ଜୀନୁର
ବୁଦ୍ଧି ।
ମା ଆଜି ଏକାଦଶୀ ଉପବାସରେ ଅଛନ୍ତି, ଜଗନ୍ନାଥ ବାଡି ମଠକୁ ବାହରି ଗଲେ,
ପୂଜା ପାଠ ସାରି ଆସିଲେ କିଛି ଫଳ ଖାଇବେ ଓ ଖୁଆଇବେ। ଗଲାବେଳେ ଜୀନୁ ଓ ମୋଗୁଲିକୁ ତାଗିଦ କରି
ଗଲେ, ଏଇଠି ଧାନ ଶୁଖୁଛି, ଟିକେ ନିଘା ରଖିଥିବ, ଲୁଡୁ ଖେଳୁଥିବ, ଦୁଷ୍ଟାମୀ କରିବ
ନାହିଁ।
“ହଁ ହଁ, ଆମେ ସୁନାପିଲା ହୋଇଥିବୁ, ତୁମେ ଆସିଲେ ଭୋଗ ଖାଇବୁ।“
କହିଲେ ଝିଅ ଦି’ଜଣ।
କିଂତୁ ମା ଗଲା ପରେ ପରେ ପିଜୁଳି ଗଛ
ଯେମିତି ହାତଠାରି ଡାକିଲା। ଆଜି ନିଶ୍ଚେ ଗଛ ପାଚିଲା ପିଜୁଳି ତୋଳି ରଖିବେ, ମା ଆସିଲେ ଖାଇବେ। ମା’ତ କେବେ ଗଛ
ଚଢାଇ ଦେଉନାହାନ୍ତି।
ଆହା! କି ସୁଂଦର ପିଜୁଳି ଫଳିଛି, ଯେମିତି ଅନେଇ ବସିଛନ୍ତି, ମୋଗୁଲି
ଚଢି ତୋଳି ଆଣିବ। ଯିଏ ଦିନେ ବାଉଁଶରାଣୀ ଆଖଡାରେ ଦୋଉଡି ଉପରେ ଭାରସ୍ୟାମ ସହକାରେ ଚାଲି ପାରୁଥିଲା, ତା’କୁ ଏହା କି’ବା କାମ।
‘ଗଛ ଚଢି ନ’ଜାଣେ ଯିଏ, କାଉ ଅଇଁଠା ଖାଏ ସିଏ।‘
ଅଗଣା ଟପି ଖଳା ଆଡକୁ ଗଲା ବେଳକୁ ଜୀନୁ’ର ମନ ବଦଳି ଯାଇଥିଲା। କେହି ଯେପରୀ ତା
କାନ ପଖରେ କହୁଛି, ଘରେ ମା ନାହିଁ, ଏମିତି ଦୁଷ୍ଟ ହେବା ଭଲ ନୁହେଁ, ମୋଗୁଲି ଗଛରୁ ପଡିଗଲେ କଣ
କରିବ।
ଯେମିତି ତା ବାପା କହୁଛନ୍ତି, ସେ ସତେ ଅବା ମୋଗୁଲିର ଅଭିଭାବକ। “ଏ ମୋଗୁଲି ଆଂକୁଡିରେ
ପିଜୁଳି ପାରିଦେ, ମୁଁ ଗୋଟାଇବି। ଭୁଲରେ ଗଛ ଚଢନି କହି ଦେଉଛି। -ପାଚିଲା
ପିଜୁଳି ଗୁଡିକ ତଳେ ପଡି ଛେଚରା ହୋଇ ଯାଉଥାଏ।
ଦେଖିଲୁ ଦେଖିଲୁ ଜୀନୁ କି ସୁଂଦର ଏବଂ କେତେ
ବଡ ପିଜୁଳି ଦୁଇଟା ଓହଳିଛି ସେଇ ଯେଉଁ ଡାଳଟା କୂଅ ଉପରେ ନଇଁ ପଡିଛି, ସେଠି। କି’ନ୍ତୁ ଆଂକୁଡିରେ ପାରିଲେ କୂଅରେ ପଡି ଯିବାର ସଂଭାବନା ଅଧିକ।
କୂଅ ଉପରେ ଯେଉଁ ସିମେଣ୍ଟ ଖୁଣ୍ଟ ଦୁଇଟି
ଉପରେ କାଠ ରେଳା’ଟି ପଡିଛି, ଯହିଁରୁ ପୁଲିଟିଏ ଝୁଲିଛି, ଏବଂ ପୁଲିରୁ ଝୁଲିଛି ଦୌଡିରେ
ଲାଗିଥିବା ବାଲ୍ଟି। ସେହି କାଠ ରେଳା ଉପରେ ଠିଆ ହେଲେ ପିଜୁଳି ହାତ ପାଆଂତାରେ। ମା
ଉପବାସକରିଛଂତି ଖୁସି ମନରେ ସୁଆଦିଆ ପିଜୁଳି ଖାଇବେ। ଭାରୀ ଭଲ ହେବ। ନୁହେଁକି ଜୀନୁ, ପଚାରିଲା ମୋଗୁଲି।
ଜୀନୁ ତା ଗାର୍ଜନ ଗିରି ଭୁଲି ଯାଇଥିଲା ଓ
ଭାବିଲା ସତକଥା, ଏ ଛେଚରା ମେଚରା ପିଜୁଳି
ଆମେ ଖାଇଦେବା ସେଇ ଦୁଇଟା ମାଂକର, ବଢିଆ।
ସେ ରେଳା ଉପରେ ଚଢିବା କଥା ଭାବିଲେ ଜୀନୁକୁ
ଖୁବ ଭୟ ଲାଗିଲା କିନ୍ତୁ ମୋଗୁଲି ଯିଏ ସରୁ ଦୋଉଡି ଉପରେ ଚାଲି ଖେଳ ଦେଖାଉଥିଲା ତା ପାଇଁ କିବା
କଥା।
ଅଭ୍ୟାସ ବଳେ କି ଆଶ୍ଚର୍ଯ କାମ କରି ନହୁଏ!
ଜୀନୁ ଭାବିଲା। କିନ୍ତୁ ତା ଭୋଉଣୀ ହୋଇ ତାଂକ ଘରେ ରହିଲା ଦିନୁ ତା’ର ତ ସେ ଅଭ୍ୟାସ ଛାଡି ଯାଇଛି। ମନେ ପଡିଲା ଜୀନୁର ଶେଷ ଖେଳ ସେଦିନ, ଯେଉଁଦିନ ଗାଆଁ ଲୋକେ ଜୀନୁକୁ ବାଉଁଶରାଣୀ ଦଳର ମାଷ୍ଟରକୁ ଛାଡି ତାଂକ ନିଜ ଘରେ
ରଖିବା ସପକ୍ଷରେ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେ ନିଶ୍ଚେ ପାରିବ ତା ମନ କହିଲା।
ଜୀନୁ |
ଜୀନୁ ଫ୍ରକକୁ ଡାଲା ଭଳି ଟେକି ଧରିଲା, ମୋଗୁଲି ଧିରେକି ପିଜୁଳି ଦୁଇଟି ପକାଇଲା। କଣ ହେଲା। କେଜାଣି ଠିକ ସମାନ ସମୟରେ ମୋଗୁଲି ଖସି ପଡିଲା ତାର ପଡିବାର ଶବ୍ଦ ଏବଂ (ବୋଧେ)
କୁଅ ନଂଦରେ ମାଡଖାଇ ଯଂତ୍ରଣା ଓ ଭୟର ଆର୍ତ୍ତନାଦ ଶୁଣିବାକୁ ଜୀନୁ ଛଡା ସେଠି କେହି ନଥିଲେ । ବାଉଁଶ ବୁଦା ଭେଦି ରାସ୍ତା ଆଡକୁ ଅନାଇଲା କେହି ଯାଉନଥିଲେ, ବଡ ପାଟି କରି ଡାକ ଛାଡିଲା କେହି ପ୍ରତ୍ୟୁତ୍ତର ଦେଲେ ନାହିଁ।
ମୋଗୁଲି ପାଇଁ |
ମୋଗୁଲିତ ପହଁରା ଶିଖି ନଥିବ, ହାତ ଗୋଡବି ଜଖମ ହୋଇଥାଇ ପାରେ, ସେ
କୂଅ ଭିତରକୁ ଉଂକି ଦେଖିଲା, ତାକୁ ଲାଗିଲା ମୋଗୁଲି ଉବୁଟୁବୁ ହେଉଛି,ତାଂକ କୂଅର ଭିତର ପାଖ ସିମେଣ୍ଟରେ ପାଲିସ କରା ଯାଇଛି,
କେଉଁଠି ଉଚ୍ଚ ଖାଲ ନାହିଁଯେ ଧରି ଲଟକି ରହିବ। ତଥାପି ସେ ଚେଷ୍ଟା
କରୁଛି, ସେ ଉଠିପଡି କହିଲା ତୁ ଜୀନୁ ବ୍ୟସ୍ତ ହୋଅନା ମୁଁ ପହଁରା
ଜାଣେ। କିଂତୁ ତା’କୁ ବହୁତ ଯନ୍ତ୍ରଣା ହେଉଥିବା ଅନୁଭବ କଲା ଜୀନୁ। ସେ
ବାଲ୍ଟି ପାଖଟା ଉପରକୁ ରଖି ଦୋଉଡି ମୁଣ୍ଡଟା ତଳକୁ ପକାଇଦେଲା, ମୋଗୁଲି
ଦୋଉଡି ଧରି ଲଟକି ରହିଲା। ଏମିତି ଅନିର୍ଦ୍ଦିଷ୍ଟ କାଳ ରହି ହେବ, କିଛି ଉପାୟ କରା ଯାଇପାରେ, ଆଉ ଭୟ
ନାହିଁ।
ଜୀନୁ
ମନକୁ ଏକ ବୁଦ୍ଧି ଆସିଲା । ସେ ମନେ ପକାଇଲା ତାଂକ ବଳଦ ମାନେ ଆଗରୁ କିପରି
ହଳ ଟାଣୁଥିଲେ।ବଳଦତ ନାହାଂତି ତେବେ
ତାଂକ ଗାଈ ନେତ ଦ୍ୱାରା କାମଟି କରାଯାଇପାରେ।
ଏକ ଅଲିଖିତ ନିୟମ ଅନୁସାରେ ତାଂକ ଗାଆଁର ରଥ ଦୋଉଡି
ତାଂକରିଘରେ ରହେ, ମା ତାକୁ ଏକ କାଠ ବାକ୍ସ ମଧ୍ୟରେ ଗଂଧ କର୍ପୁର ଦେଇ ରଖିଛନ୍ତି, ଅବଶ୍ୟ ବାକ୍ସଟିରେ ତାଲା ପଡି ନାହିଁ। ସେ ଦୌଡିଲା।
କେତେ
ଓଜନ, ବାବାଃ! କଷ୍ଟେମଷ୍ଟେ ମୁଣ୍ଡରେ ଥୋଇ, ବୋହି ଆଣିଲା। ଆମ୍ବ ଗଛ୍, ଯେଉଁଟା କୂଅ ସିଧାରେ କିଛି ଦୂରରେ ଅଛି ସେଇଠି କଚାଡି ଦେଲା। ଦୋଉଡିର ଏକ ମୁଣ୍ଡକୁ
ଆମ୍ବ ଗଛରେ ଦୁଇ ପରସ୍ତ ଗୁଡାଇ ଏକ ଫାଶ ପକାଇ ଦେଲା। ତା ଛୋଟ ମୁଣ୍ଡରେ ବିଚାର କଲା ଏମିତି ଗୁଡାଇବା
ଦରକାର ଅଛି। ସେ ପୁଣି ଥରେ କୂଅ ପାଖକୁ ଯାଇ ଭିତରକୁ ଡୁଂଗି ଦେଖିଲା,
ମୋଗୁଲି ଠିକ ଅଛି। ତାହା ସହ କିଛି ପ୍ଲାନ ଆଲୋଚନା କଲା। ମୋଗୁଲି ଖୁସି ହେଲା, କହିଲା ମୁଁ ଜାଣିଥିଲି ପରା ମୋ ସୁନା ଭୋଉଣୀର ବହୁତ ବୁଦ୍ଧି, ବଢିଆ ଆଇଡିଆ। ଧିରେ ସୁସ୍ଥେ କର, ମୁଁ ଯମାରୁ ଡରିବା ପିଲା ନୁହେଁ। ଏହାକହି ସେ ଦୋଉଡି ଧରି ପାଣି ଭିତରେ ଡୁବ ମାରିଲା, ଇଲୋ ବାପ ଏତେ ପାଣି। ଜୀନୁ
ରାଗିଗଲା, ଅତି ବଦମାସ ମୋଗୁଲି, ଆଉ ଥରେ
ବୁଡିବୁତ ସେଇଠି ରହିବୁ, ମୁ ଆଦୌ ନେତକୁ ଆଣିବି ନାହିଁ।
ଏହା କହି
ସେ ଗୁହାଳ ଆଡେ ଦୌଡିଲା। ନେତକୁ ପଘା ସହ ଫିଟାଇ ଆଣିଲା। ଆମ୍ବ ଗଛ ମୂଳକୁ ଆଣି ରଥ ଦୋଉଡିଟିରୁ ଫାଶ ଫିଟାଇ ଏକ
ମୁଣ୍ଡକୁ ପଘା ସହ ବାଂଧି ତିନି ଗଣ୍ଠି ଦେଲା, ଯେମିତି ଆଦୌ ଫିଟିବ ନାହିଁ। ସେ ଜାଣି ପାରୁଥିଲା ଏ
ଜଗନ୍ନାଥଂକ ରଥ ଦୋଉଡି କେବେ ଛିଡିବ ନାହିଁ ଯଦିଓ ଦୁଇ ପରସ୍ତ ଗୁଡାହେବା ଦ୍ୱାରା ଘଷି ଘଷି ହୋଇ
ଟାଣି ହେବ, ଯାହାକି ବ୍ରେକ ଭଳି କଣ୍ଟ୍ରୋଲ କରିବ। ଆର ମୁଣ୍ଡକୁ ଯେଉଁ
କାଠ ରେଳାରୁ ପୁଲି ଝୁଲୁଥିଲା ତା ଉପର ଦେଇ କୂଅ ମଧ୍ୟକୁ ପକାଇଦେଲା । ମୋଗୁଲି ତା ବାଉଁଶରାଣୀ ଖେଳ ଦିନର କୌଶଳ ସହକାରେ ଦୁଇ ହାତ ଓ ଦୁଇ ଗୋଡ ସହ
ଦୋଉଡିକୁ ଏଭଳି ଛଂଦିଦେଲାଯେ, ଖସିବା ମୁସ୍କିଲ । ତେବେ ଦେଖାଗଲା ସେ କଣ ଗୋଟାଏ ଦାନ୍ତରେ କାମୁଡି ଧରିଛି। ଜୀନୁ ପରେ ଦେଖାଯିବ
ସ୍ୱଗତ୍ୱକ୍ତି କରି ନେତ ପାଖକୁ ଧାଇଁଲା। ନେତକୁ ଏକ ଛାଟଧରି ଧିରେ ଧିରେ ଅଡାଇଲା। ନେତକି ସହଜରେ
ଭିଡିପାରେ, ବ୍ରେକ ବଢିଆ କାମଦେଲା। ତା
ଛଡା ଗଛଟିରେ ଗୁଡା ହୋଇ ଥିବାରୁ ନେତ ଇତଃତସ୍ତ ଯିବାର ସମ୍ଭାବନା ନଥିଲା, ତଥା ଆମ୍ବଗଛ ଓ କୂଅ ମଝିର ରସି ସ୍ଥିର ରହିଲା। ନେତ ଧିରେ ଧିରେ ଆଗଉ ଥାଏ ମୋଗୁଲି
ଧିରେ ଧିରେ ଉପରକୁ ଉଠୁଥାଏ। କାମଟି ସମ୍ପୁର୍ଣ ସରିଲା।
ମୋଗୁଲି
ଖୁସିରେ ଦୋଉଡି ଆସି ଜୀନୁକୁ ଆଲିଂଗନ କଲା, 'ସାବାସ ଜୀନୁ ସାବାସ' ।
ଜଣେ
ନେତକୁ ନେଇ ଗୁହାଳରେ ବାଂଧିଦେଲା ଆଉ ଜଣେ ରଥ ଦୋଉଡିକୁ ସଜାଡି ରଖିଲା। ଜୀନୁ ଦେଖିଲା ମୋଗୁଲୀ ଏ
ବିପଦ ବେଳେବି ଅନେକ ଦିନରୁ କୂଅରେ ପଡିଯାଇଥିବା ରୂପାର ଠାକୁର ଥାଳିଆ ଉଦ୍ଧାର କରି ଆଣିଥିଲା, ଯେଉଁଟା କୂଅ କଂକଡାରେ ଯେତେ
ଚେଷ୍ଟା କଲେବି ଆସୁନଥିଲା। ତେବେ ସେ ଥାଳିଆ ପାଇଁ କଥାଟିକୁ ମାଆଂକ ପାଖରୁ ଲୁଚାଇ ହେବ ନାହିଁ।
ଏତିକି
ବେଳେ ମାଆ ଆସି ପହଂଚିଲେ ଓ ସମସ୍ତ ଘଟଣା ଶୁଣି ତଟସ୍ଥ ହୋଇ ଯାଇଥିଲେ, ଦୁଃଖ ଠାରୁ ଖୁସି ବହୁ
ମତ୍ରାରେ ଅଧିକ!!!
କେତେ ଓଜନ, ବାବାଃ!
ReplyDeleteSuperb jinu......but who is jinu?
ReplyDeleteJinu and Moguli are the same two girls of my stories Jajabara Dunia and Jajabara sava, both are in my blog. This series is planned to continue but where is the time!!!
ReplyDelete