This blog contents are short stories and memoirs written in English and Odia language. Mostly on changes in society over last four decades.
Search This Blog
Monday, 31 July 2017
Friday, 28 July 2017
ଚୋରି କରିବ ତ ମହତ ଲୋକ ହାବୁଡ଼ରେ ପଡିବ।
ଚୋରି କରିବ ତ ମହତ ଲୋକ ହାବୁଡ଼ରେ ପଡିବ।
ବୋଉ କହୁଥିବା ଅନେକ ବିଶେଷ ବାକ୍ୟ ମଧ୍ୟରେ ଏହା ଅନ୍ୟତମ। ମୁଁ ଯେତିକି ଜାଣିଛି ଏହି କଥାଟି ସେ ବାପାଙ୍କ ଠାରୁ ଶଖିଛି, କାରଣ ବାପା ଏ ନେଇ ଘଟଣା ଟିଏ ଥରେ କହିଥିଲେ। ବାପା କଥାଟିକୁ ଶୁଣିଥିଲେ, ଆମ ଆର ସାହିର ଜଣେ ମାନନୀୟା ମହିଳାଙ୍କ ଠାରୁ।
ଆମ କସ୍ତୁରା ପୋଖରୀରେ, ମାଛ ଧରିବା ବନ୍ଦ ଥାଏ। କୌଣସି କାରଣରୁ ଗଭୀର ରାତ୍ରୀରେ ବାପା ଯାଇ ମାଛଧରା ଦେଖିଲେ। ବାପା କିନ୍ତୁ ଏ କଥା କାହାକୁ କହିଲେ ନାହିଁ ଯଦିଓ ଉକ୍ତ ମାଛ ଧରାଳି ଥିଲେ ଭିନ୍ନ ଗୋଷ୍ଠୀର। କିଛି ଦିନ ପରେ ମାଛ ଧରାଳିଙ୍କ, ମାତା ଆଦରରେ ବାପାଙ୍କୁ ତାଙ୍କ ଘରକୁ ଡାକି ଏହି ଆପ୍ତବାକ୍ୟଟି କହିଥିଲେ। ଏହା ମାତ୍ର ଛଅ ମାସ ତଳେ ବାପା ଗପିଥିଲେ, ମୁଁ ଗାଡି ଚଲାଉଥିଲି। ଅଶି ଦଶକର ଏହି ଘଟଣା। ଆପାତତଃ ସେଦିନ ପ୍ରଥମ କରି ବାକ୍ୟର ସଠିକ ବ୍ୟାଖ୍ୟା ବୁଝିଲି।
ଭଦ୍ରକ କଲେଜ ସେଣ୍ଟ୍ରାଲ ହଷ୍ଟେଲରେ ଥାଆନ୍ତି ଜଣେ ସିନିୟର, ଖୋର୍ଦ୍ଧା ଗାମୁଛା ପିନ୍ଧା ଭାଇ ଯେ ପରେ ସନ୍ୟାସୀ ହୋଇଗଲେ। ସେ ଥରେ ଏମିତି ତାଙ୍କ ମହତ ପଣରେ, ଏକାନ୍ତରେ ମୋତେ ତାଗିଦ କରିଥିଲେ ପାଞ୍ଚ ଟଙ୍କା ପାଇଁ।
କାହ୍ନୁ ଚରଣ ଶଡଙ୍ଗୀ ଭାଇନାଙ୍କର ଏକଦା ସମ୍ବଲପୁର ବସ୍ ଷ୍ଟାଣ୍ଡାରୁ ଆଟାଚି ଚୋରି ହୋଇଗଲା। ତାଙ୍କ ସମ୍ପର୍କୀୟ ଜଣେ ପୁଲିସ ବାବୁ କହିଲେ, ଚୋରି କୁ ଅପରାଧ ସୂଚୀରୁ ବାଦ ଦିଆ ଗଲାଣି। "ତାହେଲେ ପୋଲିସ ବିଭାଗ ରହିବା ଅନାବଶ୍ୟକ।", ଏମିତି ମନ୍ତବ୍ୟ ଫିଙ୍ଗି ଦେଇ ଚାଲି ଆସିଲେ ସେ।
ସେହି ଭାଇନା ଜଗା'ର କିଛି ଚୋରି ଜମି ଫେରାଇ ଆଣିବାର ଅଧିକାରୀୟ କର୍ତ୍ତବ୍ୟ କରି ଛୁରାମାଡ଼ ଖାଇଥିବାର ଶୁଣିଛି। ତହିଁରେ ବି ଜଗା ଶାନ୍ତି ପାଇଲା ନାହିଁ...। ଜଗୁ ତ ମହତ, ଏଣୁ ଚୋରର ସାଥି। ତା ଜମି ଯେ ଯେତେ ଖାଉ, ତାର ସେତେ ଉନ୍ନତି।
ତେବେ କେଉଁଠି ଏକ ଚୋରକୁ ଧରି ବହୁ ଲୋକ ନିସ୍ତୁକ ପିଟିବା ବି ଏକ ପୁନଃପୌନ ଘଟୁଥିବା ଘଟଣା। ଯେଉଁମାନେ ସେମିତି କରନ୍ତି ସେମାନଙ୍କ ହାବୁଡ଼ରେ ପଡିବା ବିଚରା ଚୋରର ଦୁର୍ଭାଗ୍ୟ। ସେ ତ ମହତ ଲୋକର ହାତରେ ଧରାପଡିବାର ପ୍ରାର୍ଥନା କରିଥିଲା। ଅବଶ୍ୟ ଯେଉଁ ସାଧୁମାନେ ତାକୁ ପିଟୁଥାନ୍ତି ସେମାନେ ଶତକଡ଼ା ଶହେ ସହି ସୁନା ନୁହନ୍ତି। ଛୋଟ ଚୋରଟି ହୁଏତ ଯୁକ୍ତି କରୁଥିବ, ଯେଉଁ ସଭାରେ ବଡ ବଡ ନେତା ଭାଷଣ ଦିଅନ୍ତି, ଅଏଲ୍ ପେଣ୍ଟ ପୋଷ୍ଟର ବାଲା ପ୍ରବଚକ ମାନେ ପ୍ରବଚନ ଦିଅନ୍ତି, ତାର ଆୟୋଜନ ହୋଇଥାଏ ଚୋରି ପଇସାରେ ଏଣୁ ସଭିଏଁ ତାପରି ଅବା ତହୁଁ ବଳି ଚୋର। ସାଧୁର ଖର୍ଚ୍ଚ କରିବାର ସମ୍ଭାବନା ସଙ୍କୁଚିତ।
ପ୍ରକୃତରେ ଆପଣାର ଚୋରି ହେଲେ ସିନା ଜଣା ପଡିବ, ଆପଣେ ମହତ କି ଅମହତ। କିନ୍ତୁ ଆପଣ ଯଦି ସି ସି ଟିଭି କ୍ୟାମେରା ଦେଖି ଚୋର ଧରିଲେ ଓ ପ୍ରଘଟ ନକରି ଚୋରକୁ ସାଧୁ ହେବାର ସୁଯୋଗ ଦେଲେ କିନ୍ତୁ ବିଷମ ଫଳ ପାଇଲେ, ତେବେ!
ଅବଶ୍ୟ ପୋଲିସ ବାହିନୀ ବୃତ୍ତିଗତ ଭାବେ ଦକ୍ଷ ଓ ସାତ ତାଳ ଗଭୀରର ସିନ୍ଦୁକ ସେମାନେ ଉଦ୍ଧାର କରନ୍ତି। ଧନ୍ୟବାଦର ହକଦାର ସେମାନେ। କିନ୍ତୁ କୁଅ ଚୋରିକୁ ସେମାନେ କଣ କରିବେ। କୁଅ ଚୋରମାନେ ମହତ ଲୋକଙ୍କ ହାତରେ ପଡିବା ସୁନିଶ୍ଚିତ। ଆମ ମହତ ପଣିଆର ପ୍ରମାଣ ପାଇଁ ଆମର ଚୋରି ହେଉ ବୋଲି ଆମ୍ଭେ ଆଦୌ ଚାହୁଁ ନାହୁଁ। ଶତକଡା ପଞ୍ଚାନବେ ଭାଗ, ଚୋରିରେ ମାତିଥାଇ, ମହତ ସମାଜ ଆଖିରେ ସମ୍ଭ୍ରାତ ପଣରେ ଛାତି ଫୁଲାଇ, ମୁଣ୍ଡ ଟେକି ଚାଲୁଥିବା ବେଳେ, ବିଚରା ଲାଉ ଚୋରକୁ କ୍ଷମା ଦେଇ ନିଜର ମହତ ପଣିଆ ଅତି ଶସ୍ତାରେ ସାବ୍ୟସ୍ତ କରିବା ଏକ ସୌଭାଗ୍ୟ ନୁହେଁ କି?

Subscribe to:
Posts (Atom)