ଜାତି! ଏକ ସଂକୀର୍ଣ ଓ
ବ୍ୟାପକ ଦୃଷ୍ଟିକୋଣ ।
ଡା ରବିନାରାୟଣ ସେନାପତି, ତୁଳତୀ ।
ଜାତି, ସାମାଜିକ ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା । ଯେମିତି ଆଜିକାଲି ଆମ ଚିକିତ୍ସା ପାଇଁ ବିଭିନ୍ନ ବିଭାଗର
ଚିକିତ୍ସକ ସୃଷ୍ଟି ହୋଇ ଚିକିତ୍ସାକୁ ଶୃଂଖଳିତ ତଥା ଉତ୍କର୍ଷ କରିଛନ୍ତି ସେମିତି ଦିନେ ସାମାଜିକ
ଜୀବନର ଉଷା କାଳରେ ନିଜର ଯୋଗ୍ୟତା, ଋଚି ଏବଂ ସାମାଜିକ
ଚାହିଦାକୁ ଭିତ୍ତିକରି ବିଭିନ୍ନ କର୍ମକୁ ଆଦରି ନେଇଥିବା ବ୍ୟକ୍ତି ବା ଗୋଷ୍ଠୀ ସେହି କର୍ମରେ
ବିଶେଷଜ୍ଂୟ(specialist) ଭାବେ ପରିଗଣିତ ହୋଇଥିବା ସମ୍ଭବ ମନେହୁଏ । ସେ କାଳରେ ଶିକ୍ଷାର ସାର୍ବଜନୀନତା ବହୁଳ ନହୋଇଥିବାରୁ
ଏହା ସ୍ୱଭାବିକ ଯେ ନିର୍ଦ୍ଦିଷ୍ଟ ବୃତ୍ତିର ପ୍ରଶିକ୍ଷଣ ଉପର ପିଢିରୁ ତଳ ପିଢିକୁ ଏକ ପରିବାର
ମଧ୍ୟରେ ସୀମିତ ରହୁଥିଲା । ବୃତ୍ତିଟି ପ୍ରତି ଆଦର ଥାଉକି ନଥାଉ ଜୀବିକା
ପାଇଁ ସଂତାନକୁ ଶିଖିବକୁ ପଡୁଥିଲା । ଏହି କର୍ମପ୍ରତି ଅନୁରାଗ ଏବଂ ଆବଶ୍ୟକ
ପ୍ରଶିକ୍ଷଣ ଥିବା ଆଶାକରି ଉକ୍ତ କର୍ମରେ ନିଯୁକ୍ତ ପରିବାର ସହ ବୈବାହିକ ସମ୍ପର୍କକୁ ଶ୍ରେୟ
ଦେବା ମଧ୍ୟ ଅତ୍ୟନ୍ତ ସ୍ୱଭାବିକ ମନେହୁଏ । ଅତଏବ ପରସ୍ପର ସହ ବଂଧୁତା ଓ ନିଷ୍ଠାଥିବା ଏକ
ଗୋଷ୍ଠୀ ସୃଷ୍ଟି ହେଲା ଯାହାକୁ ସଚରାଚରେ କୁହାଗଲା ଜାତି । ସେମାନେ ଏକ ନିର୍ଦିଷ୍ଟ କୌଳିକ ବୃତ୍ତିଧାରୀ ହୋଇ ତହିଁ ସମ୍ବନ୍ଧିତ ଉପାର୍ଜନ
ତଥା ବାଣିଜ୍ୟରେ ବ୍ୟାତ୍ପୃପ୍ତ ହେଲେ । ଯେଉଁ ଜାତି ମାନଂକର ବ୍ୟବସାୟ କରିବାର
ଆବଶ୍ୟକତା ନଥିଲା ଯଥା ଜୀବନ ଦର୍ଶନ, ବୌଦ୍ଧିକ
ତତ୍ତ୍ୱବାଦୀ, ମାର୍ଗଦର୍ଶକ, ପୂଜକ, ଧର୍ମରକ୍ଷକ, ଶାସକବର୍ଗ, ଦେଶରକ୍ଷା ବାହିନୀ ପ୍ରଭୃତି ଗୋଷ୍ଠୀ, ସେମସ୍ତେ ରାଷ୍ଟ୍ରୀୟ ସମ୍ପତ୍ତି ଉପଭୋଗ
ପୂର୍ବକ ପ୍ରଭୁ ପଦ୍ୟବାଚ୍ୟ ଉଚ୍ଚଜାତି ବୋଲାଇଲେ ।
ଏକ ସୁଶାସନ
ମଧ୍ୟରେ ବିନା ଆଶଂକା ଏବଂ ବିନା ଉଚ୍ଚାକାଂକ୍ଷା ସହ ଶାନ୍ତିପୂର୍ଣ ଜୀବନ ଜୀବୀକା, ଉପାର୍ଜନ ଏବଂ ବାଣିଜ୍ୟକୁ ଉପଭୋଗ ଓ ଉପଯୋଗ କରିବା
ବର୍ଗ ବେପାରୀ ବା ବୈଶ୍ୟ ବୋଲାଇଲେ । ତତ୍ମଧ୍ୟରେ ଯେଉଁମାନେ ତୈଳ ଉତ୍ପାଦନ ଓ
ବିକ୍ରିବଟା କଲେ ସେମାନେ ତୈଳିକ ବୈଶ୍ୟ ବା ତେଲିଜାତି ରୂପେ ପରିଚିତ ରହିଲେ । ଏହାମଧ୍ୟ ଆମ ସାଧାରଣ ଜ୍ଂୟାନ କହିବ ତେଲିଟିଏ ସୋରିଷ କିମ୍ବା ବାଦାମ ଚାଷ
କରୁଥିବା ଚଷା କିମ୍ବା ଘଣା ତିଆରି କରୁଥିବା ବିଶ୍ୱକର୍ମା କିମ୍ବା ଭଲ ଦାମୁଡି ଯୋଗାଇ ପାରୁଥିବା
ଗୋପଳ ସହ ଅଧିକ ଘନିଷ୍ଠ ହେବ କିମ୍ବା ଅସିହସ୍ତେ ଅଶ୍ୱାରହୀ ସହ ଅଧିକ ଘନିଷ୍ଠ ହେବ !! ଏଣୁ ବୈଶ୍ୟ, କ୍ଷତ୍ରୀୟ
ବ୍ରାହ୍ମଣ ଇତ୍ୟାଦି ବର୍ଗ ହୋଇଥିବା ସମ୍ଭବ । ବୈଶ୍ୟମାନେ ପୁଣି ମିଳିମିଶି ହାଟ ବଜାର
କରୁଥିବେ ।
ବଜାରର ସଂଗ୍ୟା କ୍ରମେ ବ୍ୟାପକ ହୋଇ ଜାଭା ସୁମାତ୍ରା
ସାତ ସମୁଦ୍ର ତେର ନଈ ଅତିକ୍ରମକରିଥିବ ଏବଂ ସାଧାରଣ ଘଣା ପେଡୁଥିବା ତେଲିଠୁ ଆରମ୍ଭ କରି ଜାହାଜ
ମାଲିକ ସାଧବ ପର୍ଯ୍ୟନ୍ତେ ବହୁଧା ହୋଇଥିବ କାର୍ଯ୍ୟ ପରିସର । ଉକ୍ତ ଜାତି ମଧ୍ୟରେ’ବି ଉଚ୍ଚ ନୀଚ୍ଚ ବର୍ଗ ସୃଷ୍ଟି ହୋଇଥିବେ!ଏହି
ତୈଳ ବା ସ୍ନେହସାରକୁ ନେଇ ଜୀବିକା କରୁଥିବା ବର୍ଗ ସ୍ନେହୀ ରୂପେ ମଧ୍ୟ ପରିଚିତ ହେଲେ।
ପୁରୁଣା
ଯୁଗରେ ତୈଳ କେବଳ ଖାଦ୍ୟ ନୁହେଁ ଇନ୍ଧନ ମଧ୍ୟ ହୋଇଥିବାରୁ ଜାତିଟି ଦେଶ ଗଠନ ଓ ବିତ୍ତଶାଳୀ ହେବା
ସ୍ପଷ୍ଟ ପ୍ରତୀତ ହୁଏ । ହୁଏତ ବୈଶ୍ୟବର୍ଗର ସର୍ବାଧିକ ଧନୀ ହେବାର
ସୌଭାଗ୍ୟ ଅର୍ଜନ କରିଥିଲା ଏବଂ ନିଜକୁ ଧନର ରକ୍ଷକ କୁବେର ଦେବଂକ ସହ ସଂଯୋଜିତ କରି କୁବେରପୁତ୍ର
ବୋଲାଇଲା ।
ଏ ଲେଖକ ତେଲି
ମାନଂକର ବିଭିନ୍ନ ପରିଚୟକୁ ଏହି ପ୍ରକାରେ ଅନୁଶୀଳନ କରେ । କୌଣସି ଦୈବୀ ନିର୍ଦ୍ଦେଶକୁ ଏହା ସହ ଯୋଡାଯିବା କଳ୍ପନା ପ୍ରସୂତ ମାତ୍ର, ଏହା ବିଚାର କରେ ।
ଜାତି ଏକ
ସାମାଜିକ ଆବଶ୍ୟକତାରୁ ସୃଷ୍ଟି ହୋଇଥିବାରୁ ଏହା ପ୍ରତ୍ୟକ ଦେଶ ଓ ପ୍ରତ୍ୟକ ଧର୍ମରେ ଉଣା ଅଧିକେ
ରହିଛି । ତେବେ ଅନ୍ୟ ଦେଶ ବା ଧର୍ମରେ ଜାତିକୁ ନେଇ ବିଭେଦ ଓ ବାଛବିଚାର ଆମ ଦେଶ ଏବଂ ଆମ
ହିଂଦୁ ଧର୍ମ ପରି ବ୍ୟାପକ ଓ କ୍ଷତି ଉପୁଯାଇବା ପ୍ରକାରରେ ନଥିବାରୁ ଆମକୁ ମନେହୁଏ ଏହା ଯେପରି
କେବଳ ଆମର ସାମଜିକ ଉତ୍କର୍ସତା ଅଥବା ସଂକୀର୍ଣତା । ଜାତିଭାଇ ମାନଂକୁ ଏକତା
ଓ ସୌହର୍ଦ୍ଦ୍ୟରେ ବାଂଧିବାପାଇଁ ଜାତିକୈଂଦ୍ରିକ ସଂଗଠନ ହେବା ବାଂଛିତ ଅବା ଏହା ଏକ ମଧ୍ୟଯୁଗୀୟ ଅଯୌକ୍ତିକ
ଚିଂତାଧରା ତାହା ବିଚାର ସାପେକ୍ଷ । ସେ ସମ୍ପର୍କରେ
କୌଣସି ମତରଖିବା ପୂର୍ବରୁ କିଛି ଐତିହାସିକ ଦୃଷ୍ଟାଂତ ବିଚାରକରିବାର ଆବଶ୍ୟକତା ଅନୁଭବ କରେ ।
ପ୍ରାକ୍ ସ୍ୱାଧିନ ଭାରତରେ ପ୍ରତ୍ୟକ ବର୍ଗକୁ ଦେଶାତ୍ମବୋଧତାରେ ଯୋଡିବାଋ
ଆବଶ୍ୟକତା ଥିଲା ଅତ୍ୟଧିକ । ସମାଜ ବହୁ ପ୍ରକାର ସଂକୀର୍ଣତା ଓ ହୀନମାନ୍ୟତାରେ
ସଢୁଥିଲା । ଜାତିପ୍ରଥା ତୀବ୍ର ଆକାରରେ
ଥିଲା। ଏଭଳି ଏକ ଘଡିସଂଧି ମୂହୁର୍ତ୍ତରେ ଯେନ ତେନ ପ୍ରକାରେଣ ସମସ୍ତଂକୁ ଦେଶର ମୁକ୍ତିରେ
ଯୋଡଯିବାର ଆବଶ୍ୟକତା ରହିଥିଲା ।
ଏ ଲେଖକର ଇତିହାସରେ ପ୍ରବେଶ ନାହିଁ ତେବେ ସାମାନ୍ୟ ଛାତ୍ରଟିଏ ପରି ଋଚି ରଖିଛି ।
କର୍ମବୀର ଗୌରୀଶଂକରଂକ ଜୀବନୀ, “ଶତାବ୍ଦୀ ପୁରୁଷ”ରେ ଲେଖକ ଶ୍ରୀ
ସୁଭେଂଦ୍ରମୋହନ ଶ୍ରୀଚଂଦନ ସିଂହ ସେହି ମହାନ ଆତ୍ମା କାୟସ୍ଥ ଜାତିର ସଂଗଠନକୁ ସାକାରତ୍ମକ ଦିଗ
ଦର୍ଶନ ଦେବା ଓ ବଳିଷ୍ଠ କରିବା କଥା ଲେଖିଛନ୍ତି ।
ସେହିଭଳି ଶ୍ରୀ ସୁରେଂଦ୍ର ମହାନ୍ତି ମଧୁବାବୁଂକ ଜୀବନୀ ଶତାବ୍ଦୀର ସୂର୍ଯ୍ୟ ଓ କୂଳବୃଦ୍ଧ
ଲେଖିବା ମଧ୍ୟରେ ତୈଳିକ ଜାତିର ଉତ୍ଥାନର ସର୍ବମାନ୍ୟ ପ୍ରଥମ ନେତା ଶ୍ରୀ ଲକ୍ଷ୍ମୀନାରାୟଣ
ସାହୁଂକ ସମ୍ବଂଧରେ ଲେଖିଛ୍ଂତି ସେ କିଭଳି ସାଇକେଲ ଚଳାଇ କଟକର ଜନସାଧରଣଂକୁ ଗୋରକ୍ଷା ଓ ନିଶା
ନିବାରଣ ପାଇଁ ବ୍ୟାପକ ସଚେତନ କରୁଥିଲେ ଏବଂ ତୈଳିକ ମାନଂକୁ ତଥା ସର୍ବସାଧାରଣଂକୁ କଟକରେ
ସୁସଂଗଠିତ କରି ଦେଶର ତଥା ଓଡିଆ ମାନଂକର ନବଜାଗରଣର ମୂଖ୍ୟସ୍ରୋତରେ ସାମିଲ କରିଥିଲେ ।
ନିଜକୁ ତଥା ନିଜଗୋଷ୍ଠୀକୁ ବହୁଜନ ହିତାୟଃ ଉଦ୍ଦେଶ୍ୟ ନେଇ
ଯଦି ସଂଗଠିତ କରଯାଏ ତେବେ ଯେକୌଣସି ସଂଗଠନର ଆବଶ୍ୟକତା ରହିଛି ଏବଂ ଏହାର ସଂଗଠକ ମାନେ
ଦେଶମାତୃକାର ଉପଯୁକ୍ତ ସେବା କରି ଇଶ୍ୱରଂକ କରୁଣା ପ୍ରାପ୍ତ ହେବା ଦୃଢ ନିଶ୍ଚିତ ।
ତେବେ ଆଜିକାଲି ଭୋଟବ୍ୟାଂକ ରାଜନୀତିକୁ ଦୃଷ୍ଟିରେ ରଖି ନାନାଦି ସଂକୀର୍ଣ
ସମ୍ବେଦନଶୀଳ ସଂକେତ ମାଧ୍ୟମରେ ସମାଜକୁ ବିଭକ୍ତ କରାଯାଇ ଏକ କ୍ଷୂଦ୍ରମନା ଅନୁଗତ ଗୋଷ୍ଠୀ
ସୃଷ୍ଟି କରାଯିବା ଏବଂ ଏହି ଗୋଷ୍ଠୀର ମାଲିକ ସାଜି ଦଳୀୟ ରାଜନୀତିରେ ପ୍ରଧାନ୍ୟ ବିସ୍ତାର କରିବା,
କଂଚା ଭାଷାରେ କହିଲେ ନିଜର ବ୍ଲାକ୍ ମେଲ୍ କରିବାର କ୍ଷମତା ବଢାଇବା ଯଦି କୌଣସି ବ୍ୟକ୍ତି କିମ୍ବା ବର୍ଗର
ଉଦ୍ଦେଶ୍ୟ ହୁଏ, ତାହା ନିନ୍ଦନୀୟ ତଥା ଅତ୍ୟନ୍ତ ସୀମିତ ।
ନିକଟ ଅତୀତରେ
ହଠାତ ଜଣେ ଶକ୍ତିଶାଳୀ ବ୍ୟକ୍ତି ଅନ୍ୟ ଏକ ପଛୁଆ ବର୍ଗକୁ ସଂଗଠିତ କରି ନିଜର ଶକ୍ତି ପ୍ରଦର୍ଶନ
କରି ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀ ଟିକେଟ ହାସଲ କରିବାକୁ ଯତ୍ପୋରନାସ୍ତି ଉଦ୍ୟମ କରି ଅସଫଳ
ହେଲେ । ଏବେ ଦୁର୍ନୀତିର ତଦନ୍ତର ସମ୍ମୂଖୀନ ସେ ବ୍ୟକ୍ତିଂକ ଏତାଦ୍ଦୃଶ ଆଚରଣକୁ ନେଇ ଉକ୍ତ
ଜାତି ପାଇଲା କଣ?
ଲେଖକ
ଆକ୍ଷିବୁଜି ବିଲେଇ କ୍ଷୀର ପିଇବା ପରି ସମାଜ ଜାତିପ୍ରଥାରୁ ମୁକ୍ତ ହୋଇଛି କହି ଦେବାକୁ ପସନ୍ଦ
କରିବ ନାହିଁ । ପ୍ରକୃତ ପକ୍ଷେ ପ୍ରତିଦିନର ଅନୁଭବ ଅତ୍ୟନ୍ତ
ନାକାରାତ୍ମକ । ବହୁ ଉଚ୍ଚ ପଦବୀରେ ଅବସ୍ଥାପିତ ଉଚ୍ଚ ଜାତିର
ବ୍ୟକ୍ତି ମଧ୍ୟ ଅଦ୍ୟାବଧି ଏ ଧାରଣା ପୋଶଣ କରନ୍ତିକି ସେମାନେ ଅନ୍ୟ ମାନଂକ ଠାରୁ ସଭ୍ୟ ଉନ୍ନତ
ତଥା ଅଧିକ ସୁଖର ଦାବିଦାର, ଏହାକୁ
ପ୍ରତିରୋଧ କରିବା ସକାଶେ କୌଣସି ବିବାଦି ସଂଗଠନର ଆବଶ୍ୟକତା ଅବଶ୍ୟ ଅନୁଭୁତ ହୁଏ ନାହିଁ, କାରଣ ଏ କଥାକୁ ବିରୋଧ କରିବା ବ୍ୟକ୍ତିଂକ
ସଂଖ୍ୟା ପ୍ରତି ଜାତି ମଧ୍ୟରେ କମ ନୁହେଁ ।
ସମ୍ପ୍ରତ୍ତି
ତୈଳିକ ବୈଶ୍ୟ ଜାତି ବେଶ ଉନ୍ନତ । ଶିକ୍ଷା, ମାନ, ଧନ, ରାଜନୈତିକ ଯୋଗଦାନ ଓ ପାରଦର୍ଶିତା କୌଣସିଥିରେ
ଊଣା ନୁହନ୍ତି ଏହି ଗୋଷ୍ଠୀ । ନାରୀ ଶିକ୍ଷା, ଉଚ୍ଚ ଶିକ୍ଷା, ରାଜ ନୈତିକ ମହତ୍ତାକାଂକ୍ଷା, ରିସ୍କନେବାପାଇଁ ଆଗଭର ହେବା ଗୁଣରେ କମି
ଏହିସବୁ ସମସ୍ୟାକୁ ଦୂରକଲେ ହୁଏତ ନିଜ ଜାତିର ଉନ୍ନତି କରିବାର ଚିନ୍ତାର ଆବଶ୍ୟକତା ରହିବ ନାହିଁ
। ହୀନମାନ୍ୟତାରୁ ଉର୍ଦ୍ଧ୍ୱକୁ ଉଠିଲେହିଁ ଜାତି ଉନ୍ନତି କରିବ ।
କାହାକୁ
ନୀଚ୍ଚ ଦୃଷ୍ଟିରେ ଚିନ୍ତା କଲାବେଳେ ମନେରଖିବା ଉଚିତକି ଆମ୍ଭକୁ କେହି ସେହି ଦୃଷ୍ଟିରେ
ଦେଖୁଅଛି। ମନେକରାଯାଉ ଆମ ଡାକ୍ତରଖାନାର କର୍ମଚାରୀଂକ ସାଥିରେ ମୁଁ ପୁରୀ ଯାଇଛି, ସମସ୍ତେ ମଂଦିରକୁ ଗଲେ ବିଚରା ଝାଡୁଦାରକୁ
ବାଦଦେଇ, ଆମେ କହିଲୁ ଏହା ଚଳନୀ ଏବଂ କିଛି ଘଟି ନଥିବାର
ଛଳନା କଲୁ ଏବଂ ସେଠାରୁ ଫେରି ତୈଳିକ ବୈଶ୍ୟ ସଂଘ ବୈଠକରେ ଲମ୍ବାଲମ୍ବା କଥା କହିଲି, ଏହା କଣ ଜାତିପଣିଆ। ଆମକୁ ଜାତିକୁ ସଂଗଠିତ
କରିବାକୁ ପଡିବ କିଂତୁ ସମାଜକୁ ଉତ୍ଥାନ କରିବା ପାଇଁ । ତୈଳିକ ମାନେ କେତେ ରୋଗୀଂକୁ ଡାକ୍ତରଖାନା ନେଲେ, ନିଦାଘ ରୌଦ୍ର କାଳରେ କେତେ ତ୍ତୃଷାର୍ତ୍ତଂକୁ
ଜଳଦାନ କଲେ, କେତେ ଅନ୍ୟ ଏବଂ ନିଜ ଜାତିର ଦରିଦ୍ର ଛାତ୍ରଂକ
ବିଦ୍ୟାଦାନର ବ୍ୟବସ୍ଥା କଲେ, କେତେ ୟୁନିଟ
ରକ୍ତଦାନକଲେ, କେତେଲୋକଂକର କର୍ମସଂସ୍ଥାନ କରିପାରିଲେ
ତାହାକୁ ନେଇ ସଂଘ କାର୍ଯ୍ୟକଲେ ଏହା ଏକ ସମସ୍ତଂକ ପାଇଁ ଉତ୍ତମ ଦୃଷ୍ଟାନ୍ତ ହେବ ।
ମୋ ଗ୍ରାମ
ତୁଳତୀ ସ୍ୱର୍ଗତଃ ବୈଷ୍ନବ ସାହୁ ମହାତ୍ମାଂକ ଗ୍ରାମ, ସେ କୋରାଇ ବ୍ଲକ୍‘ର ରାଜନୀତିକୁ
ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ନିଜ ନିୟଂତ୍ରଣରେ ରଖିଥିଲେ, ଏହା ତୈଳିକ ମାନଂକ ପାଇଁ ଯେତିକି ଗର୍ବର କଥା ନୁହେଁ ତତୋଧିକ ଗୌରବର କଥା ହେଉଛି
ତାଂକ ସଚ୍ଚୋଟପଣିଆ,
ବିରୋଧିମାନଂକୁ ସମାଦର, ଦାନ, ଅନୁଷ୍ଠାନ ଗଠନ କରିବାରେ ନିଷ୍ଠା ଓ ବଳିଷ୍ଠ
ବ୍ୟକ୍ତିତ୍ୱ । ସେ ଯଦି ଅନ୍ୟ ରାଜନୈତିକ ନେତାଂକ ଭଳି
କ୍ଷମତାର ଅପବ୍ୟବହାର କରି ସମ୍ପତ୍ତି ଠୁଳାଇବାରେ ବ୍ୟାତ୍ପୃପ୍ତ ହୋଇଥାଆଂତେ, ତଥାପି କଣ ଆମେ ଜାତି ଲୋକ ହିସାବରେ ଗର୍ବ କରିଥାଆନ୍ତେ!
ଆଜି
ପ୍ରଧାନମଂତ୍ରୀ ନରେଂଦ୍ର ମୋଦିଂକୁ ନେଇ ତେଲି ଜାତି ଗର୍ବ କରୁଛି ତେବେ ସମୟ କହିବ ଏହା କେତେ
ଯଥାର୍ଥ?
ଜଣେ ଭାରତୀୟ ହିସାବରେ ଆମ୍ଭେ ଶୁଭେଛା ଜଣାଇବା ସେ ଏଭଳି କିଛି କରଂତୁ ଯାହା ସମସ୍ତ ତର୍କର ଉର୍ଦ୍ଧ୍ୱରେ ଉଜ୍ଜ୍ୱଳ ରହିବ
କାଳ କାଳକୁ ।
ତେଣୁ ତୈଳିକ
ବୈଶ୍ୟ ସଂଘ ସଂକୀର୍ଣ ଜାତିବାଦୀ ନହୋଇ ମହାଭାରତୀୟ ବିଚାର ଧାରାରେ ସ୍ୱଜାତିର ଅଧିକରୁ ଅଧିକତର
ଯୋଗଦାନର ବ୍ରତୀ ହେବା ବିଧେୟ । ଆମେ ଖୁବ ଉନ୍ନତ, ସଭ୍ୟ, ଏବଂ ସଚ୍ଚା ଭାରତୀୟ, ଆମ୍ଭର କୌଣସି ଜାତି ଧର୍ମ ଓ ବର୍ଣ ପ୍ରତି
ବିଦ୍ଦ୍ୱେଶର ଆବଶ୍ୟକତା ନାହିଁ । କିଛି ପାଇବାର ଭିକାରୀ ପଣିଆ ନେଇ ଆମ୍ଭ ସଂଘ
କାର୍ଯ୍ୟ ନକରୁ, ସ୍ୱଜାତି, ସମାଜ,ରାଜ୍ୟ, ଓ ରାଷ୍ଟ୍ର ଗଠନ ପାଇଁ ଏହା ଦୃଷ୍ଟାନ୍ତ ମୂଳକ
ଅନୁଷ୍ଠାନଟିଏ ହେଉ । କର୍ମକର୍ତ୍ତା ଓ ସଦସ୍ୟଗଣ ତଥା ସର୍ବଜନହୀତ
ଉଦ୍ଦେଶ୍ୟରେ ପ୍ରଭୁଂକୁ ପ୍ରାର୍ଥନା କରୁଛି । ଜୟ ହିନ୍ଦ୍ ।
(ତୈଳିକ
ବୈଶ୍ୟ ସଂଗଠନ ସ୍ମରଣୀକା ନିମିତ୍ତ ।)
No comments:
Post a Comment