ଉତ୍କଳ ଦିବସର
ପରେ, ଏକ ଗର୍ବ କରିବା ଭଳି ପ୍ରବଂଧଟିଏ ପଢିଲି ।
ଦଶ ପ୍ରତିଶତ
ପ୍ରେରଣା, ନବେ ପ୍ରତିଶତ ଖଟଣି; ମାନନୀୟ ଶ୍ରୀ ଜଗନ୍ନାଥ ପ୍ରସାଦ ଦାସ ମହାଶୟଂକ ଏହି ପ୍ରବଂଧଟି‘ସମ୍ବାଦ’ ମାଧ୍ୟମରେ ପାଠକଲି। ରେଳଗାଡିରେ ଯାତ୍ରା କାଳରେ ଏହି ଓଡିଆ ଦୈନିକ
ସହ, ସର୍ବାଧିକ ପଠିତ ଇଂରାଜୀ
ଖବର କାଗଜଟିର ସମସ୍ତ ସମ୍ପାଦକୀୟ ପୃଷ୍ଠା ମଧ୍ୟ ପଢିଲି। କେବଳ ଆଜି ନୁହେଁ ଅନେକ ଥର ଏମିତି
କରିବାର ସୁଯୋଗ ମିଳେ। ନିରପେକ୍ଷ ଭାବେ କହିପାରେ ଯେ ପ୍ରାୟ ସବୁଥର କୌଣସି ଏକ ଓଡିଆ ପ୍ରବଂଧ’ହିଁ ଅଧିକ ଉଚ୍ଚମାନର ବୋଧ ହୁଏ। ଆଜି କଥାତ ନିଆରା। ଉକ୍ତ ପ୍ରବଂଧଟି ମୁଁ ପଢିଥିବା
ଯତ୍କିଂଚିତ ପ୍ରବଂଧ ମାନଂକ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ।
ସମ୍ବାଦ, ତା.02.04.2016. |
କହିବା
ବାହୁଲ୍ୟ ଆଲୋଚନାଟି ମୋ ଭଳି ଜଣେ ଅଯତ୍ନରେ ଗଳ୍ପ ଲେଖୁଥିବା ଗାଳ୍ପିକ ପାଇଁ ଯେମିତି ବେତ
ପ୍ରହାର ସେମିତି ଶିକ୍ଷଣୀୟ । ଏହାର ପ୍ରତିଟି ବାକ୍ୟ ମନରେ ଅପାର ଶ୍ରଦ୍ଧା ସୃଷ୍ଟି କରିଛି ଉଭୟ ସାହିତ୍ୟ ତଥା, ସହିତ୍ୟିକଂକ ପାଇଁ। ପ୍ରତେକ ଉଁକି ମାରୁଥିବା ପ୍ରଶ୍ନର
ସମଧାନର ସୂଚନା ମଧ୍ୟ ଦେଇଛଂତି। ଯେମିତିକି, ‘ତୁମ୍ଭଂକୁ ଦିନେନାଦିନେ ଲେଖାଟିକୁ ସାରିବାକୁ ପଡିବ, ନହେଲେ
ସେହିଠାରେ ଅଟକି ରହିବା ସାର ହେବ’। ଯେମିତି ଟାଗୋର ମହାଶୟ କହିଲେ, ‘ଏମିତି ସମ୍ପାଦନାରେ ଲାଖିରହିଲେ ସେ’ତ କତିପୟ କବିତା ଲେଖି ପାରିଥାଂତେ’।.
ଯେ କୌଣସି ସମାଲୋଚନାଧର୍ମୀ ଲେଖାଟି
ସମାଲୋଚିତ ଦିଗ ବା ବ୍ୟକ୍ତି ପ୍ରତି ଶିକ୍ଷଣୀୟ,
ଗ୍ରହଣୀୟ ହେବା ଚାହି। ଯାହା ଉକ୍ତ ରଚନାଟି ସଫଳତାର ସହ କରିଛି। ଦ୍ୱିତୀୟତଃ ଏଥିରେ ଦିଆଯାଇଥିବା
ଅନେକ ତଥ୍ୟ ଏହାକୁ ଅତ୍ୟନ୍ତ ଉଚ୍ଚକୋଟୀର କରିଛି। ଏମିତି
ଯୁକ୍ତିଯୁକ୍ତ ମନେ ହେଉଛି ଜଣାପଡୁଛି ମହାଶୟ ସ୍ୱଭାବିକ ଏଭଳି ଲେଖିବାକୁ ବାଧ୍ୟ, ଉଦ୍ଦେଶ୍ୟ ମୂଳକ ପାଣ୍ଡିତ୍ୟ ଦେଖାଇବା ପାଇଁ ନୁହେଁ।
ଏହାକୁ ପଢିବା ପରେ ଯେ କୌଣସି ଲେଖକ
ନିଶ୍ଚିତ ଉଣା ଅଧିକେ ସୁ ସାହିତ୍ୟ ପାଇଁ ଯତ୍ନବାନ ହେବ।
ତେବେ ମୁଁ ସମ୍ପୂର୍ଣ ଏକମତ ନୁହେଁ। ସେ ମଧ୍ୟ
ଲେଖିଛଂତି କଥାଟି ସମସ୍ତଂକ ପାଇଁ ସମାନ ନୁହେଁ।
ଦୁଇଟି ଉଦାହରଣ ଦେଉଛି, ଗୋଟିଏ ବ୍ୟକ୍ତିଗତ ମୋ ଭଳି ଜଣେ ଅନାମଧ୍ୟେୟ ଗାଳ୍ପିକର ନିଜସ୍ୱ
ଓ ଅନ୍ୟଟି ଶ୍ରୀ ମନୋଜ ଦାସ ମହାଶୟଂକର ସ୍ମୃତି’ର ପ୍ରଦୀପ ବହିରୁ।
ଗତବର୍ଷ ମକର ସଂକ୍ରାଂତିର କଥା । ମୋ କ୍ଲିନିକର
ଷ୍ଟାଫ ନର୍ସ ଝିଅଟିକୁ ତା ମା ଆସି ଘରର ସମସ୍ତ ପୁଂଜି ଧରାଇ ଚାଲିଗଲା। ଉଦ୍ଦେଶ୍ୟ
ପୁଅମାନେ ପର୍ବରେ ମଦ ପିଇବେ ନାହିଁ । ଘଟଣାକ୍ରମ ହେଲା
ଅତ୍ୟଂତ ଦୁଃଖଦାୟକ ଓ ହୃଦୟସ୍ପର୍ଷୀ। ଏହା ଅନ୍ୟତମ ବିୟୋଗାତ୍ମକ ଗଳ୍ପ ହେବାର ଦାବୀଦାର ଥିଲା।
ସମ୍ବେଦନଶୀଳ ବିଷୟ ବସ୍ତୁ ହୋଇଥିବାରୁ ଏବଂ ମଦର ନିତି ପ୍ରତିଦିନର କରୁଣ ପରିଣତି ବର୍ଷ ବର୍ଷ
ଧରି ଡାକ୍ତର ହିସାବରେ ଅନୁଭବ କରୁଥିବାରୁ,
ଗଳ୍ପଟି ମୁଁ ମନଛୁଇଁଲା ଭଳି କେଇ ଘଣ୍ଟା ମଧ୍ୟରେ ଲେଖି ପରିଥାଂତି। ମୁଁ ଅତ୍ୟଂତ କାର୍ଯ୍ୟ
ବ୍ୟସ୍ତ ରହିଲି ପରବର୍ତ୍ତୀ ଏକ ସପ୍ତାହ, ଯାହା ଭାବନାଟିର ଆୟୂଷ
ଅପେକ୍ଷା ଅଧିକ ଥିଲା।
ଆଜି ମଧ୍ୟ ସେ ଘଟଣାଟି ମନେ ଅଛି, କିଂତୁ ସେ ଦଶ ପ୍ରତିଶତ ପ୍ରେରଣା ନାହିଁ। ନବେ ପ୍ରତିଶତ ଖଟଣିକୁ ଶତ ପ୍ରତିଶତ କଲେବି, ମୁଁ ଆଉ ତାହା ଲେଖି ପାରିବି ନାହିଁ। ଏଠି କଥାହେଲା ମୁଁ ନିଜକୁ ଜଣେ ବଡ ଗାଳ୍ପିକ ବୋଲି
ଭାବୁନାହିଁ ଯେ ମୁଁ ଘଣ୍ଟାକରେ ଲେଖିଦେବି। ଏହା ପଛରେ ଅନେକ ବର୍ଷର ବାରମ୍ବାର ଘଟିଥିବା ଦୁଃଖଦ
ଅନୁଭୁତିହିଁ ମୋର ହୋଇଥାଂତା ଏ ଗଳ୍ପର ପ୍ରାକ ସଧନା। ମୁଁ ବ୍ୟସ୍ତ ଲୋକଟିଏ ବୋଲି ଗଳ୍ପଟି
ହଜିଗଲା କିଂତୁ ମୁଁ ଅନୁଭବୀ ଡାକ୍ତରଟିଏ ବୋଲି’ତ ଏ ଗଳ୍ପ ଲେଖିବା ମୋ
ପକ୍ଷେ ଅଧିକ ସହଜ।
ତେଣୁ ଏହାର ଦୁଇଟି ଦିଗ ।
ଶ୍ରୀ ଦାସ ତାଂକ ‘ଦିଗଂତ’
ପତ୍ରୀକା ନିମିତ୍ତ ଗଳ୍ପଟିଏ ପାଇଁ ଯାଇଥାଂତି ଶ୍ରୀ ସୁରେଂଦ୍ର ମହାଂତିଂକ ପାଖକୁ, ଯେତେବେଳେ ସେ ଲୋକସଭା ନିର୍ବାଚନ ପାଇଁ ବ୍ୟସ୍ତ । ସମସ୍ତ କର୍ମୀ ମାନଂକୁ ବିଦାୟ ଦେଇ ସାରିଲାପରେ ମନୋଜଂକୁ ଅତିଥି କକ୍ଷରେ ବସାଇ
ଦେଇ ତୁରଂତ ଚମତ୍କାର ଗଳ୍ପଟିଏ ଲେଖି ଆଣିଲେ। ସାର ବହୁତ ଉଚ୍ଚକରି ଲେଖିଛଂତି ଘଟଣାଟିକୁ। ଏକ
ପ୍ରକାରେ କୁହାଯାଇପାରେ ସେ ଯତ୍ନରେ କାର୍ଯ୍ୟଟିକୁ କଲେ ନାହିଁ। କିଂତୁ ରାଜନୀତିରେ ସାମାଜିକ
ଜୀବନରେ ରହୁଥିବା ଜଣେ ତାଂକ ପରି ଲେଖକଂକ ପାଇଁ ମୁଣ୍ଡରେ କଣ ଗଳ୍ପ ଅଭାବ ।ଏଠାରେ ଆମେ ସ୍ମରଣ ରଖିବାଯେ,
‘ନୀଳଶୈଳ’ ,’ନୀଳାଦ୍ରୀ
ବିଜୟ’, ‘ଶତାବ୍ଦୀର ସୂର୍ଯ୍ୟ’,’ କୂଳ ବୃଦ୍ଧ’, ଏବଂ ଏହିପ୍ରକାରେ ଅନେକ ସୃଷ୍ଟି ପାଇଁ ଅନେକ ଗବେଷଣା
ଓ ପରିଶ୍ରମ ସେ କରିଥିବେ।
ଏ ଅକିଂଚନ ଗାଳ୍ପିକ ମୁଣ୍ଡରେବି ଗଳ୍ପଟିଏ ଭୁତ ଭଳି ମାଡି ବସିଛି, ଯାହା ପାଇଁ ଅତି ଅଲ୍ପରେ ଛଅ ମାସ ସମୟ ଲାଗିବ, କାରଣ ଏହାର ବିଷୟଟି ଅନେକ କଥାବସ୍ତୁ ସହ ଜଡିତ ଓ ଏଥିପାଇଁ ବହୁତ ପଢିବାକୁ ପଡିବ। ଗଳ୍ପଟି
ସମ୍ପୂର୍ଣ ଭାବି ସାରିଲା ପରେବି ଲେଖି ପାରୁ ନାହିଁ।
ତେଣୁ
ପ୍ରକୃତରେ ଯଦିଓ ମହାଶୟ କହିଥିବା ପ୍ରତିଶତ ସମ୍ପୂର୍ଣ ଠିକ ତେବେ ଏହି ପ୍ରଥମ ଦଶ ପ୍ରତିଶତ ପ୍ରେରଣା
ବିନା ପରବର୍ତ୍ତି ନବେ ପ୍ରତିଶତ ଖଟଣି ଆଦୌ ସମ୍ଭବ ନୁହେଁ, ଯେମିତି ଧୁଳିକଣା ବିନା ମେଘ ସମ୍ଭବ ନୁହେଁ ।
ମୁଁ ଏତେ ସୁଂଦର ଏକ ପ୍ରବଂଧର ବିତର୍କ
କରୁନାହିଁ, କେବଳ ଯାହା ମନକୁ ବୁଝାଉଛି ମହାଶୟ ବତାଇଥିବା ଦିଗକୁ ଧ୍ୟାନ
ଦେ, କିନ୍ତୁ ଈଶ୍ୱର ଦେଇଥିବା ପ୍ରବୃତିକୁ ସାଥି ଓ ପାଥେୟକରି।
ସାହିତ୍ୟରେ ଦାୟ ଧାର ଧରୁ ନଥିବା ଆମ ଜେଜେ ମାନେ ବି ମନରୁ ଫାଂଦି କେତେ ମନଲୋଭା ଗଳ୍ପ କହିଛଂତି
।
ଓଡିଆ ସାହିତ୍ୟ ପାଇଁ ଯେଉଁମାନେ ଚିନ୍ତିତ, ସେମାନେ ମହାଶୟଂକର ଏହି ରଚନାଟିକୁ ପାଠ କରଂତୁ, ବହୁତ ଉତ୍ସାହିତ ହେବେ। ପ୍ରକୃତରେ ଓଡିଆ ସମ୍ବାଦପତ୍ର ମାନଂକର
ସମ୍ପାଦକୀୟ ପୃଷ୍ଠା ଇଂରାଜୀଠାରୁ ସାମ୍ପ୍ରତିକ କାଳରେ ଅତି ଉତ୍ତମ। ମୁଁ କେବେ କେବେ ‘ବେଂଗକହେ ବେଂଗୁଲୀଲୋ.... ପଢି ଭାବେ ଏଭଳି ସମ୍ପାଦକୀୟ ପୃଥିବୀରେ
ବିରଳ ହୋଇଥିବ। ଅବଶ୍ୟ ମତ ଦେବାର ଯୋଗ୍ୟତା ପ୍ରତି ସଂଦେହ ସ୍ୱଭାବିକ ।
No comments:
Post a Comment