Search This Blog

Friday 28 November 2014

ଚଷମା ....

ଚଷମା

ଆଜି ଯେପରି ସଂଧ୍ୟାର ଆଗମନ ହେଲା ଅଚାନକ ସେପାଇଁ ରୋହିତବାବୁ ଆଦୌ ପ୍ରସ୍ତୁତ ନଥିଲେ । ଜୀବନର ଅର୍ଦ୍ଧଶତକ ବୟସ ଅତିକ୍ରାଂତ ହେବାକୁ ଆଉ ବର୍ଷ କେତୋଟି ବାକି, ଲୋଡା ତାଙ୍କର ଏକ ଚଷମା, ଯାହାକୁ ସେ ଅକାରଣରେ ଆଜିପର୍ଯ୍ୟନ୍ତ ଉପେକ୍ଷା କରିଛଂତି। ସେ`କି ଜାଣିଥିଲେ ଏ ଡାକ୍ତରୀ କାମ ଏତେ ସମୟ ନେବ ଯେ ସକାଳୁ ଆସି ସଂଧ୍ୟାରେ ଫେରିବେ ଅବଶ୍ୟ ସେ ଚଷମା କାମରେ ଆସିନଥିଲେ  

ସହରରେ ସଂଧ୍ୟା ଥାଟ୍ଟବାଟ ଧରି ସଘୋଷେ ପହଞ୍ଚୁଥିବାର ସେ ଅନୁଭବ କରିପାରିଲେ ନାହିଁ, ବସ୍ତୁତଃ ଚତୁର୍ଦିଗ ଆଲୋକିତ ହୋଇଉଠିଲା ଅଂଧକାର ଆସିବା ଆଗରୁ ସେମିତି କିଛି ହେଲାନି ଯେମିତି ଗାଁଆରେ ହୁଏ; ସଞ୍ଜ ନଇଁଆସେ, ପଶ୍ଚିମ ଆକାଶର ବହୁ ଲୋହିତ ବର୍ଣ୍ଣାଳୀ କ୍ରମଶଃ ମ୍ଳାନଗାମୀ ହୋଇ ଅନ୍ଧକାରକୁ ସାଦରେ ଆବୋରି ନିଅନ୍ତି,ପାହାଡର ଆରକଡେ ସୂରୁଜ ଲୁଚିଯାଆନ୍ତି, ପିଲାଏ ଖେଳିସାରି ଘରକୁ ଫେରନ୍ତି, ଧୌତ ହସ୍ତପଦେ ପ୍ରାର୍ଥନା ହୁଏ, ମନ୍ଦିରରେ ଘଣ୍ଟନାଦ ସହ ଆଳତି ହୁଏ, ନୀଡାଶ୍ରୀ ପକ୍ଷୀକୂଳ ଦିବସର ଅନ୍ତିମ କଳରବ ପର୍ବ ଶେଷ ପୂର୍ବକ ସାନନ୍ଦେ ନିଦ୍ରା ଯାଆନ୍ତି, କେଉଁଠୁ ଭାସିଆସେ ମାଦଳର ତାଳେ ତାଳେ ଧାଁଗଡା ଧାଁଗଡୀଙ୍କର ନୃତ୍ୟଗୀତର ବିଚିତ୍ରା, ଆହୁରି କେତେକ'ଣ ନିତିଦିନିଆ କିନ୍ତୁ କେତେ ମାଧୂର୍ଯ୍ୟଭରା ଅନେକ ଅଧିବେଶନ ହଁ ସେମିତି କିଛି ହେଲାନି ଏଣୁ ରୋହିତ ଅନୁଭବ କଲେ ଅଚାନକ ସଂଧ୍ୟା ଆସିଗଲା ଯେତେବେଳେ ଔଷଧ ଦୋକାନୀ ଏକକୋଣରେ ଶୋଭାପାଉଥିବା କୁନି ଗଣେଷଙ୍କ ପାଖରେ ଯୋଡାଏ ଧୁପକାଠି ଜାଳିଦେଇ ପୁନଶ୍ଚ ଗରାଖ ସେବାରେ ମନୋନିବେଶ କଲା।
ନିଜ ଉପରେ ଥିବା ଆସ୍ଥା ଶଂଶୟ ପୀଡିତ,ନିଜର ଦୃଷ୍ଟିଶକ୍ତି ଉପରେ ତାଙ୍କର ଘୋର ସନ୍ଦେହ ହେତୁ ସେ ପୁରୁଣାକାଳିଆ ବାଜାଜ ସ୍କୁଟର୍ ଟିକୁ ବେଶ ଧିରେ ଧିରେ ଚଲାଇ ବିଂଶାଧିକ କିଲୋମିଟର ଦୂର ନିଜ ଅର୍ଦ୍ଧ ସହରୀ ଗ୍ରାମ ରାମପୁରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଆଧୂନିକ ଶୀଳ୍ପ ସହର ମଧୁବନରୁ ସିଧା ପଶ୍ହିମକୁ ରାଜପଥ ଉପରେ ତାଙ୍କ ଗ୍ରାମ ଗାଡିମଟର ଚାଲିଛି, ଭୟନାହିଁ, କିନ୍ତୂ ସେଇଟାହିଁ ତ ଭୟ, ନୂଆ ନୂଆ ଗାଡି ମାନଙ୍କର ଯେଉଁ ଉଜ୍ଜୋଳ ଆଲୋକ, ବାବାରେ ବାବା, ତାହା ତାଙ୍କ ଆକ୍ଷି ଝଲସାଇ ଦେଉଛି ଅଗତ୍ୟା ତାଙ୍କ ଦୃଷ୍ଟିଶକ୍ତି, ସ୍କୁଟରର ନିସ୍ପ୍ରଭ ହେଡ ଲାଇଟ ଏବଂ ତାଙ୍କ ଗାଡିର ବେଗ ପରସ୍ପର ଅନାବିଳ ଶ୍ରଦ୍ଧା ସହକାରେ ସମତାଳେ ଚାଲିଛନ୍ତି, ଧିର ମନ୍ଥର କେବଳ ଯାହା ମନର ଗତି ଆଜି ପ୍ରଖର ଅଛି। ହେବା ସ୍ୱଭାବିକ, ପତ୍ନୀ ବିଭକ୍ତ ସିଟ୍'ର ପଛ ଖଣ୍ଡଟି ଉପରେ ଅନଭସ୍ତ୍ୟ ଅତଏବ ଭୟାତୁର ହୋଇ ବସିଛନ୍ତି ଏବଂ ସମ୍ଭ୍ରମତାର ସହ ଭିଡି ଧରିଛନ୍ତି, ସରାଗରେ ନୁହେଁ; କାଳେ ଯଦି ଖସି ପଡିବେ! କେତେଥର କହିଛନ୍ତି ଭଲ ଗାଡିଟିଏ କିଣ ରୋହିତବାବୁ କିଂତୁ ଅଲଗା କଥା ଭାବୁଛନ୍ତି, ମନକୁ ଶହେଥର କହିଲେଣି ତା'ହେଲେ ସେମାନେ ଏବେ ମା ବାପା ହୋଇ ପାରିବେ, ମାଡାମ ତ ଦମ୍ଭ ଦେଇ କହିଛନ୍ତି। ସେ ସିନା ଦରବୁଢା, ପତ୍ନୀ ଚମ୍ପାତ ବୟସ ଛୁଇଁଛନ୍ତି ମାତ୍ର ତିରିଷି, ଦ୍ୱିତୀୟ ପକ୍ଷ ଯେ ବହୁତ ପରୀକ୍ଷା ନିରୀକ୍ଷା କରି ବିଶେଷଜ୍ଞ ଡାକ୍ତରାଣୀ କହିଛନ୍ତି ସେମିତି କିଛି ଅସୁବିଧା ନାହିଁ, ସବୁ ରିପୋର୍ଟ ଭଲ ବାହାରିଛି, କେବଳ ଯାହା ରୋହିତଙ୍କର କିଛି ସାମାନ୍ୟ ଅସୁବିଧା ରହିଛି, ତେବେ ଆରୋଗ୍ୟ ସାଧ୍ୟ
     ହଠାତ ତାଙ୍କର ମନେହେଲା ସେ ଯେପରି କାହାକୁ ଅନୁସରଣ କରୁଛନ୍ତି, ଆଗରେ ମଟର ସାଇକେଲଟିଏ ଯାଉଛି, ସମ୍ଭବତ ଅତ୍ୟାଧୂନିକ, କେତେ ଗାଢା ଆଲୋକ!ତାଂକ ଗାଡିର ଆଲୋକ ଆଉ ଦେଖା ଯାଉଛିକି ନାହିଁ କହିବା ମୁସ୍କିଲ୍। ବରଂ ସତେ ଅବା ଆଗ ଗାଡିଟି  ତାଙ୍କ ବାଜାଜ ଚେତକଟିକୁ ଭିଡି ଭିଡି ନେଉଛି। ସେ ଟିକେ ନିରିଖେଇକି ଦେଖିଲେ କିଏ ଏହି ବନ୍ଧୁ ଯାହାଙ୍କ ସାହାଚର୍ଯ୍ୟ ସେ କେତେବେଳୁ ଗ୍ରହଣ କରିଛନ୍ତି  ବାଇକ ଆରୋହୀଙ୍କ ପ୍ରଛଦପଟ ଦ୍ୱୀପତଳ ପରି ଅନ୍ଧାରୁଆ ଦେଖାଯାଉଛି, କିଛି ଗୋଟିଏ ଧଳା ରଙ୍ଗର ଅଙ୍ଗା ପିନ୍ଧି ନଥିଲେ ରୋହିତ ତାଙ୍କୁ ଦେଖି ପାରୁନଥାନ୍ତେ, ପିଠିରେ ତାଙ୍କର ଖୁବ ବଡ କଳା କିମ୍ବା ସେହିଭଳି ରଙ୍ଗର ମସ୍ତବଡ ବ୍ୟାକ ପ୍ୟାକ ବ୍ୟାଗଟିଏ ଆରୋହୀଙ୍କୁ ଗ୍ରାସ କରିଛି, ଓଃ ତାହେଲେ ଏହି ଓଜନଟିକୁ ବୋହୁଥିବାରୁ ବାଇକଟି ଏତେ ଧିରେ ଚାଲୁଛି 
ମଣିଷର ମନ କେତେବେଳେ ଢିଙ୍କିଶାଳରୁ ବାହାରି ଢେଙ୍କାନାଳରେ ପହଞ୍ଚେ ତାର ଆନ୍ଦାଜ କିଏବା କରିପାରିବ ଆଜି ପର୍ଯ୍ୟନ୍ତ ଚଷମାକୁ ଏଡାଇ ଯାଉଥିବା ରୋହିତ ନିଜକୁ ନିନ୍ଦିଲେ କାହିଁକି ସହର ଆସିମଧ୍ୟ ଏ କାମଟି ନ କଲେ ଏଇ ଟିକେ ଆଗରୁ, ନିଜ ଅବଶ୍ୟ ଆଗତଃ ପିତୃତ୍ୱ ପାଇଁ ପୁଲକିତ ବ୍ୟକ୍ତିଟି ମୂହୁର୍ତ୍ତପରେ ଏତେ ହତାଶିଆ ବୋଧ କରିପାରେ! ପୁଣି ନିନ୍ଦା କଲେ ଗାଡିତଟିର ଧୁଆଁଳିଆ ହେଡ ଲାଇଟ ଏବଂ ଗାଡି ନବଦଳାଇବାର ଅମାନିଆ ସ୍ୱାମୀ ପଣିଆକୁ। ଚମ୍ପା ଠିକ କଥା କହେ, ତା'ର ଦୂର ଦୃଷ୍ଟି ଅଧିକ। 
ଏ ଚମ୍ପା ମ ! ଟିକେ ଘୁଂଚି ଆସିଲ।

     ବାଇକ ବାଲା ଏତେ ଧିରେ କାହିଁକି ଚାଲିବ? ସେ ଆଉଟିକେ ଆଖି ଫାଡିକି ଦେଖିଲେ, ହଠାତ ମନେହେଲା ବ୍ୟାଗଟା ଭାଲୁ ପାଲଟି ଗଲା, ହାତ ଦୁଇଟା ଟେକିଲା! ଆଶ୍ଚର୍ଯ୍ୟ ! 
"ଏ ଚମ୍ପା ଦେଖ ମ! ତା ବ୍ୟାଗଟା କେମିତି ବିଚିତ୍ର ଆଚରଣ କରୁଛି!"
ଚମ୍ପା ଏତେ ଜୋରରେ ହସିଲେ ଯେ ସ୍କୁଟରଟା ଦୋହଲିଗଲା, ଅଗତ୍ୟା କାଳେ ପଡିଯିବା ଭୟରେ ଚମ୍ପା ରୋହିତଙ୍କୁ ଭିଡି ଧରିଲେ, ଆଉ କହିଲେ, "ବୁଝିପାରିଲ, ସେ ବାଇକରେ ଜଣେ ଯୁବତୀ ତାଙ୍କ ଯୁବ ବନ୍ଧୁଙ୍କ ପିଠିରେ ସ୍କୁଲ ବ୍ୟାଗ ଭଳି ଲଦା ପଡିଛି, ହୁଏତ ମୋଠୁ ବହୁତ ସୁନ୍ଦରୀ ଏତିକି ବୁଝିପାରୁନ କେବେ ଆଉ ବୁଦ୍ଧି ହେବ?

     "ତୁମେ ଟିକେ ସେମିତି ବସୁ ନ!"

“ବୁଢାର ସରାଗକୁ ଦେଖ, ଯେଉଁତ ଦୁଇଫାଳିଆ ସିଟ, ଅକଲବି ଟିକେ ହେଲ।ନାହିଁ, ଘରେ ପହଁଚିଲା ପର୍ଯ୍ୟନ୍ତ ଜୀବନ ଆଗେ ବଞ୍ଚୁ। ବେସରମ ସେ ଅଲାଜୁକୀ ଟୋ.. ଭଳି। ବାହା ହେବା ଆଗରୁ, ଛି ଛି।"

     "ତୁମେ ଜଣକୁ ସେପରି କହିବା ଉଚିତ ନୁହେଁ, ହୁଏତ ଏହା ଏକାନ୍ତ ଆତ୍ମିୟତାର ଅନୁଭବ, ସମର୍ପଣର ସଙ୍କେତ, ସଂପୂର୍ଣ୍ଣ ବିଶ୍ୱାସର ପ୍ରତୀକ।"

     ଅତଃପର ଚମ୍ପା ବାରକଥା ଅବିରତ ବକି ଚାଲିଲା

     ରୋହିତଙ୍କୁ ହତାଶ ଲାଗିଲା ଡାକ୍ତରାଣୀ କହିଲାବେଳୁ ଚମ୍ପାର କିଛି ଅସୁବିଧା ନାହିଁ, ଯାହା କିଛି ଅଛି ରୋହିତର ଯାହା ଚିକିତ୍ସାରେ ଭଲ ହୋଇଯିବ, ସେବେଠୁ ସେ ଅତ୍ୟାଚାର ସହୁଛନ୍ତି ସେ ସଳଖି ଅନାଇଲେ, ଆଗର ଭାଲୁ ଏକ ଲାବଣ୍ୟମୟୀ ପରୀକୁ ରୁପାନ୍ତରିତ ହୋଇ ସାରିଥିଲା, ସେ ପ୍ରତିଶୋଧର ବିଶୁଦ୍ଧ ଅନୁଭବରେ ପୁଲକିତ ହେଲେ। ସମାନ୍ୟ ଲଜ୍ଜା ବି ବୋଧ କଲେ, ଯେମିତି ସେ ଇଛାକୃତ ଭାବେ ଦୁଇ ପ୍ରେମୀଙ୍କ ପ୍ରମୋଦରେ ବାଧା ଦେଉଛନ୍ତି  ଆକ୍ସିଲେରେଟରକୁ ଜୋରରେ ମୋଡିଲେ ଯେମିତି ହେଉ ସେମାନଙ୍କ ଧୀରଗତିରେ ଆଉ ବାନ୍ଧି ହେବେନାହିଁ। ବୀପରିତ ଫଳ ମିଳିଲା, ଅନ୍ୟମନସ୍କତାର ଝରକାଦେଇ ନିର୍ବୋଦ୍ଧତା ଝପଟି ପଶିଆସିଲା ତାଙ୍କ ଗ୍ରାମ ପହଞ୍ଚି ସାରିଥିବାର ଘୋଷଣା କରିଥିଲା ଗ୍ରାମ ଆରମ୍ଭର ବିଶାଳ ହମ୍ପ୍ସ୍। କହିବା ବାହୁଲ୍ୟ ତହିଁ ଉପରେ ସ୍କୁଟରଟି ଏପରି ବେପରୁଆ ଆରୋହଣ କଲାଯେ ବିନା ମେଘେ ବଜ୍ରପାତ ପ୍ରାୟ ଦୁହେଁ ଦୁଲ୍ ଦାଲ ଛିଟିକି ପଡିଲେ, ଚମ୍ପାଙ୍କ ଚିତ୍କାର ସହ । ପ୍ରେମୀ ଦୁଇଜଣ ଗାଡି ଅଟକାଇ ସେମାନଙ୍କୁ ଉଠାଉଠି କଲେ 

ମାନବିକତା ଠିକ ସ୍ଥାନରେ ସଦା ସୁରକ୍ଷିତ ଥାଏ ଟିକେ ଆଗରୁ ଯେଉଁ ଯୁବତୀଟିକୁ ଚମ୍ପା ଅଲାଜୁକୀ କହି ନିଜର ମହତ ପଣିଆ ଜାହିର କରୁଥିଲେ ସେଇ ଝିଅଟି କାନ୍ଧରେ ଭରାଦେଇ ସେ ରାସ୍ତା କଡକୁ ଘୁଞ୍ଚି ଆସୁଥିଲେ ଆହାଃ କେଉଁଯୁଗର ଦୁଇ ଭୋଉଣୀ ଅବା।

     ଯୁବକ ଜଣକ ହମ୍ପ୍ସକୁ ଦୋଶ ଦେଉଥିଲେ, “ବୁଝିଲେ ଆଜ୍ଞା ଯେଉଁ ଗାଆଁରେ ଯେତେବଡ ହମ୍ପ୍ସ ସେ ଗାଁ ଲୋକେ ସେତେ ବଦମାସ।“

    ରୋହୀତଙ୍କ ପାଟିରୁ ବହାରି ପଡିଲା, “ ହଁ ରେ ବାବାଃ ମୁଁ ସେହି ବଦମାସ ଗ୍ରାମର ବାସିନ୍ଦା।"

ଓ! ସରି ସାର, ଭୁଲ ହୋଇଗଲା 
 କ୍ରମଶଃ......କଥା ଏତେ ବାକି ଅଛି ଯେ ଏକ କ୍ଷୂଦ୍ର ଉପନ୍ୟାସ  ହୋଇ ପାରିବ, ଆଜି ଗୁରୁଜୀ ମନୋଜ ଦାସ ଓଡିଶା ଆସିଛନ୍ତି, ତାଂକ ସମ୍ମାନ ସକାଶେ........

             

No comments:

Post a Comment