିର ବିଚ୍ୟୁତ ହେବ କେମିତି। ମହାଭାରତୀୟ ସ୍ରୋତରେ ସାମିଲ ହେଲେ ଗୋପବନ୍ଧୁ; ତାଙ୍କ ସଖାବଳ, ପାଣ୍ଡିତ୍ୟ, ବାଗ୍ମୀତା, ନେତୃତ୍ବ ଓ ରାଜନୈତିକ ବିଚକ୍ଷଣତା ନେଇ, କୌଣସି ଛଳ ନକରି।
ଆମେ ସଚରାଚରେ କିନ୍ତୁ ତାଙ୍କ ଉତ୍କଳମଣି ଉପାଧିରୁ ଏକ ଧାରଣା ନେଉ ଯେ ସେ ଜଣେ ପ୍ରାନ୍ତୀୟ ନେତା। ସେ ତ ଭାରତ ମଣି କିମ୍ବା ବିଶ୍ବମଣି ହେବା କଥା। ଦୁର୍ଭାଗ୍ୟ ପଣ୍ଡିତ ନୀଳକଣ୍ଠଙ୍କ ମୃଦୁ ଚେତାବନୀକୁ ସେ ଗ୍ରହଣ ନକରି ଉପାଧି ବାବଦରେ ମୌନେ ସମ୍ମତ ହୋଇଗଲେ। ଅଧିକ ଦୁର୍ଭାଗ୍ୟ, ଦୀର୍ଘ ଜୀବନ ତାଙ୍କ କପାଳରେ ନଥିଲା। ତେବେ ଜନ ମାନସ ତାଙ୍କୁ ଧରିନେଲା, ଜଣେ ଦରଦୀ କବି, ସମାଜସେବୀ ଏବଂ ଓଡିଶା ଭଳି ଏକ ଗୁରୁତ୍ୱ ବିହୀନ ଅଞ୍ଚଳର ନେତା। ଏହା ତୃଟିଯୁକ୍ତ, ସେ ଥିଲେ ପ୍ରଚଣ୍ଡ ଓ ମହାଭାରତୀୟ ଚିନ୍ତାଧାରାର ନେତା। ଏମିତି ସହଜରେ ସନ୍ତୁଷ୍ଟ ହୋଇଯିବା ଯେମିତି ଆମର ଏକ ବିଶେଷ୍ବତ।

କେବେ କେବେ ମନେ ହୁଏ ସତେ ଯେପରି ମଧୁବାବୁ, ଗୋପବନ୍ଧୁ, ମହାଶୟ ମହତାବ, ବିଜୁବାବୁ, ମହାଶୟା ନନ୍ଦିନୀ ଦେବୀ, ଜାନକୀବାବୁ ଓ ଶ୍ରୀକାନ୍ତବାବୁ ତଥା ଯେତେକ ଓଡିଆ ନେତା ଠକାମୀର ଶୀକାର ହୋଇଛନ୍ତି। ପାଠକେ ସବୁ ନାମ ସହ ଏକମତ ନହୋଇ ପାରନ୍ତି।
ଓଡ଼ିଆ ଶାସ୍ତ୍ରୀୟ ଭାଷାର ମହତ୍ତ୍ଵର ଅଧିକାରୀ, ଓଡିଆ ସାହିତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ଏହା କେହି ଅସ୍ବୀକାର କରିବା ସମ୍ଭବ ନୁହେଁ। ନୋବେଲ ପ୍ରାପ୍ତ ସାହିତ୍ୟ ସହ କେତେବାର ମନୋଜୀୟ ସାହିତ୍ୟକୁ ତୁଳନା କରି ଭାବେ, ନୋବେଲ ପୁରସ୍କାର କମିଟିର ସେ ସୌଭାଗ୍ୟ ନାହିଁ। କିନ୍ତୁ ଆମେ ତ ଏ ଦିଗରେ କିଛି କରିବା ନାହିଁ ବରଂ ତାଙ୍କ ଶାନ୍ତି ବ୍ୟାହାତ ହେଲା ଭଳି ଖେଞ୍ଚ ମାରି ଆମର ବ୍ୟକ୍ତିଗତ ପାରଙ୍ଗମତା ଦେଖାଇବା। ଏହା ଆମ ପ୍ରକୃତିର ଏକ ଅଭିନ୍ନ ଦିଗ।
ବହୁ ଲୋକ ଓଡିଆ ଓ ଓଡିଶାକୁ ପାଥେୟ କରି ବିଭିନ୍ନ କ୍ଷେତ୍ରରେ ମାତୁଛନ୍ତି, ରାଲି କରୁଛନ୍ତି ଓ ଅଶୃ ବିସର୍ଜନ କରୁଛନ୍ତି କିନ୍ତୁ ବେଶି ନୁହଁ ଅତି ସାଧାରଣ ଧ୍ୟାନ ଦେଲେ ଜଳ ଜଳ ଜଣାପଡେ କେତେ ପାଣିଚିଆ ସେ ପ୍ରଚେଷ୍ଟା, ଅତି ବେଶୀରେ ଏକ ଗୋଷ୍ଠୀ ଗଠନର ବୀଜ ଅଣୁ ମାତ୍ର।
ତେବେ ଆମେ କଣ ନାକାରତ୍ମକ ଭାବନା ବିଜଡିତ ରହିବା।

ଆଦୌ ନୁହେଁ।
ସାଧାରଣ ଜନତା ମଧ୍ୟରୁ ବାହାରିବେ; ଶାରଳା, ବିଷ୍ଣୁ ଗୁପ୍ତ, ଜଗନ୍ନାଥ, ଜୟ, ସମ୍ରାଟ, ମଧୁ, ଗୋପ, ବିଜୁ, ଓ ନୂଆ ବିଷ୍ଣୁ ଗୁପ୍ତ ନଚେତ କପିଳା।
ଜଗନ୍ନାଥ ଯାହାର ପରିଚୟ, ଯେଉଁ ସଭ୍ୟତାର ସିମେଣ୍ଟ ସେ କିଛି ଚିନ୍ତା ନକରି ଶାଗ ପଖାଳ ଖାଇ ସୁଖ ନିଦ୍ରା ଯାଉ।

ଏକଦା ଦୁଇ ବିନୟୀ ଓ ସୁସ୍ବଭାବ ସମ୍ପର୍ଣ୍ଣ କାଶ୍ମୀର ଯୁବକଙ୍କ ସହ ଦୀଲ୍ଲିରୁ ରେଳଯାତ୍ରା ଅବସରରେ ଜାଣିବାକୁ ପାଇଲି ସମସ୍ୟା କ’ଣ। ସବୁ ଭଲ ମଧ୍ୟରେ ଗୋଟିଏ କଥା ବାଧୁଥାଏ ଯେ ସେମାନେ ସତେ ଯେପରି ବିଦେଶ ଭୂମିକୁ ଆସିଛନ୍ତି।
ମୁଁ କହିଲି ଏହା ଆହୁରି ସରସ, ନିରାପଦ ଓ ଆନନ୍ଦ ଦାୟକ, ଯଦି ଆମେ ଭାବିବା ଯେ ସୌଭାଗ୍ୟ ବଳରେ ଆମେ ଏକ ବିପୁଳ ସଭ୍ୟତାର ଅଂଶିଦାର ହୋଇ ଜନ୍ମ ହୋଇଛୁ, ଏହା ଆମ ପ୍ରାନ୍ତୀୟ ପରିଚୟକୁ ଆଦୌ ବିପର୍ଣ୍ଣ ନକରି ବଳିଷ୍ଠ କରିବ। ଏ ପ୍ରବନ୍ଧଟି ଲେଖିଲା ବେଳେ ଲେଖକ ଉପରୋକ୍ତ ବକ୍ତବ୍ୟକୁ ଆଦୌ ଭୁଲି ଯାଇ ନାହିଁ।
(ଅବଲମ୍ବନ- ଆତ୍ମଚରିଚ, ଶତାବ୍ଦୀ ପୁରୁଷ, ଶତାବ୍ଦୀର ସୂର୍ଯ୍ୟ, କୁଳବୃଦ୍ଧ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠଙ୍କ ଆତ୍ମଜୀବନୀ, ପଥ ଓ ପୃଥିବୀ, ମୋ ଜୀବନ ସଂଗ୍ରାମ କାହାଣୀ)

Excellent.swabhimani odia nische Pasand karibe lekha tiki.
ReplyDelete