Search This Blog

Friday, 22 January 2016

ପରୀ Paree, children,s fairy tale..

ପରୀ
ପରୀ ଏହା ଐଶ୍ୱର୍ଯ୍ୟା ଆଂକିଥିବା ଚିତ୍ର
ଐଶ୍ୱର୍ଯ୍ୟା ପାଠ ଖାତାରେ କଣ ଗୋଟାଏ ଗାରା ଗାରି କରୁଛି ଏକ ଭଂଗା ପେନସିଲର ଅଭଂଗା ମୁନରେ ମା କହିଲେ ପାଠ ସରିଲା ଐଶ୍, ରୋଷେଇ ଘର ଭିତରୁ ଥାଇ। କିଛି ଉତ୍ତର ପାଇଲେ ନାହିଁଦୁଇଥର ଡାକିଲାପରେ ବହାରକୁ ଆସି ଝିଅକୁ ନିଘା କଲେ, ସେ ହଜି ଯାଇଛି ତା ଚିତ୍ର ଦୁନିଆରେ। ମାଂକ ଉପସ୍ଥିତି ସମ୍ପର୍କରେ ସଚେତନ ହୋଇ ପାରୁନାହିଁ।
ଠିକ ଅଛି ତାର ତନ୍ମୟତାରେ ବ୍ୟାଘାତ ନକରିବା ଭଲ
ମାତ୍ର ପନ୍ଦର କୋଡିଏ ମିନିଟ ପରେ ଐଶ୍ୱର୍ଯ୍ୟା ତା ନୂତନ ଚିତ୍ରକୁ ଧରି ମାଂକ ପାଖରେ ହାଜର୍। ମାମା ଦେଖିଲ ଦେଖିଲ ମୋ ପରୀକୁ।
ପୁଣି ପରୀ!
ଏମିତି ସେମିତି ନୁହେଁ ମାମା, ଇଏ ପ୍ରୋମିଜ କରିଛି ମୋ ସହ କଥା ହେବ, ଖେଳିବ, ମୋତେ ନାଚ ଶିଖାଇବ, କେତେ ନୂଆ ରାଇଜ ବୁଲାଇ ନେବ, ତାଂକ ଘରକୁ ବି ନେବ।
ଛୋଟିଆ ଛୁଆ, ମାତ୍ର ସାତ ବର୍ଷ ବୟସ ତାର ପୁଣି ଏତେ କଥା। ସମାନ୍ୟ ବିଚଳିତ ହେଲେ କିଂତୁ ଚିତ୍ରଟିକୁ ଦେଖିଲା ପରେ ସେ ବିଶ୍ୱାସ କରି ପାରିଲେ ନାହିଁ, ଐଶ୍ୱର୍ଯ୍ୟା ଏତେ ସୁଂଦର ଆଂକି ପାରିବ ବୋଲି। ସତରେ ତ ଏହା ଜୀବଂତ।
ମାମା! ସେ ମତେ ସତରେ ବୁଲାଇ ନେବନା?!
ମା ବୁଝି ପାରିଲେ ନାହିଁ, ହଁ କହିଲେ ଭଲକି ନା କହିଲେ ଭଲ କେବଳ ଆଦରରେ କୋଳାଇ ନେଇ କହିଲେ, ଅତି ସୁଂଦର
 ଐଶ୍ୱର୍ଯ୍ୟା ଏବେ ବାପାଂକ ପାଖକୁ ଦୌଡିଲା, ହୁଏତ ବାପା ଏ ବାବଦରେ ଠିକ କଥା କହିବେ।
ବାପା କହିଲେ, ହଁ ସେ ତୋ ସହ ସାଥି ହେବଯେ କିଂତୁ ତାଂକ ରାଇଜର ନିୟମ କାନୁନ ହିସାବରେ, କେବଳ ସମୟେ ସମୟେ, ତାହାପୁଣି ସ୍ୱପ୍ନରେ। ତୁ ଯେଉଁ ସୁଂଦର ସ୍ୱପ୍ନ ଗୁଡିକ ଦେଖୁ ସେ ସବୁତ ଏହି ମାନେ ଦେଖାଂତି, ଆଉ ଏହି ପରୀଟି ନିଶ୍ଚେ ତୋ ସହ କେତେ ଖେଳ ଖେଳିବ ଦେଖୁନୁ ଏହା କେତେ ସୁଂଦର ହୋଇଛି,ସେ ଯଦି ସତରେ ତୋ ଆଗକୁ ଆସି ତୋ କଳ୍ପନାରେ ଦେଖା ଦେଇ ନଥାଂତା ତା ହେଲେ ତୁ କଣ ତୋ ଟିକି ହାତରେ ଏମିତି ଆଂକି ପରିଥାଂତୁ।
  ଐଶ୍ୱର୍ଯ୍ୟା  ବୁଝିଲା ତା ଚିତ୍ରାଂକନ ଆଜି ବୋଧେ ଭଲ ହୋଇଛି।
ଠିକ ଅଛି, ଆଜି ଅମେ ଆମ ଏଠିକା ପରୀ ରାଇଜ ଡିସ୍ନି ଲାଂଡ ବୁଲିଯିବା ଅପରାହ୍ନରେ
ଏ କଥା ଶୁଣି ଐଶ୍ୱର୍ଯ୍ୟାର ମନ ବଦଳି ଗଲା ସେ ଖୁସିରେ ମା ପଖକୁ ଦୌଡି ଯାଇ ମାଂକୁ କହିଲା, ମା ଶୀଘ୍ର ଶୀଘ୍ର କାମ ସାରି ପକା ନହେଲେ ଡେରି ହେବ,ଆମେ ସବୁ କିଛି ଦେଖି ପାରିବା ନାହିଁ।
ମାବି ବୁଲିଯିବା କଥା ଶୁଣି ବେଶ ଖୁସି ହେଲେ।
ଚିତ୍ରକର ଓ କାହାଣୀକାର, ରାମୋଜୀ ଫିଲ୍ମ ସିଟି, 31.01.2016.
.....................................
ସହରର ଅଦୂରରେ ଗଢି ଉଠିଛି ପିଲାଂକ ମନୋରଂଜନ ପାଇଁ ଚମତ୍କାର କୃତିମ ପାର୍କଟି, ନାମ ଯାହର ଡିସ୍ନି ଲାଂଡ୍, ମେଟ୍ରୋ ରେଳଗାଡିରେ ଗଲେ ତିନୋଟି ଷ୍ଟେସନ ପରେ ପଡିବ ଏବଂ ଏହି ଭୂତଳ ରେଳଗାଡିର ମଜାବି ଐଶ୍ୱର୍ଯ୍ୟା ନେବା ଦରକାର
ସଜବାଜ ହୋଇ ବାହରି ପଡିଲେ, ଆଜି ରବିବାରର ମଜା ନେବା ପାଇଁ। ଐଶ୍ୱ୍ର୍ୟା ତା ପରୀକୁ ଏକ ଫ୍ରେମ ମଧ୍ୟରେ ବଂଧାଇ, ସାଥିରେ ଧରି ଚାଲିଲା।
ରେଳଗାଡି ଅଲଗା ପ୍ରକାରର, ଭାରି ଚିକ ମିକ୍, କେତେ ଢଂଗରେ ସଜା ହୋଇଛି, କେତେ ଚିତ୍ର ଲାଗିଛି, ସବୁଚିତ୍ର ତଳେ ଡିସ୍ନି ଲେଖାଯାଇଛି ଐଶ୍ୱର୍ଯ୍ୟା ଦେଖିଲା ତା ପରୀ ଚୁପ୍ କିନା ତା ହାତରୁ ଖସିଯାଇ ଗୋଟିଏ ଚିତ୍ରର ଏକ କୁନି ଛୁଆ ମଧ୍ୟରେ ମିଶିଗଲା ପୁଣି କିଛି ସମୟ ପରେ ସେହି ଏକା ପ୍ରକାର ସତସତିକା ଝିଅଟିଏ ଆସି ତାଂକ ସିଟରେ ତା ପାଖରେ ଥିବା ଖାଲି ଯାଗାରେ ବସି ପଡି ତାଆଡେ ଚାହିଁ ହସିଦେଲା। ସାମ୍ନାରେ ବସିଛଂତି ତିନି ଜଣ, ଝରକା ପାଖକୁ ବସିଛଂତି ଜଣେ ଗମ୍ଭୀର ଦିଶୁଥିବା ଏବଂ ନିରବ ରହୁଥିବା ଦରବୁଢା ବ୍ୟକ୍ତି ତା କଡକୁ ସମ୍ଭବତ ଦୁଇଜଣ ସାଂଗ ଜଣେ କରିମ ଚାଚା ଦରଜୀ ଭଳି ଦେଖା ଯାଉଛ୍ଂତି, ଆଉଜଣେ ଖିରବାଲା ହରିକାକା ଭଳି। ଏତେ ସୁଂଦର ବଗିଟିକୁ ସେମନେ ବାଦାମ ଖାଇ ତା ଚୋପାଗୁଡା ତଳେ ପକାଇ ଅସନା କରୁଥିବା ଦେଖି ଐଶ୍ୱର୍ଯ୍ୟା ମନେ ମନେ ଖପ୍ପା ହେଲା, ତେବେ ବାପା ଓ ମାଂକ ଆଡକୁ ଥରେ ଥରେ ବୋଧ୍ୟଗମ ଚାହାଣି ଦେବା ବ୍ୟତୀତ କଣବା ସିଏ ଅଧିକା କରି ପରିଥାଂତା।
ସେମାନେ ନିଜ ନିଜ ଧର୍ମ ବାବଦରେ ଯେତେ ସବୁ ଭଲ ଭଲ କଥା ବଖାଣୁଥିଲେ ଏବଂ ମଝିରେ ମଝିରେ ବାଦ ବିବାଦରେ ଲାଗି ଯାଉଥିଲେ,ପୁଣି ସାଥିରେ ବାଦାମ ଖାଇ ଚୋପାଯାକ ବେପରୁଆ ପକାଇ ଚାଲୁଥିଲେ। କେତେ ସମୟ ପରେ ଛୋଟ ପିଲା ଦୁଇ ଜଣଂକ ଉପସ୍ଥିତି ପ୍ରତି ସଚେତନ ହୋଇ ସେମାନେ ଉଭୟଂକୁ କିଛି ବାଦାମ ଦେଲେ,ଐଶ୍ୱର୍ଯ୍ୟା  ମୁହଁ ମୋଡି ତାର ମନର ଅବସ୍ଥା ଅନୁସାରେ ବାଦାମ ନେବାକୁ ମନା କଲା, ପରୀ କିଂତୁ ବେଶ ଆଦରରେ ସେ ସବୁକୁ ଖାଇ ତାର ଚୋପା ଗୁଡାକ ତା ଅଣ୍ଟିରେରଖିଲା ଏବଂ ସବୁ ଖାଇ ସାରିଲା ପରେ ସେ ସବୁକୁ ବଗିରେ ଥିବା ଡଷ୍ଟବିନରେ ପକାଇଲା। ପରୀର ଏତାଦୃଶ ଆଚରଣରେ ସାଂଗ ଦୁଇଜଣ ମଧ୍ୟ ଆଉ ଅସନା ନକରି ଠିକ ହିସାବରେ ଚୋପାକୁ ରଖିଲେ, ତେବେ ସେମାନଂକ ଏ ପରିବର୍ତ୍ତନ ଯେ ସେମାନେ ପରୀଠୁ ଶିଖିଲେ ଏ କଥା ଗ୍ରହଣ ନ କରିବା ପାଇଁ ସେମନେ ଅଧିକ ମତ୍ରାରେ ଧର୍ମ, ଅଧର୍ମ ବାବଦରେ ଚର୍ଚ୍ଚା ଜାରି ରଖିଲେ
ପରୀ ଐଶ୍ୱର୍ଯ୍ୟା କାନରେ ଚୁପ୍ କିନା କହିଲା ରହ ବ୍ୟସ୍ତ ହୋନା ମୁଁ ଏସବୁ ସଫା କରି ଦେଉଛି ତୋ ମନକୁ ଭଲ ଲାଗିବ। ଏହା କହି ସେ ଉଠି ଚଲିଗଲା, କିଛି ସମୟ ପରେ ହାତରେ ଝାଡୁ ଧରି ଛୋଟ ଝିଅଟିଏ ବଗିକୁ ଝାଡୁ କରି ଚାଲିଲା ବେଶ ଅଲଗା ଥିବା ପରୀକୁ ଆଉ ସିନା କେହି ଚିହ୍ନି ପାରିଲେ ନାହିଁ ହେଲେ ଐଶ୍ୱର୍ଯ୍ୟା ଠିକ ଚିହ୍ନି ପାରି ଖୁସିହେଲା ଏବଂ ତା ମନ ବଦଳିଗଲା। ବଗିଟି ଝାଡୁ କରି ସାରିଲା ପରେ ପରୀ ସମସ୍ତଂକ ପାଖରୁ ପାରିଶ୍ରମିକ ସଂଗ୍ରହ କରିବା ଦେଖି ପୁଣି ଐଶ୍ୱର୍ଯ୍ୟା ଚିଂତିତ ରହିଲା, କିଛି ରହସ୍ୟ ଥିବ ନିଶ୍ଚୟ।
ବାଦାମଖିଆ ଲୋକ ଦୁଇ ଜଣ ପରୀକୁ ଚାହିଁଲେ କିଂତୁ କିଛି ଦେଲେ ନାହିଁ। ଐଶ୍ୱ୍ର୍ୟା ଟିକେ ହସିଦେଲା, ବାପା ଆଉ ମାମାଂକ ଆଡକୁ ଚାହିଁଲା, ସବୁଠୁ ବେଶି ଅସନା କରିଥିବା ଲୋକ ଦୁଇଜଣ ସଫେଇ କାମ କରିଥିବା ପରୀକୁ କିଛି ଦେଉନାହାନ୍ତି। ସେମାନେ ନିଜ ନିଜ ମଧ୍ୟରେ ପୁଣି ଧର୍ମ ବାବଦୀୟ ଯୁକ୍ତିତର୍କ ଆରମ୍ଭ କରିଦେଲେ।
ଝାଡୁଦାରବେଶୀ ପରୀ ଏକ ପାଂଚଶହ ଟଂକାର ନୋଟ ବାହାର କରି କହିଲା ଯେ ସେ ଟଂକା ସେ ବାଦାମ ଚୋପା ମଧ୍ୟରୁ ପାଇଥିଲା ଏଣୂ ତାଂକର କାହାର ହୋଇଥିବ। ଉଭୟ ନିଜର ଆଲୋଚନା ବଂଦ କରି ପକେଟ ମୁଣି ଅଣ୍ଡାଳି ପକାଇଲେ, ତଥା ନିଜର ଟଂକା ପଇସା ଗଣି ପକାଇଲେ ଏବଂ କହିଲେ ସେଇଟା ତାଂକ ନିଜର ବୋଲି। ଧିରେ ଧିରେ ନିଜ ସପକ୍ଷରେ ନାନାଦି ପ୍ରମାଣ ଦେଖାଇବାକୁ ଲାଗିଲେ। ପରୀ ଐଶ୍ୱର୍ଯ୍ୟା କାନ ପାଖରେ ତୁନିକରି କହିଲା, ସେଇଟା ନକଲି ନୋଟଟିଏ, ତୁ ଖାଲି ମଜା ଦେଖ୍।  
"ମାନ୍ୟବରଃ ମାନ୍ୟବରଃ, ଝଗଡା ଲାଗିବା ଭଲ ନୁହେଁ, ନିଅ ପେଡା ଖାଅ", କହୁଁ କହୁଁ ଶୂନ୍ୟରୁ ଏକ ପରେ ଏକ ପେଡା ବହାର କରି ସମସ୍ତଂକୁ ଧରାଇ ଚାଲିଲେ ଝରକା ପାଖରେ ବସିଥିବ ସେହି ମହତୀ ଜଣକ “ଆମ୍ଭେ ଜଣେ ଈଶ୍ୱର ସତ୍ତାଧରୀ ମଣିଷ, ଆମ୍ଭେ ମତ ଦେଉଛୁ ଧର୍ମ ଅତି ସାଧାରଣ କଥା, ତୁମ୍ଭେ ବଗିଟିକୁ ଚୋପାପକାଇ ଅସନା କରିବା ଅଧର୍ମ, ଛୁଆ ଦୁଇଜଣକୁ ବାଦାମ ଦେବା ଧର୍ମ, ସଫା ସୁତର କରିଥିବା ଛୋଟ ପିଲାଟିକୁ କିଛି ନଦେବା ଅଧର୍ମ, ଟଂକା ନିଶ୍ଚେ ଜଣକର ହୋଇଥିବ, ଯିଏ ମିଛ କହୁଛି ସେ ଅଧର୍ମ କରୁଛି, ବ୍ରହ୍ମଚାରୀର ବଚନ ଅନ୍ୟଥା ନ ହୋଇପରେ।“
ଏତିକି କଥା କହି ସେ ପୁଣି ଏକ ରାଉଣ୍ଡ ପେଡା ବାଣ୍ଟିବା ଆରମ୍ବ କଲେ।
ଲୋକ ଦୁଇଜଣ ଗଦଗଦ ହୋଇପଡିଲେ ଏବଂ ଅତି ଆଦରରେ ସେ ଟଂକା ଏହି ଆବିଷ୍କୃତ ଯୋଗୀବାବାଂକୁ ଦାନ କଲେ।
ମାନ୍ୟବରଃ ମାନ୍ୟବରଃ, ଅର୍ଥ ସମସ୍ତ ଅନର୍ଥର ମୂଳ୍, ତଥାପି ଯେଯାବତ ଏହା ସ୍ଥିର ନ ହୋଇଛି ନୋଟଟି କାହାର ସେଯାବତ ଆମ୍ଭେ ଏହାକୁ ସାଇତି ରଖିବାର କଷ୍ଟ ସ୍ୱୀକାର କରୁଛୁ।
ଏକଥା କହି ମାନ୍ୟବର ଜଣକ ତାଂକ ବଟୁଆ ମଧ୍ୟରେ ନୋଟଟି ରଖିଦେଲେ। ତେବେ ସେ କାହିଁକି ବହୁତ ବିଚଳିତ ହୋଇ ପଡିଲେ।
ପରୀ ଐଶ୍ୱର୍ଯ୍ୟାକୁ ଚିମୁଟି ଦେଲା, ଏ କଣ ସେ ଛିଡା କାପଡ ପିଂଧିଥିବା ପରୀ ଗଲା କୁଆଡେ ଇଏତ ଚିକିମିକିଆ ପରୀ, ଐଶ୍ୱ୍ର୍ୟା ଆଶ୍ଚର୍ଯ ଚକିତ ହୋଇ ଟିକେ ମାମାଂକ ଆଡକୁ ଚାହିଁଲା।
ମାନ୍ୟବର ଦେଖାଯାଉଥିଲେ ଅତି ବିଚଳିତ ପରୀ ଖିଲିଖିଲି ହସି କହିଲା କଣ ଖୋଜୁଛକି ମାନ୍ୟବର ମୋଉସା ତୁମ ପେଡା ମୁଣି ନିଅ।
ପରୀ ହାତରେ ଥିଲା ଏକ ବିଚିତ୍ର ଓ ବିଶେଷ ପ୍ରକାରର ମୁଣି।
ଆରେ ଆରେ, ଇଏ ଗୋଟେ ଭଣ୍ଡ ମାନ୍ୟବର, ଯାଦୁ ବଳରେ ପେଡା ଦେଉଥିଲା। ବଗିଟିରେ କୋଳାହଳ ଆରମ୍ଭ ହୋଇଗଲା। ରେଳ ପୋଲିସ ଆସି ସମସ୍ତ ଘଟଣା ସଂଧାନ କଲେ। ମାନ୍ୟବରଂକ ପାଖରେ ଥିବା ସେ ନୋଟଟି ନକଲି ଜଣା ପଡିବା ଏବଂ ସେ ଲୋକଂକୁ ଠକୁଥିବା ଦୋଶରୁପୋଲିସ ତାଂକୁ ବାଂଧିନେଲା, ବଗିଟିକୁ ଅସନା କରିବା ଅଭିଯୋଗରେ ସେହି ଦୁଇଜଣ ବ୍ୟକ୍ତିଂକୁ ଜୋରିମାନା ଦେବାକୁ ପଡିଲା
ଐଶ୍ୱର୍ଯ୍ୟା ଖୁସିରେ ହସି ଉଠି କହିଲା, ସାବାସ ପରୀ ସାବାସ୍। ଚାଉଁକିନା ଐଶ୍ୱର୍ଯ୍ୟାର ଏ ଖରାବେଳିଆ ନିଦଟା ଭାଂଗିଗଲା, ଦେଖିଲା ମାମା ପାଖରେ ଠିଆ ହୋଇଛନ୍ତି ଏବଂ ତାକୁ ଡାକୁଛଂତି, ଉଠ ଉଠ, ଆମେ ଡିସ୍ନି ଲ୍ୟାଣ୍ଡ ବୁଲିଯିବା ପରା ଐଶ୍ୱ୍ର୍ୟାର ମୁହଁରେ ତଥାପି ସେ ହସଟି ଲାଖି ରହିଥିଲା, ସେ ଦେଖା ଯାଉଥିଲା ଖୁବ ସୁଂଦର। 

 


23 comments:

  1. Rabi,beautiful thought, simplicity is the greatest beauty and gift of Earth. So amply depicted in the story. The title is absolutely appropriate. Like all of Manoj Das' stories your story not only tells a saga of love,simplicity, the ulterior currupt and filthy world but gives a take home lesson to the reader at the end... That's my analysis.Hope when you wrote you wanted to convey these messages to the reader. There are some spelling errors, which I think you will rectify before it goes for an
    publication.... May your pen live for eternity... Swadhin

    ReplyDelete
  2. This comment has been removed by a blog administrator.

    ReplyDelete
  3. Wonderful illustration to say the least. The insight, the journey beautifully reflects the innocent n soft emotions and thoughts of a child. We all have a child within us, waiting for our conscious attention and loving care to flourish and spread the fragrance of divinity around.
    Loved the story very much as that of the fairy , who is none other than a reflection of dear Aish herself !!

    ReplyDelete
  4. Rabinarayan Sir, the story is beautiful--as beautiful as Aishwarya and her Pari. Pari can come to the earth only because of children like Aishwarya. Aishwarya's lively drawing and your story, in combination, create a world of innocence where only lovely things can happen and exist. Though it is a dream, it can come true if souls like you and Aishwarya are there. I feel Aishwarya and you will inspire each other time and again.

    ReplyDelete
  5. ଚିତ୍ର ଓ କାହାଣୀ ଉଭୟ ଭଲ ହେଇଛି । ଉଭୟ ସ୍ରଷ୍ଟାଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ।
    (ଦୁଇଟିଯାକ ଭିତରୁ ଐଶ୍ଵର୍ଯ୍ୟା ଆଙ୍କିଥିବା ଚିତ୍ରଟି ଅଧିକ ଭଲ ଲାଗିଲା କାରଣ କାହାଣୀଟିରେ ଅଳ୍ପକିଛି ବନାନ ଭୁଲ ପାଇଲି କିନ୍ତୁ ଚିତ୍ରଟିରେ ସେମିତି କିଛି ଭୁଲ ପାଇଲି ନାହିଁ ।)

    ReplyDelete
    Replies
    1. ଧନ୍ୟବାଦ । ଟାଇପ କରିବାକୁ ବହୁତ କଷ୍ଟ ହେଉଛି, କିଛି ଅକ୍ଷର ଲେଖି ଜାଣି ନା but you are correct as that can't be an excuse.OF COURSE BEYOND THAT TOO I HAVE DONE SOME MISTAKE. YES THE DRAWING IS SUPERB. THAT TO FOR A KID OF 7.

      Delete
  6. Nice effort.. I assure this is going to be fine-tuned with time, now a days its conspicuous the innocence is being polluted from very childhood but this little Pari is able to preserve it in its purest form, of course she deserves it having such nice parents. Yeah.. They all are fairies who try to make this land a wonderland. Only the elders must strive to be examples for these fairies because little fairies always shuns villains.. Good job Ravi sir, thanks. Jay Jagannath .

    ReplyDelete
    Replies
    1. THANKS BEING HUMAN SIR. IT REMINDS MY FRIEND SANANTA.

      Delete
  7. Chamatkar Chitra, chamatkar gapa. Ubhayanku avinandan.

    ReplyDelete
  8. A sweet story with a sweet charcter Aishwarya..Hats off to the writer who make the beautiful picture to a nice story.There is a special kind of soft touch in the whole story.In our complicated society,the story and the painting remind us about a lovely world.so nice story.Glad to read the story and proud of our little angle Aishwarya...the artist..

    ReplyDelete
  9. It is really really awesome..starts with the flawlessly flowing cuteness of cutie pie Aiswarya and takes the smooth transition to things which everyone should learn. Loved the punch line "Manyabar manyabar". What a lucid way of telling deep things in a child's dream!!! And yes angel Aiswarya did a magic :) :)

    ReplyDelete
  10. Satareeee bahut Dina pare alga rakam Ra gapa padhiki Khusi lagila...bahut sundar haichi Pari Ra kahani..

    ReplyDelete
    Replies
    1. So I am starting to be an Aja to the children of Dipi and all of you.

      Delete
  11. No words to appreciate it...Loved the innocent ideas behind this.

    Ashok ,A kid care giver

    ReplyDelete
  12. Thanks.. I feel the story is harsh to the kid to show her a negative society.

    ReplyDelete
  13. Bahut Sundar Galpa. jadibaa mote samalochana lekhi aase naahin, tebe bi kahibi emiti Galpa jadi pilaa budhaa nirbiseshare jaahaa aakhire padiba se baakitaka samaya galpa padhaare deba hin deba, sabu bele nahele bi Adhikansha samayare....
    many Many thanks to Writer and his inspiration Aiswariya

    ReplyDelete
    Replies
    1. Dear Bapida,
      Many thanks, what a better inspirational comment a not so known writer expects. These type of comments are reserved for eminent people and loved persons. I am unable to find a space in between. So I should tell it is God"s symbolic message. MY SONS MOST FAVORITE TEACHER'S NAME IS BAPIDA, SO I SHALL NEVER FORGET YOUR NAME. In my journey of creativity if I earn any similar comment, I should remember you. I shall be doubly pleased if you are the same BAPIDA sir so loving to my children and their parents. Thank you sir.

      Delete
    2. Bohut vala lagila
      ******************

      Delete