ଆମେ ଯାଉଛୁ କୁଆଡ଼େ
ମାନନୀୟ ସଭାପତି ତଥା ଅଧ୍ୟକ୍ଷ ମହୋଦୟା, ବାର୍ଷିକ ଉତ୍ସବର ମୂଖ୍ୟ ଅତିଥି ମହାଶୟା। ସମ୍ମାନୀୟ ଆଚାର୍ଯ୍ୟା, ଆଚାର୍ଯ୍ୟ ବୃନ୍ଦ। ଉପସ୍ଥିତ ସୁଧୀଜନେ ଓ ଶ୍ରଦ୍ଧେୟ ଛାତ୍ରଛାତ୍ରୀ ଗଣ। ବହୁ ପୁରାତନ ସଂସ୍କୃତ ମହାବିଦ୍ୟାଳୟକୁ ବକ୍ଷରେ ଧାରଣ କରିଥିବା ଏ କାଶୀ ରୂପୀ ଟୁକୁଣା ମାଟିକୁ ମୋର ସଶ୍ରଦ୍ଧ ପ୍ରଣାମ। ନିମନ୍ତ୍ରଣ ଜଣାଇଥିବାରୁ ବିନମ୍ର କୃତଜ୍ଞତା ଜଣାଉଛି।
ଏମନ୍ତ ପବିତ୍ର ଏକ ପାଣ୍ଡିତ୍ୟ ପୂର୍ଣ୍ଣ ଅନୁଷ୍ଠାନରେ ବକ୍ତବ୍ୟ ରଖିବା ଭୟଙ୍କର ଆସ୍ପର୍ଦ୍ଧା, "ସ୍କନ୍ଧ ନବାଧତେ, ତବ ବାଧତି ବାଧତେ"ର ପରିସ୍ଥିତି, ଦାୟିତ୍ୱବୋଝ ବୋହୁଥିବା କାଳିଦାସ ମାନଙ୍କ ଗହଣରେ। ସବିନୟ ଅନୁରୋଧ, ସବୁ ବାଧତିକୁ ସହୃଦୟତାର ସହ ବାଧତେ ବିଚାର କରିବେ।
ହାତ ମୁଠାରେ ଆଣ୍ଡ୍ରୟଡ ଜ୍ଞାନ ବାକ୍ସ ଧରିଥିବା ଯୁବପିଢ଼ିଙ୍କୁ କୌଣସି ତଥ୍ୟ, ଜ୍ଞାନ ଅବା ଉପଦେଶ ଦେବାର ଅବକାଶ, ବୟସ୍କ ଲୋକଙ୍କର ଆଉ ରହିଛି କି ନାହିଁ ସେ ସନ୍ଦେହ ଉଙ୍କି ମାରିଲା ଯେବେ ଏ ନିମନ୍ତ୍ରଣ ପାଇଲି। ମାଡାମ୍ କହିଲେ ଯାହା ଆପଣଙ୍କର ଖୁସି ତାହା କହିବେ। ଦ୍ବିତୀୟ ପ୍ରଶ୍ନ ଆସିଲା ଭାଷା ଗବେଷଣା ଓ ଶିକ୍ଷା ଅନୁଷ୍ଠାନରେ, ବିଜ୍ଞାନର ରକ୍ତ ପୂଜରେ ଘାଣ୍ଟି ହେଉଥିବା ଡାକ୍ତରଟାଏ କଣ ବା କହି ପାରିବ?
ତେବେ ମୁଁ ଯାଏ ଅବା କୁଆଡେ? ଓକିଲ ବନ୍ଧୁ ଶୁଭ୍ରାଂଶୁ ରାୟ ବାଧ୍ୟ କଲେ। ବାରମ୍ବାର ମନରୁ ସ୍ବତଃ ଆହ୍ୱାନ ଆସିଲା, ତୁ ଯାଉଛୁ କୁଆଡେ, ସମାଜ ଯାଉଛି କେଉଁ ଦିଶାରେ? ଆମ ସମସ୍ତଙ୍କର ଗନ୍ତବ୍ୟ କେଉଁ ଦିଗକୁ, ବଞ୍ଚିବାର ରାହା ଜୀବନ ଜୀବିକା ଓ ସେପାଇଁ ଆବଶ୍ୟକ ଲଢେ଼ଇପୂର୍ଣ୍ଣ ପରସ୍ପର ତଣ୍ଟିକଟା ମିଥ୍ୟାଚାରର ଦିନଚର୍ଯ୍ୟା, ଅଥବା ଶାସ୍ତ୍ର ନିର୍ଦେଶିତ ସୁସଂହତ, ଧର୍ମ, ଅର୍ଥ, କାମ, ମୋକ୍ଷର ଆଦର୍ଶ ଜୀବନ କିମ୍ବା ସତ୍ୟନିଷ୍ଠାର ସତ୍ ଜ୍ଞାନ, ସତ୍କର୍ମ ଓ ଆତ୍ମ ଅନୁସନ୍ଧାନ ଭଳି ଏକ ପରମ ସାତ୍ତ୍ଵିକ ମାର୍ଗରେ?
ଏହା ବ୍ୟତୀତ ଆଉ ଏକ ଜୀବନ ଚର୍ଯ୍ୟା ବି ରହିଛି, ଚାରି ଦଉଡି କଟା, ବେପରୁଆ ଓ ନିୟନ୍ତ୍ରଣ ବିହିନ କିମ୍ବା ସବୁ ସେହି କାଳିଆର ଇଛାର ଜୀବନ ଯାତ୍ରା। ସ୍ବଭାବିକ ଆୟୂର ଅର୍ଦ୍ଧାଧିକ ବ୍ୟୟ କରିସାରିଥିବା ଆମ ମାନଙ୍କ ପାଇଁ ଏ ପ୍ରଶ୍ନର ଗୁରୁତ୍ୱ କମ। ଏ ପ୍ରଶ୍ନ ସଚରାଚରେ ଆନ୍ଦୋଳିତ କରେ ଯୁବ ମାନସକୁ, ସମସ୍ତ ଛାତ୍ରଛାତ୍ରୀଙ୍କୁ। ହିନ୍ଦୀ ସିନେମାର ଗୀତଟି, ପାପା କହୈତେହେଁ ବଡା ନାମ କରେଗା, ବେଟା ହମାରା ଐଶା କାମ୍ କରେଗା, ମଗର୍ ଏ ତୋ, କୋହି ନଜାନେ, ଏ ମେରା ମଞ୍ଜିଲ୍ ହେ କାହାଁ ବହୁତ ଲୋକ ପ୍ରିୟ, ମୋର ମଧ୍ୟ। ଆମ ଜୀବନର ମଞ୍ଜିଲ୍ ଆମେ କେହି ଜାଣିନାହୁଁ। ଏହା ସ୍ଥିର କରେ ଅବିଭାବକଙ୍କ ଇଛା, ଆମର ସାଧାରଣ ସାମର୍ଥ୍ୟ, ଆମ ସାମ୍ନାର ସଂଭାବନା ଓ ପାଉଣାର ପରିମାଣ। କିନ୍ତୁ ହୁଏତ ଆମର କିଛି ଅସାଧାରଣ ସାମର୍ଥ୍ୟ ଥାଇ ପାରେ ଯାହା ଆମେ ନିର୍ଣ୍ଣୟ କରିବାକୁ କେବେ ଚେଷ୍ଟା କରି ନାହୁଁ।
କେଉଁ ଏକ ଶୁଭ ମୁହୁର୍ତ୍ତରେ ବିହାରରେ ସେ ଆଦିବାସୀ ମାନ୍ଝୀ ସାହେବଙ୍କ ମନରେ ଉଦୟ ହେଲା ପାହାଡ କାଟି ଚଳ ପ୍ରଚଳ ରାସ୍ତାଟିଏ କରିବେ ଯେ ସାରା ଜୀବନ ଜଳାଞ୍ଜଳି ଦେଇ ଅବଶେଷରେ ସଫଳତା ପାଇଲେ। ସମଗ୍ର ଜୀବନର ସଞ୍ଜୟକୁ ବାଇମୁଣ୍ଡି ଟେକି ଦେଲେ ରାଜା ମର୍କତ କେଶରୀଙ୍କ ହସ୍ତରେ। ଅଳୀକ ସେ ଅର୍ଥ କିନ୍ତୁ ଏକ ପଥର ବନ୍ଧର ଶ୍ରେୟ ପାଇଁ ହେଲା କାଳ କାଳକୁ ଯଥେଷ୍ଟ। ଏମିତି ଦୁର୍ବାର ଆହ୍ବାନ ସମସ୍ତଙ୍କ ମନରେ ଆସେ, କୋଳାହଳର ଜୀବନଯାତ୍ରାରେ ତାହାର ସଂକେତ ଆମେ ଗ୍ରହଣ କରି ପାରୁନା। ମନକୁ ଶାନ୍ତ ରଖିଲେ, ଗୁରୁତ୍ୱର ସହ ନିଜକୁ ଶ୍ରଦ୍ଧା କଲେ ଏ ସଙ୍କେତ ହୁଏତ ଗ୍ରହଣ କରି ହୁଅନ୍ତା। ଏହା ଆମ ମାନସ ପଟଳରେ ମିସ୍ କଲ୍ ହୋଇ ଖୁବ୍ ସ୍ବଳ୍ପ କ୍ଷଣ ଅବସ୍ଥାନ କରି ଲିଭିଯାଏ ଆମ ନିଘା ଥାଏ ଅନ୍ୟ ଆଡେ, ସାମାନ୍ୟ ଆନନ୍ଦ ମିଳୁଥିବା ନାନା ଆକର୍ଷଣରେ। ବହୁ ବର୍ଷର ପରାଧୀନତା ପରେ ଦେଶ ସ୍ବାଧୀନ ହେବା ଏହା ମଧ୍ୟରେ ସତୁରି ବର୍ଷ ପାର ହୋଇ ଗଲାଣି। ପ୍ରାୟ ଚାରି ପିଢି।
ପ୍ରଥମ ପିଢି ଆମ ଜେଜେଙ୍କ ଅମଳ। ସେ ସମୟର ଶିକ୍ଷିତ ଯୁବବର୍ଗ ନିଜର ସମସ୍ତ ସ୍ବାଛନ୍ଦ୍ୟ ତ୍ୟାଗ କରି ଝାସ ଦେଇଥିଲେ, ଦେଶ କିପରି ସ୍ବାଧୀନ ହେବ। ସେମାନେ ଏ ଦେଶର ମଙ୍ଗକୁ ଉଚିତ ମାର୍ଗରେ ସଳଖେଇ ନେଲେ। ବିଦେଶୀଙ୍କୁ ତଡିବା ସହ ଚେଷ୍ଟିତ ଥିଲେ ସ୍ବରୋଜଗାର, ନିଶା ନିବାରଣ, ଅସ୍ପୃଷ୍ୟତାରୁ ମୁକ୍ତି ଓ ଅନ୍ୟାନ୍ୟ ବହୁ ସାମାଜିକ ବ୍ୟାଧିରୁ ମୁକ୍ତି ଆଶାରେ।
ଓଡିଶା ପରିପ୍ରେକ୍ଷୀରେ ଫକୀରମୋହନ, କର୍ମବୀର ଗୌରୀଶଙ୍କର, ମଧୁବାବୁ, ଓ ଗୋପବନ୍ଧୁଙ୍କ ସମେତ ସତ୍ୟବାଦୀର ପଞ୍ଚଶଖାଙ୍କ ଜୀବନୀ ପଢିଲେ ଲୋମ ଟାଙ୍କୁରି ଉଠେ।
ରାଜ୍ୟ ଏକତ୍ରିତ ହେଲା ୧୯୩୬ରେ, ଦେଶ ସ୍ବାଧୀନ ହେଲା ୧୯୪୭ରେ।
ଆସିଲେ ଦ୍ୱିତୀୟ ପିଢି। ଆମ ବାପା ମାନଙ୍କ ବୟସର। ସେତେବେଳେ ଦେଶର ସମସ୍ୟା ଥିଲା ଭିନ୍ନ। କପର୍ଦକ ଶୁନ୍ୟ, ନାହିଁ ନାହିଁର ଦେଶ। ଶିକ୍ଷାନୁଷ୍ଠାନର ଅଭାବ, ସ୍ବାସ୍ଥ୍ୟ ସେବାର ଅଭାବ, କୃଷି ଅବିକଶିତ, ସମସ୍ତ ଆନୁସଙ୍ଗିକ ଭିତ୍ତି ଭୂମି ଦୁର୍ବଳ, ଯୁଦ୍ଧ ପରେ ଯୁଦ୍ଧ, ଶତୃତାର ଏକ ବଳୟ ମଧ୍ୟରେ ବନ୍ଦୀ ଭାରତ, କଚ୍ଛପ ଗତିରେ ଆଗେଇଲା। ସରକାର କଣ କଲେ ଅବା ନକଲେ ତାହା ମୋ ବକ୍ତବ୍ୟର ଆଭିମୁଖ୍ୟ ନୁହେଁ। ଯୁବବର୍ଗ କଣ କଲେ କହିବାକୁ ଚାହେଁ।
ଏ ସମୟର ଚିତ୍ର ସଠିକ ମିଳିବ ସୁରେନ୍ଦ୍ର ମହାନ୍ତିଙ୍କ ଆତ୍ମ ଜୀବନୀ 'ପଥ ଓ ପୃଥିବୀ'ରେ।
'ଜନୈକ ଗ୍ରାମ୍ୟ ଚକିତ୍ସକଙ୍କ ପାଶ୍ଚାତ୍ ଚିନ୍ତା ଓ ଅନୁଭୂତି' ଡାକ୍ତର ତଥା ଏମ୍ ଏଲ୍ ଏ ଜଗନ୍ନାଥ ଦାସଙ୍କ ଜୀବନୀରୁ ଏକ ଉଦାହରଣ ଦେଉଛି। ଧର୍ମଶାଳା ଅଞ୍ଚଳର ବୈରାଗୀ ବିଶ୍ବାଳ ଥିଲେ ତାଲିମ ପ୍ରାପ୍ତ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଓ ଶିକ୍ଷକ । ସେ ସମୟର ନିୟମ ଅନୁସାରେ ତାଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଓ ତାଙ୍କ ନିଷ୍ଠାରୁ ଉତ୍ତମ ରେଜଲ୍ଟ ଯୋଗୁଁ ଅନୁଷ୍ଠାନଟି ଅନୁମୋଦନ ଲାଭ କରେ। ସେ ଅନ୍ୟ ଏକ ସ୍କୁଲକୁ ଚାଲିଯାନ୍ତି, ପୁଣି ସଂଗ୍ରାମ। ଯେତେ ଅଧିକ ବେତନ ଯାଚିଲେ ବି ରହନ୍ତି ନାହିଁ।
ତାଙ୍କ ପ୍ରତ୍ୟଖ ବା ପରୋକ୍ଷ ସହଯୋଗରେ, ମଧ୍ୟ ଓ ଉଚ୍ଚ ବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ମହାବିଦ୍ୟାଳୟ, ମିଶି ଗଢି ଉଠିଥିଲା ଚାଳିଶିଟି ଅନୁଷ୍ଠାନ। ସେ ସମୟର ଆହ୍ୱାନ ସେହି ପ୍ରକାରର ଥିଲା।
ଏହା ପର ପିଢି ହେଲୁ ଆମେ। ଦେଶରେ ସାଧାରଣ ଭିତ୍ତିଭୂମି ଉଣା ଅଧିକେ ସଜାଡି ହୋଇଥିଲା। ଶିକ୍ଷା ଓ ସ୍ବାସ୍ଥ୍ୟ ଉନ୍ନତ ନହେଲେବି ସାର୍ବଜନୀନ ଉପଲବ୍ଧ ହୋଇଥିଲା। କାର୍ଗୀଲ୍ କୁ ବାଦ ଦେଲେ ଯୁଦ୍ଧ ପ୍ରାୟ ଏଡାଇ ଦିଆଗଲା, ସବୁଜ ବିପ୍ଳବ ଓ ଦୁଗ୍ଧ ବିପ୍ଲବ ହେଲା। ବହୁ କ୍ଷେତ୍ରରେ ଦେଶ ହେଲା ସ୍ବାବଲମ୍ବୀ। ଦେଶ ବିଜ୍ଞାନରେ ଅନ୍ୟ ଯେକୌଣସି ଉନ୍ନତ ରାଷ୍ଟ୍ରର ସମକକ୍ଷ ହେଲା। ମହାକଶ ଗବେଷଣା, ଚିକିତ୍ସା ଓ ବୈଷୟିକ ବିଜ୍ଞାନରେ ଆମେ ଆଉ ପଛରେ ରହିଲୁ ନାହିଁ। ମୃତ୍ୟୁହାର କମିଲା ଜନସଂଖ୍ୟା ଅନିୟନ୍ତ୍ରିତ ବଢିଲା। ଏହାକୁ ନିୟନ୍ତ୍ରଣ କରିବାକୁ କାର୍ଯ୍ୟକ୍ରମ ଗ୍ରହଣ କରାଗଲା, ଶିଶୁ ମାନଙ୍କୁ ଟୀକାକରଣ କରାଗଲା। ବ୍ୟାଙ୍କ ସେବା ସାଧାରଣ ଜନତା ପାଇଲା ଓ ଆହୁରି କେତେ କଣ। ଆମର ଉଚ୍ଚାଭିଳାସ ବଢିଲା। ଯୁବଗୋଷ୍ଠୀଙ୍କ ଉଚ୍ଚ ବୈଷୟିକ ତାଲିମ ପାଇଁ ଯଥେଷ୍ଟ ଶିକ୍ଷାନୁଷ୍ଠାନ ନଥିଲା। ଭାରତୀୟ ଯୁବବର୍ଗ ପୃଥିବୀର କୋଣ ଅନୁକୋଣର ଚାଲିଗଲେ ଉନ୍ନତ ଜୀବନ ସନ୍ଧାନରେ। ଏ ସମୟରେ ରାକ୍ଷସ ଭଳି ଜାତ ହେଲା ଯୌତୁକ ସମସ୍ୟା। ବଧୂ ହତ୍ୟା। ଏ ନେଇ କନ୍ୟା ହେଲା ବିଷଫଳ ଓ ମାତୃଗର୍ଭରେ ତାକୁ ଅମାନୁଷିକ ହତ୍ୟା କରାଗଲା ଆଧୁନିକ ଚିକିତ୍ସା ବିଜ୍ଞାନର ସାହାଯ୍ୟ ନେଇ।
ପରବର୍ତ୍ତୀ ପିଢିର ସମୟ ଆସିଗଲା ଅର୍ଥାତ ଆଜି ଉପସ୍ଥିତ ଏ ଛାତ୍ରଛାତ୍ରୀ ମାନଙ୍କ ଜମାନା। ପୁଅ ବେଶି ଓ ଝିଅ କମ'ର ଭାରତୀୟ ସମାଜର ସମୟ। ସେ କଥା ଟିକେ ପଛକୁ ଥାଉ।
ଉଚ୍ଚ ବୈଷୟିକ ଶିକ୍ଷା ଓ ଉନ୍ନତ ଚିକିତ୍ସା ଚାଲିଗଲା ଘରୋଇ ସଂସ୍ଥାକୁ। ଏତେ ବଢିଗଲା ଯେ ଇଂଜିନିୟରିଂ ସିଟ୍ ଖାଲି ପଡିଲା। ସେ ତା ବୃତ୍ତି ଛାଡି ଅନ୍ୟ କାମରେ ନିଜକୁ ନିୟୋଜିତ କଲା। ଏମିତି ସବୁ ପ୍ରକାର ଶିକ୍ଷାରେ ଘଟିଲା। ଶିକ୍ଷାର ଏକ ମାତ୍ର ଉଦ୍ଦେଶ୍ୟ ଚାକିରି, ଏ ଧାରଣା ବ୍ରିଟିଶ ଅମଳରୁ ଚାଲି ଆସୁଥିଲା। ଆଜିର ଯୁବା ଆଉ ସେମିତି ଭାବୁନି। ଟିଭିରେ ଯେମିତି ରିଅଲିଟି ଶୋ ଚାଲିଛି ବାସ୍ତବିକ୍ ଜୀବନ ବି ସେଇଆ ହୋଇଛି। ବ୍ୟବସାୟ ସବୁକିଛି ନିୟନ୍ତ୍ରଣ କରୁଛି। କିଏ ବିଭିନ୍ନ ପ୍ରକାର ଉଦ୍ୟୋଗ ଓ ବ୍ୟବସାୟରେ କେତେ ଦକ୍ଷତା ଅର୍ଜନ କରିବ ତାହା ନିର୍ଣ୍ଣୟ କରିବ ପରବର୍ତ୍ତୀ ଶୋ ରେ ତାର ସ୍ଥାନ ଅଛି କି ନାହିଁ।
ଯୁବ ହାତରେ ସାରା ପୃଥିବୀରେ ସମ୍ବାଦ। ତଥାପି ସେ ଠକାମୀରେ ପଡୁଛି। ସମସ୍ତ ତଥ୍ୟ ଭୁଲ୍ ଅବା ଠିକ୍ ସେ ଜାଣେନି। ବିଜ୍ଞାପନରେ ଆକର୍ଷିତ ହୋଇ ସେ ହୁଏତ ଭୁଲ୍ ଦିଗରେ ପରିଚାଳିତ। ପ୍ରତ୍ୟେକ ଜିନିଷ ଆଶୀର୍ବାଦ ହେବା ସହ ଅଭିଶାପ ବି ହୋଇ ପାରେ। ଯାବତୀୟ ତଥ୍ୟ ଯେପରି ଆମେ ହାତରେ ଧରି ବୁଲୁଛୁ ସେମିତି ନାନାଦି ହିଂସା, ଅଶ୍ଳୀଳତା, ଚୋରି ଠକାମୀର କୌଶଳ ଓ ଆହୁରି କେତେ କଣ ଆମ ହାତ ମୁଠାରେ। ବିଭିନ୍ନ ଗୋଷ୍ଠୀ ଯୁବକକୁ କବ୍ଜାରେ ରଖି ନିଜ ଉଦ୍ଦେଶ୍ୟ ସାଧନ କରିବାରେ ଲାଗି ପଡିଛନ୍ତି। ସାଧାରଣ ରାଜନୈତିକ, ସାମାଜିକ, ଧର୍ମୀୟ, ସାହିତ୍ୟ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଗ୍ରହଣୀୟ ଗୋଷ୍ଠୀରେ ସାମିଲ ହେଲେତ ଚଳିବ କିନ୍ତୁ ଅନେକ ଅନୈତିକ ଗୋଷ୍ଠୀ ମଧ୍ୟ ଯୁବାଙ୍କୁ କାବୁ କରୁଛନ୍ତି। ଆତଙ୍କ ବାଦୀ, ମଣିଷ ଚାଲାଣକାରୀ, ନିଶା ବେପାରୀ, ଜାଲ୍ କମ୍ପାନୀ ଓ ଆହୁରି କେତେ କଣ। ସରକାରୀ ଚାକିରି ନାହିଁ। ମେସିନ ଓ ପ୍ରଫେସନାଲ୍ ଭାଗଚାଷୀଙ୍କ ହାତକୁ କୃଷି ଚାଲିଗଲା, ଅଧିକାଂଶ ବେପାର ବି ପ୍ରତିଯୋଗିତାରୁ ଉତ୍ତୀର୍ଣ୍ଣ ହେବା ସମ୍ଭବ ନୁହେଁ। ତେଣୁ ଯୁବକ ପଡୁଛି ଶୋଷଣଧର୍ମୀ କର୍ମ ସଂସ୍ଥାନରେ। ଏ ଶୋଷଣର ମାତ୍ରା ଓ ପ୍ରକାର ଭୟାନକ ହୋଇପାରେ।
ସମାଜର ଖୋଲାପଣ ବଢିଛି ସମ୍ଭ୍ରମତାର ସଂଜ୍ଞା ବଦଳିଛି। ମର୍ଯ୍ୟାଦାକୁ କୁସଂସ୍କାର କୁହାଯାଇ ଅମର୍ଯ୍ୟାଦାକୁ ଗ୍ରହଣୀୟ ଆଧୁନିକତା ବିଚାର କରାଯାଉଛି। ଫଳ ଭୟାବହ। ଯୌତୁକ ହତ୍ୟା ଘଟଣା ଆପାତତଃ ଆଉ ନାହିଁ। କିଶୋରୀ ଅବା ମହିଳା କିନ୍ତୁ ମହରଗରୁ ଯାଇ କାନ୍ତାରରେ ପଡିଛି। ସୋସିଆଲ ମେଡିଆର ସମ୍ପର୍କ ଯାଇ ପହଞ୍ଚୁଛି, ହତ୍ୟା, ଆତ୍ମହତ୍ୟା, ଯାବତୀୟ ହିଂସାଚାରରେ। ଯୁବକଟି ବି ସମୟେ ସମୟେ ସର୍ବସ୍ବ ହରାଇ ବସୁଛି।
ଗତ ରବିବାର ଯୁବକ ଜଣଙ୍କୁ ଅତି ଦୁଖଦଃ ଅବସ୍ଥାରେ ଅଣାଗଲା ଡାକ୍ତରଖାନାକୁ। ୩୫ ଦିନ ଧରି ସେ ଶୋଇ ନାହିଁ। ସାମାନ୍ୟ ପାଗଳାମୀ ବି ଦେଖା ଦେଲାଣି। କାରଣ? ସୋସିଆଲ ମେଡିଆ ପ୍ରେସର। ଅବଶ୍ୟ ବ୍ଲୁ ହ୍ବେଲ୍ ଚିହ୍ନ ଖୋଜି ମୁଁ ପାଇଲି ନାହିଁ। ସେ ପୁଣି ନିପଟ ମଫସଲର ସାଧାରଣ ଆଦିବାସୀ ପୁଅଟିଏ ମାତ୍ର ୨୩ ବର୍ଷର।
ନିକଟ ଅତୀତରେ ନୀଳ ତିମି ଘଟଣା ତ ଆପଣ ସମସ୍ତେ ଜାଣନ୍ତି। ଏହା ୮୫ ବର୍ଷୀୟ ଗୁରୁଜୀ ମନୋଜ ଦାସଙ୍କୁ ଏମିତି ବ୍ୟଥିତ କଲା ଯେ ଏ ବାବଦରେ ସେ ବି କଲମ ଚଳାଇଲେ।
ଏହାର କିଛି ସମୟ ପରେ ଆସିଲା ୧୯ ବର୍ଷର ଯୁବକ। ମୁଁ ଜାଣେନି ରବିବାର କେଉଁ ଠାକୁରଙ୍କ ବିସର୍ଜନ ହେଉଥିଲା, ବିଚରା ତା ନିଜ ବକ୍ତବ୍ୟ ଅନୁସାରେ ଦୁଇଟା ବିଅର ପିଇଥିଲା ଅଧିକ ନୁହେଁ। ଟ୍ରଲି ଉପରୁ ଡେଇଁ ଚାରୋଟି ଛାମୁ ଦାନ୍ତ ଯାଇଛି, ଆଉ ଦୁଇଟି ହଲୁଛି। ଚିକିତ୍ସା କରିବା ବ୍ୟତୀତ ଅନ୍ୟ କିଛି ଆଲୋଚନାର ପରିବେଶ ନଥିଲା। ଚାରି ଦଶନ୍ଧି ତଳେ ମୋ ଗ୍ରାମରେ ଜଣେ ମାତ୍ର ମଦୁଆ ଥିଲା, ସମସ୍ତେ ଘୃଣା କରୁଥିଲେ। ଏବେ ଜଣେ ଘନିଷ୍ଠ ପ୍ରତିଷ୍ଠିତ ବ୍ରାହ୍ମଣ ପରିବାରର ଉଚ୍ଚ ଶିକ୍ଷିତ ରୋଜଗାରିଆ ବୋହୂ ତା ବାକ୍ସରୁ ମଦ ବୋତଲ ଖୋଲି, ଚା ଭଳି ପିଇବା ଆରମ୍ଭ କରିଦେଲା। ସ୍ବାଧୀନତାର କି ଭୟାବହ ଚିତ୍ର। ଏ ତୁଳନାରେ ବିଅର ପିଇ ଛାମୁ ଦାନ୍ତ ଭାଙ୍ଗିବା ତ ସାମାନ୍ୟ ଘଟଣା।
ଏହି ସବୁ ବିଶୃଙ୍ଖଳା ଦେଖି ଚିନ୍ତାଶୀଳ ବୟସ୍କ ମାନେ ବ୍ୟତିବ୍ୟସ୍ତ। ତୁଳନା କରନ୍ତି ତାଙ୍କ ସମୟର ଅନୁଶାସନ ଓ ଏ ସମୟର ସ୍ଖଳନ ମଧ୍ୟରେ। ଭୁଲି ଯାଆନ୍ତି ଏ ପରିସ୍ଥିତି ପାଇଁ ନିଜେ କେତେ ଦାୟୀ।
ମନେପଡେ ପ୍ରଫେସର ମନୋଜ ଦାସଙ୍କ ଏକ ଅନୁଭୂତି। ସଂକ୍ଷେପରେ କହୁଛି। ଏକ ବିଶେଷ ଅନୁଷ୍ଠାନରେ ଏକତ୍ରିତ ହୋଇଥାନ୍ତି ତାଙ୍କ ଭଳି କିଛି ବରିଷ୍ଠ ଜ୍ଞାନୀଗୁଣି ଜନ। ନଗରର ମେୟର, ସ୍ବୟଂ ହୋଇଥାନ୍ତି ପୃଷ୍ଠପୋଷକ। ମଧ୍ୟାହ୍ନ ଭୋଜନ ବିରତି ସମୟରେ ସାମାନ୍ୟ କିଛି ବାଟ ଚାଲି ଚାଲି ଯାଉଥାନ୍ତି।
ଏକ ଅତି ଅଶ୍ଳୀଳ ସିନେମା ପୋଷ୍ଟରକୁ ଢେଲା ମାରୁଥାଏ ଏକ ଶିଶୁ, ତାଙ୍କ ଭାଷାରେ ସତେ ଅବା ସେ ନାୟକ ନାୟୀକାଙ୍କୁ ଅଲଗା କରିଦେବାକୁ ଶପଥ ନେଇଛି। ମେୟର ମହାଶୟ ପିଲାଟିକୁ ତାଗିଦ କଲେ ତ ଠିକ୍ ଅଛି କିନ୍ତୁ ତତ୍ସହିତ କହିଲେ, କେଡେ ଟିକେ ଶିଶୁର ମୁଣ୍ଡରେ କେତେ ଆବର୍ଜନା। ତତ୍କ୍ଷଣାତ ସାର କହିଲେ, ଏ ଚିତ୍ରର କଳାକାର ବୟସ୍କ କିନ୍ତୁ ଏ ଫଟୋ ଦେବାକୁ କୁଣ୍ଠିତ ହେଲେ ନାହିଁ, ନା ହେଲେ ନିର୍ଦ୍ଦେଶକ ଓ ପ୍ରଜୋଜକ। ସେ ଆବର୍ଜନାକୁ ପୁଣି ରାଜରାସ୍ତାରେ ପ୍ରଦର୍ଶିତ କରାଗଲା, ଶହଶହ ବୟସ୍କ ଦେଖିବା ପାଇଁ। କିନ୍ତୁ ଶିଶୁଟିର ଚପଳ ମନ ବି ଏହାକୁ ଗ୍ରହଣ କରିପାରୁନାହିଁ। ସାର୍ ଜାଣି ନଥିଲେ ସେ ଚଳଚିତ୍ରର ପ୍ରଜୋଜକ ନିଜେ ସେ ମେୟର। ପ୍ରତି ଅଘଟଣରେ ଆପଣାର ଯୋଗଦାନ କେତେ ସହଜରେ ଭୁଲି ଯାଆନ୍ତି ସଭିଏଁ।
ଆଜିର ଉତ୍ଶୃଙ୍ଖଳ ପରିସ୍ଥିତି ପାଇଁ କଣ କେବଳ ଯୁବକ ଯୁବତୀ ମାନେ ଦାୟୀ?
ଉଦାହରଣ ଟିଏ ଦେଉଛି। ଓଡ଼ିଶାର ଜନସଂଖ୍ୟା ଚାରି କୋଟିରୁ ଅଧିକ। ବର୍ତ୍ତମାନର ପରିସଂଖ୍ୟାନ ଅନୁସାରେ ପ୍ରାୟ ଦେଢକୋଟି ଯୁବବର୍ଗ ଥିବେ। ତହିଁରେ ଥିବେ ପ୍ରାୟ ପଞ୍ଚଷଠି ଲକ୍ଷ ଝିଅ ଓ ପଞ୍ଚାଅଶି ଲକ୍ଷ ପୁଅ। ଅର୍ଥାତ କୋଡ଼ିଏ ଲକ୍ଷ ଯୁବକ ପାଇବେ ନାହିଁ ମହିଳା ସାଥି। ସେମାନେ କଣ ବାବାଜୀ ହେବେ? ପରିସ୍ଥିତି ସହଜରେ ଅନୁମେୟ।
ଏମିତି ହେଲା କାହିଁକି? କିଏ କଲା ଈଶ୍ବରଙ୍କ ସନ୍ତୁଳିତ ସୃଷ୍ଟିକୁ ବିକଳାଙ୍ଗ! ବାପା ଭଗବାନ ଓ ଡାକ୍ତର ଭଗବାନ ମିଶି ବିଜୁଳି କନ୍ୟାକୁ ଶିଳରେ ପିଟି ହତ୍ୟା କଲେ। ଆଜିର ନାରୀ ପ୍ରତି ହିଂସାଚାର ପାଇଁ ସେମାନେ ଦାୟୀ ନୁହନ୍ତି କି?
ତେବେ ମଣିଷର ଲକ୍ଷ୍ୟ ନାକାରତ୍ମକ ହୋଇ ନପାରେ। ଏହା ସାମୟିକ। ଦେଶ ଏକ ଶକ୍ତିରେ ପରିଣତ ହେବାକୁ ଯାଉଛି। ଏ ଦେଶର ଯୁବକ ସାରା ବିଷ୍ବରେ ବୁଦ୍ଧିମାନ ଵୋଲି ପରିଚିତ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମରିକ ବଳ, କୃଷି, ଶିଳ୍ପ, କ୍ରୀଡା ଓ ସୂଚନା ପ୍ରଯୁକ୍ତିରେ ଆମେ ଯେ କୌଣସି ଉନ୍ନତ ରାଷ୍ଟ୍ର ସହ ସମକକ୍ଷ। ଉନ୍ନତ ରାଷ୍ଟ୍ରର ଉପଗ୍ରହ ଆମ ଦେଶର ରକେଟ୍ ଯାନରେ କକ୍ଷ ପଥକୁ ଉତକ୍ଷେପଣ କରାଯାଉଛି। ଆମେ ଚାନ୍ଦ୍ରାୟଣ ଓ ମଙ୍ଗଳାୟନ କରିଛୁ, ଆଣ୍ଟାର୍କଟୀକାରେ ନିଜର ସ୍ଥିତି ଜାହିର କରିଛୁ। ଏ ତ ସବୁ ସ୍ଥୁଳ ଓ ଆବଶ୍ୟକୀୟ ଉନ୍ନତି। ଏହା ପଛରେ ରହିଛି ଅନେକ ସୂକ୍ଷ୍ମ ଅଦୃଶ୍ୟ ପ୍ରସ୍ତୁତି। ଏ ସଭ୍ୟତା ଗ୍ରୀସ୍, ମେସୋପଟାମିଆ, ଓ ଚୀନ୍ ସଭ୍ୟତା ଭଳି ଅତି ପ୍ରାଚୀନ। ॐ ର ଉତ୍ପତ୍ତି ଠାରୁ ଏ ସଭ୍ୟତାର ମୂଳଦୁଆ ପଡିଛି। ଏହାର ଫାଉଣ୍ଡେସନ ବେଦ, ଉପନିଷଦ। ପିଲାର୍ ହେଲେ ଦୁଇ ମହାପୁରାଣ, ଏସବୁ ସଂସ୍କୃତରେ, ସେହି ଭଳି ପ୍ରାଚୀନ ସାହିତ୍ୟ ଗନ୍ତାଘର ରହିଛି ତାମିଲ ସାହିତ୍ୟ। ବୋଧହୁଏ ପୃଥିବୀର ଏମିତି କୌଣସି ସଭ୍ୟତା ନାହିଁ ଯାହା ସାହିତ୍ୟ ପରି ଅଦୃଶ୍ୟ କିନ୍ତୁ ନିତ୍ୟ ଅନୁଭୁତ ଖମ୍ବ ଉପରେ ବିଦ୍ୟମାନ। ଏ ସନାତନ ସଂସ୍କୃତିରେ ଯୋଗ ଦେଇଛନ୍ତି ଵୌଦ୍ଧ, ଜୈନ ଓ ଶିଖ ଧର୍ମ ଭଳି ତିନି ନୂତନ କିନ୍ତୁ ଭାରତୀୟ ଧର୍ମ। ଏ ଦେଶର ଶିଶୁ ଗଳ୍ପ ଶୁଣେ ଅସରନ୍ତି ପେଡିରୁ। ଶିଶୁ କାଳରୁ ସେ ଗ୍ରାମରେ ଶୁଣେ ନ୍ୟାୟ ଅନ୍ୟାୟର ବିଚାର। କଥା ପଦକେ, ରାମାୟଣ, ମହାଭାରତ, ଭାଗବତର ଦାୟୀକା। ରାବଣ ସୀତାଙ୍କୁ ଚୋରାଇ ସୁରକ୍ଷିତ ରଖିଲା କାହିଁକି? ସୃପଣେଖାର କର୍ଣ୍ଣ ନାସା କାଟିବା ଉଚିତ ଥିଲା କି? ରାମ ଯେପରି ବାଳୀ ବଦ୍ଧ କଲେ, ଶ୍ରକୃଷ୍ନଙ୍କ ସମସ୍ତ କପଟ, କର୍ଣ୍ଣଙ୍କ ଚରିତ୍ର, ଏକଲବ୍ୟ ଉପାଖ୍ୟାନ, ଦ୍ରୌଣ ଓ ଭୀଷ୍ମ ମିଥ୍ୟାଚାର ପକ୍ଷରେ ରହିବା, ନଚିକେତା, ମାର୍କଣ୍ଡେୟ ଓ ସାବିତ୍ରୀଙ୍କ ମୃତ୍ୟୁ ଶହ କଥୋପକଥନ ଏମିତି ଅନେକ ବିଶେଷ ଦାର୍ଶନିକ ଯୁକ୍ତି ମଧ୍ୟକୁ ସେ ସ୍ବତଃ ଟାଣି ହୋଇଯାଏ। ଆଜି ଏ ବୟସରେ ବି ମୋତେ ବିଚିତ୍ର ଲାଗେ କେତେ କଥା। ଧରାଯାଉ ଆମ ଏଠିକା ଘଟଣା ନିମିଷକେ ସାରା ବିଷ୍ବରେ ପହଞ୍ଚି ପାରୁଛି, ଏଇଠି ଥାଇ ବି ମୋର ଏ ବକ୍ତବ୍ୟଟି ମୁଁ ଏକ ସଙ୍ଗେ ପୃଥିବୀର ହଜାର ସ୍ଥାନରେ ପ୍ରିଣ୍ଟ କରାଇ ପାରେ। ଜଣେ ନିଜ ଘର ତାଲା ପକାଇଥିଲେ ବି ଭିତରେ କଣ ଘଟୁଛି ମୋବାଇଲ ପରଦାରେ ଦେଖି ପାରେ। କିନ୍ତୁ ମାତ୍ର ପଚାଶ ବର୍ଷ ତଳର ସାହିତ୍ୟରେ ଏ ଆଚମ୍ବିତ ଘଟଣାର ବର୍ଣ୍ଣନା ଅଛି କି। ଆଦୌ ନାହିଁ। କିନ୍ତୁ ରାମାୟଣ କଳ୍ପନା କରିଛି ପୁଷ୍ପକ ବିମାନ। ମହା ଭାରତରେ ରଥ ଉପରେ ସୂକ୍ଷ୍ମ ଭାବେ ହନୁମାନ ରହି ରକ୍ଷା କବଚ ସାଜୁଛନ୍ତି। ଏ କଳ୍ପନା ବାଲ୍ମୀକି ଓ ବ୍ୟାସଙ୍କୁ ଆସିଲା କିପରି। ଏହା ସତକୁ ଘଟିଥିବ କିମ୍ବା ସେମାନଙ୍କ କଳ୍ପନା ଶକ୍ତି ଲକ୍ଷେ ଜେକେ ରୋଲିଂଙ୍କଠୁ ଅଧିକ। ଯେଉଁଟା ବି ହେଉ, ଏ ସମସ୍ତ ବିଭବ ଆମେ ଉତ୍ତରାଧିକାରୀ ସୂତ୍ରରେ ପାଇବା କେତେ ଭାଗ୍ୟର କଥା। ଏ ଉତ୍ତରାଧିକାରର ଅନ୍ତଃସାର ସଂସ୍କୃତ ଓ ତାହାର ବାର୍ତ୍ତାବହ ଯେଉଁ ଆପଣ ମାନେ, ସେମାନଙ୍କୁ ଏତେ ଦୀର୍ଘ କହିଥିବାର ଧୃଷ୍ଠତା ପାଇଁ କ୍ଷମା ମାଗୁଛି। ସର୍ବଶେଷ ବକ୍ତବ୍ୟ ହେଲା ଯେଉଁ ସବୁ ସାମାଜିକ ବ୍ୟଭିଚାର ଚାଲିଛି ତାହା ସାମୟିକ। ନିଶ୍ଚିତ ଭାବେ ମନୁଷ୍ୟର ବିକାଶ ହୋଇ ଚାଲିବ ଯାହା କହିଯାଇଛନ୍ତି ଏ ଯୁଗର ମହାଯୋଗୀ, ଶ୍ରୀଅରବିନ୍ଦ।

No comments:
Post a Comment