[26/06, 15:25] rabisenapati2304:
ଲିଜା ଓ ସତ୍ୟବାନ।
ସତକଥା ଗପଠୁବି ଏତେ ଅଧିକ ଅନ୍ତର୍ଭେଦୀ ହୋଇପାରେ? ମୁଁ ଶିହରି ଉଠିଲି ମୋ ରୋଗୀର କାହାଣୀ ଶୁଣି।
ସାର୍ ମୋତେ ଚିହ୍ନି ପାରୁଛନ୍ତି? ବୋଧେ ପାରୁ ନଥିବେ, କେମିତି ବା ମନେ ରଖନ୍ତେ, ବାର ବର୍ଷ ତଳର ଘଟଣା! ତାଛଡ଼ା ମୁଁ ସେତେବେଳେ ସତର ବର୍ଷର ଝିଅ ଆଜି ମୁଁ ବୋହୂ , ଗର୍ଭବତୀ ଓ ସେପାଇଁ ପରାମର୍ଶ ନେବାକୁ ଆସିଛି। ସେତେବେଳେ ଆସିଥିଲି ଭୟରେ, କାଳେ କିଛି ଅସୁବିଧା ହୋଇଥିବ ଵୋଲି। ମୁଁ ପଦେ ଦୁଇପଦ କହିଥିଲି, ବାକି ସବୁ ମୋ ମାଆ କହି ଦେଇଥିଲା। ଆଜି ମୁଁ ସବୁଆଡେ ଖୁବ୍ ଗପୁଛି। ଇଏ ଡରୁଛନ୍ତି, କାଳେ ମୁଁ ବାଇଆଣୀ ହୋଇଯିବି। ହେଲାବେଳେ ତ ହେଲିନି ନିଜକୁ ସମ୍ଭାଳି ନେଲି, ଏବେ କାହିଁକି ମୋ ମୁଣ୍ଡ ବିଗିଡିବ? ସେଦିନ ଆପଣ ଅଲଟ୍ରାସାଉଣ୍ଡ ମେସିନ ପାଖରେ ବସିଥାନ୍ତି। କହିଲେ, ଝିଅ ଏଇଠି ଶୋଇପଡ। ଦେଖିଲେ ବେଶ୍ ଭଲ ଭାବରେ ଏବଂ ମାଆକୁ ଧୀରେ କହିଲେ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ସେମିତି କିଛି ଅସୁବିଧା ହୋଇନି। ଏମିତି ହଠାତ୍ ଦୁଃଖ କଷ୍ଟରେ ପଡିଗଲେ ଛାଆଁକୁ ଋତୁସ୍ରାବ ବନ୍ଦ ହୋଇଯିବାର ସମ୍ଭାବନା ଅଛି, ଯେଉଁଟା ଆପଣଙ୍କ ଝିଅ ଲିଜାର ହୋଇଛି।
ମନେ ପଡିଲା ସାର୍ ମୁଁ କିଏ?
ମୋର କିଛି ମନେ ପଡୁନଥିଲା, ମୁଁ ଭାବିଲି ବୋହୂଟି ମାନିକ୍। ଏମିତି ପ୍ରଗଳ୍ଭ ହୋଇ କିଏ କହେ? ପୁଣି ସ୍ବାମୀ ଓ ମୋ ଆଗରେ ନିଜ ଝିଅବେଳେ କଣ ବିପଦରେ ପଡିଥିଲା କହୁଛି।
ମୁଁ ତାକୁ ଚୁପ୍ ହେବାକୁ କହିବାକୁ ଯାଉଥିଲି କିନ୍ତୁ ହଠାତ୍ ସେ କହିଦେଲା, "ମନେପଡୁନି ସାର୍, ମୋତେ ଯେଉଁ ତିନି ମାସପରେ ପୁଲିସ ଉଦ୍ଧାର କରିଥିଲା, କନକପୁରରୁ।"
ମୋର ଏବେ ମନେ ପଡିଗଲା। ଝିଅଟି ସିନା ମନେ ପଡିବ ନାହିଁ କିନ୍ତୁ ସେ ଲୋମହର୍ଷକ ଘଟଣା କିଏ ବା ଭୁଲିବ। ମୁଁ କିନ୍ତୁ, ମନେ ପଡୁଛି କହିବା ଅନୁଚିତ ବିଚାର କଲି। ତା ସ୍ବାମୀ ପାଖରେ ଅଛି ମୁଁ କେମିତି ତା ଆଗରେ ତା ଅତୀତ କଥା ଆଲୋଚନା କରିବି; ଏହା ଗୋପନୀୟତା ନିୟମର ଉଲଂଘନ ନହେବ କି!
ମୋର କିଛି ମନେ ନାହିଁ ଝିଅ, ଏବେ ଏତେ ଗପିବାକୁ ସମୟ ନାହିଁ ମା, ଆଉ ରୋଗୀ ଅଛନ୍ତି।
ସାର୍, ଦୁଃଖ ଶୁଣିଥିଲେ, ସୁଖ ଶୁଣିବେ ନାହିଁ? ସେ ଆଖି ଛଳ ଛଳ କରି କହିଲା।
ଆଉ କିଛି ଉପାୟ ନଥିଲା, ସେ ଗପିଲା ମୁଁ ଶୁଣିଲି। ତା ସ୍ବାମୀ ଏସବୁ ଗୋପନୀୟ କଥା ଜାଣୁ ବୋଲି ତା'ର ଯଦି ଚିନ୍ତା ନାହିଁ ମୋର କାହିଁକି ହେବ।
ସେ ମୂଳରୁ ଗପିଲା। ମୁଁ ଏସବୁ ମନେ ରଖିଛି ବୋଲି କହିଲି ନାହିଁ, ଏଣୁ ସେ ଅଧିକ ଗପିଲା। ସେ ଗପୁଡି ହୋଇଥିଲା କିମ୍ବା ସତକୁ ଟିକେ ମୁଣ୍ଡଦୋଷ ହେଲାଣି।
ସେଦିନ ସୋମବାର, 'ମଧୁବନ'ର ଗୋଲେଇ ଛକରେ ମୁଁ ଠିଆ ହୋଇଥାଏ, ଗତ ଦୁଇଦିନ ଛୁଟି ଥିଲା। କଲେଜରେ ପ୍ରଥମ ପିରିୟଡ଼ କ୍ଲାସରେ ଉପସ୍ଥିତ ହେବା ପାଇଁ ଶୀଘ୍ର ଯିବା ଜରୁରୀ। ମୋ ସମ୍ପର୍କୀୟ ଭାଇ କିମ୍ବା ମୋ ସାଙ୍ଗ ଲିସି ଆସି ନଥାନ୍ତି। ସେ ଦିଜଣଙ୍କ କ୍ଲାସ ଡେରିରେ ଥାଏ। ଶୀତ ସକାଳ, କମାଣ୍ଡର କି ଟ୍ରେକରଟାଏ ଏତେ ସକାଳୁ ଆସୁନଥାଏ।
କମାଣ୍ଡରଟିଏ ପହଞ୍ଚିଲା, ଚାରିଜଣ ପୁରୁଷ ଓ ଦୁଇଜଣ ସ୍ତ୍ରୀଲୋକ ବସିଥାନ୍ତି। ମୁଁ ସେ ଦୁଇ ଜଣଙ୍କ ମଝିରେ ବସିଲି। ତାପରେ କିଛି ଜାଣେନି।
ସାର୍ ସତରେ କଣ ଆପଣ କିଛି ଶୁଣି ନାହାନ୍ତି। ମୁଁ ତ ସବୁକଥା ଆଇସିଟିସି କାଉନସେଲର ମାଡାମଙ୍କୁ ଟିକିନିଖି କହିଥିଲି। ସେ ଆପଣଙ୍କୁ କିଛି କହି ନାହାନ୍ତି।
ମୁଁ ଯଦିଓ ସବୁକିଛି ଶୁଣିଥିଲି ମୋର ସହଯୋଗୀ ଷ୍ଟାଫଦିଦିଙ୍କଠାରୁ କିନ୍ତୁ କାଉନସେଲର ମତେ କିଛି କହିନଥିଲେ। ମୁଁ ନୀରବ ରହିଲି କିଛି ଜଣିନଥିବା ମୁଦ୍ରାରେ। ଲିଜା ବାଇଆଣୀ ନଥିଲା, ସେ ବି କଥାର ମୋଡ ବଦଳାଇ, ଜଘନ୍ୟ ଅତ୍ୟାଚାର କଥା ଉହ୍ୟ ରଖିଦେଲା।
ମୁଁ ଜାଣେ, ସେମାନେ ତାକୁ ସିଧା ନେଇଯାଇଥିଲେ କନକପୁରକୁ। ଏକଥା ମୁଁ ବିଶ୍ବାସ କରିଥିଲି, ଏଭଳି ଅନ୍ୟ ଏକ ଅପହରଣ କଥା ମୁଁ ଶୁଣିଥିଲି। ସେହି ଏକ ପ୍ରକାର ଶୈଳୀରେ। ସେଥର କିନ୍ତୁ ଜଣେ ଯୁବକ, ନାମ ମୋହିତ। ସେ ରାସ୍ତାରୁ ଖସି ପଳାଇ ଆସିଥିଲା ହଠାତ୍ ତା ହୋସ ଆସିଯିବାରୁ, ସିନେମା ଢଙ୍ଗରେ। ସେଥର ମଧ୍ୟ ସେହି କନକପୁର ଦିଗର ରାସ୍ତାରେ ଏହା ଘଟିଥିଲା। ଶେଷକୁ ପୋଲିସ ମଧ୍ୟ ଏକଥା ସ୍ବୀକାର କରି ଜନସଚେତନତା ପାଇଁ ଡାକବାଜି ପ୍ରଚାର କରିଥିଲା।
ମୋହିତ ଓ ଲିଜାର ଅପହରଣରେ ଉଦ୍ଦେଶ୍ୟ ବୋଧହୁଏ ଭିନ୍ନ।
ଲିଜାକୁ ସେଠାରେ ଏକ ଯନ୍ତ୍ରଭଳି ବ୍ୟବହାର କରିଥିଲେ ଅନୈତିକ କାର୍ଯ୍ୟରେ।
ଲିଜା ସେସବୁ ନବଖାଣି ସିଧା ସଳଖ ତା ଉଦ୍ଧାର ହେବା କଥା କହିଲା।
ସେତେବେଳକୁ ମୁଁ ଆଉ ପ୍ରତିରୋଧ କରିବା ଅବସ୍ଥାରେ ନଥିଲି ସାର୍। ସେଠାକୁ ଆସୁଥିଲେ ଅସୁର ମାନେ। ବୁଝି ସାରିଥିଲି, ସେମାନଙ୍କୁ ନେହୁରା ହେବାର ମାନେ କିଛି ନାହିଁ। କିନ୍ତୁ ଦିନେ ଡରିମରି ଆସିଥିଲା ଗରାଖଟାଏ। ସରି ସାର୍, ଏ ଗରାଖ ଶବ୍ଦ ବଦଳାଇ କଣ କହିହେବ ଜାଣିନି ବୋଲି ଏ ଶବ୍ଦଟି କହିଲି। ପିଲାଟା ଦେଖାଯାଉଥିଲା ଭିନ୍ନ। ସେ ଭୀଷଣ ପରିସ୍ଥିତିରେ ବି ମନେ ହୋଇଥିଲା ଏହାଙ୍କ ପାଦଧରିବି। କାଳେ ତାଙ୍କ ମଧ୍ୟରେ ଟିକେ ଅଧେ ମଣିଷ ପଣିଆ ଥିବ।
ଭାଇ, ମୋତେ ରକ୍ଷାକର, ଏଠୁ ଉଦ୍ଧାର କର, ଯୁଆଡେ ନେବ ସିଆଡେ ଯିବି। କ୍ରୀତଦାସୀ ଭଳି ଯେମିତି ବ୍ୟବହାର କଲେ ବି କରିବ। କିନ୍ତୁ ମୋତେ ଏଠୁ ବାହାର କରିନିଅ।
ଯୁବକ ମୋ କଥା ବୁଝିଲେ।
ତୁମେ ତାହେଲେ ଓଡିଶାରୁ ଧରାହୋଇ ଆସିଛ। ଭୟ କରନାହିଁ। ମୁଁ ଜଣେ ଯବାନ। ମୁଁ ଏଠାକୁ ଆସିଥିଲି ବୋଲି କାହାକୁ କହିବ ନାହିଁ। ତୁମେ କଣ ମୋତେ ଚିହ୍ନିଛ ଯେ ମୋ କଥା ଗପିବ ମୋ ନିଜ ଲୋକଙ୍କ ଆଗରେ। ତଥାପି ମୁଁ ଲଜ୍ଜିତ, କହିଲା ସେ ଯୁବକ।
ମୋ କଥା ସେ ପୁରା ଶୁଣିଲା। ଯେମିତି ଧରା ପଡିଥିବା ଚୋର ଯାହାର ଗୋଡହାତ ବନ୍ଧା।
ମୋତେ କୌଣସି ଫୋନ ନମ୍ବର ମାଗିଲା। କେବଳ ସେ ସମ୍ପର୍କୀୟ ଭାଇ ପ୍ରଦୀପ ଛଡା ଆଉ କିଛି ନମ୍ବର ମୋ ପାଖରେ ନଥିଲା। ସେ ରକ୍ତ ସମ୍ପର୍କର ନୁହେଁ ସାର।
ମୁଁହ ପାଖକୁ ଆଣି ମୋ କାନ ପାଖାପାଖି ଧୀର ଗଳାରେ କହିଲା- ସାର୍ ପ୍ରଦୀପ ମତେ ଭଲ ପାଉଥିଲା।
ମୋ ଠିକଣା ନେଲେ ସେ ଯବାନ। ସେ ଚୁପ୍ ହେଲେ ନାହିଁ, ସାଥୀ ଯବାନ କିଛିଙ୍କୁ କହିଲେ। ସେପଟେ ପ୍ରଦୀପ ମାଧ୍ୟମରେ ଘରେ ଓ ଥାନାରେ ଖବର ଜାଣିଲେ। ଜବାନଙ୍କ ଜଣେ ସାଥୀଙ୍କ ସହ ପରିଚିତ ଥିଲେ କନକପୁରର ପୋଲିସ ମୁଖ୍ୟ। ଉଭୟ ଓଡିଶା ଓ ବେଙ୍ଗଲ ପୋଲିସଙ୍କ ସହଯୋଗରେ ମୁଁ ଉଦ୍ଧାର ହେଲି ସେ ନର୍କରୁ।
ମୁଁ ଭାବିଲି, ଲିଜା ଏବେ ନୀରବ ହେବ। ନା, ସେ ହେଲାନି। କହିଥିଲା ନା ସୁଖ କହିବ।
ସେ କହିଲା- ଆମ ଘର ଲୋକଙ୍କ ପ୍ରଥମ ଚିନ୍ତା ହେଲା ମୋ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ। ସେମାନଙ୍କ ଓ ଆପଣ ମାନଙ୍କ ସହାୟତାରୁ ମୁଁ ନିଜକୁ ସମ୍ଭାଳି ନେଲି। ଈଶ୍ବରଙ୍କ କୃପାରୁ ମୁଁ କିଛି ରୋଗରେ ସଂକ୍ରମିତ ହୋଇ ନଥିଲି। ପାଠ ପଢାରେ ଡୋରି ବନ୍ଧା ହେଲା। ପ୍ରଦୀପ ମୋତେ ଆଉ ଦେଖା ଦର୍ଶନ ଦେଲାନି। ମୁଁ ମଧ୍ୟ ସେମିତି ଚାହୁଁଥିଲି। ସାନ ଭାଇଟି ଅତି ସାନ, ମୋଠୁ ପନ୍ଦର ବର୍ଷ ସାନ। ତା ଯତ୍ନ ନେବା ବାଦ ନିସଙ୍ଗତା ଥିଲା ମୋର ଏକ ମାତ୍ର ସାଥୀ। କାହାକୁ ବିଶେଷ କରି ପ୍ରଦୀପକୁ ସାମ୍ନା କରିବାକୁ ଆଦୌ ଚାହୁଁନଥିଲି ମୁଁ। କେବଳ ଲିସି ଆସୁଥିଲା ମୋ ପାଖକୁ। ମୋ ଦୁଃଖ ହାଲୁକା ହୋଇଯାଉଥିଲା। ସେ ବୁଝାଉଥିଲା, ତୋର ବା ଦୋଷ କଣ, ତୁ କାହିଁକି ଦଣ୍ଡ ଦେଉଛୁ ନିଜକୁ। ତୁ ଆଉଥରେ ପଢ, ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥା, କଲେଜ ଉପସ୍ଥାନ କିଏ ଦେଖୂଛି ଯେ। ମୁଁ ପାରିଲି ନାହିଁ। ମୁଁ ଲୁଚି ରହିବାକୁ ଲାଗିଲି। ବାପା ମୋ ପାଇଁ ଏକ ଫୋନ ଆଣିଦେଲେ। ଲିସିଠୁ ନମ୍ବର ନେଇ ପ୍ରଦୀପ ଦିନେ କଥା ହେଲା। କଥା ତା ବିଷୟରେ ବା ମୋ ବିଷୟରେ ନୁହେଁ। ସେ ଯବାନ ତା ପାଖକୁ ବାରମ୍ବାର ଫୋନ କରି ମୋ ଭଲ ମନ୍ଦ ବୁଝୁଥିଲେ। ସେଇଟା ତା ଶାନ୍ତି ବ୍ୟାହତ କରୁଥିଲା। ଏଣୁ ସେ ମୋ ନମ୍ବରଟି ଯବାନଙ୍କୁ ଦେବାକୁ ଚାହୁଁଥିଲା। ମୁଁ କିଛି କହିଲି ନାହିଁ। ମୁଁ ମୌନ ରହୁଥିଲି ପ୍ରାୟତଃ। ପ୍ରଦୀପ ବୋଧହୁଏ ମୌନତାକୁ ସମ୍ମତି ଭାବି ତାଙ୍କୁ ମୋ ନମ୍ବର ଦେଇଦେଲା। ସେ ମୋ ପାଖକୁ ଫୋନ କଲେ। ଯେଉଁ ଦେବଦୂତ ମୋତେ ଉଦ୍ଧାର କରିଛନ୍ତି ମୁଁ ତାଙ୍କୁ ଏଡାଇ ପାରିଲି ନାହିଁ। ବାସ୍ତବରେ ମୋତେ ଖୁବ୍ ଭଲ ଲାଗିଲା। ସେ ବହୁତ ଭଦ୍ର। ଭଲମନ୍ଦ ବୁଝିବେ, ବାପା ମାଆ କେମିତି ଅଛନ୍ତି ପଚାରିବେ। ସୌଜନ୍ୟତାରୁ ମୁଁ ତାଙ୍କ ଭଲମନ୍ଦ କଥା ପଚାରିଲେ ସେ ଖୁସି ହେବେ। ତାଙ୍କ ପରିବାର କହିଲେ ଜଣେ ମାତ୍ର ମାଆ ବଞ୍ଚିଛନ୍ତି। ବହୁଦିନ ପରେ ଜାଣିଲି ଯେ ସେ ପୁଣି ସାବତ ମାଆ। ତେବେ ସେ ମା ତାଙ୍କର ସବୁକିଛି ଓ ସେ ମଧ୍ୟ ମାଙ୍କର ସବୁ ସେନେହର ଏକ ମାତ୍ର ଦୁନିଆ। କ୍ରମେ ମୋ ମାଆ ବାପାଙ୍କ ସହ ସେ କଥା ହେଲେ। ଏମିତି ଏକ ସମ୍ପର୍କର ଡୋରି ଲାଗିଗଲା ଯେ ସବୁଦିନ କଥା ହେବା ଏକ ଧରାବନ୍ଧା ନିୟମ ହୋଇଗଲା। ଛୁଟିରେ ଆମ ଘରକୁ ଆସିଲେ ତାଙ୍କ ମାଆଙ୍କୁ ଧରି। ସେ ମାଆ ବହୁତ ଭଲ।
ଏମିତି କଟିଗଲା ବହୁତ ଦିନ। ମୁଁ ବି କ୍ରମଶଃ ଜୀବନକୁ ପୁଣି ଥରେ ଭଲପାଇ ଶିଖିଲି। ସମୟ ଭୁଲାଇ ଦିଏ ଦୁଃଖ।
ଆମ ଘରଲୋକେ ମୋ ସ୍ବଭାବିକ ଓ ସହଜ ଆଚରଣ ଦେଖି ଇଛା କଲେ ମୋତେ ବାହା ଦେବା ପାଇଁ। ମୋ ପାଇଁ ଖୋଜାଲୋଡା ଆରମ୍ଭ କରିବା ପୂର୍ବରୁ ମୋ ମତ ଚାହିଁଲେ।
ମୁଁ କିନ୍ତୁ ରାଜି ହେଲିନି। ମୋତେ ଖୁବ୍ ଅସହଜ ଲାଗୁଥିଲା ବିବାହ କଥା ଭାବିଲେ। ଘରେ ମୋ ମତକୁ ସମ୍ମାନ ଦେଇ ଅପେକ୍ଷା କରି ଚାଲିଲେ।
ମୁଁ ଲିଜା କଥା ଶୁଣୁଥିଲି, ମୋ ସମୟ ଓ ଅନ୍ୟ ରୋଗୀଙ୍କ ସମୟ ନଷ୍ଟ ହେଉଛି କଥା ପାଶୋରି ପକାଇଥିଲି। କିନ୍ତୁ ତା ବିଚରା ସ୍ବାମୀଟିର ଏତେ ଧର୍ଯ୍ୟ ଅଛି ତ। ସେ ବିରକ୍ତ ହେଉନି! ମୁଁ ତାଙ୍କ ଆଡେ ଅନାଇଲି ଦୟାଭରେ। ସେ ପ୍ରସନ୍ନ ଦିଶୁଥିଲେ କିନ୍ତୁ ମୋ ଚାହାଣି ତାଙ୍କୁ ସଚେତନ କରାଇଲା କି ସମୟ ନଷ୍ଟ ହେଉଛି। ସେ ଏବେ ଲିଜାକୁ ଚୁପ୍ ହେବାକୁ କହିଲେ। ସେ କି ଆଉ ଶୁଣେ। ସେ ଗପି ଚାଲିଲା।
ବୁଝିଲେ ସାର୍, ବାପା ମାଆ ତାଙ୍କ ଅନ୍ୟ ଏକ ପୁଅ, ମାନେ ସେ ଯବାନଙ୍କୁ କହିଲେ ମୋତେ ଟିକେ ବୁଝାଇବା ପାଇଁ ବିବାହ ସପକ୍ଷରେ। ହଁ, ସେତେବେଳକୁ ସେ ଅତି ଆପଣାର ହୋଇଯାଇଥିଲେ। ସେ ମୋତେ ଦିନେ ବୁଝାଇଲେ। ମୁଁ ତାଙ୍କ ସହ ମୋ ମନ କଥା ବାଣ୍ଟିଲି। ଦେଖନ୍ତୁ ମୁଁ ଯାହାକୁ ବାହା ହେବି ତାକୁ କଣ ମୋ ଅତୀତ ଲୁଚାଇବି? ନଲୁଚାଇଲେ ସେ ମୋତେ ସ୍ବଭାବିକ ଗ୍ରହଣ କରିପାରିବେ? ସେ ଚୁପ୍ ରହିଲେ। ମୁଁ ଓଲଟି ତାଙ୍କୁ ପଚାରିଲି ସେ କାହିଁକି ତାଙ୍କ ଏକୁଟିଆ ମାଆକୁ ସାଥୀଟିଏ ଆଣି ଦେଉ ନାହାନ୍ତି। ସେ ହସିଲେ ଓ କହିଲେ। ସେ ଜଣକୁ ଭଲ ପାଉଛନ୍ତି। କିନ୍ତୁ ଝିଅଟି ତାଙ୍କୁ ଭଲ ପାଉଛି କି ନାହିଁ ଜାଣନ୍ତି ନାହିଁ। ସେ ଅପେକ୍ଷା କରିଛନ୍ତି। ସେ ଝିଅ ରାଜି ନହେଲେ ସେ ଆଉ କାହାକୁ ବାହା ହେବେନି।
-ତାକୁ ପଚାରୁନା ସିଧାସଳଖ।
ସେ କହିଲେ, "ଯଦି ସେ ମନା କରିଦିଏ ବଡ କଷ୍ଟ ପାଇବି। ଏଣୁ ଅପେକ୍ଷା କରିଛି ସୁଯୋଗକୁ।"
ଏକଥା ଆମ ବାପା ମାଆ ଜାଣିଲେ। ସେମାନେ ବି ତାଙ୍କୁ ସେ ଝିଅ ଠିକଣା ଦେବାକୁ କହିଲେ। ତାଙ୍କ ଘରକୁ ପ୍ରସ୍ତାବ ନେଇ ଯିବେ। ତାଙ୍କ ମାଆଙ୍କ ସହ ବି କଥା ହେଲେ।
ହଠାତ୍ ଦିନେ ତାଙ୍କ ମାଆ ଆସିଲେ ଆମ ଘରକୁ। କହିଲେ, ପୁଅ ତାଙ୍କର ସେ ଭଲ ପାଉଥିବା ଝିଅଟିର ଠିକଣା ଦେଇଛି। ଆମ ବାପା ମାଆ ଖୁସି ହେଲେ। ତାହେଲେ ଡେରି କିଆଁ, ଚାଲନ୍ତୁ ଆଗେଇ ଯିବା।
ମୁଁ ସେ ମାଉସୀଙ୍କ ପାଖରେ ବସିଥିଲି। ମୁଁ ଅଳି କଲି ଚଟାପଟ ଜାଣିବା ପାଇଁ ସେ ଝିଅଟି ବାବଦରେ। ମାଉସୀ ମୋତେ ଭିଡି ଧରିଲେ। କହିଲେ ସେ ଆଉ କେହି ନୁହେଁ ଆମ ଲିଜା।
ବହୁତ ଦିନପରେ ମୋ ନିଜ ଭାବନାର ବେସରମ ମନରେ ମାତ୍ରାଧିକ ସରମର ଏକ ଝଟକା ଲାଗିଲା। ମୁଁ ଦୌଡି ପଳାଇଲି ମୋ ଶୋଇବା ଘରକୁ। ମୁଁହକୁ ତକିଆରେ ଜାକି ଧରିଲି। ତକିଆଟି ଭିଜି ଚାଲିଥିଲା। ମୁଁ ଭଲପାଇବାର ଅମୃତବେଳାକୁ ସମ୍ପୂର୍ଣ୍ଣ ଆବୋରି ପକାଇଲି। ପ୍ରଥମେ ଭଲପାଇଲି ନିଜକୁ ଅନେକ ବର୍ଷ ପରେ। ମୁଁ ଜାଣିଲି ମୁଁ ଏକ ପ୍ରେମର ମାନବୀ ହୋଇପାରେ, ମୋତେ ବି କିଏ ଭଲ ପାଇପାରେ। ସିଏ ପୁଣି ଆଉ କେହି ନୁହେଁ, ମୋ ଅସାହୟତାରେ ନିଷ୍ଠୁର ସବୁ ଦେବତାଙ୍କ ଠାରୁ ଉଚ୍ଚ ସ୍ଥାନରେ ଯାହାଙ୍କୁ ମୁଁ ରଖେ। ସେହି ସୌମ୍ୟ ସୁଗଠିତ ମୋ ତ୍ରାଣକର୍ତ୍ତା ଯବାନ। ଜୀବନ ଦୁଃଖର ସାଗର ନୁହେଁ ସାର୍। ଦୁଃଖ ସାଗରର ମଧ୍ୟରେ ମୋ ପାଇଁ ବିଧାତା ବରାଦ କରିଥିଲା ଏକ ଦ୍ବୀପ, ପୁଷ୍ପ ଫଳରେ ଭରା ଯେଉଁଠି ଏକ ମାତ୍ର ଅଧିବାସୀ ମା ଟିଏ, ପୁଅ ଟିଏ। ଏଇ ଆପଣଙ୍କ ସାମ୍ନାରେ ଠିଆ ଏହି ସେ ଯବାନ ସତ୍ୟବାନ।
ସତ କହିଲେ ସାର୍, ଏତିକି କଥା କାହାକୁ ଅବା ଶୁଣାଇ ପାରିଥାନ୍ତି ଆପଣଙ୍କ ବ୍ୟତୀତ।
ଆପଣଙ୍କ ସମୟ ଅପଚୟ କରିଥିବାରୁ କ୍ଷମା ଚାହୁଁଛି।
ମୁଁ ସତ୍ୟଙ୍କ ଆଡକୁ ଚାହିଁଲି, ସେ କେବଳ ଏକ ସ୍ମିତହାସ୍ୟର ନୀରବତାରେ ଦିଶୁଥିଲେ ଲିଜା ବର୍ଣ୍ଣନା କରିଥିବା ଏକ ଦିବ୍ୟ ପୁରୁଷ ଭଳି।

Wonderful.God has gifted humanity an all pervasive indomitable blessing...Love... It is what mankind live by. Beautiful way of presentation Rabi as always. Stay blessed
ReplyDeleteGreat story.Humanity still there in society though is a rerest thing in present time.Excellent author.
ReplyDeleteବହୁତ ସୁନ୍ଦର ଆଉ ହୃଦୟ ସ୍ପର୍ଶୀ କାହାଣୀ ।ଲିଜା ଭଳି ନିର୍ଦ୍ଧୋଷୀ କିନ୍ତୁ ଅତ୍ୟାଚାରୀତା ଅଵଳା ମାନଙ୍କ ଦୁଃଖ କୁ ହୃଦୟ ର ସହିତ ଅନୁଭବି ତାଙ୍କୁ ଉଦ୍ଧାର କରି ତାଙ୍କ ସମ୍ମତି କୁ ଧର୍ଯ୍ୟ ର ସହିତ ଅପେକ୍ଷା କରି ଶେଷରେ ତାଙ୍କୁ ସମ୍ମାନ ର ସହିତ ବିବାହ କରି ପୁଣି ତାଙ୍କ ଜୀବନ ରେ ସାଂସାରିକ ସୁଖ ସମୃଦ୍ଧି ଓ ପୂର୍ଣତା ଆଣି ଦେଉଥିବା ସତ୍ୟବାନ୍ ଙ୍କ ଭଳି ହୃଦୟବାନ ଯୁବକ ଙ୍କ ତ୍ୟାଗ ଓ ମଣିଷ ପଣିଆର କୋୖଣସି ପଟାନ୍ତର ନାହିଁ ।
ReplyDeleteଏହି ସତ୍ୟ କାହାଣୀ ଟି କୁ ଆପଣ ଖୁବ୍ ସୁନ୍ଦର ଭାବରେ ଏକ ହୃଦୟସ୍ପର୍ଶୀ ଗଳ୍ପ ଛଳରେ ଉପସ୍ଥାପନ କରିଛନ୍ତି। ଗପଟି ବହୁତ ମନକୁ ପାଇଲା । ଆପଣ ସେ ଝିଅ ଲିଜା ଓ ସତ୍ୟବାନ୍ ସଭିଏଁ ଧନ୍ୟବାଦ ର ପାତ୍ର/ପାତ୍ରୀ । ଅଶେଷ ଧନ୍ୟବାଦ ।👌🙏
Thanks
ReplyDeleteThanks
ReplyDelete